Kamal Kumar Dash

Thriller Others

3  

Kamal Kumar Dash

Thriller Others

ଝିଅ ସାଙ୍ଗ ଓ କଣ୍ଟା ଗଛ

ଝିଅ ସାଙ୍ଗ ଓ କଣ୍ଟା ଗଛ

2 mins
12.1K


ଦିନେ ଜଣେ ଖୁବ ମର୍ଡନ ଦେଖାଯାଉଥିବା ମାଡାମ ମନ୍ଦିରରେ ପୂଜା କରିସIରିଲା ପରେ ପଣ୍ଡିତଙ୍କୁ ଧୀରେ ପଚାରିଲେ । ପଣ୍ଡିତ ମହାଶୟ ମୋର ଗୋଟେ କଥା ପଚାରିବାର ଅଛି ଟିକେ ଶୁଣିବେ କି ? ପଣ୍ଡିତେ କହିଲେ ମା ଟିକେ ଅପେକ୍ଷା କରନ୍ତୁ ,ମୋର ପୂଜା ସରିଲା ପରେ ତୁମ ସହ କଥା ହେବି । ପ୍ରାୟ ଅଧ ଘଂଟାଏ ପରେ ପଣ୍ଡିତ ମନ୍ଦିର ବାହାରକୁ ଆସିଲେ ଓ ମାଡାମଙ୍କୁ ପଚାରିଲେ କଣ କଥା କହୁଥିଲେ କୁହନ୍ତୁ ? ମାଡାମ ଜଣଙ୍କ କହିଲେ ଭାଇନା ମୋର ପତି ଦେବଙ୍କର ବହୁତ ଝିଅ ସାଙ୍ଗ ବାହାରିଲେଣି କିଏ ତିରିଶ ବର୍ଷ ପରେ ତ କିଏ ୫ ବର୍ଷ ପରେ ,ସେଥିପାଇଁ ମୁଁ ବହୁତ ଚିନ୍ତିତ । ପଣ୍ଡିତ କହିଲେ ଖାଲି ଝିଅ ସାଙ୍ଗ ବାହାରିଛନ୍ତି ନI ଆଉକଣ ? ମୋର ପତି ଦେବ ତାଙ୍କ ସାଙ୍ଗ ମାନ ଙ୍କ ସାଙ୍ଗରେ କଥା ହୋଇ ସମୟ ବିତାଉଛନ୍ତ ମୁଁ କିଛି କହିଲେ ମୋ ଉପରେ ଚିଡ଼ୁଛନ୍ତି ଓ ଆଉ ମୁଣ୍ଡ ଖାଅନାହିଁ କହି ଘରୁ ଉଠି ଚାଲିଯାଉଛନ୍ତି । ଭାଇନା ଦୟାକରି ଏହାର କିଛି ପ୍ରତିକାର କୁହନ୍ତୁ ଓ ମୋ ସଂସାରକୁ ରକ୍ଷା କରନ୍ତୁ । ପଣ୍ଡିତ ମହାଶୟ ସବୁ ଶୁଣିଲା ପରେ କହିଲେ ମା ଆପଣ ଙ୍କର ଓ ବାବୁଙ୍କର ଜାତକ ଦରକାର କିଛି ଗଣନା କରିବାକୁ ପଡିବ । ମାଡାମ ସଂଗେ ସଂଗେ ନିଜ ଭ୍ୟାନିଟି ବ୍ୟାଗରୁ ଜାତକ ଦୁଇଟି କାଢି ପଣ୍ଡିତ ଙ୍କୁ ଧରାଇ ଦେଲେ । ପଣ୍ଡିତ କିଛି ସମୟ ଗଣନା କଲା ପରେ କହିଲେ ଆପଣ ଦିଜଣ ଙ୍କୁ ମନ୍ଦିର ଆସି ଖିରାଭିଷେକ କରିବାକୁ ପଡିବ ଓ କିଛି ପ୍ରତିକାର କରିବାକୁ ପଡିବ । ବହୁତ ଉତକଂଠା ର ସହିତ ମାଡାମ ପଚାରିଲେ କଣ ଉପଚାର କରିବାକୁ ହେବ କୁହନ୍ତୁ ।    

ପଣ୍ଡିତ କହିଲେ ଆପଣ ଙ୍କ ଘରେ ଥିବା ତୁଳସୀ ଗଛ ମୂଳରେ ଗୋଟିଏ କଣ୍ଟା ଗଛ ଲଗାଇବେ ,ହଁ ଲାଜକୁଳି ଲତା ଚଳିବ । ମାଡାମ ପଣ୍ଡିତଙ୍କୁ ମୁଣ୍ଡିଆ ମାରି ଓ ୫୦୦ଟଙ୍କା ଦକ୍ଷିଣା ଦେଇ ଘରକୁ ଫେରିଲେ । ପଣ୍ଡିତେ ଆଶ୍ରିବାଦ କଲେ ସ୍ୱଭାଗ୍ୟବତି ଭଵ ଓ କହିଲେ ମା କିଛିଦିନ ଭିତରେ  ମନ୍ଦିରରେ ଖିରାଭିଷେକ କରିଦେବ । ତା ପରଦିନ ଠାରୁ ଲକଡାଉନ ହୋଇଗଲା ମନ୍ଦିର ,ଅଫିସ , ସ୍କୁଲ ,କଲେଜ ,ବଜାର ସବୁ ବନ୍ଦ ହୋଇଗଲା । ମାଡାମ ଗୋଟେ ଲାଜକୁଳି ଲତା ଆଣି ଚଉରାରେ ତୁଳସୀ ମୂଳରେ ଲଗାଇଲେ । ତା ପରଦିନ  ସାର ଙ୍କର ମୋବାଇଲରୁ, ଫେସବୁକ ଓ ହ୍ବାଟସ ଆପରୁ ସବୁ ଝିଅ ସାଙ୍ଗଙ୍କୁ ବଳି ପକାଇଦେଲେ ଓ ଖୁସିରେ ଭାବିଲେ ସତରେ କଣ୍ଟା ଗଛଟା ବହୁତ କମାଲ କଲା ।


Rate this content
Log in

Similar oriya story from Thriller