Paramita Mishra

Inspirational

3  

Paramita Mishra

Inspirational

ଝିଅ ର ମାଆ

ଝିଅ ର ମାଆ

2 mins
577


ରିଚା ତ କହିକି ଫୋନ କାଟି ଦେଲା ଯେ ତାକୁ ବହୁତ୍ କାମ ଅଛି, ମାସକ ଜାକ ପାଇଁ ଚାଉଳ କାଢିବାର ଅଛି । ବହୁତ କାମ ପଡିଛି ପରେ କଥା ହେବି କିନ୍ତୁ ମା ସୁଜାତାକୁ ଭାରି ବ୍ୟସ୍ତ ହୋଇପଡିଲେ । ନୂଆଁ ବାହାହୋଇଛି ଝିଅ ରିଚା । ବଡ ଅଲିଅଳିର ଝିଅ ତାଙ୍କର । ଅଭାବ ହେଲେ ବି କୁଟାଟିଏ ବି ଗଡି କରିବାକୁ ଦେଇ ନଥିଲେ ଝିଅକୁ । ବାପା ଥିଲାବେଳେ ରିଚାକୁ ଗୋଡରେ ବସେଇ ଖୁଆଇ ଦେଉଥିଲେ।ଭାରି ଗେଲ୍ହା ସେ ବାପାଙ୍କର । ବହୁତ ଜଲଦି ଇହଧାମ ଛାଡିଦେଲେ ସେ ହେଲେ ଯିବା ଆଗରୁ କହି ଯାଇଥିଲେ ଝିଅକୁ ଖୁବ୍ ପଢେଇବ । କେବେ କୌଣସି ଜିନିଷରେ ଅଭାବ କରିବନି । ମା ବି ସେୟା କଲେ । ରିଚିର ବହୁତ୍ ଭଲରେ ଲାଳନପାଳନ କଲେ।ଝିଅ ସହରରେ ବହୁତ୍ ଭଲ ଚାକିରିଟାଏ ବି ପାଇଲା । ଆଉ ଏଇ ଅଳ୍ପ ଦିନ ହେବ ତାକୁ ପାଖ ଗାଁରେ ଏକ ଭଲ ଘର ଦେଖି ବାହା ଦେଇଛନ୍ତି । ଜ୍ୱାଇଁ ବି ସେଇ ଅଫିସରେ ଭଲ ଚାକିରି ଖଣ୍ଡେ କରନ୍ତି । ସ୍ଵାମୀ ସ୍ତ୍ରୀ ଦୁହେଁ ଦୁଇ ମାସ ଛୁଟି ନେଇଥିଲେ ବାହାଘର ପାଇଁ । ଦୁଇ ଦିନ ପରେ ଛୁଟି ସରିଯିବ । ଝିଅ ଜ୍ୱାଇଁ ଦୁଇ ଜଣ ଚାଲିଯିବେ।


କିନ୍ତୁ ଆଜି ହଠାତ୍ ଝିଅର କଥା ଶୁଣି ସୁଜାତା ଭାରି ବ୍ୟସ୍ତ ହୋଇପଡିଲେ । ସାରା ଦିନ ଗୋଟିଏ ଜାଗାରେ ବସି ପାରିଲେନି । କୋଉଠି କଣ ଅଛି ସବୁ ଦରାଣ୍ଡି ପକେଇଲେ । ଦୁଇ ମାସ ହେଲା ଝିଅ ବାହା ହୋଇକି । ଯାହା ଯୋଉଠୁ ପଇସା ପତ୍ର ଥିଲା ସବୁ ସରିଛି । ମୁଣ୍ଡ କିଛି କାମ କରୁନି । ଧାଇଁ ଗଲେ ବରିଆକୁ । କିଛି ବୁଦ୍ଧି ବାଟ ନପାଇ କୁଲା ଖଣ୍ଡେ ଧରି ବସିଗଲେ । ଭୋକଶୋଷ ଛାଡି ଦିନଟାଯାକ ଲାଗିପଡି ଦୁଇ ବସ୍ତା ଚାଉଳ ଯୋଗାଡ କଲେ।ସାରା ରାତି ଆଖିରେ ନିଦ ନାହିଁ । ଗୁଡ଼ାଏ ଭାବନାରେ ରାତି ପହିଲା । ଆଜି ସନ୍ଧ୍ୟାରେ ଝିଅ ଚାଲିଯିବ ତେଣୁ ତା ପାଇଁ ତାରି ପସନ୍ଦର ତଥା ଜୋଇଁ ବାବୁ ବ୍ୟପସନ୍ଦର ନାନା ଦରବ ସବୁ ବରାଦ ଦେଇ ବନା ଗଲା । ରଇତ ସମୟରେ ଆସିଗଲା । ସୁଜାତା ଆଉ ରହି ପାରୁନଥିଲେ,କାଳ ବିଳମ୍ବ ନକରି ଧାଇଁଲେ ଝିଅ ଘରକୁ । ଏତେ ସକାଳୁ ମାକୁ ତା ଘରେ ଦେଖି ରିଚା ବି ଆଶ୍ଚର୍ଯ୍ୟରେ ଚାହିଁ ରହିଲା । କହିଲା ମା ଟ୍ରେନ ତ ରାତିରେ ଅଛି, ମୁଁ ତ ଆସିଥାନ୍ତି ତୁମ ପାଖକୁ । ଝିଅକୁ ଉପରୁ ତଳକୁ ଚାହିଁ ସୁଜାତା କହିଲେ ତୁ କୋଉଠି ମାସ କର ଚାଉଳ କାଢି ପାରିବୁ ରଇତ ଆଡ଼େ ଇସାରା ଦେଇ କହିଲେ ଚାଉଳ ନେଇ ଆସିଛି, ଆରମରେ ମାସେ ପଳେଇବ ବୁଝିଲୁ । ରଇତ କହିଲା ଆଲୋ ମା ସାଆନ୍ତାଣୀ ପରା କାଲି ଦିନ ଯାକ ଲାଗିକି ତୋ ପାଇଁ ଭାର ଯୋଗାଡି ଛନ୍ତି । ସୁଜାତାର ମୁହଁରୁ ତାର କ୍ଲାନ୍ତି ସଫା ଜଣା ପଡୁଥିଲା । ରିଚା ମାଆକୁ ଏମିତି ଅବସ୍ଥାରେ ଦେଖି ନିଜ ଲୁହ ସମ୍ଭାଳି ପାରିଲାନି । କହିଲା ମୋତେ ଆଉ ଥରେ ଟିକେ ପଚାରି ପାରିଲାନି ମାଆ ଏତେ କଷ୍ଟ କରିବା ଆଗରୁ । ମୁଁ ଦୋକାନରୁ ମାସକର ଚାଉଳ ଆଣିବାକୁ ଯିବା କଥା କହିଥିଲି, ଆଙ୍ଗୁଠି ନିର୍ଦ୍ଦେଶ କରି ଦେଖାଇଲା ବସ୍ତାଏ ଚାଉଳକୁ । ସୁଜାତା ହାଁ କରି ଚାହିଁ ରହିଥିଲେ । ସମୁଦୁଣି ଆସି କହିଲେ ହଇହୋ ସମୁଦୁଣି ମୁଁ ବିଭାଘର ଦିନ ପରା କହିଥିଲି ମୁଁ ଝିଅ ନେଉଛି ପୁଅ ଦେଉଛି । ତା ପରେ ବି ତମକୁ ଲାଗିଲା ମୁଁ ଆମ ବୋହୂ ହାତରେ ଏତକ ଯାକ କାମ କରେଇବି । ସୁଜାତା ମୁଣ୍ଡ ଲଇଁଗଲା ଟିକେ ଲାଜରେ କହିଲେ କାମ କଥା ନାହିଁ ସମୁଦୁଣି, ମୋ ଝିଅ ଯେଡେ ବଡ କାମ ବି କରିଦେବ ହେଲେ ମୁଁ ଝିଅର ମାଆ ନା ମନଟା ମାନିଲାନି।


ରିଚା ମାଆକୁ କୁଣ୍ଢେଇ ବହେ କାନ୍ଦୁଥିଲା। ।



Rate this content
Log in

Similar oriya story from Inspirational