Rajashree Behera

Romance Others

3  

Rajashree Behera

Romance Others

ଜଗା ଓ ଲଷ୍ମୀର ପ୍ରେମ କାହାଣୀ - ୧

ଜଗା ଓ ଲଷ୍ମୀର ପ୍ରେମ କାହାଣୀ - ୧

2 mins
240


ଜଣେ ବଡ ଲେଖକ ନୁହେଁ କି ନାହିଁ ମୋର ସାହିତ୍ୟରେ ଅପାର ଜ୍ଞାନ କିନ୍ତୁ ଆପଣ ମାନଙ୍କ ଭଲ ପାଇବା ଆଜି ମତେ ଲେଖିବା ପାଇଁ ଉତ୍ସାହିତ କରିଛି । ଆଜି ମୁଁ ଆପଣମାନଙ୍କ ଆଗକୁ ନେଇ ଆସିଛି ଏକ ନିଆରା ପବିତ୍ର ପ୍ରେମ କାହାଣୀ । ଆପଣମାନେ ଅନେକ ପ୍ରକାର ପ୍ରେମ କାହାଣୀ ଶୁଣିଥିବେ ଓ ଦେଖିଥିବେ । କିନ୍ତୁ ଚାଲନ୍ତୁ ଆଜି ଶୁଣିବା ଜଗା ଓ ଲଷ୍ମୀ ଙ୍କର ସାହିତ୍ୟରୁ ଆରମ୍ଭ ହୋଇଥିବା ନିଆରା ପ୍ରେମ କାହାଣୀ ।


ଲଷ୍ମୀ ଯିଏ ସବୁବେଳେ ନିଜ ପରିବାର ଓ ସାଙ୍ଗସାଥି ଙ୍କ ଗହଣରେ ନିଜର ସବୁ ସମୟ ଖୁସିରେ କଟାଇଦିଏ । ପ୍ରେମ ଠାରୁ ଦୁରେଇ ଚାଲିଥାଏ, ନିଜ ବାପା ମା ଙ୍କ ନିଷ୍ପତି ହିଁ ତା ନିଷ୍ପତି ବୋଲି ମାନିନେଇଥାଏ । ପ୍ରତିଦିନ ନିଜେ ହସେ ଓ ଅନ୍ୟମାନଙ୍କୁ ହସାଏ । ପାଠ ପଢିବା ପରେ ଯଦି କିଛି ଅବସର ସମୟ ପାଏ ଆନନ୍ଦ ରେ କବିତା ଲେଖେ । ଏଇ କବିତା ଲେଖିବା ଅଭ୍ୟାସ ଥିଲା ତାର ଛୋଟ ବେଳୁ । ନିଜ ମନର ଭାବ କୁ ସାହିତ୍ୟର ରୂପ ଦେଇ ନିଜେ ଖୁସି ହୁଏ । ଓ ନିଜ ହାତ ଲେଖା କବିତା କୁ ଫେସବୁକ ରେ ଏକ କବିତା ଆକାଉଣ୍ଟ ରେ ଛାଡିଥାଏ । ସାଙ୍ଗସାଥି, ଶିକ୍ଷକ, ଗୁରୁଜନ ସମସ୍ତେ ଲଷ୍ମୀ କୁ ଯେତିକି ଭଲପାନ୍ତି ତାର କବିତାକୁ ମଧ୍ୟ ସେତିକି ଭଲ ପାଇବା ଦିଅନ୍ତି l ଲଷ୍ମୀ କୌଣସି ଅଜଣା ଲୋକଙ୍କ ଫ୍ରେଣ୍ଡ ରିକୁୱେଷ୍ଟ କୁ ଆକ୍ସେପଟ କରେନାହି । ଆଜି କାଲି ଯୁଗରେ କୋଉ ଅଜଣାଲୋକ କୁ ବିଶ୍ୱାସ କରିବା ବି ଠିକ ନୁହେଁ ।


ଦିନକର କଥା ଗୋଟେ ଆକାଉଣ୍ଟ ରୁ ଲଷ୍ମୀ ର ପ୍ରତି କବିତା ରେ ଆସିଥିଲା like ଓ ତାକୁ ଏସ ଏମ ଏସ ମଧ୍ୟ ଆସିଥିଲା । କିନ୍ତୁ ଲଷ୍ମୀ ଏଇ ଏସ ଏମ ଏସ କୁ ଅଣଦେଖା କରିପାରିଲା ନାହିଁ । କାରଣ ଲଷ୍ମୀ ସେଇ ବ୍ୟକ୍ତି ଙ୍କ ସହ କେବେ କଥା ନହେଇଥିଲେ ମଧ୍ୟ ତାଙ୍କୁ ଚିହିଁଥିଲା । ଜଣେ ବନ୍ଧୁ ଙ୍କ ପୁଅ ସେ । ତେଣୁ ଭଲ ମନରେ ଜଣେ ବନ୍ଧୁ ଭାବି ତାଙ୍କ ଏସ ଏମ ଏସ ର ପ୍ରତିଉତ୍ତର ଦେଇଥିଲା । ସେଇ ବ୍ୟକ୍ତି ଜଣଙ୍କ ଆଉ କିଏ ନୁହେଁ ସେ ଥିଲେ ଜଗା । ସେ ମଧ୍ୟ କବିତାରେ ଖୁସିରେ ହୋଇ ଏସ ଏମ ଏସ କରିଥିଲେ, ଜଗା ର ଆଉ କୌଣସି ଉଦେଶ୍ୟ ନଥିଲା । କବିତା ଗୁଡିକ ଭଲ ଲାଗିବାରୁ ଏସ ଏମ ଏସ କରିଥିଲେ ।

        Sms ଟି ଥିଲା ଆପଣଙ୍କ ବହୁତ ସୁନ୍ଦର କବିତା ଲେଖୁଛନ୍ତି ଲଷ୍ମୀ ର ପ୍ରତିଉତ୍ତର ଥିଲା ଧନ୍ୟବାଦ ଆଂଜ୍ଞା । ଏଇଠୁ ହିଁ ଲଷ୍ମୀ ଜୀବନରେ ହେଇଥିଲା ଜଗା ର ଏଣ୍ଟ୍ରି । ଆଉ ଏଇଠୁ ହି ଆରମ୍ଭ ହେଲା ଷ୍ଟୋରୀ ।

    

     ଆପଣମାନେ ଯଦି ଲଷ୍ମୀ ଓ ଜଗା ର ପ୍ରେମ କାହାଣୀ କୁ ଭଲ ପାଇବା ଦେବେ । ମୁଁ ନିଶ୍ଚୟ part-2 ଖୁବ ଶୀଘ୍ର ଆପଣମାନଙ୍କ ଆଗକୁ ଆଣିଆସିବି ।



Rate this content
Log in

Similar oriya story from Romance