STORYMIRROR

Rajashree Behera

Inspirational Others

3  

Rajashree Behera

Inspirational Others

ମୋ ହୃଦୟ

ମୋ ହୃଦୟ

2 mins
202

ଦିନେ ମୋ ହୃଦୟକୁ ମୁଁ ରାଗିକି ପ୍ରଶ୍ନ କଲି, ହୃଦୟ ତୋ ସ୍ଵଭାଵ କଣପାଇଁ ଏମିତି ଯେ ଏତେ ଛୋଟ ଛୋଟ କଥାରେ ତୁ ମୋ ଆଖିରେ ଅଶ୍ରୁଧାର ଆଣିଦେଉଛୁ। ତୁ ଛୋଟ ଛୋଟ ଖୁସିରେ ବିଶାଳ ଆନନ୍ଦ ର ଛାୟା ସୃଷ୍ଟି କରୁଛୁ, ନିଜ ହୃଦୟକୁ ନିଜେ ବହୁତ ଗାଳି କଲି । ତା ଆଗେ ଉଦାହରଣର ପେଡି ଖୋଲି ବସିଲି, କହିଲି ଦେଖ ଅନ୍ୟ ଝିଅମାନଙ୍କ ହୃଦୟ କେତେ ସୁନ୍ଦର ସହଜରେ ସେମାନେ କାନ୍ଦନ୍ତି ନାହିଁ, କି ଛୋଟ ଖୁସିରେ ଖୁସି ହୁଅନ୍ତି ନାହିଁ ବରଂ ବଡ ଖୁସି ପାଇଁ ଆଶା ରଖନ୍ତି ଆଉ ତୁ ଗୋଟେ ଦୁର୍ବଳ, ଇମୋସନାଲ କହି ତାକୁ ବହୁତ ଗାଳି କଲି । ତାକୁ ଗାଳି କରି କରି କେତେବେଳେ ମୁଁ ସୋଇପଡିଛି ମୁଁ ବି ଜାଣିନାହିଁ । କିନ୍ତୁ ଏ କଣ, ସ୍ୱପ୍ନରେ ମୋ ହୃଦୟ ମୋ ପ୍ରତିଟି ପ୍ରଶ୍ନର ଉତ୍ତର ମତେ ଦଉଛି !

   ହୃଦୟ : ହଁ , ତୁ ଯୋଉ ହୃଦୟ ଆଗରେ ଉଦାହରଣ ର ପେଡି ଖୋଲିଥିଲୁ, ଏବେ ମୁଁ ସେଇ ହୃଦୟ ତତେ ମାତ୍ର ଗୋଟିଏ ଉଦାହରଣ ଦଉଛି, ଆଶା କରୁଛି ତୋ ସ୍ବପ୍ନ ଭାଙ୍ଗିଲେ ତୁ ନିଶ୍ଚୟ ତୋ ଉତ୍ତର ପାଇଯିବୁ । ଆଛା କହିଲୁ ଲୁହା ବହୁତ ସବଳ ନା ? ସହଜରେ ସେ ଭାଙ୍ଗେ ନାହିଁ । କିନ୍ତୁ ଫୁଲ ଟିଏ କେତେ କୋମଳ, ପବନରେ ବି ସେ ଝଡ଼ିଯାଏ ।

    କିନ୍ତୁ ଯଦି ବର୍ଷା ଟୋପା ଫୁଲ ଉପରେ ପଡେ ସେ ସତେଜ ହୋଇ ଏତେ ସୁନ୍ଦର ଦେଖାଯାଏ ଯେ, ସମସ୍ତଙ୍କ ମନ ପ୍ରାଣକୁ ମୋହିନିଏ । କିନ୍ତୁ, ଲୁହା ବର୍ଷା କି ପାଣିରେ ଓଦା ହେଲେ କଳଙ୍କି ଲାଗିଯାଏ, ନା କାହା ଆଖି ତା ଆଡକୁ ଆକର୍ଷିତ ହୁଏ । ନା କାହା ମନ କୁ ମୋହି ନିଏ । ଫୁଲଟି ବହୁତ କୋମଳ ଓ ନରମ କିନ୍ତୁ ତାହା ଭଗବାନଙ୍କର ପ୍ରିୟ ଅଟେ ।

       ହୃଦୟଟି ସବଳ ହେଉ କି ଦୁର୍ବଳ, ସର୍ବଦା ପବିତ୍ର ରହିବ ଦରକାର । ଅନ୍ୟ ହୃଦୟର ପ୍ରଶଂସା ନକରି, ନିଜ ହୃଦୟକୁ ଭଲ ପା । ତୋ ପାଖେ ଯୋଉ ହୃଦୟ ରହିଛି ହୁଏତ ତାହା ଆଉ କାହା ପାଖେ ନାହିଁ....। ଏତିକି ରେ ଭାଙ୍ଗିଗଲା ସ୍ବପ୍ନ ଓ ଖୋଲିଗଲା ଆଖି, ନିଜ ହୃଦୟ କୁ ନିଜେ ସରି କହିଦେଲି ।


            


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational