STORYMIRROR

Rajashree Behera

Inspirational

3  

Rajashree Behera

Inspirational

ନିଧି ବନ

ନିଧି ବନ

2 mins
241

କ'ଣ ସତରେ ଏପରି ଅଲୌକିକ ସ୍ଥାନ ଅଛି??, କ'ଣ ଆମର ଏ ଅତ୍ୟାଧୁନିକ ଯୁଗର ବିଜ୍ଞାନ ଏହାକୁ ଗ୍ରହଣ କରିବ?? ଏହା ଏକ ଐଶ୍ଵରିକ ଶକ୍ତି, ନା ଏହା ପଛରେ ରହିଛି କିଛି ବିଜ୍ଞାନ ର ରହସ୍ୟ?? ଏହି ପ୍ରଶ୍ନ ଖାଲି ମୋର ନୁହେଁ, ମୋ ପରି ନିଧି ବଣ ବୁଲି ଆସିଥିଵା ପ୍ରତ୍ୟେକ ମଣିଷର.

      ହଁ, ଆଜି ବି ଏହି ପ୍ରଶ୍ନର ଉତ୍ତର ଦେଇପାରିନି ବିଜ୍ଞାନ! ଆଜି ବି ନିଧି ବଣ ର କିଛି ରହସ୍ୟ ବିଜ୍ଞାନ ଆଗରେ ଲୁକାୟିତ.

      ବୃନ୍ଦାବନରେ ଅବସ୍ଥିତ ନିଧିବଣ ର କିଛି ତଥ୍ୟ ହୃଦୟ ରେ ଭକ୍ତି ର କମ୍ପନ କରାଏ, ମସ୍ତିଷ୍କରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରାଏ, ଶରୀରରେ ଈଶ୍ୱରପ୍ରେମ ର ଭାବନା ଜାଗ୍ରତ କରାଏ l

       କୁହାଯାଏ, ପ୍ରତିଦିନ ରାତ୍ରି ରେ ମନମୋହନ ଭଗବାନ ଶ୍ରୀକୃଷ୍ଣ ଏହି ବନ କୁ ଆସନ୍ତି, ରାସଲୀଳା କରନ୍ତି, କଥାଟି ବିଶ୍ୱାସ ନହେଲା ପରି ହେଲେ ମଧ୍ୟ ସତ୍ୟ ଅଟେ. ସେଠାକାର ସମସ୍ତ ବୃକ୍ଷ ଉପରକୁ ବଢିବା ପରିବର୍ତ୍ତେ ଭୂମି ର ଦିଗକୁ ଅର୍ଥାତ ତଳ ଆଡକୁ ବଢିଥାଏ,. ଏବଂ ସନ୍ଧ୍ୟା ହେବା ପୂର୍ବରୁ ଖାଲି ମନୁଷ୍ୟ ନୁହେଁ ସମସ୍ତ ଜୀବ ଜନ୍ତୁ ମଧ୍ୟ ସେଇ ବଣ ଛାଡି ଚାଲିଯାନ୍ତି, ସତେ ଯେପରି ସେମାନଙ୍କୁ କିଏ ବାର୍ତ୍ତା ଦଉଚି. ସେହି ବଣରେ ଥିବା ଏକ ଗୃହରେ କୃଷ୍ଣ ଙ୍କ ପାଇଁ ଦାନ୍ତକାଠି, ଭୋଗ, ଏବଂ ବିଛଣା ମଧ୍ୟ ସଜା ହୋଇଥାଏ ଏବଂ ଗୃହର କୋଠରୀ ଟି ବନ୍ଦ କରାଯାଏ.ମାତ୍ର ସକାଳୁ ଗୃହ ଖୋଲିଲା ବେଳକୁ ବିଛଣା ଟି ଅଡୁଆ, ଭୋଗ ପାତ୍ର ଟି ଅଇଁଠା ଓ ଦାନ୍ତ କାଠି ଟି ବ୍ୟବହାର ହୋଇଥିବାର ଦେଖିବାକୁ ମିଳେ. ଏହା ସ୍ୱୟଂ ପ୍ରଭୁ ଶ୍ରୀକୃଷ୍ଣ ଙ୍କର ଲୀଳା ଅଟେ. ହୁଏତ କଥାଟି ଆପଣମାନଙ୍କର ବିଶ୍ୱାସ ହଉନଥିବ , ଅନେକ ଲୋକ ବିଶ୍ୱାସ ନକରି ଅନେକ ପରୀକ୍ଷା କରିଛନ୍ତି, ରହସ୍ୟ ଖୋଜିଛନ୍ତି, ଶେଷରେ ଉତ୍ତର ପାଇନାହାନ୍ତି,କି ବିଜ୍ଞାନ ବି ଏହାର ଉତ୍ତର ଦେଇପାରିନି.

          ସନ୍ଧ୍ୟା ସମୟ ପରଠାରୁ ନିଧି ବଣରେ ସମସ୍ତଙ୍କୁ ନିଷେଧ କଲା ପରେ ବି, କେତେ ଭକ୍ତ ପ୍ରଭୁ ଙ୍କୁ ଦେଖିବା ପାଇଁ ତ, କେତେକ ଲୋକ ସତରେ କଣ ପ୍ରଭୁ ଆସୁଛନ୍ତି ଜାଣିବା ପାଇଁ ଲୁଚି ରହିଥିଲେ, ଏବଂ ପ୍ରାତଃ ସମୟରେ ସେମାନେ ଅଚେତ ଅବସ୍ଥା ରେ ମିଳିଲେ, ଏବଂ ନିଜର ମାନସିକ ଭାରସ୍ୟାମ ହରାଇବସିଥିଲେ,ଦିନେ ଦୁଇଦିନ ପରେ ସ୍ୱଇଚ୍ଛା ରେ ଦେହ ତ୍ୟାଗ କରିଥିଲେ....ଆଜି ବି ଜଣେ ଭକ୍ତ ର ଚିଠି ବୃଦ୍ଧବନା ରେ ରହିଛି .

     ଗଳ୍ପ ଭଳି ଲାଗିଲେ ମଧ୍ୟ କଥା ଗୁଡିକ ସତ୍ୟ. ନିଧିବନ ର ରହସ୍ୟ ଅବର୍ଣ୍ଣନୀୟ ଏହି କ୍ଷୁଦ୍ରଗଳ୍ପ ମାଧ୍ୟମ ରେ ନିଧିବନ ର ମର୍ମ ପ୍ରକାଶ କରିବା କଷ୍ଟ, ମାତ୍ର ଅନୁଭବ କରିବା ସହଜ.

      ଜୟ ଶ୍ରୀକୃଷ୍ଣ


Rate this content
Log in

Similar oriya story from Inspirational