STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଜେନେରେଶନ ଗେଫ

ଜେନେରେଶନ ଗେଫ

3 mins
270


ଫତିମା ସୁନ୍ଦର ପେକିଙ୍ଗହେଇଥିବା ଚକଲେଟର ବଡ ଡବାଟେଧରି ପଶି ଆସିଲେ ଆମ ଘରକୁ।ଆସି କହିଲେ ଆମ ଫେରିବାର ଆଠଦଶଦିନ ହେଲାଣି ହେଲେ ପ୍ୟାକେଟ ଟା ଦେବାକୁ ସମୟ ପାଉନଥିଲି।ଏଠି ଭାରତରେ ବାହାହେଇଥିଲେ ତ ଗାଇଘିଅ ତିଆରି ବଡବଡ ଲଡୁ ବାଣ୍ଟିଥାନ୍ତି।ହେଲେ ଆମେରିକାରୁ ଏଇ ଚକଲେଟ୍ ଡବା ମାନହିିଁ ଆଣିଛି ବଣ୍ଟିବାକୁ।ପ୍ରଥମ କେତେଦିନ ତ ଘର ସଫାସଫିରେ ଚାଲିଗଲା ଏତେଦିନ ବନ୍ଦଥିଲା ଘର।ଆଜି ବାପପୁଅ ଦିଜଣ କାର ସଜାଡିବାକୁ ସହରଆଡେ ଯାଇଛନ୍ତି।ସେଇ ସୁଯୋଗପାଇ ଆପଣଙ୍କ ଘରକୁ ଆସିଗଲି।

ମୁଁ ପଚାରିଲି କାର ର କଣ ହେଲାକି ? ସେ ଉତ୍ତରଦେଲେ ଚାରିମାସ ହେଲାଣି ଆମେ ଗଲାଦିନୁ ଗାଡିଷ୍ଟାଟ୍ ହେଇନି ସେଥିପାଇଁ ବ୍ୟାଟେରି ସରିଯାଇଛି।ଷ୍ଟାଟ ହେଉନି ଗାଡି।ଗାଡିକୁ ସଜାଡିଦେଲେ ଛୋଟପୁଅ ଅବ୍ତାଭ ବାଙ୍ଗଲୋର ତା ଚାକିରି ଜାଗାକୁ ନେଇଯିବ ବୋଲି କହୁଛି।ହେଲେ ଏ ଗାଁକୁ ନେବାକୁ ଅଡି ବସିଛନ୍ତି।ଏବେ ଆମଘରେ ରୋଜ୍ ବାପପୁଅଙ୍କ ଭିତରେ ଝିକ୍ ଝିକ୍ ଚାଲିଛି।ମୁଁ ମଝିରେ ପେଶିହେଇ ରହିଯାଉଛି।କେହି ମୋରକଥା ଶୁଣୁ ନାହାଁନ୍ତି।ମୁଁ ପଚାରିଲି କଣ ହେଲାକି ମେଡମ୍ ?ସେ ତାଙ୍କ କାହାଣୀ ଆରମ୍ଭକଲେ।ଆପଣତ ଜାଣିଛନ୍ତି ମ୍ୟାଡମ୍ ଆପଣଙ୍କ ଘରେ ରହିବା ଆମକୁ ପାଞ୍ଚବର୍ଷ ହେଲାଣି।ଆପଣଙ୍କ ଘରେ ଆସିବା ଦିନଠୁବଡ ପୁଅ ପାଇଁ ବୋହୁଖୋଜା ଚାଲିଛି।ଯେତେ ଝିଅ ଆମେ ପସନ୍ଦକଲୁଭଲଘର ଭଲଝିଅ ଦେଖି ସବୁ ସେ ନାପସନ୍ଦ କରିଦେଲା।ଏବେ ଶେଷରେ କହିଲା ଯେ ସେ ଏକଝିଅ ପସନ୍ଦ କରିଛି ସେ ପୁଣି ପାକିସ୍ଥାନୀ।ଆମ ଦିଜଣଙ୍କତ ମୋଟେ ଇଛାନାହିଁ ପାକିସ୍ଥାନି ଝିଅ।ହେଲେ କଣକରିବୁ

ସେ ତାରି ଅଫିସରେ ଜବ୍ କରୁଛି।ସବୁଦୃଷ୍ଟିରୁ ତାପାଇଁ ଯୋଗ୍ୟ।ସୁନ୍ଦର ସ୍ମାଟ୍ ଏକାଅଫିସରେ କାମ ପୁଣି ଆମେରିକାରେ ସ୍ଥାୟି ବାସିନ୍ଦା ସେମାନେ।ପୁଅତ ଦଶବର୍ଷ ହେଲାଣି ଆମେରିକାରେ ଅଛି।ବଡଝିଅବି ସେଇ ଆମେରିକାରେ ତାପରିବାର ନେଇ ଚାକିରିକଲା।ଏଠିକାର ଝିଅଟେ ଖୋଜଥିଲୁଯେ ତାକୁନେଇ ସେଠି ଚାକିରି କରାଇବା ବି ସମସ୍ୟା ? ସେଠି ଚାକିରି କରୁଥିବା ଝିଅଟେ ମିଳିଛି ଯେତେବେଳେ ପୁଣି ତାର ପସନ୍ଦ ତେଣୁବାଧ୍ୟହୋଇ ରାଜିହେଲୁ।ବାହାଘର ସେଠିହେବ କହିବାରୁଏଠୁ ସବୁ ସୁନା ହୀରାଗହଣା ଓ ବାହାଘର ଜିନିଷନେଇ ଆମେରିକା ଯାଇ ବାହାଘର କଲୁ।ଯିବା ଆସିବା କେତେଖର୍ଚ ତ ଜାଣିଛନ୍ତି।ଛୋଟପୁଅ ଆମକୁଥରେ ଛାଡିବାକୁ ଗଲା।ପୁଣି ବାହାଘରକୁଗଲା।ପୁଣି ବାଙ୍ଗାଲୋର ଆସିଲା ଚାକିରିକୁ।ଆମେ ଆସିଲାବେଳେ ତିନିମାସପରେ ପୁଣି ଯାଇକି ଆମକୁ ଆଣିଲା।ଏମିତି ଯିବା ଆସିବାରେ ତାର ଯେତେ ଖର୍ଚ୍ଚହେଲା ଗୋଟିଏ ବାହାଘର ହୋଇଯାଇଥାନ୍ତା।ଏମିତିତ ଆମେରିକାରେ ସବୁ ମହଙ୍ଗା।ସେଠିକାର ମସଜିଦରେ ବାହାଘର ଭୋଜି କାଜିର ଖର୍ଚ୍ଚ ଘରୁ ମସ୍ଜିଦ ପର୍ଯ୍ୟନ୍ତ ରିସ୍ତେଦାରଙ୍କୁ ନେବାଆଣିବା ଭଡାଗାଡିର ଖର୍ଚ ଏମିତି ବହୁତ ଗୁଡାଏଟଙ୍କା ପାଣିପରି ବହିଗଲା।ସେଠି ବାହାଘରରେ ଯେତେ ଖର୍ଚ୍ଚହେଲା ଏଠି ବାହାଘର ଓ ଦୁଇଟା ଭୋଜିଜାକଜକମରେ ହେଇପାରିଥାନ୍ତା।ଝିଅଘର ଲୋକତ ସବୁ ଗୋରା ଚିଠା ବଡବଡିଆଥିଲେ।ଆମେ ସେମାନଙ୍କ ତୁଳନାରେ କିଛିନୋହୁ।ସମସ୍ତେ ସେଠି ବଡବଡ ଚାକିରି କରୁଛନ୍ତି।ଝିଅର ଭାଇ ଜଣେ ଡାକ୍ତର।ଏବେ

ଘରେ ବୋହୁ କଛି କାମ କରୁନି।କେବେ ରୋଷେଇଟିକେ କଲେ ବାସନ ଧୋଇବନି ତାର ନଖ ଖଣ୍ଡିଆ ହେଇଯିବ।ସେଥିପାଇଁ ପୁଅ ଧୁଏ।ତାର ଅବାଜାନ୍ ଏସବୁ ଦେଖି ବଡ ବିରକ୍ତ ହୁଅନ୍ତି।ଥରେ କହିଦେଲେ ଆମ ପରିବାରରେ ଏସବୁ କାମ ପୁଅପିଲା କରନ୍ତିନି।ତାଙ୍କ କଥାଶୁଣି ପୁଅବୋହୁ ଦିଜଣ ହସିଲେ।ପୁଅ କହିଲା ଅବୁ ଏଠି ଆମେ ଦୁଇଜଣ ଚାକିରିକରୁ କାମବି ଭାଗବଣ୍ଟା କରି କରୁ। ଏଠି ସମସ୍ତ ଏମିତି କରନ୍ତି।ହେଲେ ୟାଙ୍କୁ କିଏ ବୁଝେଇବ ।ଏ ମନେମନେ ଅଶାନ୍ତି ହୁଅନ୍ତି।ଏଠୁ ଶୀଘ୍ର ଚାଲିଯିବାକୁ କୁହନ୍ତି।ହେଲେ ଟିକଟ ତ ଆଗରୁ ହୋଇ ସାରିଥିଲା ଚାରିମାସ ରହିବାକୁ ପଡିଲା।ଏଠିତ ଚାକରାଣୀ ସବୁ କାମ କରିଦେଉଥିଲା।ସେଠି ବୋହୁ ଅଫିସ ଯାଏ ତେଣୁ ସବୁକାମ ମତେ କରିବାକୁପଡେ।ମୋରତ ହାତ ଦରଜଅଛି।ମୋର ଦେହ ଖରାପ ହେଇଯାଏ।କେବେକେବେ ଅଫିସରୁ ଶୀଘ୍ରଫେରିଲେ ରୋଟିବେଲିବାରେ ସାହାଯ୍ୟକରେ ବୋହୁ।ହେଲେ ବୋହୁ ଏତିକି ଭଲ ଯେ କପଡା ପୁରାଫୁଲବଡି କଭର୍ ପିନ୍ଧୁଥିଲା।କେବେ ଦେହଖୋଲା ଡ୍ରେସ୍ ପିନ୍ଧିବା ଦେଖିନି।ଆଉ ପାଞ୍ଚଟାଇମ୍ ନମାଜ ବି ପଢୁଥିଲା।ସେଠିକାର ଏସବୁ ଖର୍ଚ୍ଚ ଦେଖି ଏଠି ଆସିଲାପରେ ସେ ଛୋଟପୁଅ ଉପରେ ସବୁବେଳେ ବିରକ୍ତ ହେଉଛନ୍ତି।କହୁଛନ୍ତି ତୁ ବି ତେରା ବଡା ଭଇକି ତରହ ଶାଦୀ ମତ୍ କର୍ ଲେନା।କିତ୍ନା ଖର୍ଚ୍ଚ କରାଦିୟା।ମୋର ଛୋଟପୁଅ ବଡ ସାଦାସିଧା ବିରିମାଡଦେଖି କୋଳଥ ଚେପାପରି ଡରି ସଙ୍କୁରି ଯାଇଛି।କହୁଛି ମେରା ଶାଦୀକା ସବ୍ ଖର୍ଚ୍ଚ ମୈ ଖୁଦ୍ ଉଠଉଙ୍ଗା ।ସେ କହୁଛି ଏବେ ଚାଲ ମୋ ସାଙ୍ଗେ ବାଙ୍ଗାଲୋର ରେ ରହିବ। ହେଲେ ସେ ଗାଁରେ ରହିବାକୁ ଚାହୁଁଛନ୍ତି।ଗାଁରେ ରହିଲେ ତାଙ୍କର ଭାଇଭଉଣୀ ୟାଙ୍କୁ ଲୁଟିକି ଖଇବେ।ଏ ବହୁତ ସାଦାସିଧା ସେଠିକୁ ଗଲେ ମୋର ଏହାନାହିଁ ସେୟାନାହିଁ କହି ଇମୋସନାଲ ବ୍ଲେକମେଲ୍ କରନ୍ତି।ଆଉ ଏ ସରଳ ମଣିଷ ସବୁ ତାଙ୍କପିଛା ଲୁଟାଇଦିଅନ୍ତି।

ପିଲାମାନେ ସବୁ ଜାଣିଛନ୍ତି ସେଥିପାଇଁ ଗାଁରେ ରହିବାକୁ ମନାକରନ୍ତି। ପୁଣି ଏବେ ଏ ବୁଢା ବୟସରେ

ଗାଁରେ ରହିବା କେତେଦୂର ଯୁକ୍ତିଯୁକ୍ତ।ଦେହତ ଖରାପ ହେଇବସିଲାଣି ସେଠିଦେହ ଖରାପ ହେଲେ ପାଖରେ ଡାକ୍ତରଖାନାଟେବି ନାହିଁ।କିଏ ନେବା ଆଣିବା କରିବ ଏତେଦୂର ଡାକ୍ତର ଖାନାକୁ।ଆମେ ସହରରେ ଏତେଦିନ ରହିଲାପରେ କଣ ଗାଁ ପରିବେଷରେ ଚଳିପାରିବୁ।ହେଲେ ସେକିଛି ବୁଝୁନାହାଁନ୍ତି।ସେ କାହା ପକ୍ଷ ହେବେ।ଏବେ ଗାଁରେ ସମସ୍ତେ ବାହାଘର ଭୋଜି ମାଗୁଛନ୍ତି।ଏଠିବି ଅଫିସ ଷ୍ଟାଫ ଓ ଚିହ୍ନାପରିଚିତ ଭୋଜିପାଇଁ କହୁଛନ୍ତି।ଏଠି ବାହାଘର ହେଇଥିଲେ

ସବୁଠି ଭୋଜି ଦେଲେବି ଏତେ ଖର୍ଚ୍ଚ ହେଇନଥାନ୍ତା।ହେଲେ ଆଜିକା ପିଲାଏ ସେକଥା ବୁଝିଲେତ।ବାପାମାଆଙ୍କ ଅସୁବିଧା କିଛି ବୁଝନ୍ତିନି।କହିବେ ଗାଁରେ ତ ଆମେ ରହୁନୁ ତ ଭୋଜି ଦେବୁ କାହିଁକି?ବିଚାରା ବାପଟା ଗାଁର ସମସ୍ତଙ୍କ ଖାଇଛି ନିଜ ବେଳକୁ କେମିତି ଚୁପ୍ ରହିଯିବ।ଏମିତି ସମସ୍ୟା ଏବେ ଆମଘରେ ଚାଲିଛି ମ୍ୟାଡମ ସେ କହିଲେ।ମୁଁ କହିଲି ଏସବୁ ଜେନେରେସନ୍ ଗେଫ୍ ପାଇଁ ହେଉଛି।କେହି କାହାରି ସମସ୍ୟା ବୁଝୁନାହାଁନ୍ତି।ଦୁଇଜଣ ଦୁଇପଟୁ କିଛିକିଛି ସହଯୋଗକଲେ ଏସମସ୍ୟା ଦୂର ହୋଇ ପାରନ୍ତା।


Rate this content
Log in

Similar oriya story from Inspirational