STORYMIRROR

Gayatri Singh

Abstract Children Stories Children

4  

Gayatri Singh

Abstract Children Stories Children

ଜେଜେମା

ଜେଜେମା

2 mins
235

ଜେଜେମା ଚାଲିଗଲେ । ସାରା ପରିବାର ସ୍ତବ୍ଧ । ଏମିତି ଏତେ ଶୀଘ୍ର ସେ ଚାଲିଯିବେ କେହି ବିଶ୍ୱାସ କରିପାରୁ ନଥିଲେ । ପାଖାପାଖି ବର୍ଷେ ହେବ ତାଙ୍କ ଦେହ ଖରାପ ଥିଲା । ତଥାପି ତାଙ୍କ ଯିବା ଟା କୁ କେହି ସହଜରେ ଗ୍ରହଣ କରି ପାରୁନଥିଲେ। ସେ କେତେବେଳେ ବଡ଼ ପୁଅ ବୋହୂ ପାଖରେ ତ କେତେବେଳେ ସାନପୁଅ ବୋହୁ ପାଖରେ ଆଉ କେତେବେଳେ ଦିଅର ଯା, ପୁତୁରା,ଝିଆରୀ ପାଖରେ ରୁହନ୍ତି। ଏମିତି ଏପଟ ସେପଟ ରହିବାରେ ସମସ୍ତେ ତାଙ୍କ ଅନୁପସ୍ଥିତି କୁ ଅନୁଭବ କରନ୍ତି । ସବୁଥର ପରି ଘରର ପ୍ରତ୍ୟେକ ସଦସ୍ୟ ଭାବୁଛନ୍ତି ସେ ଯେଉଁଠି ଯାହା ପାଖରେ ହେଲେ ଥିବେ । ହେଲେ ଯେତେବେଳେ ମନକୁ ଆସେ ସେ ଆଉ ଆମ ଗହଣରେ ନାହାଁନ୍ତି , ମନରେ ବହୁତ କଷ୍ଟ ଆସେ । ଆଉ ସେଇଟା ହିଁ ଧ୍ରୁବ ସତ୍ୟ । ସେ ସମସ୍ତଙ୍କର ପ୍ରିୟ । ଘରେ ସେ କାହାର ବଡ ଭାଉଜ, କାହାର ବଡ଼ ଯା, ଆଉ କାହାର ବଡ଼ମା ତ କାହାର ବଡ ଜେଜେମା । ସମସ୍ତେ ତାଙ୍କୁ ଭଲ ପାଆନ୍ତି ।


 ଘରେ କେତେବେଳେ ପାଟିତୁଣ୍ଡ ହେଇ ମୁହଁ ଫୁଲାଫୁଲି ହେଇଥିଲେ ତାଙ୍କ ଆସିବାରେ ସେ ସବୁର ସମାଧାନ ଆପେ ହେଇଯାଏ। ସେ ସମସ୍ତଙ୍କୁ ତାଙ୍କ ସ୍ନେହରେ ବାନ୍ଧି ରଖିଥିଲେ। ତାଙ୍କ ଆସିବା ଖବର ଶୁଣୁ ଶୁଣୁ ଘରେ ଗୋଟାଏ ଖୁସି ଆଉ ବ୍ୟସ୍ତତା ର ବାତାବରଣ ଖେଳିଯାଏ । କିଏ କହେ ଆଜି ବଡ଼ ଭାଉଜ ଆସୁଛନ୍ତି, କିଏ କହେ ଆଜି ବଡମା ଆସୁଛନ୍ତି, କିଏ କହେ ବଡ ଜେଜେମା ଆସୁଛନ୍ତି । ସମସ୍ତଙ୍କ ପାଇଁ ମିଠା ଆସିଥିବ, ସମସ୍ତଙ୍କର ସେଥିରେ ଭାଗ ଥିବ ହେଲେ ସାନ ଦିଅର ଭାଗରେ ଅଧିକ ମିଠା ଥିବ । ସମସ୍ତେ ଶୁଣିଲା ପରି ସେ କହିଦେଇଥିବେ । କୁହାଯାଏ ଘରର ବଡ ଆଉ ସାନ କଥା ସମସ୍ତେ ଶୁଣନ୍ତି, ଏ'ଠି ବି ସେୟା ଚାଲେ ।


 ଅନ୍ତେଷ୍ଟି କ୍ରିୟା କର୍ମ ପରେ ବ୍ରାହ୍ମଣ କହିଲେ ସେ ମନୁଷ୍ୟ ଜନ୍ମ ରୁ ତ୍ରାହି ପାଇଗଲେ । ଆଉ ସନ୍ଧ୍ୟା ଆକାଶରେ ତାରା ଉଇଁଲେ ପିଲାମାନେ କୁହନ୍ତି ହେଇଟି ଜେଜେମା ଆସିଲେଣି । ଗୁଡ଼ ଇଭିନିଂ ଜେଜେମା,ଗୁଡ଼ ନାଇଟ ଜେଜେମା । ସେଇ ତାରା ହେଉଛି ଆମ ଜେଜେମା ନାଇଁ ନାଇଁ ସେଇଟା ନୁହେଁ ସେ ଆର ପାଖ ତାରା ଟା ଆମ ଜେଜେମା । ଏମିତି ପିଲାଙ୍କ ଭିତରେ କେତେ ଯୁକ୍ତିତର୍କ ଗହଳି ଚହଳି ଲାଗି ରହିଥାଏ । ଆଉ ଏ ଗହଳି ଚହଳି ଭିତରେ ମୁଁ ତାରାଭର୍ତି ଆକାଶକୁ ନିରେଖି ଚାହେଁ । ଆକାଶ ଟା ଯେତିକି ସୁନ୍ଦର ଲାଗେ ତାଠୁ ଢେର ବେଶୀ ସୁନ୍ଦର ଲାଗେ ତାଙ୍କ ତୋଫା ଗୋରା ହସ ହସ ମୁହଁ । ଏତିକି ବେଳେ ମୋର 'ଗୀତା' ର ପଦ ମନେ ପଡ଼ିଯାଏ । 

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ

ନୈନଂ ଦହତି ପାବକଃ.............



Rate this content
Log in

Similar oriya story from Abstract