STORYMIRROR

Sunanda Mohanty

Tragedy Crime Thriller

4  

Sunanda Mohanty

Tragedy Crime Thriller

ଜାରଜର ବାପ

ଜାରଜର ବାପ

4 mins
285


ଏମିତି ତ ମଙ୍ଗଳୁ ମାଝୀ ପୁବେଇ ମାଝୀ ଘରେ ମଦ ପିଇଆସୁଛି କାହିଁ କେତେ କାଳୁ. ସ୍ତ୍ରୀ ଗୁରେଇ ଯେତେ ଯାହା କହିଲେ ମଧ୍ୟ ମଙ୍ଗଳୁ ଶୁଣେନା. ପୁବେଇ ସ୍ତ୍ରୀ ହାତର ଗୁଡ଼ର ପୋଚ କରିବାପାଇଁ ଗୋଟେ ଯାଦୁ ଅଛି ଯେମିତି. ଅନ୍ୟ କେହି ଏମିତି ଗୁଡ଼ ପୋଚ କରିପାରିବେନି ଶୁଣି ଗୁରେଇ ମାନ କରେ ଅଭିମାନ କରେ ହେଲେ ଏ ତିରିଲା ଜାତିର ମାନ ଅଭିମାନ ବୁଝିବା ତା ମରଦକୁ କୋଉ ଜଣା ଯେ!ମଙ୍ଗଳୁ କହେ ଆଲୋ ସେମିତି କାହିଁ ହେଉଛୁ ଥରେ ତୋ ପରି ଧାଙ୍ଗଡିର ହାତ ଧରିବା ପରେ, ତୋ ଖୋସାର ଗୁରେଇ ଫୁଲ ଶୁଙ୍ଘିବା ପରେ ଓ ତୋ ହାତର ଭାତ ପେଜ ସାଙ୍ଗକୁ କାଠିଆ ଭଜା ଖାଇଲା ପରେ ଆଉ କୋଉ ତିରିଲା ମୁହଁ ମତେ ସୁନ୍ଦର ଦିଶେ ନାଇଁଲୋ ଖାଲି ମୋ ତିରିଲା ଗୁଡ଼ ପୋଚ କରି ପଚା ନହେଉ ବୋଲି ପୁବେଇ ଘରକୁ ଯାଇ ତା ତିରିଲା ହାତର ଗୁଡ଼ ପୋଚ ରନ୍ଧା ମଦ ଟୋପେ ପିଏ ଯାହା. ନହେଲେ ଦିନ ଯାକର ଶ୍ରମରେ ଦେହ ଦରଜ ଛାଡିବ କେମିତି କହିଲୁ? ମଦ କଣ ଖାଲି ମୋ ଦେହ ଦରଜ ଛଡ଼ାଏ!ତୋ ଦେହ ଦରଜ ଛଡ଼େଇବାକୁବି ତୋ ମରଦ ଶକ୍ତି ପାଏ ଲୋ ଗୁରେଇ. ଲାଜେଇ ଯାଇ ଗୁରେଇ କହେ ତିନିଟା ପିଲାର ବାପ ହେଲୁଣି କେତେ ପୁଣି ଛୋପରା ହେଉଛୁ ଯେ. ମୋର ଖାଲି ଭୟ ସେଇ ପୁବେଇ ତିରିଲାକୁ. କାହିଁକି ଲୋ? କୋଉ ଗୁଣରେ ସେ ତୋ ପାସଙ୍ଗରେ ପଡିବ କହିଲୁ. ଜନମ କରିନି. ଦେହ ବଉଳିନି. ଖୁନ୍ଦିଲା ଚେହେରାରେ ତାର ନଜର ପକେଇବୁନି କହିଦେଉଛି ମଙ୍ଗୁଳି,ନହେଲେ ଚିହ୍ନିବୁ ମତେ.

  ସତକୁ ସତ ଗୁରେଇର ପ୍ରେମ ମଙ୍ଗୁଳିକି ବାନ୍ଧି ରଖିଛି. ଆଉ କୋଉ ତିରିଲାକୁ ମୁଁହଁ ଦେଖିବା ଦୂରର କଥା କଥା ପଦେ ହୁଏନି ମଙ୍ଗୁଳି କାହା ସହ.ପୁବେଇ ସ୍ତ୍ରୀଟା ଦେହରେ ଏମିତି କଣ ଅଛିକି ଯାହା ତା ତିରିଲା ଗୁରେଇଠି ନାହିଁ. ତିନିଟା ପିଲାର ମାଆ ହେଲେ କଣ ହେଲା ମନ ବୁଝେ ମଙ୍ଗୁଲିର. ସିଆଡ଼ୁ ମଦ ଟୋପେ ପିଇ ଆସିଲା ବେଳକୁ ଗୁରେଇ ଆଖିର କଜ୍ଜଳ ଓ ମଥାର ସିନ୍ଦୁର ଟୋପାଟା ତାକୁ ଜହ୍ନ ପରି ଦେଖାଯାଏ. ପୁଣି ଗୁରେଇ ଖୋସାରେ ଗୁରେଇ ଫୁଲର ବାସ୍ନା ସାଙ୍ଗକୁ ସୋରିଷ ତେଲରେ ରସୁଣ ଦି ପାଖୁଡା ଫୁଟେଇ ଯୋଉ ମାଲିସ କରେ ନା ଗୁରେଇ!ତା ସାଙ୍ଗକୁ କରିଥାଏ କାଇ ଭଜା ଓ କରଡ଼ି ତରକାରୀ ଓ ଯାଉ. କି ସୁଆଦ ସେ ଖାଦ୍ୟ. ଖାଲି ପୁବେଇ ସହ ମିଶିକି ନପିଇଲେ ମଦ ପିଇବାରେ ଜମା ମଜ୍ଜା ଆସେନା. ହେଲେ ଆଜି ସେଇ ଗୁରେଇ କଥାରେ ଅଳପ ଅଳପ ଚାହିଁଲା ମଙ୍ଗୁଳି ରତନୀକି. ଯୋଗକୁ ପୁବେଇ ଘରେ ନଥିଲା. ରତନୀ ମଦ ଢାଳି ଦେଇ ଦିଟା କାଇ ଭଜା ଥୋଇଦେଇ ଦୂରରେ ବସି ନାକ ସୁଉଁ ସୁଉଁ କଲା ତ ସାହିପାରିଲାନି ସେଦିନ ମଙ୍ଗୁଳି. ଘୁଞ୍ଚିଗଲା ରତନୀ ପାଖକୁ. ସତେତ ବଳିଲା ବୋଳିଲା ଦିହ ହାତରେ ଜମା ଭାଙ୍ଗ ପଡ଼ିନାଇଁ ମେ ପୁବେଇଟା କି ମରଦ କେଜାଣି. ଛୁଆଟିଏ ଦେଇ ରତନୀକୁ ଜଞ୍ଜାଳୀ କରିପାରୁନି. ତିରିଲାର ମନ ବୁଝି ପାରୁନି. ଭାବୁଥିବା କଥା ଗୁଡା ମଦ ନିଶାରେ କାଶିଯାଇଥିଲା ପାଟିରୁ ତ ରତନୀ କହିଥିଲା ତୁମେ ମରଦ ବୋଲି କହିଲ କଥା ପଦେ. ମୋ ମରଦର ମରଦ ପଣିଆ ଥିଲେ ସିନା. ପେଟେ ପିଇ ଶୋଇବ. ମୋ ଆଡକୁ ନିଘା କାହିଁ? ରତନୀ କଥାରେ ଯାଦୁ ଥିଲା କି କଣ ମୁହଁଟା ତାର ମଙ୍ଗୁଳିକି ଗୁରେଇ ପରି ଦିଶିଲା ତ ଭିଡି ଧରିଲା ରତନୀକି ମଙ୍ଗୁଳି ଆଉ କାନେ କାନେ କହିଲା ସତେଲୋ ମୋ ଗୁରେଇ ଯାହା କହୁଥିଲା ତୋ ଦେହଟାର ଭୋକ ମରିନି ତ କଞ୍ଚା ଅଛି ଲୋ. କଞ୍ଚା ମାଂସର ଗନ୍ଧରେ ଗୋଟେ ଅଲଗା ନିଆରା ସୁଆଦ ପାଉ ପାଉ ମଙ୍ଗୁଳି ଭୁଲିଗଲା ରତନୀ, ଗୁରେଇ ନୁହେଁ ଆଉ ରତନୀ ଭାବୁଥିଲା ତା ତିରିଲା ଜନମ ସାର୍ଥକ କରିବାକୁ ପୁବେଇ ନୁହେଁ ମଙ୍ଗୁଳି ଦରକାର. ଏଣିକି ସବୁଦିନ ସେଇ ଆଦିମ ନିଶାରେ ଦୁହେଁ ମଙ୍ଗୁଳି ଓ ରତନୀ ଏକ ହେଉଥିଲେ ପୁବେଇର ଅଲକ୍ଷରେ.

  ଗୁରେଇ ଅନ୍ଧାରୀ ଘରର ପାରା. ତା ଆଗେ କୁଲା ଢାଉଁ ଢାଉଁ କଲେ ତାହା ବେସୁରା. ନିଜ ମରଦର ଭୋକ ନଥିବା ଦେଖି ସନ୍ଦେହ ନିଆଁରେ କୁହୁଳୁ ଥିଲା ବେଳେ ଗୁରେଇ ମଙ୍ଗୁଳୁ ଉଷ୍ମ ପ୍ରସବଣରେ ଗାଧୋଉ ଥିଲା ଥରକୁ ଥର ରତନୀର ସ୍ୱପ୍ନରେ ଝାସ ଦେଇ. ସତକୁ ସତ ରତନୀର ସ୍ବପ୍ନ ଫୁଟିଲା ପେଟରେ. ପେଟ ଫୁଟି ଦିଶୁଥିଲା ତ ପୁବେଇ କହୁଥିଲା ଆଲୋ କହୁଥିଲୁ ପରା ମୁଁ ମରଦ ନୁହେଁ ଆଉ ତୋ ଚେହେରାରେ ଏତେ ଲାଜ କୁଆଡୁ ଆସିଲା ଵା. 

  ରତନୀ ସତକୁ ସତ ଲାଜେଇ ଯାଏ ପୋଖରୀ ତୁଠରେ, ଗାଁ ତିରିଲାମାନଙ୍କ କଥାରେ. ବଢୁଥିଲା ପେଟ. ପୁବେରର ଥାଟ କିନ୍ତୁ ମଙ୍ଗୁଳିର ଆସିବା ବାଟ ବନ୍ଦ କରିଦେଇଥିଲା ରତନୀ. କହିଥିଲା ତିନି ତିନିଟା ଛୁଆର ବାପ ହୋଇ ରଙ୍ଗ ମଙ୍ଗ ଧରୁନି ପୁଣି ନିଶାପାଣି କି ଯିବାକୁ ଆଣ୍ଟ କରୁଛୁ. ସବୁ ବନ୍ଦ. ଘରେ ମୁଁ ପୋଚ କରିବି ତୁ ପିଇବୁ. ପୁବେଇ କହୁଥିଲା ମଙ୍ଗୁଳିଟା ଇର୍ଷାଳୁ, ମୋ ସୁଖ ଦେଖି ସାହିପାରୁନି କିନ୍ତୁ ରତନୀ ଯାହା ଭାବୁଥିଲା ସେୟା ହେଲା. ଜନ୍ମିତ ପିଲାଟାକୁ ଦେଖି ଖାଲି ପୁବେଇ କଣ ଗାଁ ଗୋଟାକ ଯାକ ଟୁପୁରୁ ଟାପୁରୁ ପୁରା ମଙ୍ଗୁଳି ଚେହେରା ଆଣିଛି ପୁଅ ରତନୀର. ଗାଁ ତୁଠରେ ଗୁରେଇ କହୁଥିଲା ଜନମ ହେଲା ପିଲାଟା ମାଆ ଭଳି ନହେଲେ ବାପ ଭଳି ଭଳି ଦେଖାଯାଉଥିବ. ମୋ ମରଦ ପରି କାଇଁ ଦେଖାଯିବ ଗୋ. ମୋ ମରଦ ନାମରେ ଏ ଅପପ୍ରଚାର କରିବା କଣ ଦରକାର କହି କଳି କରୁଥିବା ରତନୀ କିନ୍ତୁ ମଙ୍ଗୁଳି ଓ ପିଲାଙ୍କୁ ନେଇ ରାତି ରାତି କୁଆଡେ ଗାଁ ଛାଡି ଚାଲିଗଲା ଲୋକେ କହିଲେ ବାଘ ନେଇଯାଇଥିବ ତ କିଏ କହିଲା ହାତୀ ଜଙ୍ଗଲରେ ଦଳି ଦେଇଥିବ କିନ୍ତୁ ରତନୀ ପିଲାଟାକୁ କିଏ ତଣ୍ଟି ଚିପି ମାରିଲା ପୋଲିସ ଆସି ଗାଁଟା ସାରା ପଚରା ଉଚରା କରୁଥିଲା. ରତନୀ ଭେଁ ଭେଁ ହେଉଥିଲା ବେଳେ ପୁବେଇ କହୁଥିଲା ଆମ ଆଦିବାସୀ ଗାଁର ଡ଼ୁମା ମୋ ପୁଅକୁ ମାରିଛି. ରତନୀ ଏଡ଼େ ଏଡ଼େ ଆଖି କରି କହୁଥିଲା ଡ଼ୁମା ସଭିଙ୍କ ଠାକୁର ସେ କାହିଁ ମୋ ପୁଅକୁ ମାରିବ ସେଇ ଅଲକ୍ଷଣୀ ଗୁରେଇ ଲୁଚି ଲୁଚି ଆସି ମୋ ପୁଅର ତଣ୍ଟି ଚିପିଛି. ପୁବେଇ ତୁନି ପଡିଯାଇଥିଲା କଥାଟା ବଢ଼େଇଲେ କାଳେ ସେ ଧରା ପଡିଯିବା ଭୟରେ.


Rate this content
Log in

Similar oriya story from Tragedy