STORYMIRROR

Prasant Kumar Senapati

Comedy

2  

Prasant Kumar Senapati

Comedy

ଇସ୍ଥପା-:

ଇସ୍ଥପା-:

1 min
3.0K


 ଆରେ, କେତେଥର କହିଲିଣି ଖାଇବା ସମୟରେ ଟିଭି ବନ୍ଦ କରି ଟିକେ ଶାନ୍ତିରେ ଖାଅ । ପତ୍ନୀ ଟିଭିରେ ପ୍ରସାରିତ ନ୍ୟୁଜ୍ ପୋଗ୍ରାମକୁ ଚାହିଁ ବିରକ୍ତି ଭାବ ପ୍ରକାଶ କରି କହିଥିଲେ।

ତମେ କଣ ଜାଣିଛ ରାଜନୀତି ବିଷୟରେ,,,,,କେତେ ନକ୍ସଲ ଧରା ପଡିଛନ୍ତି, ଅପହଞ୍ଚ ଇଲାକାରେ ବିଦ୍ୟାଳୟର ଅଭାବନୀୟ ଦୃଶ୍ୟ,,,, ଶିକ୍ଷା ମନ୍ତ୍ରୀ ଇସ୍ଥଫା ଦେବା ଦରକାର,,,,ଆଉ ଗୋଟେ ବଡ ଖବର,,,ଗତକାଲି ରାତି ରେଳ ଦୂର୍ଘଟଣାରେ ଅଠର ଜଣଙ୍କ ମୃତ୍ୟୁ, ଆଜି ରେଳ ମନ୍ତ୍ରୀ ନିଜ ପଦଵୀରୁ ସ୍ବଇଚ୍ଛା ଇସ୍ଥପା ଦେବା ଆବଶ୍ୟକ ,,,ଖାଉ ଖାଉ ସ୍ବାମୀଙ୍କ ଚେହେରାର ଭାବରଙ୍ଗ ବଦଳି ଗଲା ଓ ସେ ଉତ୍ତେଜିତ ହୋଇ କହିଲେ ।

ତରକାରୀରେ ଏତେ ଲୁଣ, ଆଜିକାଲି ରୋଷେଇ ସମୟରେ ତମ ମନ କୋଉଠି ରହୁଛି ?

ହଁ, କେବେ କେବେ ଭୁଲରେ ଲୁଣ ଅଧିକା ପଡିଯାଏ । ଏହି ଛୋଟକଥାରେ ଏତେ ରାଉରାଉ କଣ ପାଇଁ ? ମୋ ଭୁଲ ପାଇଁ ସ୍ବଇଚ୍ଛାରେ ମୁଁ ରୋଷେଇ ପଦରୁ ଇସ୍ତଫା ଦେଉଛି,,,ହଁ,,,,ଆଉ ଗୋଟେ କଥା ତୁମ ପୁଅ ମ୍ୟାଥ୍ ରେ ଅଳ୍ପକେ ଫେଲ୍ ହେଉ ହେଉ ବଞ୍ଚିଗଲା,,,,,ସେପାଇଁ ବି ଶିକ୍ଷା ମନ୍ତ୍ରାଳୟରୁ ମୋ ଇସ୍ଥଫା ମଞ୍ଜୁର କରାଯାଉ ।

ସ୍ବାମି ଆଁ ଟେ କରି ଚାହିଁଥିଲେ, ଆଜି ରାଜନୀତି ଘର ଭିତରେ ପ୍ରବେଶ କରି ସାରିଥିଲା ।

ପ୍ରଶାନ୍ତ ସେନାପତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy