ଶିଶିର ସାହୁ ମନୋଜ

Inspirational

2  

ଶିଶିର ସାହୁ ମନୋଜ

Inspirational

ଇରାକର ଲାଇବ୍ରେରିଆନ୍ ମହିଳା

ଇରାକର ଲାଇବ୍ରେରିଆନ୍ ମହିଳା

2 mins
462


ଇରାକ୍ ର ଏକ ସହର ବସ୍ରା ! ଏଠାରେ ଜଣେ ଲାଇବେରିଆନ୍ ମହିଳା ରହୁଥିଲେ ତାଙ୍କ ନାଆଁ ଆଲିଆ ମହମ୍ମଦ ବେକର୍ !! ଆଲିଆଙ୍କ ଲାଇବ୍ରେରୀ ସମସ୍ତ ପୁସ୍ତକ ପ୍ରେମୀଙ୍କର ମିଳନସ୍ଥଳୀ ଥିଲା । ସେଠି ଲୋକେ ଧର୍ମ ଏବଂ ଆତ୍ମା ବିଷୟରେ ମଧ୍ୟ ଚର୍ଚ୍ଚା କରୁଥିଲେ । କିନ୍ତୁ ସେ ସବୁ ପୁରୁଣା କଥା ହୋଇଗଲାଣି । ଏବେ ଲୋକେ କେବଳ ଯୁଦ୍ଧ ବିଷୟରେ ହିଁ କଥା ହୁଅନ୍ତି ।


ଆଲିଆଙ୍କୁ ଲାଇବ୍ରେରୀର ଭବିଷ୍ୟତ କଥା ଚିନ୍ତା କରି ଭୟ ଲାଗୁଥିଲା । ସେ ଚାହୁଁ ନଥିଲେ ଯେ ଯୁଦ୍ଧ ପାଇଁ ତାଙ୍କ ବହୁମୂଲ୍ୟ ପୁସ୍ତକ ସବୁ ଅଗ୍ନିକାଣ୍ଡର ଶିକାର ହେଉ । ଲାଇବ୍ରେରୀରେ ପ୍ରାୟ ସବୁ ଭାଷାରେ ବହିଥିଲା । କିଛି ନୂଆ ଥିଲା କିଛି ବହି ପୁରୁଣା ଥିଲା ।


ପୈଗମ୍ବର ମହମ୍ମଦଙ୍କର ୭୦୦ ବର୍ଷ ପୁରୁଣା ଏକ ଜୀବନୀଗ୍ରନ୍ଥ ମଧ୍ଯ ଥିଲା ସେହି ଲାଇବ୍ରେରୀରେ.....। ଆଲିଆ ସେହି ଲାଇବ୍ରେରୀର ପୁସ୍ତକ ଗୁଡିକୁ କୌଣସି ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଅନୁମତି ମାଗିଲେ, କିନ୍ତୁ ତତ୍କାଳୀନ ଗଭର୍ନର ତାଙ୍କୁ ଅନୁମତି ଦେବାକୁ ଅସମର୍ଥ ବୋଲି ସଫା ସଫା ମନା କରିଦେଲେ ।

ତେଣୁ ଆଲିଆ ସ୍ବୟଂ ସେହି କାର୍ଯ୍ୟ କରିବା ଆରମ୍ଭ କରିଦେଲେ । କାମ ଶେଷ ହେଲେ ସେ ନିଜେ ହିଁ ନିଜ ଗାଡିରେ କିଛି କିଛି ପୁସ୍ତକ ଭରି ତାକୁ ନିଜ ଘରକୁ ନେଇଯାଆନ୍ତି । ତର୍କ ବିତର୍କ ର ବଳୟ ମଧ୍ୟରୁ ବାହାରି ଆସି ଯୁଦ୍ଧ ଏବେ ସାର୍ଥକ ରୂପ ଧାରଣ କରିବା ଆରମ୍ଭ କରିଦେଲା । ସରକାରୀ ଲୋକେ ସେହି ଲାଇବ୍ରେରୀ କୁ ନିଜର ପେଣ୍ଠସ୍ଥଳୀ କରିଲେ ।ଲାଇବ୍ରେରୀର ଛାତ ଉପରେ ବନ୍ଧୁକଧାରୀ ସୈନିକ ଜଗିବସିଲେ । ଆଲିଆ କେବଳ ଅପେକ୍ଷା କରି ରହିଲେ । ତାଙ୍କୁ ଏକ ଭୀଷଣ ଦୃଘଟଣା ହେବାର ଭୟ ଥିଲା । ଧୀରେ ଧୀରେ ଯୁଦ୍ଧ ବିଷୟକ ଗୁଜବ ସତ୍ୟ ହେବାକୁ ଲାଗିଲା । ବସ୍ରା ସହର ଯାଏଁ ଯୁଦ୍ଧର ଦାବାନଳ ପହଞ୍ଚିଗଲା ।


ସହରଟା ସାରା​ ବମ୍ ର ନିଆଁରେ ଜଳିବାକୁ ଲାଗିଲା । ବନ୍ଦୁକର କର୍କଶ ଶବ୍ଦରେ ଚାରିଆଡ଼େ ଭୟଙ୍କର​ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଧୀରେ ଧୀରେ ଲାଇବ୍ରେରୀରେ କାମ କରୁଥିବା ସବୁ ଲୋକ ଏମିତି କି ସରକାରୀ କର୍ମଚାରୀ ମଧ୍ଯ ସେଠାରୁ ଯିବାକୁ ଲାଗିଲେ । ଏବେ ଲାଇବ୍ରେରୀରେ ଏକେଲା ଆଲିଆ ହିଁ ରହିଯାଇଥିଲା । ଏବେ ସେ ହିଁ କେବଳ ତା'ର ରକ୍ଷକ ବଞ୍ଚି ଯାଇଥିଲା ।


ଆଲିଆ କିଛି ସମୟ ଯାଏଁ କୌଣସି​ ସରକାରୀ ସହାୟତା ଅପେକ୍ଷାରେ ରହିଲା ପରେ ଅନୁଭବ କଲା ଯେ ତାକୁ ଏଥିପାଇଁ ନିଜେ ହିଁ କିଛି କରିବାକୁ ହେବ.........

ତାପରେ ଆଲିଆ ବାହରକୁ ଆସି ତା ସାଙ୍ଗ ତଥା ନିକଟସ୍ଥ ହୋଟେଲର ମାଲିକ ଅନୀସ୍ ମହମ୍ମଦ କୁ ବଡ଼ ପାଟିରେ ଡାକ ଛାଡିଲେ ।

ଅନୀସ ମହମ୍ମଦକୁ ଆଲିଆ କହିଲେ କି କଣ୍ ସେ ଲାଇବ୍ରେରୀର ପୁସ୍ତକ ଗୁଡ଼ିକୁ ବଞ୍ଚାଇବା ପାଇଁ ତାକୁ ସାହାଯ୍ୟ କରିବ ?

ଅନୀସ୍ , ଆଲିଆ କଥାରେ ରାଜି ହେଲା ।


ଅନୀସ୍ ତା ଭାଇ ଏବଂ ଆଖପାଖର ଆଉ କିଛି ସହୃଦୟ ଦୋକାନୀଙ୍କ ସହ ମିଶି ଆଲିଆ ରାତିସାରା ବହି ବୋହିଲେ !

କିଛି ଦିନ ସେ ହୋଟେଲରେ ଲାଇବ୍ରେରୀର ବହି ସବୁ ରହିଲା....

ଏପଟେ ଦେଶରେ ଭୀଷଣ ଯୁଦ୍ଧ ହେଲା ଏବଂ ଦିନେ ସେହି ଲାଇବ୍ରେରୀ ଉପରେ ବମ୍ ମାଡ଼ ଯୋଗୁଁ ତାହା ନଷ୍ଟ ହୋଇଯାଇଥିଲା....

ହୋଟେଲ ନିକଟରେ ବମ୍ ପଡିଲା ପରେ ଆଲିଆ ଜାଣିଲେ ଯେ ସେଠାରେ ଆଉ ବହି ଗୁଡିକୁ ରଖିବା ନିରାପଦ ନୁହେଁ । ତେଣୁ ସେ କେତୋଟି ଗାଡ଼ି କରି ସବୁ ବହି ନିଜ ଘରେ ରଖାଇ ଦେଲେ....। ତାଙ୍କ ଘରେ ଲାଇବ୍ରେରୀଟା ଯାକର ବହି ଆସି ରହିଲା ପରେ ଆଉ ପାଦ ରଖିବାକୁ ମଧ୍ଯ ଯାଗା ନଥିଲା....।


●●●●●●●●●●●●●●●●●

ବି:ଦ୍ର - - “ଦ ଲାଇବ୍ରେରିଆନ୍ ଅଫ୍ ବସ୍ରା: ଏ ଟ୍ରୁ ଷ୍ଟୋରୀ ଫ୍ରମ୍ ଇରାକ୍” ପୁସ୍ତକର ସଂକ୍ଷିପ୍ତ ଭାବାନୁବାଦ ।

ଏହି ପୁସ୍ତକ ଟି ଜେନ୍ନେଟ୍ ୱିନ୍ଟର୍ ଲେଖିଥିଲେ । ......

ଆଲିଆ ମହମ୍ମଦ ବକର୍ ନାମ୍ନୀ ଲାଇବ୍ରେରିଆନ୍ ମହିଳା ତାଙ୍କ ବନ୍ଧୁମାନଙ୍କ ସହମିଶି ଏପ୍ରିଲ ୨୦୦୩ର ଇରାକ୍ ଯୁଦ୍ଧ ସମୟରେ ବାସ୍ରା ଲାଇବ୍ରେରୀ ର ପ୍ରାୟ ୭୦% ପୁସ୍ତକ ବଞ୍ଚାଇ ପାରିବାରେ ସଫଳ ହୋଇଥିଲେ ଏବଂ ତାହା ମଧ୍ଯ ବିନା କୌଣସି ସରକାରୀ ସହାୟତା ରେ.....



Rate this content
Log in

Similar oriya story from Inspirational