STORYMIRROR

A P Subhakanta Samal

Romance

3  

A P Subhakanta Samal

Romance

ଇପ୍ସିତ ଫଗୁଣ

ଇପ୍ସିତ ଫଗୁଣ

1 min
211

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ହୋଲି ଆସିଛି । ଫଗୁଣର ଏଇ ପର୍ବରେ ପିଲା ବୁଢ଼ା ଠୁ ଆରମ୍ଭ କରି ରାସ୍ତା ଘାଟ ସବୁ ହୋଲିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ଏହି ସମୟରେ ରଙ୍ଗ ଖେଳୁଥିବା ଛୁଆଙ୍କୁ ଲକ୍ଷ୍ୟ କରୁଥିବା ଅରୂପ ମନରେ କେବଳ ଗୋଟିଏ କଥା ଉଙ୍କି ମାରୁଥିଲା, କେମିତି ଟିକେ ଅନନ୍ୟାକୁ ଫଗୁଣର ରଂଗରେ ରଙ୍ଗୀନ୍ କରନ୍ତା କି ! କିନ୍ତୁ ନା ଅନନ୍ୟାକୁ ଫଗୁଣର ରଙ୍ଗରେ ରଙ୍ଗାୟିତ କରିଲେ କଣ ଏ ସମାଜ ତାକୁ ସହିପାରିବ ନା ଏ ରଙ୍ଗକୁ କଳଙ୍କର କାଳିମା କରିଦେବ।

ଅରୂପ ମନେ ମନେ ଭାବିବସିଛି ହଠାତ୍ ଏମିତି ହୁଅନ୍ତାନି ଅନନ୍ୟା ହାତରେ ରଙ୍ଗ ଅବିର ଧରି ମୋ ପାଖକୁ ଦୌଡି ଆସନ୍ତା । ଦୁହେଁ ଦୁହିଁଙ୍କୁ ଲାଜମିଶା ନଜରରେ ମୁହଁ ଉଠେଇ ଚାହିଁବାର ସାହସ କରି ବି ବିଫଳ ହେଉଥିବେ ଆଉ ଅନନ୍ୟା ଅରୂପର ଗାଲରେ ଗୋଲାପୀ ରଙ୍ଗର ଅବିର ବୋଳି ଦୂରକୁ ଚାଲି ଯାଉଥିବ । ତାକୁ ପିଛା କରି ଅରୂପ ମଧ୍ୟ ଯାଇ ଫଗୁଣର ମେଞ୍ଚାଏ ଫଗୁ ବୋଳି ଦିଅନ୍ତା ଅନନ୍ୟାର ଗୋରା ଗାଲରେ, ପରସ୍ପର ମଧ୍ୟରେ ହୋଲିର ସାତ ରଙ୍ଗ କେତେବେଳେ ପ୍ରେମର ଇନ୍ଦ୍ରଧନୁ ସାଜି ଯୌବନର ଫଗୁଣରେ ଅଦିନ ଶ୍ରାବଣର ଉନ୍ମାଦନା ସୃଷ୍ଟି କରନ୍ତା କେହି ଜାଣିପାରନ୍ତେନି । ଦୁହେଁ ଦୁହିଁଙ୍କୁ ଦେଖି କେବଳ ଆଖିର ଭାଷାକୁ ବୁଝିବାକୁ ଚେଷ୍ଟା କରନ୍ତେ । 


ହଠାତ୍ ଅନନ୍ୟାର ଶବ୍ଦ ଶୁଣି ପ୍ରକୃତିସ୍ଥ ହେଲା ଅରୂପ । ଅରୂପ ସାମ୍ନାରେ ରଙ୍ଗ ଧରି ଭିନ୍ନ ଦିଗରେ ଚାଲିଯାଉଥିଲା ଅନନ୍ୟା ଆଉ ଦୂରକୁ ଚାଲି ଯାଉଥିବା ଅନନ୍ୟା ସହିତ ଅରୂପର ଇପ୍ସିତ ଫଗୁଣ ବି ଧୀରେ ଧୀରେ ଫିକା ହେବାକୁ ଲାଗୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance