STORYMIRROR

A P Subhakanta Samal

Drama Inspirational Others

4  

A P Subhakanta Samal

Drama Inspirational Others

ଲକ୍ ଡାଉନ୍

ଲକ୍ ଡାଉନ୍

1 min
325

କରୋନା କୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଛନ୍ତି "ଲକ୍ ଡାଉନ୍"। ଦିନ ତମାମ ନିଜ କାମରେ ବ୍ୟସ୍ତ ରହୁଥିବା ଲୋକ ଏବେ ଗୋଟିଏ ଜାଗାରେ ବନ୍ଦୀ। କିଏ କିଏ ନିଜ ପରିବାର ସହିତ ଖୁସିରେ ସମୟ କାଟୁଥିବା ବେଳେ ଆଉ କିଏ ଘରଠାରୁ ଦୂରରେ ଏକା ଏକା ଦୁଃଖୀ।

ଠିକ୍ ସେମିତି ଘର ପରିବାର ଠାରୁ ଅନେକ ଦୂରରେ ରହିଯାଇଛି ବିଶାଲ। ଆପାର୍ଟମେଣ୍ଟ ର ସେହି ରୁମ୍ ଆଜି ତାକୁ ଜେଲ୍ ର କୋଠରୀ ପରି ଅନୁଭୂତ ହେଉଛି। ଦିନସାରା କାମ ଚାପରେ ରହି ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖୁଥିବା ବିଶାଲ ଆଜି ଏକାକୀପଣର ମାନସିକ ଚାପରେ ଅସ୍ତବ୍ୟସ୍ତ ହୋଇପଡିଛି। ଏକାକୀ ରହି ରହି ବିଶାଲ ମନରେ ନିଜର ଜୀବନକୁ ନେଇ ହୀନମନ୍ୟତା ସୃଷ୍ଟି ହୋଇଛି। 

ଏପରି ପରିସ୍ଥିତିରେ ହଠାତ୍ ତା କାନରେ ପଡ଼ିଛି ପିଞ୍ଜରା ଭିତରେ ବନ୍ଦ ଥିବା ପକ୍ଷୀଟିର ଶବ୍ଦ। ସେହି ପକ୍ଷୀ ଯାହାକୁ ସେ କିଛିମାସ ତଳେ ଆଣି ରଖିଥିଲା ଆଉ ତା ଅଫିସ୍ ସମୟରେ ଦେଖାଶୁଣା କରିବାକୁ ଲୋକ ବି ରଖିଥିଲା। ତାକୁ ଅନୁଭବ ହେଲା ସେ ତା ପ୍ରତି କିଛି ଅନ୍ୟାୟ କରୁନି ତ! ନା ଆଉ ନିଜର ଆବେଗ ସମ୍ବରଣ କରି ନ ପାରି ବିଦ୍ୟୁତ୍ ବେଗରେ ଚାଲିଗଲା ତା ପିଂଜରା ପାଖକୁ ଆଉ ଉନ୍ମୁକ୍ତ କରିଦେଲା ତାର ଦ୍ଵାର। ପକ୍ଷୀଟି ଧୀରେ ଧୀରେ ବିଶାଲର ଆଖିରୁ ଦୂରକୁ ଚାଲି ଯାଉଥିଲା ଆଉ ବିଶାଲ ପାଟିରୁ ବାହାରି ଆସୁଥିଲା 

"ହେ ଈଶ୍ୱର କାହାରିକୁ ନିଜ ଲୋକଙ୍କ ଠାରୁ ଦୂରେଇ ଦିଅନି କି ଏ ବନ୍ଦୀ ଜୀବନ ଦିଅନି"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama