STORYMIRROR

A P Subhakanta Samal

Inspirational Others

2  

A P Subhakanta Samal

Inspirational Others

ଭିନ୍ନ ଏକ ସତ୍ୟବାନ

ଭିନ୍ନ ଏକ ସତ୍ୟବାନ

1 min
13.9K


ସାବିତ୍ରୀ ଅମାବାସ୍ୟା ପରି ଦିନରେ ବି ଛୁଟିଟିଏ ମିଳିଲାନି,ସବୁ ଦିନ ପରି ଆଜି ବି କାମ। ଘରୋଇ ସଂସ୍ଥାରେ କାମ କରିବା ବୋଧହୁଏ ଛୁଟିକୁ ଭୁଲିଯିବା ସହ ସମାନ। ବିବାହ ପରର ପ୍ରଥମ ସାବିତ୍ରୀ ବ୍ରତକୁ ନେଇ ମୋର ଆଉ ଅନୁର ଯେତିକି ଉତ୍କଣ୍ଠା ଧୀରେ ଧୀରେ କମିବାକୁ ଲାଗିଲା। ସବୁ ଦିନ ପରି ଅନୁ ମୋ ଜଳଖିଆ ଡବାଟି ମୋତେ ଅଫିସ୍ ଯିବା ପୂର୍ବରୁ ଧରାଇ ଦେଇ ତା କାମରେ ଲାଗିଗଲା। ଅଫିସ୍ ରେ ଜଳଖିଆ କରିବା ପୂର୍ବରୁ ମୋର ମନେ ପଡିଗଲା ଆଜି ଅନୁ ମୋ ପାଇଁ ଉପବାସ ରଖିଥିବ ନା ମୁଁ ଆଉ ଖାଇ ପାରିଲିନି। ଅନୁ କଥା ଭାବି ମୋତେ ଭାରି ବ୍ୟସ୍ତ ଲାଗିଲା। ଅଫିସ୍ ରୁ ଟିକେ ଶୀଘ୍ର ବାହାରି ଆସିଲି। ଘରେ ପହଞ୍ଚି ଦେଖିଲି ଅନୁ ଏକ ଲାଲ ଶାଢ଼ୀ ପିନ୍ଧିଛି, ସତେ ଯେମିତି ନବବିବାହିତ ବଧୂ ହେଲେ ସବୁ ଦିନ ମୋ ଫେରିବା ବେଳକୁ ଖୁସି ଦେଖାଯାଉଥିବା ଅନୁର ମୁହଁ ଫିକା ପଡିଯାଇଛି। ଅନୁ ନିଜ ଖାଇବା କଥା ନ ଭାବି ସବୁ ଦିନ ପରି ମୋ ଜଳଖିଆ ଡବା ଖୋଲି ଦେଖିଲା ।ସବୁ ଦିନ ପରି ଜଳଖିଆ ଖୋଲିବା ପୂର୍ବରୁ କହିବା ଆରମ୍ଭ କରିଦେଲା "ମୁଁ ଜାଣିଛି ଆଜି ବି ତମେ ସବୁ ଖାଇନଥିବ ଖାଇବା ଛାଡିଥିବ। ଏତିକି ଖାଇପାରୁନ ଦେହ ଝଡିଗଲାଣି। " ଜଳଖିଆ ଖୋଲିବା ବେଳକୁ ମୁଁ ବିଲକୁଲ ଖାଇନଥିବା ଦେଖି ଅନୁ ଆରମ୍ଭ କରିଦେଲା "କି କାମ କରୁଛ ଯେ ଖାଇବାକୁ ସମୟ ନାହିଁ।" ମୁଁ ସେଠୁ ତାକୁ ବସାଇ ଦେଇ କହିଲି "ଆଲୋ ହୁଣ୍ଡି ଦିନସାରା ସମସ୍ତଙ୍କ କଥା ଭାବୁଛୁ ହେଲେ ନିଜ କଥା ଭାବିବାକୁ ତୋ ପାଖରେ ସମୟ ନାହିଁ, ଯଦି ତୁ ସାବିତ୍ରୀ ବ୍ରତ କରି ମୋ ଦୀର୍ଘ ଜୀବନ କାମନା କରୁଛୁ ତାହେଲେ ମୁଁ କାଇଁ କରି ପାରିବିନି।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational