Writer Roja Panda

Tragedy

2  

Writer Roja Panda

Tragedy

ଇଭିଲ୍ ଅଫ୍ ଦ ଡେ

ଇଭିଲ୍ ଅଫ୍ ଦ ଡେ

3 mins
672



ଫାଦର.... ଫାଦର.... ଫାଦର....(କେହି ଜଣେ ଖୁବ୍ ଉଚ୍ଚ ସ୍ୱରରେ ଚିତ୍କାର କରି ଚର୍ଚ୍ଚ ଭିତରକୁ ପସି ଆସିଲା)

ପ୍ରଫେସର ଷ୍ଟେନିସ୍ ପଛକୁ ଚାହିଁ ଦେଖିଲେ ବାହାରେ ଖୁବ୍ ଜୋରରେ ବର୍ଷା ଲାଗିରହିଛି । ଆକାଶରେ ମାରୁଥିବା ବିଜୁଳିର ଝାପସା ଆଲୁଅରେ ଚର୍ଚ୍ଚର ସବା ପଛ ଚେୟାର ପାଖରେ କେହି ଜଣେ ଖୁବ୍ ଭୟରେ କାନ୍ଦି କାନ୍ଦି କହୁଛି,ମତେ ବଞ୍ଚେଇ ଦିଅ । ସେମାନେ ମତେ ମାରିଦେବେ ।ଫାଦର ଦେଖିଲେ ଜଣେ ବାଇଶି କି ତେଇଶି ବର୍ଷର ଝିଅଟିଏ । ଦେହ ସାରା ମାଟି ଆଉ କାଦୁଅ ଛିଟା । ଦେହର ବୋହୁତ ସ୍ଥାନ କ୍ଷତାକ୍ତ ଆଉ ରକ୍ତ ଜୁଡୁବୁଡ଼ୁ । ପିନ୍ଧା ଲୁଗାର ଅଧା ଅଧା ସ୍ଥାନ ଛିଣ୍ଡି ଯାଇଛି । ଆଖି ଦୁଇଟି ପୁରାପୁରି ରକ୍ତବର୍ଣ୍ଣ ।ମୁଣ୍ଡ ବାଳ ଆଲୁରୁ ବାଲୁରୁ ହେଇ ମୁହଁରେ ପଡିଛି । ଅଖିରେ ଧାର ଧାର ଲୁହ । ଫାଦର ସେ ଝିଅ ପାଖକୁ ଯାଇ ପଚାରିଲେ କଣ ହେଇଛି ତୁମର ? ଏତେ ଭୟଭୀତ କଣ ପାଇଁ ? ଝିଅଟି କହିଲା -ମୁଁ ମ୍ୟାରୀ । ଚର୍ଚ୍ଚର ସାମ୍ନା ଡାକବଙ୍ଗଳା ହେଉଛି ମୋ ଘର । ସେଠି ମୁଁ ମୋ ସାବତ ମାଆ ଆଉ ମାମୁଙ୍କ ସହିତ ରହେ । ମୋ ବାପା ମରିବା ପୂର୍ବରୁ ତାଙ୍କର ସବୁ ସ୍ତାବର ଅସ୍ତାବର ସମ୍ପତ୍ତି ମୋ ନାଁ ରେ ଉଇଲ କରିଦେଇଛନ୍ତି । ସେଇଥିପାଇଁ ମୋ ସାବତ ମାଆ ଆଉ ମାମୁ ମିଶି ମତେ ମାଡ ମାରି ,ମୋ ହାତ ଗୋଡ଼ ବାନ୍ଧି ମତେ ଜିଆନ୍ତା ଗୋଟେ ବାକ୍ସରେ ପୁରାଇ ଏଇ ପାଖ ମଶାଣୀରେ ପୋତିଦେଇଥିଲେ । ମୁଁ ସେଇ ବାକ୍ସ ଭିତରେ ବିହୁତ ଅଣନିଃଶ୍ଵାସୀ ହେଇପଡୁଥିଲି ।ଖୁବ୍ ଜୋର୍ ରେ ଚିତ୍କାର କରି ସାହାଯ୍ୟ ମାଗୁଥିଲି । ସେଇ ବାକ୍ସକୁ ନିଜ ହାତ ଆଉ ଗୋଡ ଦ୍ୱାରା ଖୁବ୍ ଜୋରରେ ଆଘାତ କରୁଥିଲି ଖୋଲିବାପାଇଁ । ଧୀରେ ଧୀରେ ମୋର ନିଃଶ୍ୱାସ ବନ୍ଦ ହେଇ ଆସୁଥିଲା । ମୋର ତଣ୍ଟି ଶୁଖିଶୁଖି ଆସୁଥିଲା । ମୋର ହାତ ଆଉ ଗୋଡ଼ ନିସ୍ତେଜ ହେଇ ଆସୁଥିଲା । ଠିକ୍ ସେତିକିବେଳେ କେଉଁ ଏକ ଅଲୌକିକ ଶକ୍ତି ବଳରେ ମୁଁ ସେଇ ବାକ୍ସ ଭାଙ୍ଗି ବାହାରକୁ ବାହାରି ଆସିଲି । ଆଉ ନିଜ ଜୀବନ ବଞ୍ଚାଇବାପାଇଁ ଏଇ ଚର୍ଚ୍ଚ ଭିତରକୁ ପସିଆସିଲି । ମତେ ବଞ୍ଚାଅ ଫାଦର । ନହେଲେ ସେମାନେ ମତେ ଆଉଥରେ ମାରିଦେବେ । ନିରୀହ ଝିଅଟି ମୁହଁରୁ ଏସବୁ ଶୁଣି ପ୍ରଫେସର ଫାଦର ସ୍ତବ୍ଧ ହେଇ ଦୁଇପାଦ ପଛକୁ ଫେରିଆସିଲେ । ଏବଂ ନିଜର ବିଦ୍ୟା ବଳରେ ଧ୍ୟାନକରି ସବୁ ସତକଥା ଜାଣିପାରିଲେ । ଫାଦର ଆଖି ଖୋଲି ସେ ଝିଅଟିକୁ ରେଷ୍ଟ-ଇନ-ପିସ୍ ମାଇଁ ଚାଇଲ୍ଡ଼ ବୋଲି କହିଲେ । ମ୍ୟାରୀ କିଛି ବୁଝିନପାରି ଫାଦରଙ୍କୁ ଆଉଥରେ ନିଜକୁ ସୁରକ୍ଷା ଦେବାପାଇଁ ବିନମ୍ର କଲା । ଫାଦର କହିଲେ - ଗୋଟେ ଆତ୍ମାକୁ ମୁଁ କେମିତି ବଞ୍ଚିବାପାଇଁ ସାହାଯ୍ୟ କରିପାରିବି ମାଇଁ ଚାଇଲ୍ଡ଼ । ତୁମେ ମରିସାରିଛ । ଏବେ ମୋ ସାମ୍ନାରେ ଯିଏ କଥା କହୁଛି ସେ ହେଉଛି ତୁମ ଆତ୍ମା । ମ୍ୟାରୀ କହିଲା - ନା ନା ଏମିତି ହେଇପାରିବନାହିଁ । ମୁଁ ବଞ୍ଚିଛି । ହଁ ହଁ ମୁଁ ବଞ୍ଚିଛି । ମ୍ୟାରୀ ନିଜ ଦେହ ଆଉ ମୁଣ୍ଡର ବାଳକୁ ସଜାଡି ପୁଣି କହିଲା ହଁ ହେଇ ଦେଖ ଫାଦର ମୁଁ ବଞ୍ଚିଛି । ମୁଁ ବଞ୍ଚିଛି । ଫାଦର ସେଇ ନିରୀହ ଝିଅଟିର କରୁଣ ଆତ୍ମବିଶ୍ୱାସ ସାମ୍ନାରେ ମର୍ମାହତ ହେଇପଡୁଥିଲେ । ହେଲେ ସତ କେବେବି ବଦଳି ପାରିବନାହିଁ । ଆଉ ସତ ହେଉଛି ଯେ ମ୍ୟାରୀ ଆଉ ଏ ଦୁନିଆରେ ନାହିଁ ।ଫାଦର ନିଜର କୋହକୁ ଚାପି ମ୍ୟାରୀକୁ ତାର ମୃତ୍ୟୁର ସତ୍ୟ ଅଵଲୋକନ କରାଇବା ପାଇଁ କହିଲେ - ମ୍ୟାରୀ ତମେ ମରିସାରିଛ । ଏଇଟା ତୁମ ଶରୀର ନୁହେଁ ତୁମ ଆତ୍ମା । ମତେ ବିଶ୍ୱାସ କର । ଆଉ ଯଦି ମୋ ଉପରେ ବିଶ୍ୱାସ ପାଉନି ତେବେ ମତେ ଛୁଇଁ ଦେଖ । ଜାଣିପାରିବ ଯେ ତୁମେ ମୃତ । କାରଣ ଆତ୍ମା କେବେ ବଞ୍ଚିଥିବା ବ୍ୟକ୍ତିଙ୍କୁ ଛୁଇଁପାରିବ ନାହିଁ । ଏସବୁ ଶୁଣି ମ୍ୟାରୀ ହାତ ବଢାଇ ଫାଦରଙ୍କୁ ଛୁଇଁବାକୁ ଚେଷ୍ଟା କଲା । କିନ୍ତୁ ଏ କଣ ? ସେ କଣ ସତରେ ଗୋଟେ ଆତ୍ମା ? ଏଇ କିଛି ସମୟ ପୂର୍ବରୁ ତ ସେ ତା ମାଆ ଆଉ ମାମୁଙ୍କ ଠାରୁ ଖାଉଥିବା ଗୋଇଠା ଆଉ ଚାପୁଡ଼ାର କଷ୍ଟକୁ ଅନୁଭବ କରିପାରୁଥିଲା ହେଲେ ଏବେ ହଠାତ ଏ ପରିବର୍ତ୍ତନ କେମିତି ? ସେ କିଛି ଅନୁଭବ କରିପାରୁନି କାହିଁକି ? ମ୍ୟାରୀ ଖୁବ୍ ଜୋର୍ ରେ ଚିତ୍କାର କରି ନିଜ ମୃତ ଶରୀରକୁ ଖୋଜିବାକୁ ଲାଗିଲା । ସେ ପୁନର୍ବାର ବଞ୍ଚିବାକୁ ଚାହୁଁଥିଲା । ସେ ପ୍ରତିଶୋଧ ନେବାକୁ ଚାହୁଁଥିଲା । ସେଇଥିପାଇଁ ମ୍ୟାରୀ ନିଜର କ୍ଷତାକ୍ତ ପୂର୍ଣ୍ଣ ବିକୃତ ଶରୀରରେ ପୁନର୍ବାର ପ୍ରବେଶ କରି ପାଲଟିଗଲା ଏକ ଅଶରୀରୀ ।ପାଲଟିଗଲା ଏକ ଜୀଅନ୍ତା ଭୂତ। ମଣିଷର ରକ୍ତ ହେଇଗଲା ତାର ନିତିଦିନର ପାନୀୟ । ସେ ପାଲଟିଗଲା ଏକ ରାତ୍ରିଚର । କିଟ୍ କିଟ୍ ଅନ୍ଧାରର ବକ୍ଷରେ ସେ ଖୋଜିବୁଲିଲା କେବଳ ମଣିଷର କଞ୍ଚା ମାଂସ ଆଉ ହାଡ କଙ୍କାଳ ।


Rate this content
Log in

Similar oriya story from Tragedy