STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଇ ଉ ଟର୍ଣ୍ଡ ଓ ରଂଗ ଟର୍ଣ୍ଡ

ଇ ଉ ଟର୍ଣ୍ଡ ଓ ରଂଗ ଟର୍ଣ୍ଡ

2 mins
324

ମୁଁ ସେଦିନ ଡ୍ରାଇଭର ସହ ଏକ ସାହିତ୍ୟ ସଭାରେ ଯୋଗ ଦେବାକୁ ଯାଉଥାଏ। ସାଙ୍ଗରେ ଆଉ କେତେଜଣ କବୟିତ୍ରୀବି ମୋ ଗାଡିରେ ବସି ଥାଆନ୍ତି। ଆମେ ବେଶଭୂଷା ହେଇ ବାହାରୁ ବାହାରୁ ବିଲମ୍ବ ହେଇ ସାରିଥାଏ।ମୁଁ ଡ୍ରାଇଭରକୁ କହୁଥାଏ 

ଶୀଘ୍ର ଗାଡି ଚଲା।ଆମେ ସଡକର ଯେଉଁପଟେ ଯାଉଥାଉ ତା ବିପରୀତ ଦିଗରେ ଆମ ସାହିତ୍ୟ ସଭା ଆୟୋଜନ ହେଇଥିଲା।ମୁଁ ଦେଖିଲି।ମଝିରେ ଏକ ରାସ୍ତା ଥିବାସତ୍ତ୍ବେ ସେ ଗାଡିକୁ ବହୁଆଗଯାଏ ଚଲାଇ ନେଲା ଓ ୟୁଟର୍ଣ ମାରି ବୁଲେଇ ଆଣିଲା।ମୁଁ କହିଲି ଏତେଦୂର ଗାଡିକୁ ଆଣି ବୁଲେଇଲୁ ଆଗ ରାସ୍ତାରେ ବି ତ ବୁଲେଇ ପାରିଥାନ୍ତୁ।ଡ୍ରାଇଭର କହିଲା।ଏହା

ନୀୟମ ବିରୁଦ୍ଧ କାମ।ଯୋଉଠି ୟୁ ଟର୍ଣ ର ଚିହ୍ନ ଥିବ ସେଠି ହିଁ ଆମେ ଗାଡି ବୁଲେଇ ପାରିବା।ରାସ୍ତା ଅଛି ବୋଲି ଯଦି ଏଠିସେଠି ଗାଡି ପଶେଇବା ତାହେଲେ ତାହା ରଙ୍ଗଟର୍ଣ ହେଇ ଦୁର୍ଘଟଣା ଘଟାଇବ।ମୁଁ ଯଦିଓ ରୁଲ କୁ ମାନେ କିନ୍ତୁ ସେଦିନ ବିଲମ୍ବ ହେଇଯାଉଥିବାରୁ ତାକୁ ଏମିତି ଭୂଲ କହିଦେଲି।ପରେ ମତେ ରିଏଲାଇଜ 

ହେଲା।ମୁଁ ଦେଖିଛି ଆମେରିକାରେ ଗାଡି ନୀୟମକୁ ଲୋକେ କେତେ ଶ୍ରଦ୍ଧାରେ ମାନନ୍ତି।ଯୋଉ ରାସ୍ତାରେ ଯେମିତି ଚିହ୍ନ ଥିବ ଯେତେ ସ୍ପିଡରେ ଯିବାକୁ ଲେଖାଥିବ ସେ ହିସାବରେ ଗାଡି ଚଲାନ୍ତି।ନହେଲେ ଦୁର୍ଘଟଣା ହେଇଯିବ।ଲୋକଟେ ସଡକ କ୍ରସ କରୁଥିଲେ ଗାଡି ସେ ଯିବାଯାଏ ଅପେକ୍ଷା କରିଥାଏ।ଥରେ ମୁଁ ମୋ ଝିଅ ପାଖକୁ ଆମେରିକା ଯାଇଥିବାବେଳେ ଡଷ୍ଟବିନ ନେଇ ସଡକ ଆରପଟକୁ ପକାଇବାକୁ ଯାଇଥାଏ। ଫେରିଲାବେଳେ ଝିଅଟିଏ ଗାଡିଚଳାଇ ଆସୁଥାଏ।ମୁଁ ରାସ୍ତା ପାରିକରିବାର ଉପକ୍ରମରେ ଥାଏ ,ସାମନାଆଡୁ ଗାଡି ଆସିବା ଦେଖି ଟିକେ ଦବକି ଠିଆହେଲି ହେଲେ ସେ ଝିଅ ତାଗାଡି ସେଠି ବନ୍ଦକରି ଅପେକ୍ଷାକଲା ତାହା ଦେଖି ମୁଁ ସଡକ ପାର କରିଗଲି।ମୁଁ ସଡକର ଆରପଟେ ଆସିବା ପରେ ଯାଇ ସେ ତା ଗାଡି ନେଇ ଆଗକୁ ବଢିଲା।ଏକଥା ମୁଁ ମୋ ଝିଅକୁ ଆସି ଘରେ କହିବାରୁ ସେ କହିଲା ହଁ ମାଆ ଏଠି ସଡକରେ ଚାଲୁଥିବା ଯାତ୍ରୀଙ୍କୁ ବିଶେଷ ଧ୍ୟାନ ଦିଆଯାଏ।କିଏ ସଡକ କ୍ରସ କରୁଥିଲେ ଗାଡି ଅଟକିବାକୁ ପଡେ।ହେଲେ ଆମ ଭାରତରେ ସମସ୍ତେଏତେ ଜଲଦିରେ ଥାଆନ୍ତି ଯେ ଶୀଘ୍ରତାରେ ଯାଉଯାଉ ଦୁର୍ଘଟଣା କରି ଦିଅନ୍ତି।ଆଉ ସେଠି ଯଦି ଜଣେ ରୁଲଭଙ୍ଗକରି ଚାଲିଯିବାକୁ ଚାହିଁବ ତ ଯାଇପାରିବନି।କାରଣ ସବୁଠି ସାଏରନ୍ ଲାଗିଛି।ଯଦି ଗାଡି ସଡକରେ ଟଣାଗାର କ୍ରସକରି  ଅନ୍ୟପଟେ ଚକା ଗଡିଲାତ ସେପଟେ ସାଏରନ୍ ବାଜିଯିବ,ଓ ସାଙ୍ଗେ ସାଙ୍ଗେ ପୋଲିସ ପହଞ୍ଚି ଫାଇନ୍ କରିଦେବ।ଏଠି ସେଠି ଗାଡି ଅଟକି ପାରିବ ନାହିଁ।ଷ୍ଟପ୍ ଜାଗା ଦେଖି ଗାଡି ଠିଆକରିହେବ ଅନ୍ୟର ଗାଡି ରହିବା ଜାଗାରେ ଗାଡି ରଖିଲେ ବା ଭୂଲ ଜାଗାରେ ଗାଡି ଠିଆ କରିଥିଲେ ପୋଲିସ ଖବର ପାଇ ଗାଡିକୁ ଟାଓ କରି ନେଇଯାଏ ସେଠି,ଆଉ ବଡଧରଣର ଫାଇନ୍ ଦେବାକୁ ପଡେ।।ସେଥିପାଇଁ କେବେବି ରଙ୍ଗ ଟର୍ଣରେ ଯିବା ଉଚିତ ନୁହେଁ।ଯିଏ ଏମିତି କରିବ ଆପେ ବିପଦକୁ ପାଖକୁ ଡାକିବ।ସମୟ ପଛେ ଲାଗୁ ନୀୟମ ମାନି ଗାଡିଚଲାଇବା କଥା। ଆମେ ସଭାରେ ପହଞ୍ଚିଲା ବେଳକୁ ସଭାକାର୍ଯ୍ୟ ଆରମ୍ଭ ହେଇ ଯାଇଥିଲା।ତଥାପି ଆମେ ସୁରକ୍ଷିତ ରେ ପହଞ୍ଚି ପାରିଥିଲୁ।ବାକି ସବୁକାମ ଠିକ୍ରେ ହେଇଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational