Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ହୁମାୟୁନ

ହୁମାୟୁନ

2 mins
224



ଆଫଗାନିସ୍ତାନ ର ରାଜଧାନୀ କାବୁଲ ସହରର ଛୋଟିଆ ଗ୍ରାମଟି ରକ୍ଷା ପାଇଯାଇଥିଲା ତାଲିବାନୀଙ୍କ ଆକ୍ରମଣରୁ । ହୁଏତ ଗ୍ରାମବାସୀମାନେ ମାନିଯାଇଥିଲେ ତାଲିବାନୀମାନଙ୍କ ସମସ୍ତ ଦାବୀ କି କଣ କେଜାଣି ବୁଝୁନଥିଲା ସେକଥା ହୁମାୟୁନ ।ଜାଣୁନଥିଲା ବି ଅନ୍ୟ କିଛି, ଯେତେବେଳେ ବିଶ୍ୱର ସବୁ ଦେଶ ଓ ଦେଶର ପ୍ରତ୍ୟେକ ରାଜ୍ୟ ଗୁଡିକର ସବୁ ମିଡ଼ିଆରେ ତାଲିବାନୀଙ୍କ ବର୍ବରୋଚିତ କାର୍ଯ୍ୟକଳାପର ଚିତ୍ରଣ ସହ, ଆଫଗାନିସ୍ଥାନରୁ ଫେରିଆସିଥିବା ଭାରତୀୟ ମହିଳା ସାମ୍ବାଦିକ"ହୋଲି କାମେ" ଙ୍କର ତାଲିବାନୀମାନଙ୍କର ଆଫଗାନିସ୍ତାନ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ବି ହୁମାୟୁନ ଅବଗତ ନଥିଲା । ହେଲେ ଗାଁ ଗୋଟାକ ଯାକର ସବୁ ଗାଈଗୋରୁଙ୍କୁ ନେଇ ଚରାଇ ଯିବା ପୂର୍ବରୁ ଓ ସନ୍ଧ୍ୟାପୂର୍ବରୁ ଗୋଠ ବହୁଡେଇ ଆଣି ପାଳି ଅନୁଯାଇ ବାବୁଘର ବୋଲି କହୁଥିବା କେତେଜଣଙ୍କ ଘରେ ଖିଆପିଆ ସାରି ଘରକୁ ଫେରିବା ସମୟ ଓ ଖାଦ୍ୟପେୟର ଅନିୟମିତତା ସନ୍ଦର୍ଶନରେ। କେତେକ ବାବୁଆଣୀ ବିଚଳିତ ହେଉଥିଲେ, କାରଣ କେବେ ଦୁଇଥର ମାଗୁନଥିବା ଖାଦ୍ୟ ଏଵେ ଦୁଇଥର ମାଗିବା ଓ ଖାଇନପାରି ଘରକୁ ନେଇଯିବା ତଥା କାହାକୁ ଶାଢ଼ୀଖଣ୍ଡେ ଦିଅ ତ କାହାକୁ ପୁରୁଣା ବେଡ଼ସିଟ ମାଗୁଥିଲା , ଆଉ ବାର୍ଷିକ ଭତ୍ତା ବାଦେ ପଇସା ମାଗିବା କେତେକଙ୍କୁ ବିଚଳିତ କରୁଥିଲା ହୁମାୟୁନର ବ୍ୟବହାର lଦିନା କେତେ ସେହିପରି ବ୍ୟବହାରରେ ହୁମାୟୁନ ପ୍ରତି କେହି କେହି ଦୟାରେ କେହି ତାର ଆବଶ୍ୟକତା ଥିବ ଭାବି କିଛି ମନେ କରୁନଥିଲେ ବି କ୍ରମାଗତ ହୁମାୟୁନର ଏପରି ବ୍ୟବହାର ସନ୍ଦେହ ଦୃଷ୍ଟିରେ ଦେଖିଲେ ସମସ୍ତେ, କାରଣ ସମସ୍ତେ ଜାଣିଥିଲେ ଅନାଥ ହୁମାୟୁନର କେହି ନାହିଁ ପୁଣି ନୁଆଁଣିଆ ଜରିଲଗା ଘରର କିଛି ଉନ୍ନତି ନକରି, ପରିବାର ଗଢିବା ଚିନ୍ତାନକରି ହୁମାୟୁନ କାହାପାଇଁ ଖାଦ୍ୟ ବାଳକେଇ ନେଇଯାଏ କୋଉ ତାଲିବାନୀ ବା କୋଉ ସଂତ୍ରାସବାଦୀ ବା ଆତଙ୍କବାଦୀଙ୍କୁ ଆଣି ରଖିଛିକି ଭାବି ସେଦିନ କେତେକ ବାବୁ ବାବୁଆଣୀ ଅସମୟରେ ପହଂଚି ହୁମାୟୁନ ଘରେ ଯାହାକୁ ଦେଖିଲେ ସମସ୍ତେ ଆଖିକୁ ବିଶ୍ୱାସ କରିପାରିଲେନି l

   ସର୍ବ ଗୁଣ ସମ୍ପର୍ଣ୍ଣା ଝିଅଟିଏ ଥିଲା ହୁମାୟୁନ ଘରେ ଅବହେଳିତ ଅବସ୍ଥାରେ । ଆଫଗାନିସ୍ଥାନର ଖୋଦ କାବୁଲ ସହରର, ଡାକ୍ତରୀ ଛାତ୍ରୀଟିଏ ତାଲିବାନୀ ଆକ୍ରମଣରେ ପିତାମାତାଙ୍କ ସହ ସବୁକିଛି ହରାଇ ଲୁଚି କୌଣସି ମତେ ଚାଲିଆସି ହୁମାୟୁନ ପାଖରେ ଆଶ୍ରିତ। ଗାଁ ଲୋକ ମାନେ ଯେତେ ନିର୍ଭୟ ପ୍ରତିଶ୍ରୁତି ଦେଲେ ବି ଝିଅଟି ଭଲ ପରିବେଶରେ ହୁମାୟୁନକୁ ଛାଡି ରାହିବାକୁ ରାଜି ନଥିଲା ଆଉ ଜୋର ଜବରଦସ୍ତି ଯେବେ ତାକୁ ଗ୍ରାମବାସୀମାନେ ନେଇଯାଇଥିଲେ, ହୁମାୟୁନ ତାଙ୍କ ଗୋଡ଼ତଳେ ପଡି ତା ସୁରକ୍ଷା ଭିକ୍ଷା କରୁଥିଲା l

  ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ଡାକ୍ତରଖାନାଟିଏ ଖୋଲି ଝିଅଟି ରୋଗୀ ସେବା କରିବା ସହ ହୁମାୟୁନ ସେଠାରେ ମୁଖ୍ୟ ଭୂମିକା ନିଭାଉଥିଲା, ଯିଏ ଯେଉଁଠି ସଂତ୍ରାସ ବା ଆତଙ୍କର ଶୀକାର ହେଉଥିଲେ, ତାଙ୍କୁ ଅଜଣାତରେ ନେଇ ଆସୁଥିଲା ଏହି ଗାଁର ଡାକ୍ତରଖାନାକୁ ସେବା ଯୋଗେଇ ସୁସ୍ଥ କରୁଥିଲା ଝିଅଟି ଆଉ ତା ପ୍ରରୋଚନା ଓ ସୁସଙ୍ଗଠିତ ନେତୃତ୍ୱରେ ଅଜଣାତରେ ସେହି ଗ୍ରାମରୁ ହିଁ ଆରମ୍ଭ ହେଉଥିଲା ଆଫଗାନିସ୍ଥାନର ମୁକ୍ତି ସ୍ବାଧୀନତା ଆନ୍ଦୋଳନ, ଯାହାର ମୁଖ୍ୟ ପୁରୋଧା ଥିଲା ହୁମାୟୁନ l


Rate this content
Log in

Similar oriya story from Action