Kamal Kumar Dash

Inspirational Comedy

3  

Kamal Kumar Dash

Inspirational Comedy

ହୋଟେଲ ପ୍ଲେଟ

ହୋଟେଲ ପ୍ଲେଟ

2 mins
696



ଥରେ ସନ୍ଧ୍ୟାରେ ମୁଁ ଓ ମୋ ସାଙ୍ଗ ଏକ ଜରୁରୀ କାମରେ ତାଳଚେର ବାହାରିଲୁ । ସେଠି ରାତିରେ ଷ୍ଟେସନରେ କିଛି କାମ ଥିଲା । ଭୁବନେଶ୍ୱରରୁ ଟ୍ରେନ ଧରି ତାଳଚେର ପହଁଚିଲା ବେଳକୁ ରାତି 9ଟା ରୁ ଅଧିକ ହୋଇଯାଇଥିଲା । ଷ୍ଟେସନରେ ପହଁଚିବା ପରେ ଷ୍ଟେସନ ମାଷ୍ଟର କହିଲେ ପାଖ ଦୋକାନରେ ଡିନର ଖାଇ ଚାଲି ଆସନ୍ତୁ , ନ ହେଲେ ଦୋକାନ ବନ୍ଦ ହୋଇଯିବ , ଏଠି ଆଉ ପାଖରେ ଦୋକାନ ନାହିଁ କି ରାତିରେ ଖାଇବାକୁ ମିଳିବ ନାହିଁ । ଆମେ ଦି ଜଣ ଆମର ବ୍ୟାଗ ଷ୍ଟେସନରେ ରଖି ପାଖ ଦୋକାନକୁ ବାହାରିଲୁ ଖାଇବା ପାଇଁ । 


 ସେଠି ଦେଖିଲୁ ଦୋକାନ ଟିକେ ଗହଳି ଅଛି ଆମେ ବାହାରେ ଠିଆ ହେଲୁ । ଦୋକାନଟି ତ।ଳ ତାଟିରେ ତିଆରି । ତା ଆଗରେ ପ୍ଲାଷ୍ଟିକର ଚେୟାର ବେଞ୍ଚ କେତୋଟି ପଡିଥିଲା ଓ ସେଥିରେ ବସି ଲୋକମାନେ ଖାଉଥିଲେ । ଦୋକାନ ଆଗରେ ଚୁଲିଥିଲା । ଜଣେ ସେଥିରେ ରୁଟି ସେକୁଥିଲା ଓ ଦି ଜଣ ପିଲା ବୁଲି ବୁଲି ରୁଟି ଓ ତରକାରୀ ଦେଉଥିଲେ । କିଛି ସମୟ ପରେ ଆମକୁ ସୁଯୋଗ ମିଳିଲା । ଆମେ ଦିଜଣ ଗୋଟେ ଟେବୁଲରେ ବସିଲୁ । ଜଣେ ପିଲା ଆସି ଟେବୁଲ ସଫା କଲା ଓ ଅଡର ନେଇ ଗଲା । କିଛି ସମୟ ପରେ ଆଉ ଜଣେ ପିଲା ଦିଟା ପ୍ଲେଟ ଧରି ଆସିଲା । ସେ ପ୍ଲେଟ ବୋଧେ ସଂଗେ ସଂଗେ ଧୁଆ ହୋଇଥିଲା । କାରଣ ସେଥିରୁ ପାଣି ଛାଡି ନଥିଲା ଓ କିଛି ଲାଗିଲା ପରି ଦେଖାଯାଉଥିଲା । ମୁଁ ସେ ପିଲାକୁ ପ୍ଲେଟ ଆଉଥରେ ଧୋଇ ଆଣିବାକୁ କହିଲି ସେ ଧୋଇ ଆଣିଲା ହେଲେ ପାଣି ଲାଗିଥିଲା ।ମୁଁ ତାକୁ ପାଣି ପୋଛିବାକୁ କହିଲି । ସେ ତା ଅଣ୍ଟାରେ ଗୁଡା ହୋଇଥିବା ଖଣ୍ଡିଆ ମଇଳା ଗାମୁଛାକୁ କାଢି ପ୍ଲେଟ ପୋଛିବା ଆରମ୍ଭ କଲା ମୁଁ ତାକୁ କହିଲି ଦୟାକରି ପ୍ଲେଟ ସେ ଗାମୁଛାରେ ପୋଛନି । ସେ ଚମକି ପଡିଲା ଓ କହିଲା ସାର ମୁଁ ତ ସବୁଦିନ ସମସ୍ତଙ୍କୁ ଏଇ ଗାମୁଛାରେ ପ୍ଲେଟ ପୋଛି ଖାଇବାକୁ ଦେଉଛି ,ହେଲେ କେହି କିଛି କହି ନାହାନ୍ତି । ମୋ ସାଙ୍ଗ ତାକୁ ମଜାରେ ପଚାରିଲେ ଆରେ ବାବୁ ଏ ଗାମୁଛା ତୁ କେବେ ଧୋଇଥିଲୁ ? ସେ ହସିଲା ଓ କହିଲା ସାର ଏଇ ପ୍ଲେଟ ପାଣିରେ ସେ ଗାମୁଛା ଧୋଇହୋଇଯାଏ ଆଉ ଧୋଇବା ଦରକାର କଣ । ଆମେ ଦି ଜଣ ହସୁଥିଲୁ ତା ମୁହଁକୁ ଚାହିଁ । ତାକୁ ପଚାରିଲି ବାବୁରେ ଏ ପ୍ଲେଟ କେମିତି ଧୋଉଛୁ ସେ ପାଖରେ ଥିବା ପାଣି କୁଣ୍ଡକୁ ଦେଖାଇଦେଲା । ପ୍ଲେଟକୁ ସେଥିରେ ବୁଡାଇ କାଢି ଆଣୁଚି ବୋଲି କହିଲା । ମୋ ମୁଣ୍ଡ ଘୁରିଗଲା ତା କଥା ଶୁଣି । ମୁଁ ତାକୁ ପଚାରିଲି ତୁମ ପାଖରେ ଖଲିପତ୍ର ଅଛି ? ସେ ହଁ କହିଲା ମୁଁ କହିଲି ସେଥିରେ ଖାଇବାକୁ ଦେ ଏ ପ୍ଲେଟ ନେଇଯା ।


ସେ ଖାଲି ପତ୍ରକୁ ତୋ ପାଣି କି ତୋ ଗାମୁଛାରେ ଧୁଆ ପୋଛା କରବା ଦରକାର ନାହିଁ । ପିଲାଟି ପ୍ଲେଟ ଧରି ତା ସେ ଗାମୁଛାରେ ନିଜ ମୁହଁ ପୋଛି ଚାଲିଗଲା ।


Rate this content
Log in

Similar oriya story from Inspirational