Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଗୁରୁ

ଗୁରୁ

2 mins
352


: ଏ ବର୍ଷ ତୁମ ବାପାମାନେ ପିକନିକ୍ ଛାଡୁନାହାନ୍ତି । ଆର ବର୍ଷକୁ ଛାଡିବେ ନିଶ୍ଚୟ ।

ଜୁଲୋଜି ଡେମୋନଷ୍ଟ୍ରେଟରଙ୍କର ଏହା ଫମ୍ପା ଧମକ ନ ଥିଲା, ଏ କଥା ମୁଁ ବୁଝି ସାରିଥିଲି । ବହୁତ ଶୁଣିଥିଲି ତାଙ୍କ ବିଷୟରେ । ବହୁତ ପିଲାଙ୍କ ଜୀବନ ବରବାଦ୍ କରିଛନ୍ତି ସେ । ପ୍ରାକ୍ଟିକାଲ୍ ପରୀକ୍ଷାରେ ଫେଲ୍ କରେଇ ଦେଇଛନ୍ତି ମଧ୍ୟ । ଏମିତି ସୁଚିନ୍ତିତ ଉପାୟ ସବୁ ସେ ଅନୁସରଣ କରନ୍ତି ଯେ ତାଙ୍କ ବିରୁଦ୍ଧରେ ଯିବା ପାଇଁ କାହାର ସାହସ ବି ନ ଥାଏ । ମୁଁ ଜାଣି ପାରୁ ନ ଥିଲି କଣ କରିବି ? ପ୍ରଥମ ଥରରେ ମେଡିକାଲ୍ ପାଇ ନ ଥିଲି । ତେଣୁ ଦ୍ୱିତୀୟ ଥର ପାଇଁ ଚେଷ୍ଟା କରୁ ଥିଲି । ସେ କଥା ବି ସେହି ସାର୍ ଜାଣିଥିଲେ । +୩ ରେ ସେ ମୋତେ ପ୍ରାକ୍ଟିକାଲ୍ ବେଳେ ନିଶ୍ଚିତ ଭାବେ ହଇରାଣ କରିବେ ଏ କଥା ମୁଁ ଅନୁଭବ କରି ସାରିଥିଲି । ଶେଷରେ ମୁଁ ମନେମନେ ସ୍ଥିର କରିଥିଲି ଯଦି ମେଡିକାଲ୍ ନ ପାଏ ତେବେ ଆର୍ଟ୍ସ୍ ନେଇ ପଢିବି ପଛେ କିନ୍ତୁ ଏହି ସାରଙ୍କ ପାଖରେ କେବେ ବି ହାର୍ ମାନିବି ନାହିଁ ।

ଅନେକ ବର୍ଷ ପରେ ମୋ ନର୍ସିଂହୋମରେ ସାରଙ୍କୁ ଦେଖିଲି ମୁଁ । ଏହି ଦଶ ବର୍ଷରେ ତାଙ୍କର ବୟସ ଯେମିତି ୫୦ ବର୍ଷ ବଢି ଯାଇଛି । ଏକମାତ୍ର ପୁଅକୁ ନେଇ ଆସିଛନ୍ତି । ଆତ୍ମହତ୍ୟା ଚେଷ୍ଟା କରୁ କରୁ ବଞ୍ଚିଯାଇଛି ଭାଗ୍ୟବଶତଃ । ତଥାପି ସଙ୍ଘର୍ଷ କରୁଛି ମୃତ୍ୟୁ ସହ । ମୋତେ ଦେଖି ସାରଙ୍କ ମୁହଁର ରଙ୍ଗ ଉଡିଗଲା । ପଛ କଥା ଭୁଲିଯାଇ ତାଙ୍କ ପୁଅକୁ ବଞ୍ଚେଇବା ପାଇଁ ଅନୁରୋଧ କରୁଥିଲେ ମୋତେ ।

ହସିଲି ମୁଁ । ସେ ସିନା ଗୁରୁଙ୍କର କର୍ତ୍ତବ୍ୟବୋଧ ଭୁଲି ଯାଇଥିଲେ । ମୁଁ ମୋର ଦାୟିତ୍ୱ ଭୁଲି ଗଲେ ତାଙ୍କର ଓ ମୋ ଭିତରେ ପ୍ରଭେଦ କଣ ରହିବ ? ଯାହାହେଲେ ବି ମୋର ମେଡିକାଲ୍ ପାଇବା ପଛରେ ତାଙ୍କର ଧମକ୍ ବି ଅନେକ ମାତ୍ରାରେ ସହାୟକ । ଆପ୍ରନ୍ ପିନ୍ଧି ମୁଁ ଆଇ.ସି.ୟୁ. ଭିତରକୁ ପ୍ରବେଶ କଲି ।


Rate this content
Log in

Similar oriya story from Inspirational