DAMBURUDHARA BEHERA

Inspirational

3  

DAMBURUDHARA BEHERA

Inspirational

ଗରିବ ଝିଅର ସ୍ବପ୍ନ

ଗରିବ ଝିଅର ସ୍ବପ୍ନ

3 mins
207



ଆଜି ସ୍ବପ୍ନା ଦାସ ଜୀବନରେ ସବୁ ଥାଇ ହାରି ଯାଇଛି ସେ।ଜୀବନରେ ପିଲାଟି ଦିନରୁ ଦେଖି ଆସିଥିବା ସ୍ବପ୍ନ ତାର ଅଧୁରା, ଅଳିକ,ଅପହଞ୍ଚ ହିଲାକାର ସୀମା ରେଖାକୁ ଯେତେ ଥର ଚେଷ୍ଟା କଲେ ବି ଛୁଇଁବାକୁ ବିଫଳ ହୋଇଛି।ତଥାପି ତା ମନର ଭାବନାକୁ ମରିବାକୁ ଦେଇ ନାହିଁ।ସ୍ଵଂୟ ସପନ ଜାଗରଣେ ସେ ପାଇବା ପାଇଁ ମନ ମଧ୍ୟରେ ସାଇତି ରଖିଛି ସୁନା ପେଢ଼ିର ସିନ୍ଦୁକ ଭିତରେ। ଜୀବନରେ କେବେ ସୁଦ୍ଧା ଭାବି ନ ଥିଲା ଦିନେ ତାକୁ ହାରିବାକୁ ପଡ଼ିବ ଜୀବନ ଜୀଇଁବା କଳା କୌଶଳ ପଟୁତା ପଦର୍ଶନ ଶାରରିକ ସାକ୍ଷାତକାର ପରୀକ୍ଷା ସମୟରେ ଖୋଲା ମଇଦାନ ଉପରେ ।ପିଲା ଦିନୁଁ ଦେଖି ଆସିଥିବା ସ୍ଵପ୍ନାର ଅଟକି ଯାଇଥିଲା ଗରିବ ଝିଅର ପୋଲିସ ହେବାର ସ୍ୱପ୍ନ ।

 କିଏ ଜାଣେ କାହା ଭାଗ୍ୟ କାହାକୁ କେତେବେଳେ କେଉଁଠି ପହଞ୍ଚାଇବାକୁ ହେବ। ହଠାତ ତା ଜୀବନର ଗତି ବନ୍ୟା ଜଳରେ ଶୁଖିଲା ନଈର ରୂପ ବଦଳିଲା ପରି ବଦଳିଛି। ଟ୍ୟୁମର ପରେ ବଦଳିଗଲା ଜୀବନର ମୋଡ, ଯନ୍ତ୍ରଣାର ବିଛଣାରେ ବିତୁଛି ଜୀବନ ।

ବିଛଣାରେ ଶୋଇଛି ପୋଲିସିଆ ସ୍ୱପ୍ନ । ରୋଗ ଯନ୍ତ୍ରଣାର ଚାବୁକ ମାଡରେ ମଉଳି ଯାଇଛି ଜୀବନକୁ ନେଇ ଦେଖିଥିବା ସୁନେଲୀ ସପନ । ସେ ହାରିଯାଇଛି, ସେ ଭାଙ୍ଗି ଯାଇଛି, ନିଜକୁ ନେଇ ଜାଳିଥିବା ଆଶାର ଆଲୋକ ଅନ୍ଧାର ହୋଇଛି । ଅନ୍ୟମାନଙ୍କ ପରି ବାପାମାଆଙ୍କ ଇଚ୍ଛାକୁ ପୂରଣ କରିବାକୁ ସ୍ଵପ୍ନା ବି କରୁଥିଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ପୋଲିସ ଚାକିରି କରି ଘରର ଦୁଃଖ ଦୂର କରିବା ସହ ସମାଜର ସେବା ପାଇଁ ସେ ଦେଖୁଥିଲେ ଅହରହ ସ୍ୱପ୍ନ । ହେଲେ ତାଙ୍କ ସ୍ୱପ୍ନରେ ଲାଗିଲା ସମୟର ନଜର । ବିଧାତା ଖେଳିଲା ବ୍ରେନ ଟ୍ୟୁମରର ଖେଳ । ଆଉ ଏବେ ସ୍ୱପ୍ନାଙ୍କ ସବୁ ସ୍ୱପ୍ନ ରୋଗ ଶଯ୍ୟାରେ ଶୋଇଛି ।

ନାଆଁ ଯେମିତି ତାର ସ୍ବପ୍ନା ଗାଁ ସେମିତି ସୁନାପୁର। ପେଣ୍ଠ ସାହିରେ ଚାଳ ଘରେ ରୁହନ୍ତି ଗିରିଧାରୀ ନାଏକ । ଜଗନ୍ନାଥ ମନ୍ଦିରରେ କାଠ ଚିରି ପରିବାର ପୋଷୁଥିବା ଗିରିଧାରୀ ନିଜ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲେ । ଜଗା ଦୁଆରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସିନା ପରିଶ୍ରମ କରୁଥିଲେ ହେଲେ ଝିଅ ତାଙ୍କର ନାଁ ରଖୁ, ବଡ ଚାକିରି କରୁ ଏଇ କଥା ଭାବୁଥିଲେ ଗିରିଧାରୀ । ଝିଅ ସ୍ବପ୍ନା ବି ବାପାଙ୍କ ସ୍ୱପ୍ନଙ୍କୁ ସତ କରିବାକୁ ଯାଇ ଓଡିଶା ପୋଲିସରେ ଇଣ୍ଟରଭ୍ୟୁ ଦେଇଥିଲେ । ହେଲେ କିଏ ଜାଣିଥିଲା ସେହି ଦିନ ହିଁ ହେବ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଦିନ, ସ୍ୱପ୍ନଭଙ୍ଗର ଦିନ ଆଉ କାଳ ରାତ୍ରିର ଶେଷ ଦିନ ।

      ଇଣ୍ଟରଭ୍ୟୁ ଚାଲିଥିବା ବେଳେ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡିଯାଇଥିଲେ । ପରେ ଝିଅ ଦୁର୍ବଳ ଥିବା ଭାବି ସାଧାରଣ ଔଷଧ ଦେଇ ଚିକିତ୍ସା କରାଇଥିଲେ ପରିବାର ଲୋକେ । ମାତ୍ର ସେବେଠାରୁ କେବେ ବି ସ୍ୱପ୍ନାଙ୍କ ଦେହ ଭଲ ରହେନାହିଁ । ଧିରେଧିରେ ଝିଅ ଅସୁସ୍ଥ ହେବା ପରେ ପ୍ରଥମେ ଗାଁ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ, ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଇବା ପରେ ସ୍ବପ୍ନା ଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଲା । ଆଉ ଝିଅ ଦେହରେ ଏତେ ବଡ ରୋଗ କଥା ଶୁଣି ବାପାମାଆଙ୍କ ପାଦ ତଳୁ ମାଟିଖସି ଯାଇଥିଲା ।ଆଖିରୁ ଲୁହ ନ ଝରି ଝରୁଥିଲା ରକ୍ତ ଧାର।ହେଲେ ସେମାନଙ୍କୁ କଣ କହି ବୁଝାଇ ହେବ ଭଗବାନ ହେଉଛନ୍ତି ଗର୍ବ ଗଞ୍ଜନ ନର ହରି କି...... ଗରୀବଙ୍କୁ ଦଇବ ସାହା....?ନିଦ ହଜି ଯାଇଥିଲା।ମୁଣ୍ଡରେ ହାତଦେଇ ପ୍ରଶ୍ନ ଛଳରେ ଦାୟୀ କରି ହେଉ କି ଆଶ୍ରା କରି ଭାବି ଭାବି ବସିବା ବ୍ୟତୀତ ସେମାନଙ୍କ ଠାରେ ନ ଥିଲା କିଛି ଅନ୍ୟ ଉପାୟ।

ସ୍ଵପ୍ନାଙ୍କୁ ଭଲ କରିବାକୁ ବାପା କଷ୍ଟେମଷ୍ଟେ ଏଣୁତେଣୁ ଲକ୍ଷେ ଟଙ୍କା ଯୋଗାଡ କରି ଚିକିତ୍ସା କରାଇଥିଲେ ବି ଅପରେସନ ପାଇଁ ଦରକାର ଆହୁରି ଚାରି ଲକ୍ଷ । ଏତେ ଟଙ୍କା କେଉଁଠୁ ଆସିବ । କାଳିଆ ଘରେ କାଠ ଚିରିରେ ଘର ଚଳେ ସେଥିରେ ଚାରି ଲକ୍ଷ କିଏ, ଗିରିଧାରୀ କିଏ । ତେଣୁ ସେ ନିଜ ଝିଅକୁ ହସ୍ପିଟାଲରୁ ଫେରାଇ ଆଣି ଜଗନ୍ନାଥ ଭରସାରେ ଏବେ ଘରେ ରଖିଛନ୍ତି ।

 ସେପଟେ ଝିଅର ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଥିବା ବେଳେ ବ୍ରେନ ଟ୍ୟୁମର ବାହାଘର ସ୍ୱପ୍ନକୁ ଭାଙ୍ଗିଦେଇଛି ଆଉ ବିବାହ ବାଟରେ ବାଡ ସାଜିଛି । ତେବେ ଯନ୍ତ୍ରଣାର ଜଉ ଘରେ ସ୍ବପ୍ନା ଛଟପଟ ହେଉଥିଲେ ବି ସଙ୍ଘର୍ଷ ଭିତରେ ତାଙ୍କ ପାଟିରୁ ଶବ୍ଦଟିଏ ବି ବାହାରୁନି । କାରଣ ସେ ଶବ୍ଦହୀନ ହୋଇଛନ୍ତି, ସ୍ୱପ୍ନହୀନ ହୋଇଛନ୍ତି… ନିଜ ଦେହ ଭଲ କରିଦେବାକୁ କାଳିଆ ପାଖରେ ହାତ ଟେକି ଦେଇଛନ୍ତି….....ଗରୀବ ଘରର ଝିଅ ସ୍ବପ୍ନା ଦାସ ନିଜ ହଜି ଯାଇଥିବା ଗରିବ ଝିଅର ସ୍ବପ୍ନ ଭିତରେ କୋହ ଓ ଅଶ୍ରୁ ଭିଜା ମୁଦ୍ରିତ ଆଖିରେ ଖୋଜି ଖୋଜି ପାଇ ପାରୁ ନାହିଁ ଅଧା ଗଢା ସ୍ୱପ୍ନର ମୁଠା ମୁଠା ସୁନେଲି ପାରଦକୁ ଧରିବାର ଦୁଃସାହସିକ ସ୍ବପ୍ନିଳ ଫେନିଳ ସାଗରର ଅସୀମ ତରଙ୍ଗାୟିତ ଗରିବ ଝିଅର ସ୍ବପ୍ନକୁ.......ସେଦିନର ସ୍ଵପ୍ନା ଦାସଙ୍କ ଅଧୁରା ମେଞ୍ଛା ମେଞ୍ଚା ରଙ୍ଗୀନ ବେଲୁନ ଭିତରେ ନିମିଷକ ମଧ୍ୟରେ ସବୁକିଛି ଓଲଟ ପାଲଟ ସ୍ବପ୍ନ ଆଉ ବାସ୍ତବତାରର ଗରିବ ଝିଅର ସ୍ବପ୍ନକୁ ନିଜ ଛୋଟିଆ ପାପୁଲିରେ......ଗରିବ ଝିଅର ସ୍ବପ୍ନ....।।।



Rate this content
Log in

Similar oriya story from Inspirational