DAMBURUDHARA BEHERA

Tragedy

3  

DAMBURUDHARA BEHERA

Tragedy

ଅଭିଶପ୍ତ ମାତୃତ୍ଵ

ଅଭିଶପ୍ତ ମାତୃତ୍ଵ

5 mins
172



'' ସତରେ ଆମ ମାଁ ଯଦି ନ ଥା'ନ୍ତା ଆମେ କେବେଠାରୁ ଏ ଦୁନିଆରୁ ବିଦାୟ ନେଇ ଆରପାରିରେ ଥାଆନ୍ତୁ।ଏ କଥା ଭାବିଲା ବେଳକୁ ଆଖି ଆମ ଜକାଇ ଆସୁଛି।ବୋଧେ ଏସବୁ ଆମ ଆଖିର ଲୁହ ନୁହଁ, ଆମ ଧମନୀରେ ପ୍ରବାହିତ

ସିନ୍ଦୂର ରଙ୍ଗର ପାଣି ।ମୋତେ ସେତେବେଳେ ଆଠ କି  ନଅ ବର୍ଷ ହେବ ଆଉ ମଝିଆ ଭଉଣୀ "ତୃପ୍ତି '' ହୋଇଥାଏ ଛ ' ବର୍ଷ ବୟସ।ସର୍ବା ଛୋଟ ଭଉଣୀ "ମୁକ୍ତି ' ଦୁଇ କି ଅଢେଇ ବର୍ଷର।ସେ ଜାଣି ନ ଥାଏ ବାପା କଣ?

   ଠିକ ଏହି ସମୟରେ ମୋ' ବାପା ଆମକୁ ଛାଡି ଆରପାରିକୁ ଚାଲିଗଲେ । ରୋଜଗାର କହିଲେ ମୋ' ବାପାଙ୍କ ଛୋଟିଆ ଚାକିରୀରେ ଯାହା ଆସେ ସେତିକିରେ ଆମ ଘର ପରିବାର ସୁରୁଖୁରୁରେ ଚଳିଯାଏ।କେବେ କାହାକୁ କାହା ପାଖରେ ହାତ ପତାଇବା ଭଳି ପରିସ୍ଥିତି କେବେ କାହିଁ ମୁଁ ଅନୁଭବ କଲା ଭଳି ମୋର ମନେ ହୁଏ ନାହିଁ।

     ହଠାତ ବାପାଙ୍କର କାଳ ହୋଇଯିବା ପରେ ମାଁ ' ବହୁତ ଭାଙ୍ଗି ପଡିଲେ।ତାଙ୍କ ଗୋରା ତକ ତକ ଧଳା ଚୂନ ଲିପା କାନ୍ଥ ଭଳି ଶରୀରଟା ମାଟି ଦିଆ ଝାଟିମାଟି ପୁରୁଣା କାନ୍ଥ ଭଳି ଦେଖାଯାଉଥିଲା।ହେଲେ ସେତେବେଳେ ମୋର ବୁଝିଲା ଭଳିଆ ବୟସ ନ ଥିଲା।ମୋତେ କିଛି ଜଣା ପଡୁ ନ ଥିଲା ।ମାଁ' କାହିଁକି ଆଗ ଭଳି କାହା ସହିତ ସାହି ପଡୋଶୀ,ବନ୍ଧୁ ବାନ୍ଧବ ମାନଙ୍କ ସହିତ ବାରଣ୍ଡାରେ ବସି ଗପୁ ନ ଥିଲା, କି କାହାକୁ ଘର ଭିତରକୁ ଆସିବାକୁ କହୁ ନ ଥିଲା, କି ସାଙ୍ଗ ହୋଇ ଘରେ ବସି ଗପର ପେଢିକୁ ଖୋଲି ଟିଭି ଲଗାଇ ଭାଷଣ ଦେଉ ନ ଥିଲା,

ମୁଣ୍ଡରେ ସିନ୍ଦୂର ମାଖୁନ ଥିଲା,ହାତର ଚୁଢ଼ିକୁ ବାରମ୍ବାର ରଙ୍ଗ ବେରଙ୍ଗରେ ସଜାଇ ହେଉନ ଥିଲା, କି ଓଠରେ ଲିପିଷ୍ଟିକ ଲଗାଇ ବାରମ୍ବାର ଦର୍ପଣ ଆଗରେ ନିଜକୁ ଦେଖୁ ନ ଥିଲା ।

   କିଛିଦିନ ପରେ ଯେତେବେଳେ ମୋ ବୟସ ବଢିବା ସାଙ୍ଗକୁ ବୁଦ୍ଧିରେ ପରିପକ୍ୱତା ଆସିଲା ମୁଁ ଜାଣିପାରିଲି ଯେ ମୋ ବାପା ଜଣେ ସରକାରୀ ଚାକିରିଆ ଥିଲେ,ଦରମା ପାଉଥିଲେ,ଅଭାବତା କଣ ଆମକୁ ଜାଣିବାକୁ ଦେଉ ନ ଥିଲେ।ମୋ ମାଁ ବି ଅଭାବତାର ସ୍ଵାଦ ଚାକି ନ ଥିଲା।

ଦଇବ ଦଉଡ଼ି ମଣିଷ ଗାଈ ଯେଣି କି ଟାଣିଲେ ତେଣିକି ଯାଇ ଭଳି ବାପାଙ୍କର କାଳ ପରେ ଆମର ସମ ଅବସ୍ଥା ହୋଇ ଯାଇଥିଲା ।

      ମାଁ ଆମ ତିନି ତିନୋଟି ଝିଅଙ୍କୁ ନେଇ ଚାଲି ଯାଇଥିଲେ ଗାଁ ଛାଡି ଅନ୍ୟ ରାଜ୍ୟକୁ।ସେଠି ଇଟା ଭାଟିରେ କାମ କରି ଆମକୁ ପାଲି ପୋଷି ଛୋଟରୁ ବଡ କରାଇଥିଲେ।ମାଆଙ୍କର ଦିନକୁ ଯାହା ରୋଜଗାର ହୁଏ , ଅାମେ ସେହି ପଇସାରେ ଦୁଃଖ କଷ୍ଟେ ଚଳି ଆସୁଥିଲୁ ।

      ଏହି ସମୟରେ ଆମ ଘରକୁ ମାଆଙ୍କ ସହିତ ଜଣେ ଅଙ୍କଲ ଆମ ଘରକୁ ଆସନ୍ତି ସବୁବେଳେ ସନ୍ଧ୍ୟାରେ।ଆସି କିଛି ସମୟ ବସା ଉଠା କରି ଗପସପ ମାରି ,ଆମ ତିନି ଭଉଣୀଙ୍କୁ ଚୋକଲେଟ୍ ଦେଇ ମଜାକରି ଚାଲି ଯା 'ନ୍ତି ।

କ୍ରମଶଃ ଆସ୍ତେ ଆସ୍ତେ ସେ ବିଳମ୍ବ ହେଲେ ରାତିରେ ଆମ ଘରେ ରୁହନ୍ତି।ଆମ ସହ ଖାଆନ୍ତି,ଗପନ୍ତି,ମଜା କରନ୍ତି, ଟିଭି ଦେଖି ଶୋଇପଡନ୍ତି ।

      ଆମେ ତିନି ଭଉଣୀ ଛୋଟ ଥିବାରୁ ଆମକୁ କିଛି ଜଣାପଡେ ନାହିଁ।ମୋ ବୟସ ହେବାରୁ ମୁଁ ଜାଣିବାକୁ ପାଇଲି ସେ ଆମର କୁଆଡେ ବାପା।ମୋ ମାଁ କୁଆଡେ ଅଙ୍କଲଙ୍କୁ ଦ୍ଵିତୀୟ ଥର ବାହା ହୋଇଛନ୍ତି ।ତାହାରି ସାହାଯ୍ୟ ,ସହଯୋଗରେ ଅାମେ ତିନି ଭଉଣୀ ପାଠ ପଢିଛୁ, ସ୍କୁଲ ମୁହଁ ଦେଖିଛୁ।ମୋ ମାଁ ଆମକୁ ପାଳି ପୋଷି ସମାଜରେ ଆଗରେ ପ୍ରତିଷ୍ଠିତ କରି ପାରିଛି।

     ନା..ନା..ନା.... ସେସବୁ ଶୁଣା କଥାକୁ ମୁଁ କେବେ ବି ବିଶ୍ୱାସ କରି ପାରେନା ।ମୁଁ ଜାଣେ ସେହି ଅଙ୍କଲଙ୍କ ସହିତ ମୋ ମାଆଙ୍କର କିଛି ଖରାପ ସମ୍ପର୍କ ନ ଥିଲା।ମୋ ମାଁ, ମୋ ବାପାଙ୍କ ବ୍ୟତୀତ ଆଉ କାହାରିକୁ ଦ୍ଵିତୀୟ ଥର ତା'ର ଭାବି ସ୍ବାମୀ ରୂପେ ବିବାହ କରି ନ ଥିଲେ ।ଏସବୁ ଗୁଜୁବ କଥା।ତିନି ତୁଣ୍ଡରେ ଛେଳି କୁକୁର ।

       ମୁଁ ମୋ ମାଙ୍କୁ ଚିହ୍ନି ଛି,ଜାଣିଛି ଅତି ପାଖରୁ ଦେହର ଜ୍ୱାଳାଠୁ ପେଟର ଭୋଖକୁ ଅନୁଭବ କରିଛି।ଆମକୁ ଖାଇବାକୁ ଦେଇ ରାତି ରାତି ଆଖିର ଲୁହକୁ ଆଖିରେ ମାରି ଖାଡା ଓପାସାରେ କାନ୍ଦି କାନ୍ଦି ଶୋଇଯିବାର ଚିତ୍ର ଏବେ ବି ମୋ ଆଣ୍ଡ୍ରଏଡ ମୋବାଇଲର ଫୋଟୋ ଗ୍ୟାଲେରୀ ପରି ମନ ମଧ୍ୟରେ ସଞ୍ଚିତ ଥିବା ଫୋଟ ଗୋଟିଏ ପରେ ଗୋଟିଏ ପ୍ରତିବିମ୍ବିତ ହୁଏ।

       ଶୁଣି ଆସୁଥିବା ଗୁଜବ କଥାକୁ ମନେ ପକାଇ ଏହି ବିବାହର ଉପନୀତ ବୟସରେ ସମାଜର ବଡ଼ପଣ୍ଡା ମାନଙ୍କର ହାତ ଦେଖାଇ କରି ନାକରେ ଆଙ୍ଗୁଳି ଭରି ପାନ ଖିଆ ପୋକଡା ଦାନ୍ତରେ ଖିଲି ଖିଲି ହସ ହସି ତାତ୍ସଲ୍ୟ କରି ଇଙ୍ଗତ କରିବାର ଭାବକୁ ମୁଁ ଏବେ ବେଶ ବୁଝି ପାରୁଛି ଆଉ ଜାଣି ପାରୁଛି।

            ସେ ' ପରା ଯେତେ ଯାହା ହେଲେ ବି ଜନ୍ମଦାତ୍ରୀ ମାଁ ।ଯିଏ ଦଶ ମାସ ଦଶ ଦିନ ଗର୍ଭରେ ଧରି ଆମକୁ ଧରାପୃଷ୍ଠରେ ଜନ୍ମ ଦେଇ ସମାଜରେ ପରିଚୟ ଦେଇଛନ୍ତି।ଭୁଲ କ'ଣ ଠିକ କଣ ,ପାପ କଣ ପୂଣ୍ୟ କଣ,ବାଟ କଣ ଅବାଟ କଣ ଆଦିକୁ ବତାଇଛନ୍ତି।ନିଜେ ଓଦା ହୋଇ ଶୁଖିଲାରେରେ ଶୋଆଇ,ଖଣ୍ଡ କ୍ଷୀର

ପିଆଇ,ଖାଖାଇ,କୋଲାଇ,ହାତ ଧରି ବାଟ ଚଳାଇ ରାହା ଦେଖାଇ ସାହା ହୋଇ,ବିପଦ,ଆପଦରେ ପାଖେ ପାଖେ ରହି ଆମକୁ ମଣିଷ କରିଛନ୍ତି।

                      କେମିତି କହିବୁ ସେହି ମାଁ ଜଣେ ବେଶ୍ୟା,ଡାହାଣୀ,ପିପାଶି,ଚଣ୍ଡାଳୁଣୀ,ପର ଘଇତା କରି,ମନ ମୋହିନୀ,କଳଙ୍କିଣି,ପର ପୁରୁଷ ସୁହାଗିନୀ।ପତର ଗୋଟାଇ,ଭଲ ମନ୍ଦ ଖାଇ,ଅଳପ ଆୟୁଷାଣି।ଯେଉଁ ମାଁର ହାତର ସ୍ୱର୍ଶରେ ଆଜି ଅାମେ ଏତେ ବଡ଼ ହୋଇଛୁ। ବାହାଘର ପାଇଁ ବର ଖୋଜା ହୋଇ ନିର୍ବନ୍ଧ ସରିଛି।ସେହି ହାତର ସ୍ୱର୍ଶରେ ଆସନ୍ତା କାଲି ସେ କନ୍ୟାଦାନ କରିବ।ସେହି ହାତର ସ୍ୱର୍ଶ ଆମ ଜୀବନକୁ ନୂଆ ରୂପ ଦେଇ ଗଢି ତୋଳିବ।ସମାଜର ବଡ଼ ପଣ୍ଡାଙ୍କ ନିର୍ଦ୍ଦେଶରେ   ନିର୍ଦ୍ଦୟ ଚଣ୍ଡାଳ କଳାପାହାଡ଼ ହସ୍ତରେ ଭାଙ୍ଗି ଦିଆଯାଇଥିବା ସୁନା ହାତେ ଗଢା ସ୍ୱର୍ଣ୍ଣ ମନ୍ଦିରର ଚାରି କାନ୍ଥ ଘେରା କୋମଳ ହୃଦୟ ମୃତ୍ତିର ପୁନର୍ଜନ୍ମ ଅପେକ୍ଷାରେ ଥିବା ଭାବ,ଭାବନା,ଭଲପାଇବାକୁ।

                         

    ଛି....ଛି....ଛି....ଆମ ଏହି ସମାଜ,ରୀତି,ନୀତି,ପରମ୍ପରା,ମନଗଢ଼ା,ଭାକୁଡ଼ା,ପର ବୁଦ୍ଧିଆ,ପର ଅଇଁଠା ଖିଆ , ମଳି ମୁଣ୍ଡିଆ,ଏ ଘରେ ମାଉସୀ ସେ ଘରେ ପିଉସୀ ହୋଇ ଭଲାଇ ହେବାକୁ।କି ଆଶ୍ଚର୍ଯ୍ୟ ମଣିଷ ନିଜ ଆଖିରେ ନ ଦେଖି ପର କାନ କୁହା କଥାରେ କିପରି ରାମାୟଣରେ ପତିବ୍ରତା, ଅନିନ୍ଦ୍ୟା ସୁନ୍ଦରୀ,ସୁଚରିତ୍ରା ମାତା ସୀତାଙ୍କୁ କଳଙ୍କିନୀର ଆଖ୍ୟା ଦେଇ ଚନ୍ଦ୍ରରେ କଳଙ୍କ ଅଛି ବୋଲି କହିବାରୁ ନିନ୍ଦାକୁ ସହ ନ କରି ପାରି ସୀତା ଦେବୀ "ଏ ବସୁଧେ ; ମୋତେ ରକ୍ଷା କର କହି ପାତାଳୀ ହେବାକୁ ।''

                 ମାଁ ପାଇଁ ଦୁନିଆକୁ ଆସି,ଦୁନିଆରେ ବଞ୍ଚି,ଦୁନିଆରେ ପରିଚୟ ପାଇ ସାରି,ଦୁନିଆ ଭିତରେ ପୁଣି ମାଁ ' ଙ୍କ ର ପାଦ ଧୂଳି ନେବା ବଦଳରେ ପର୍ଶୁରାମ ସାଜି ପ୍ରତିଶୋଧ ନେବା କେତେଦୂର ଯୁକ୍ତି ସଙ୍ଗତଃ ।ମୁଁ ମୋ ଅଙ୍ଗେନିଭା କଥାରୁ ଆଦି ଅନ୍ତ ପାଇ ପରୁ ନାହିଁ ମାଁ।ମାଁ......ମାଁ.....ମାଁ.......

ମୋତେ କୁହ ମାଁ.....ମୁଁ ଭୁଲ କରିଛି ତୁମ ଝିଅ ହୋଇ ତୁମ ଗର୍ଭରେ ଜନ୍ମ ଲଭି କି ତୁମେ ଭୁଲ କରିଛ ମୋତେ ଆଉ ମୋ ଭଳି ଦୁଇ ଝିଅଙ୍କୁ ଜନ୍ମ ଦେଇ ? ସତ କୁହ ମାଁ....ମାଁ...ମାଁ...please କୁହ ମାଁ କୁହ।ମୁଁ ନ କାନ୍ଦି ,ନ କହି,ନ ସହି ରହି ପାରୁ ନାହିଁ ମାଁ।ମୋର ଏହି ବାହାଘର ବେଳରେ, ଏରୁଣ୍ଡୀ ଡେଇଁ ପର ଘରକୁ ତୁମ ହାତର ସ୍ୱର୍ଶରେ ବିଦାୟ କାଳରେ ମୋ ଲୁହଭରା ଆଖି ଦ୍ୱୟରେ ତୁମ କଜ୍ଜଳ ମାଖା ବିବର୍ଣ୍ଣ ଆଖିର ଲୁହ ଧାରାକୁ ଚାହିଁ ଦେଖି ଅତୀତର ତୁମ ନିନ୍ଦିତ ଚରିତ୍ରର ଝିଅ ହୋଇ।ତୁମ ହାତ ଦ୍ୱୟର ଶେଷ ସ୍ୱର୍ଶକୁ ମୋ ହାତରେ ଧରିଥିବା ଧର୍ମ ନିକିତିରେ ଏକ ପାଖରେ ତୁମକୁ ଆଉ ଆର ପାଖରେ ଏ ସମାଜରେ ବଞ୍ଚିରହିଥିବାଧର୍ମଭୀରୁ,କାପୁରୁଷ,ନପୁସଂକ,

ପଙ୍ଗୁପାଳଙ୍କୁ ତୁଳି ପାରିବାର ଅଧ୍ୟମ ସାହସ ମୋ ଠାରେ ମୁଁ ନିଜେ ଖୋଜି ପାରୁ ନାହିଁ।ତୁମ ହାତର ସ୍ୱର୍ଶ ଆମ ପାଇଁ ପାପ ଥିଲା କି ପୂଣ୍ୟ ନା ଅଭିଶାପ

କି ଆଶୀର୍ବାଦ କୁହ ମାଁ...କୁହ ଆଜିର ଏହି ମାଁ ଆଉ ଝିଅର ପବିତ୍ର ସମ୍ପର୍କକୁ ସାକ୍ଷୀ ରଖି ,ତୁମ ଛାତିରେ ମୋ ' ମଥାକୁ ଚାପି ଧରି, ମୋ ' ମଥାରେ ହାତ ରଖି କୁହ।

   ତୁମ ହାତର ସ୍ୱର୍ଶ ଅଭିଶାପ ନା ଆଶୀର୍ବାଦ କି ଦୁନିଆରେ ଶହ ଶହ ମାଁ ' ଜନ୍ମ ନେଇ ନିଜ ଛୁଆଙ୍କୁ ଲାଳନ ପାଳନ କରି ଛୋଟରୁ ବଡ଼ କରିବା କଣ ଏକ ' ଅଭିଶପ୍ତ ମାତୃତ୍ଵ ' ।



Rate this content
Log in

Similar oriya story from Tragedy