DAMBURUDHARA BEHERA

Tragedy

3  

DAMBURUDHARA BEHERA

Tragedy

ଗଳ୍ପ - ପାଠୁଆ ପୁଅ

ଗଳ୍ପ - ପାଠୁଆ ପୁଅ

4 mins
213


 

 ଏକଷଠୀ ବର୍ଷ ବୟସର ଜୀବନକୁ ଅତିବାହିତ କରିଥିବା ଗାଉଁଲି ବୁଢ଼ା ବିଷୁ ପ୍ରଧାନ ଓ ଏକାବନ ବର୍ଷ ବୟସ ବୁଢ଼ୀ ଗୌରୀ ବର୍ତ୍ତମାନ ଆଶ୍ରୟ ହୀନ,ଅସହାୟ,ଅପବାଦ ତଥା ଅପମାନଭରା ସଡକର ଯାତ୍ରୀ ବା ପଥର ପଥିକ।ଯଦିଓ ସେମାନଙ୍କୁ କେହି ଦେଖିଲେ ଦୁଃଖରେ ଅଛନ୍ତି ବୋଲି କହିବେ ନାହିଁ।ତଥାପି ସେମାନେ ସେପରି ନୁହନ୍ତି।ପରସ୍ୱର ପରସ୍ୱରର ମୁହଁକୁ ଦେଖାଦେଖି ହୋଇ ଆଖିରୁ ଲୁହ ଝରାଇ ରହିବା ବ୍ୟତୀତ ଅନ୍ୟଗତି ନାହିଁ ସେମାନଙ୍କର।ଠିକ ଯେମିତି ଅଜାଗା ଘାଆ ଦେଖାଇ ହୁଏ ନା କି କହି ହୁଏ ନା ।ବେଳେ ବେଳେ ସେମାନେ ନିଜ କଷ୍ଟ ମନର ବ୍ୟଥାକୁ ଅନ୍ୟକୁ କହିବା ପାଇଁ ଚେଷ୍ଟିତ ହେଲେ ସେମାନଙ୍କ କଥାକୁ ଶୁଣିବେ କିଏ? କାରଣ ଯେଉଁ ପଡୋଶୀଙ୍କୁ ସେମାନେ ଅତି ଆପଣାର ମନେ କରି ଅଭାବ ଅସୁବିଧା ବେଳେ ସାହାଯ୍ୟ କରି ଆସୁଥିଲେ ସେହିମାନେ ଆଜି ଅଚିହ୍ନା ଅତିଥି ଭଳି ସାତ ପରର ଅଭିନୟ କରୁଛନ୍ତି।ପାରିବା ପଣିଆର ସାମାଜିକ ମର୍ଯ୍ୟାଦା ଥିବାବେଳେ ଯେଉଁ ଲୋକେ ' ସାଉକାର' ' ସାଉକାର ' ମାଁ ' ଡାକୁଥିଲେ ସେହିମାନେ ମଧ୍ୟ।ଅବଶ୍ୟ ବୁଢ଼ୀ ଗୌରୀ ଗାଁ ସ୍ତ୍ରୀ ଲୋକଙ୍କ ଭଳି କୌଣସି ରୋଜଗାର କରେ ନାହିଁ ତେବେ ବି ବୁଢ଼ା ଯେତିକି ବା ଦୈନିକ ରୋଜଗାର କରି ଆସୁଥିଲା ତାହା ନିଜ ପରିବାରର ଭରଣ ପୋଷଣ ଠାରୁ କମ ନୁହଁ। ପ୍ରଧାନ ପରିବାର କହିଲେ ଦୁଇଟି ପୁଅ ଓ ବୁଢ଼ା ବୁଢ଼ୀ ।ଏହି ଚାରୋଟି ପ୍ରାଣୀଙ୍କୁ ନେଇ ଗଢ଼ି ଉଠିଥିଲା ସେମାନଙ୍କ ତେଲ ଲୁଣର ସଂସାର।

   ବଡ଼ ପୁଅ ଆଶ୍ରିତ ଓ ସାନ ପୁଅ ଅନୁରାଗ।ଉଭୟ ଥିଲେ ବୁଢ଼ା ବୁଢୀଙ୍କ ନୟନ ପିତୁଳା ବା ଗଣ୍ଠିଧନ ସଦୃଶ।ଉଭୟ ମଧ୍ୟରେ ରହିଥିଲା ପରସ୍ଵର ପ୍ରତି ସ୍ନେହ ଓ ଭଲ ପାଇବା ବାସନା।ଉଭୟେ ମିଳିମିଶି ସ୍କୁଲ ଯିବାଠାରୁ ଆରମ୍ଭ କରି ବୁଲାବୁଲି , ଖେଳାଖେଳି ବି ଏକା ସାଙ୍ଗରେ କରୁଥିଲେ।ସାନ ପୁଅ ଅନୁରାଗ ତା ବଡ଼ ଭାଇ(ଆଶ୍ରିତ)ଙ୍କ କଥାକୁ କେବେ ଅମାନ୍ୟ କରି ନ ଥିଲେ।ତାଙ୍କରି ଯେକୌଣସି କଥାକୁ ସେ ଲକ୍ଷ୍ମଣଙ୍କ ତିନିଗାର ସଦୃଶ ମାନୁଥିଲେ।ଦୁଃଖର ବିଷୟ ଏହି ଯେ - ବୁଢ଼ା ବିଷୁ ପ୍ରଧାନ ପ୍ରତିଦିନ କିଞ୍ଚିତ ମଦ୍ୟପାନ କରୁଥିଲେ।ଏଣୁ ପଞ୍ଚମ ଶ୍ରେଣୀ ପଢୁଥିବା ବେଳେ ବଡ଼ ପୁଅ ଆଶ୍ରିତ ବାପାଙ୍କର ଏପରି ଅବସ୍ଥା କଥା ଚିନ୍ତା କରି ପାଠ ଛାଡ଼ି ବାପାଙ୍କ କୌଳିକ ବୃତ୍ତିରେ ସାହାଯ୍ୟ କଲା ଏବଂ ସାନ ଭାଇ ଆନୁରାଗକୁ ପାଠ ପଢ଼ାଇବା ପାଇଁ ଆମୂଳଚୁଳ ସବୁ କଷ୍ଟକୁ ନିଜର କଷ୍ଟ ମନେ କରି ନିଜ କର୍ମରେ ଅଗ୍ରସର ହେଲେ।

ଦୈବ ଯୋଗରେ ଅନୁରାଗକୁ ମଧ୍ୟ ନିଜର ପାଠ ସରୁ ସରୁ ସରକାରୀ ଚାକିରୀ ଖଣ୍ଡେ ନିଜ ଗାଆଁ ଠାରୁ ୬୦/୭୦ କିଲୋମିଟର ଏକ ସରକାରୀ ସ୍କୁଲରେ ମିଳିଗଲା।ପରେ ପରେ ବୁଢ଼ାଙ୍କ ମନରେ ବଡ଼ ପୁଅଙ୍କ ବାହାଘର କଥା ଚିନ୍ତା ଜୁଟିଲା, ପୁଅ ପସନ୍ଦର ବହୁଟିଏ ନିଜ ଘରକୁ ନେଇ ଆସିଲେ। ପରିବାରଟି ବେଶ ସୁରୁଖୁରରେ ଚାଲିଲା। ବଡମାନେ ଛୋଟ ମାନଙ୍କୁ ସ୍ନେହ ଓ ଶ୍ରଦ୍ଧା କରିବା ଥିଲା ଯେମିତି ଏହି ପରିବାରର ପରମ୍ପରା ।ଠିକ ସେମିତି ଥିଲା ଛୋଟ ମାନେ ବଡ଼ ମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରିବା।ଯଦ୍ୱାରା ଗାଁରେ ପ୍ରଧାନ ପରିବାରର ରହିଥିଲା ଏକ ସ୍ଵତନ୍ତ୍ର ସମ୍ମାନ ଓ ଖାନଦାନ।କିନ୍ତୁ ଦୈବ ଦଉଡ଼ି ମଣିଷ ଗାଇ ଯେଣିକି ଟାଣିଲେ ତେଣିକି ଯାଇ ସଦୃଶ।ହଠାତ ଦେଖାଦେଇଛି ଅସ୍ତମିତ ସୂର୍ଯ୍ୟର ଆଲୋକ ।ଖୁସିର ପରିବାରଟିରେ ଅଚାନକ ଅଶାନ୍ତିର ଝଡ଼,ଯେଉଁ ଝଡ଼ ପରିବାରଟିର ନଡ଼ା ଛପର ଉଡ଼ାଇ ନେଲା ଭଳି ସୃଷ୍ଟି କରିଛି ସମୁଦ୍ରର ଜୁଆର ।ଯେଉଁ ଜୁଆରରେ ନୌକା ରୂପକ ତେଲ ଲୁଣର ହସଖୁସିର ସଂସାରଟି ନିମିଷକେ ଉଛଳି ଯାଇଛି।

ଯେଉଁଠି ଥିଲା ବଗିଚାର ଫୁଲ ପରି ସ୍ନେହ - ପ୍ରୀତି - ମମତାର ରଜ୍ଜୁ , ପାଲଟି ଯାଇଛି ଅସଜ୍ଜିତ ଫୁଲ ମାଳ ।ଦିନେ ଯେଉଁ ପରିବାରର କଥା ଶୁଣି ଗାଁର ଅନ୍ୟ ପଡୋଶୀ ମାନେ ପ୍ରଶଂସା ନ କରି ରହି ପାରୁ ନ ଥିଲେ ,ସେହିମାନେ ଆଜି ନାକ ଟେକିବା

ସଙ୍ଗେ ସଙ୍ଗେ ବାଛିକୁଟି ହେବାକୁ ମଧ୍ୟ କୁଣ୍ଠାବୋଧ କରୁ ନାହାନ୍ତି।

କାହିଁକି ନା ବୃତ୍ତର କେନ୍ଦ୍ର ବିନ୍ଦୁ ସମ ଘଟଣାର କେନ୍ଦ୍ର ବିନ୍ଦୁ ଥିଲେ ପାଠୁଆ ପୁଅ ଅନୁରାଗ।ଯେତେବେଳେ କି ସେ(ଅନୁରାଗ ) ବିବାହ କରିଛି , ସେହି ପାଖ ଗାଁର ଅପାଠୁଆ,ମଫସଲିଆ ,ମଳିମୁଣ୍ଡିଆ ଓ ଖଟିଖିଆଙ୍କ ପରିବାରର ଝିଅ ସୁଲେଖାଙ୍କୁ।ସେହି ଦିନ ଠାରୁ ଗାଁରେ ରହିବାକୁ ନାପସନ୍ଦ କରିଛି ଅନୁରାଗ। ଯଦିବା ସେ ପୂର୍ଣ୍ଣ ଅଙ୍କ ଶହେରୁ ନବେ ପ୍ରତିଶତ ଚାହୁଁଥିଲେ ; ତେବେ ତା ' ସ୍ତ୍ରୀ ସୁଲେଖା ପସନ୍ଦ କରୁଥିଲେ ଅର୍ଦ୍ଦ ପ୍ରତିଶତ ।ଅବଶ୍ୟ ସେ ଥିଲେ ଜଣେ ଅଶିକ୍ଷିତ ଗରୀବ ଘର ' ଝିଅ ' ହେଲେ ତା ' ହୃଦୟରେ ନ ଥିଲା ଅଭାବ ବୋଧତା ,ପରିବାର ସହିତ ଖାପ ଖୁଆଇ ପାଦକୁ ପାଦ ମିଳାଇ ଚାଲିବାର ଶତ ସାହାସ , ଟାଣପଣ ଆଉ ମନୋଭାବ ।ଯାହା ଫଳରେ ବିଚରା ଅନୁରାଗ ନିଜ ସ୍ତ୍ରୀଙ୍କ କଥାକୁ ଭାଙ୍ଗି ନ ପାରି ସ୍ତ୍ରୀ ମନ୍ତ୍ରରେ ହୋଇଛି ଦୀକ୍ଷିତ।ନିଜର ବାପା,ମାଁ,ଭାଇ, ଭଉଣୀ,ଭାଇ,ଭାଉଜ,ପୁତୁରା ,ଝିଆରୀଙ୍କର ସ୍ନେହ ତଥା ଶ୍ରଦ୍ଧା ସବୁକୁ ଭୁଲି ପାଦରେ ଲାତ ମାରି ଚାଲିଯାଇଛନ୍ତି ନିଜର କର୍ମ ସ୍ଥଳୀ ସହର ଅଭିମୁଖେ।

ସହର ଜୀବନର ସେହି ଚାରିକାନ୍ଥ ଘେରା ଗୃହ ଭିତରେ ରହି ସେ ଦେଖିଛନ୍ତି ଅନେକ ସ୍ବପ୍ନ ଓ କରିଛନ୍ତି ଅନେକ କଳ୍ପନା।ଖୋଜିଛନ୍ତି ସେହି ସ୍ବପ୍ନ ଓ କଳ୍ପନା ଭିତରେ ତାହା ଭଲ ପାଇବା ସ୍ତ୍ରୀ ସହ ଶାନ୍ତିପୂର୍ଣ୍ଣ ଜୀବନ।ଯେଉଁଠି ନ ଥିବ ବାପା ମାଙ୍କ ବୋଝ,ନ ଥିବ ତା ଭାଇ ଭାଉଜଙ୍କ ମୂରବୀ ପଣିଆ ମନ ଆଉ ପୁତୁରା - ଝିଆରିର ଜିଦଖୋର ଅଳି ଅର୍ଦ୍ଦଳୀ ଆକାଶର ଯେମିତି ଆଦି ଅନ୍ତ ନାହିଁ; ସମୁଦ୍ରର ଯେପରି କ୍ଷୟ ନାହିଁ।

ସମୟ କେବେ କାହାକୁ ଅପେକ୍ଷା ନ କରିବା ପରେ ୫ ବର୍ଷ ବିତି ଯାଇଛି ସାନ ଭାଇ ଅନୁରାଗର ସହରୀ ଜୀବନ।ଖଟିଖିଆ ଅଶିକ୍ଷିତ ବାପା - ମାଁ ପରିଣତି ବୟସରେ ତଥାପି କେବେ ରାଗି ନାହାନ୍ତି କି ଅଭିମାନ କରି ନାହାନ୍ତି, ସେମାନଙ୍କ ଅତି ଆଦରର ପ୍ରିୟ ପୁତ୍ର ପାଠୁଆ ଅନୁରାଗ ଉପରେ।ଏମିତିକି ଯିଏ ଦିନେ ବାପାଙ୍କ ମଦ୍ୟପାନ,ଘରର ପରିସ୍ଥିତି ତଥା ସାନ ଭାଇର ପାଠପଢ଼ା ପାଇଁ ନିଜେ ପାଠ ଛାଡ଼ି ବାପାଙ୍କ କୌଳିକ ବୃତ୍ତିରେ ସାହାଯ୍ୟ କରି ଆସିଥିବା ଅର୍ଦ୍ଧଶିକ୍ଷିତ ବଡ଼ ଭାଇ ଆଶ୍ରିତ ମଧ୍ୟ।କେବେ ବି ଇଚ୍ଛା ପ୍ରକାଶ କରି ନାହିଁ ତାହା ଅଭାବବୋଧତାକୁ ବା ପରିବାରର ଅଚଳନୀୟ ପରିସ୍ଥିତିକୁ କହିବା ପାଇଁ କିମ୍ବା ବାଧ୍ୟ କରିବା ସକାଶେ।ସମସ୍ତ ଦୁଃଖକୁ ନିଜେ ବୋହି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ମନେକରି ଛାତିକୁ ପଥର କରି ଚାଲିଛି, ସେ କେବେ ବି ଭାଙ୍ଗି ପଡ଼ି ନାହିଁ କି କହି ବି ନାହିଁ - ଭାଇ, ବର୍ତ୍ତମାନ ମୋର ଅଭାବ ଅସୁବିଧା ଅଛି,ମୋତେ କିଛି ଟଙ୍କା ଦିଅ କିମ୍ବା ସାହାଯ୍ୟ କର ଇତ୍ୟାଦି ...ଇତ୍ୟାଦି..... ଏହି ତ ଅତ୍ୟାଧୁନିକ ସମାଜର ଜଣେ ଜଣେ ଉଚ୍ଚ ଶିକ୍ଷିତ,ପାଠୁଆ ପୁଅ ମାନଙ୍କର ଆଚାର, ବ୍ୟବହାର, ଚାଲିଚଳନ କହିଲେ ଅସୀମଚୀନ ହେବ ନାହିଁ।।"'


Rate this content
Log in

Similar oriya story from Tragedy