The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

DAMBURUDHARA BEHERA

Tragedy

3  

DAMBURUDHARA BEHERA

Tragedy

କରୋନା ଯୋଦ୍ଧା ଗୌରୀ ମାଉସୀ

କରୋନା ଯୋଦ୍ଧା ଗୌରୀ ମାଉସୀ

5 mins
12.3K



     ଏମିତି ବି ହୁଏ ,କାହା ଜୀବନରେ କେବେ କିଏ ଆସେ, କେବେ କିଏ ଯାଏ,କହି ତ ହୁଏନି କେବେ। ମନ ତଳେ ଯିଏ ରହିଯାଏ ଥରେ ତାକୁ ଭୁଲି ନ ହୁଏ ବିନିଦ୍ର ରଜନୀ।ଏହା ହିଁ ଘଟିଛି କରୋନା ଯୋଦ୍ଧା ଗୌରୀ ମାଉସୀଙ୍କ ଜୀବନରେ।ପିଲାଟି ଦିନରୁ ଜୀବନରେ ସେ ସଂଘର୍ଷ କରି ଛୋଟରୁ ବଡ଼ ହୋଇଛି କହିଲେ ଚଳେ।ତାଙ୍କ ପରିବାର କହିଲେ ବାପା,ମାଁ ଗୋଟିଏ ସାନ ଭାଇ ଆଉ ସେ।ବାପା ଥିଲେ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ।ମାଁ ଥିଲେ ଗୃହିଣୀ।ସେ ଘରୋଇ କାମ ଧନ୍ଦା ବ୍ୟତୀତ ଆଉ କିଛି କାମ କରି ରୋଜଗାର କରନ୍ତି ନାହିଁ।ଘରର ଦୈନନ୍ଦିନ ଗୃହ କାମ ଆଉ ପୁଅ ଝିଅ ଦୁଇଟିର ସେବା ଯତ୍ନ କରୁ କରୁ ତାହା ଜୀବନରେ ରାତି ଯାଇ ସକାଳ ହୁଏ।ପରିବାର ଟିର ରୋଜଗାର କହିଲେ ସରକାରଙ୍କ ଠାରୁ ପାଇ ଆସୁଥିବା ତାହା ବାପାଙ୍କ ସ୍ୱଳ୍ପ ଦରମା ।

  ସେତିକିରେ ଚାରି ପ୍ରାଣୀଙ୍କ ପେଟ ଚଳି ଯାଏ।ଦୁଇ ପଇସା ବଳକା ନ ହୁଇ ପାରେ କିନ୍ତୁ ଖାଇବା, ପିଇବା,ପିଲାଙ୍କର ପାଠ ପଢା ଆଦିରେ କିଛି ଅସୁବିଧା ହୁଏ ନାହିଁ।କିଏ ଜାଣିଥାଏ ନିର୍ମଳ ଆକାଶରେ କଳା ମେଘର ଚାଦରଟା ଢାଙ୍କି ଯିବ ବୋଲି।ସେହିପରି ଘଟି ଥିଲା ଆଜିର କରୋନା ଯୋଦ୍ଧା ଗୌରୀ ମାଉସୀ ଜୀବନରେ।ଯେତେବେଳେ ସେ ପଢୁଥିଲେ ଅଷ୍ଟମ ଶ୍ରେଣୀରେ।ସାନ ଭାଇ ପଡୁଥିଲେ ତୃତୀୟ ଶ୍ରେଣୀ ବେଳେ।ବାପାଙ୍କର ଦେହ ଖରାପ ହେଲା। ଅଣ୍ଟା ବିନ୍ଧିଲା,ଗୋଡ଼ ହାତ ଦରଦ ହେଲା।ଆସ୍ତେ ଆସ୍ତେ ବାପା ପକ୍ଷପାତ ରୋଗରେ ପୀଡ଼ିତ ହେଲେ।ଉଠିବା ତ ଦୂରର କଥା ଭଲରେ କଥା ପଦେ ମଧ୍ୟ କହି ପାରିଲେ ନାହିଁ।ସ୍କୁଲ ଯାଇ ଦସ୍ତକଟିଏ କରି ଠିଆ ହୋଇ ପିଲାଙ୍କୁ ପାଠ ପଢ଼ାଇବା ତାହା ଦେଇ ସମ୍ଭବ ହୋଇ ପାରିଲା ନାହିଁ।ତାଙ୍କ ଭାଗ୍ୟକୁ ସେହି ସମୟରେ ସ୍କୁଲରେ ଭଲ ହେଡମାଷ୍ଟର ଜଣେ ଥିବାରୁ କେତେ ମାସ ଘରେ ରହି ଦରମା ଦେଇ ଆସୁଥିଲେ।ସମୟ ପୁରି ଯିବାରୁ ସେହି ହେଡମାଷ୍ଟରଙ୍କ ଅବସର ହେଲା। ପରେ ଯିଏ ଜଣେ ନୂଆ ହେଡମାଷ୍ଟର ହୋଇ ଆସିଲେ ସେ ଆଉ ବାପାଙ୍କ କାମରେ ସହଯୋଗ କଲେ ନାହିଁ କି ଦରମା ପାଇଁ ସରକାରଙ୍କ ପାଖକୁ ସୁପାରିଶ କଲେ ନାହିଁ।ଫଳ ରେ ବାପା ପରିବାର ସ୍ତ୍ରୀ,ପୁଅ,ଝିଅ ଆଦି ଚିନ୍ତା କରି କରି ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଲେ।

      ମାଁ ବାସନ୍ତୀ ସ୍ୱାମୀର ମୃତ୍ୟୁ ପରେ ପରିବାରର ବୁଝ ମୁଣ୍ଡକୁ ଉଠାଇଲେ। ପର ଘରେ ଯାଇ ବାସନ ମାଜିଲେ।ଯାହା ରୋଜଗାର ହେଲା ପୁଅ ଝିଅ ଦୁଇଙ୍କୁ ପାଠ ପଢ଼ାଇ ପେଟ ପୋଷି ଆସୁଥିଲେ।ଭାଗ୍ୟର ନିଷ୍ଠୁର ଇଙ୍ଗିତ ପାଖରେ ମଣିଷ ସବୁ ସମୟରେ ସବୁ କାଳେ ପରାଜୟ ବରଣ କଲା ଭଳି ଗୌରୀ ତା' ଜୀବନରେ ହାରି ଗଲେ।ରାତିରେ ଶୋଇଥିବା ବେଳେ ମାଁ ସବୁଦିନ ପାଇଁ ଭାଇ ଭଉଣୀଙ୍କୁ ଛାଡି ଆଖି ବୁଝି ଆର ପାରିକୁ ଚାଲିଗଲେ।ସେହି ସମୟରେ ଗୌରୀ ଦଶମ ଶ୍ରେଣୀ ପାଶ କରି ଗାଁ ପାଖରେ ଥିବା କଲେଜରେ ଦ୍ୱାଦଶ ଶ୍ରେଣୀରେ ପଢୁଥାଏ।ଭାଇଟି ତାର ପଢୁଥାଏ ସପ୍ତମ ଶ୍ରେଣୀରେ। ମାଙ୍କ ମରଣରେ ଭାଇ ଭଉଣୀ ବହୁତ କାନ୍ଦିଲେ।ସାହି ପଡିଶା ବନ୍ଧୁ ବାନ୍ଧବ ସେମାନଙ୍କୁ କେହି ଆହାଃ ପଦେ କହିଲେ ନାହିଁ।ନାକରେ ଆଙ୍ଗୁଠି ଦେଇ ହସିଲେ।ଛେ ଛାକାର କହି କୁକୁର ବିରାଡ଼ି ଘଉଡିଲା ଭଳି ବ୍ୟବହାର କଲେ।

    ଗୌରୀ ଜୀବନରେ ଭାଙ୍ଗି ନ ଯାଇ ଅଣ୍ଟା ଭିଡ଼ିଲେ।ପର ଘରେ ଯାଇ ଅନ୍ୟ ଲୋକଙ୍କ ପିଲାମାନଙ୍କୁ ଘରୋଇ ଟିୟୁସନ ଆରମ୍ଭ କଲେ । ସେଥିକିରେ ଦୁଇ ଭାଇ ଭଉଣୀ ଆରାମରେ ଚଳିଲେ। ସେହି ପଇସାରୁ କିଛି ସଞ୍ଚୟ ହେଲା।ଗୌରୀ ଭାଇକୁ ପାଠ ପଢାଇଲେ।ଭାଇ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନରେ ପାଶ କଲା। ଭାଇର ଫଳା ଫଳ ଦେଖି ତାର ଗୋଡ଼ ଆଉ ମାଟି ତଳେ ଲାଗିଲା ନାହିଁ।ଅତୀତର ସବୁ ଦୁଃଖ କଥା ଭାବୁ ଭାବୁ ଖୁସିରେ ତା ଆଖିରୁ ଅଜାଣତରେ ଦୁଇ ଧାର ଲୁହ ବୋହି ପିନ୍ଧି ଥିବା ଫଟା ପୁରୁଣା ପୋଷାକ ଉପରେ ଢାଙ୍କି ହୋଇଥିବା ଧଳା ଫର ଫର ଚୁନି ଟା ପୁରା ଭିଜା ସକାଳର କାକର ଟୋପା ଦେହରେ ଘାସ ଗୁଡ଼ିକ ଦେଖା ଗଲା ପରି ମନେ ହେଲା।ଆଖିରୁ ବୋହି ପଡୁଥିବା ଲୁଣିଆ ଲୁହ ଗଡ଼ିକ ତାକୁ ଆଖି ରସ ଭଳି ମିଠା ମିଠା ଲାଗିଲା।ଖୁସିରେ ଅଧୀର ହେଲା।ବଜାରକୁ ଯାଇ ମନ ପସନ୍ଦର କିଛି ମିଠା କିଣି ଆଣିଲା।ଭାଇ ରାଜୁକୁ ପାଖରେ ଡାକି ତା ' ପାଟିରେ ଭରିଦେଲା।ଭାଇ ମଧ୍ୟ ନିଜ ଭଉଣୀକୁ ନିଜ ହାତରେ କିଛି ମିଠାଇ ଖୁଆଇ ପରସ୍ଵର କିଛି ସମୟ ପାଇଁ ବାସ୍ତବ ଦୁନିଆରୁ ଯାଇ ସ୍ୱପ୍ନର ଦୁନିଆରେ ହଜିଗଲେ।ସେ ଯାହା ବି ହେଉ ଗୌରୀ ତା ଭାଇକୁ କଲେଜରେ ନାଆଁ ଲେଖାଇ ଦେଲା।ରାଜୁ ଆଗ ଭଳି ଭଲ ପାଠ ପଡି,ଭଲ ମାର୍କ ଆଣି ୨ରେ ମଧ୍ୟ ପ୍ରଥମ ଶ୍ରେଣୀରେ ପାଶ କଲା।

   ସେହି ସମୟରେ ବୟସ ହେବାରୁ ଗୌରୀ ଚାକିରୀ ସକାଶେ ଆବେଦନ କଲା।କିଛି ଦିନ ପରେ ପୋଲିସ ବିଭାଗରେ ଏକ ଛୋଟିଆ ଚାକିରୀ ମାନେ ହୋମ ଗାର୍ଡ(ଘରୋଇ ସୁରକ୍ଷା କର୍ମୀ) ଭାବେ ଚାକିରି ଟିଏ ମିଳିଗଲା ତାକୁ।ଆଉ ଅଭାବ ବୋଲି କିଛି ରହିଲା ନାହିଁ।ହସ ଖୁସିରେ ଦୁଇ ଭାଇ ଭଉଣୀ ଅତୀତକୁ ଭୁଲି ଆରାମରେ ରହିଲେ।ଅପା ଯାହା କହିଥିଲା ଭାଇ ସବୁ କଥାକୁ ମାଁ ଭଳି ମାନି ଚାଲୁଥିଲା।ଭାଇ ଯାହା କିଛି ଚାହେଁ ଅପା ନିଜର ପୁଅ ଭଳି ସବୁ କିଛି ଇଚ୍ଛାକୁ ପୂରଣ କରି ଦେଉଥିଲା।ଭାଇ ଭଉଣୀର ଖୁସିରେ ସମସ୍ତେ ଈର୍ଷା କରୁଥିଲେ।ତଥାପି ସେମାନେ କାହାରିକୁ କିଛି କେବେ କହୁ ନ ଥିଲେ।ଏବେ ଏବେ ଆଉ ସେମାନଙ୍କର ଅଭାବ କିଛି ନ ଥିବାରୁ, ଏଥର ଭାଇକୁ ଗାଁ କଲେଜରେ ନ ପଢ଼ାଇ ବାହାରେ ସହରରେ ପଢ଼ାଇବାକୁ ଗୌରୀ ମନେ ମନେ ସ୍ଥିର କଲା।ଯୁକ୍ତ ତିନିରେ ପ୍ରବେଶ କରିବା ପାଇଁ ଫର୍ମ ଆଣି ଭରି ଆବେଦନ କଲା।ଭଲ ମାର୍କ ଥିବାରୁ ତାକୁ ପ୍ରଥମ ଥର ତାଲିକାରେ ହିଁ କଲେଜରେ ପଢିବାକୁ ଡାକରା ଆସିଲା।ଯାଇ କଲେଜରେ ନାମ ଲେଖାଇ ହଷ୍ଟେଲ ରରେ ରହି ପଢା ପଢି କଲା ।ଭଉଣୀ ଏଣେ ଗାଁ ପାଖରେ ଥାନାରେ ଚାକିରୀ କଲା।

     ମଝିରେ ମଝିରେ ସହରକୁ ଯାଇ ଗୌରୀ ଭାଇର ପାଠ ପଢା କଥା ବୁଝି ଆସନ୍ତି।ବେଳେ ବେଳେ ଭାଇ ପାଖକୁ ଫୋନ କରି ତଦାରଖ କରନ୍ତି।କିଛି ଦିନ ଗଲା ପରେ ସେହି ଥାନାରେ ହିଁ ଥିବା ହୋମ ଗାର୍ଡ ବାବୁଲା ସହିତ ପ୍ରଥମେ ଦେଖା ସାକ୍ଷାତ ତା ' ପରେ ଭଲ ପାଇବା,ଶେଷରେ ପ୍ରେମ ଆଉ ବାହାଘର ହେଲା।ନିଜ ଘରେ ଆସି ଦୁଇ ଜଣ ରହିଲେ।ତାର କିଛି ସୁବିଧା ହେଲା ନାହିଁ।କାରଣ ଭାଇ ସବୁଦିନ ପାଇଁ ହଷ୍ଟେଲରେ ରହି ଆସୁଥିଲା।କିଛି ଦିନ ପରେ ଗୌରୀ ଗର୍ଭବତୀ ହେଲା।ତା କୁଳରେ ଭଗବାନ ଝିଅ ସନ୍ତାନଟିଏ ଦେଲେ।ହସ ଖୁସିରେ ଦାମ୍ପତ୍ୟ ଜୀବନ ଚାଲିଲା।

       ଏହାରି ଭିତରେ ବାବୁଲା ନିଜ ଘରେ କାମ କରୁଥିବା ସବିତା ସହିତ ଭଲ ପାଇଲା। ରାତିରେ ଅଧିକରୁ ଅଧିକ ମଦ ପିଇ ଆସି ସ୍ତ୍ରୀ ଗୌରୀ ଆଉ ଝିଅକୁ ପିଟା ମରା କଲା।ପରେ ଗୌରୀ ସହିତ ତାର ଆଉ ଭଲ ପାଟିଲା ନାହିଁ।କୋର୍ଟରେ ଯାଇ ସରକାର କାଗଜ ପତ୍ରରେ ଛାଡ଼ପତ୍ର ଦେଇ ସବିତା ସହିତ ଯାଇ ରହିଲା।ଗୌରୀ ମଧ୍ୟ କିଛି ନ କହି ନ କରି ନିଜ ଝିଅକୁ ଧରି ବାପ ଘରେ ରହି ଚାକିରୀ କଲା।ଆରାମରେ ସୁଖ ଦୁଃଖରେ ଜୀବନ ବିତାଇ ରହିଲା।ଦିନେ ସହରରୁ ଭାଇ ପାଖରୁ ଫୋନ ଆସିଲା ଭାଇ ହଷ୍ଟେଲ ଛାତ ଉପରେ ବସି ମସ୍ତି କରୁଥିବା ବେଳେ କେହି ଜଣେ ତା ସାଙ୍ଗ ଆସି ମଜାରେ ତଳକୁ ଠେଲି ଦେବାରୁ ତାର ଗୋଡ଼ ଭାଙ୍ଗି ମେଡିକାଲରେ ଅଛି।ଏହା ଶୁଣି ଯାଇ ଚିକିତ୍ସା କରି ଘରକୁ ଆଣିଲା।ଗୋଡ଼ ଭାଙ୍ଗି ଯାଇଥିବାରୁ ସଦାବେଳେ ଘରେ ରହି ରହି ମାନସିକ ରୋଗରେ ପୀଡିତ ହେଲା।ଏଣେ ଝିଅ ପିଲାଟି ଦିନରୁ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି ଜୀବନ ସହିତ ଲଢି ଆସୁଛି।କଣ କରିବ ସେ ତାକୁ କିଛି ବୁଦ୍ଧି ବାଟ ଦିଶୁ ନ ଥିଲା।ଘର ଚାକିରୀ ଆଉ ଚାକିରୀ ଘର କଥା ବୁଝୁ ବୁଝୁ ଦିନ ଯାଇ ସକାଳ,ସକାଳ ଯାଇ ରାତି ଆସି ଯାଏ।

       ଆଜିର ଏହି ବିଶ୍ଵ ମହାମାରୀ ରୋଗ ଯୁଗରେ ନିଜର କର୍ତ୍ତବ୍ୟରେ ଅବହେଳା ନ କରି କିପରି ଡ୍ୟୁଟି କରିବାକୁ ହୁଏ,ଜଣେ ପୋଲିସ କର୍ମଚାରୀ,ଡାକ୍ତର,ନର୍ସ ଆଦିକୁ ପଚାରି ବୁଝିଲେ ଜାଣି ହେବ ନିଶ୍ଚୟ। ସେ ଯାହାହେଉ ନା କାହିଁକି କର୍ତ୍ତବ୍ୟ ନିଷ୍ଠରେ କି ବାଧ୍ୟ ବାଧକତାରେ ଗୌରୀ ଆଉ ଝିଅକୁ ଧ୍ୟାନ ଦେଇ ପାରେ ନାହିଁ। ଝିଅ ଝିଲ୍ଲି ରୋଗ ଶଯ୍ୟାରେ ଜୀବନ ସହ ଲଢ଼ି ଲଢି ଆରପାରିକୁ ଚାଲି ଗଲା।ହେଲେ କର୍ତ୍ତବ୍ୟକୁ ପଛରେ ପକାଇ ଦିନେ ଦୁଇ ଦିନ ଘରେ ରହି ଯାଇ ତାକୁ ନିଜ ଚାକିରୀରେ ଯୋଗ ଦେବାକୁ ପଢିଲା।ସରକାର ଉପରସ୍ତ କର୍ମଚାରୀ ମାନେ ପରେ ଏକଥାକୁ ଜାଣି ତାଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସମର୍ପିତ କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।ଚାରି ଆଡୁ ତାହା ପାଖକୁ ଶୁଭେଚ୍ଛାର ସୁହ ଛୁଟୁଛି।ଆଖିର ଲୁହକୁ ଆଖିରେ ମାରି ବିଶ୍ଵ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପନିପରିବା ଓ ମାଛ ଦୋକାନରେ ଗ୍ରାହକ ମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ କହି କରୋନା ଯୋଦ୍ଧା ଗୌରୀ ମାଉସୀ ସଚେତନ କରାଇବାରେ ବ୍ୟସ୍ତ ରହେ ଆଜି ଵିନିଦ୍ର ରଜନୀ ।


Rate this content
Log in

More oriya story from DAMBURUDHARA BEHERA

Similar oriya story from Tragedy