DAMBURUDHARA BEHERA

Tragedy Inspirational

3  

DAMBURUDHARA BEHERA

Tragedy Inspirational

ଦୁଃଖିର ଦୁଃଖ ବୁଝିବ କିଏ ?

ଦୁଃଖିର ଦୁଃଖ ବୁଝିବ କିଏ ?

4 mins
226


କିଏ ଡାକେ ମାଉସୀ,କିଏ ଡାକେ ବଡ଼ ମାଆ,କିଏ ଡାକେ ଆଈ,କିଏ ଡାକେ ଜେଜେ ମାଆ,କିଏ ଡାକେ ନାନୀ,କିଏ ଡାକେ ପିଉସୀ,କିଏ ଡାକେ ବୁଢ଼ୀ,କିଏ ଡାକେ ମାଗି ଖାଇ,କିଏ ଡାକେ ପତର ଗୋଟାଇ,କିଏ କହେ ପର ପାଦ ଚାଟି।ତଥାପି ସମ୍ୱାରୀ କାହାର ଗାଳି,ନିନ୍ଦା ଶୁଣି ଭାଙ୍ଗି ପଢ଼େ ନାହିଁ।କାହାର ମୁଖରୁ ପ୍ରଶଂସା ପାଇ ଖୁସି ହୁଏ ନାହିଁ।ସେ ତାହା ଜୀବନକୁ ନିଜ ଇଚ୍ଛାରେ ,କଷ୍ଟରେ ବଞ୍ଚିବାକୁ ଚାହେଁ।

     ବୟସ ପାଖାପାଖି ଚାରି କୋଡି ଉପରେ।ଆଖିକୁ ଭଲ ଭାବରେ ଦେଖା ଯାଉ ନାହିଁ।ଝାମ୍ପୁରି ଚୁଟିରେ ତେଲ ଟିକେ ଦେବା ପାଇଁ ତାହା ପାଖରେ କେହି ନାହିଁ କି ସମ୍ବଳ ବୋଲି କିଛି ନାହିଁ।କଥା କହିବା ତ ଦୂରର କଥା।ଆ, ବୋଲି କହିଲେ ମୁହଁ ଥରି ଉଠେ।ସଲଖରେ ଠିଆ ହୋଇପାରେ ନାହିଁ।ଅଣ୍ଟା ସଲଖି ଚାଲିବ କେମିତି। ବାର ଦ୍ବାର ତେର ପିଣ୍ଡା ଗଲେ ତ କେହି ତାକୁ ସାହାଯ୍ୟ ସହଯୋଗ କରିବେ ? ନ ହେଲେ ଭାତ,ଡାଲି,ତରକାରୀ ଦେବେ ? କି କାହା ଠାରୁ କିଛି ଚାଉଳ ମାଗି ଆଣି ନିଜ ଘରେ ଫୁଟାଇ କାହାରି ମୁହଁରେ ଅନ୍ନ ଦେବେ ?

            ସବୁ ଠିକ ଠାକ ଚାଲିଥିଲା।ସ୍ବାମୀ ଥିଲା।ରୋଜଗାର କରୁଥିଲା। ରିକ୍ସା ଟାଣି ଯାହା ଦୁଇ ପଇସା ମିଳୁଥିଲା।ସେଥିକିରେ ସ୍ୱାମୀ,ସ୍ତ୍ରୀ ଆଉ ପୁଅ ମାଗୁଣୀକୁ ନେଇ ଘର ପରିବାର ବେଶ ସୁରୁଖୁରୁରେ ଚଳି ଯାଉଥିଲା। କ୍ରମଶଃ ପୁଅ ବଡ ହେବାରୁ ବାହା କରାଇ ଘରକୁ ବୋହୁ- ଟିଏ ଆଣିଲେ।ଭଗବାନଙ୍କ କୃପାରୁ ନାତିଟିଏ ଆଉ ନାତୁଣୀଟିଏ ହେଲା ।ବାପାଙ୍କର ରୋଜଗାର ସହିତ ପୁଅ ମାଗୁଣୀ ହାତ ବଢାଇଲେ।ବାପା ରିକ୍ସା ଟାଣି ଦି ' ପଇସା ରୋଜଗାର କରୁଥିବା ବେଳେ ପୁଅ ଅଟୋ ଚଳାଇ ଚାରି ପଇସା ରୋଜଗାର କଲେ।ସମସ୍ତେ ମିଳିମିଶି ହସ ଖୁସିରେ ଜୀବନ ବିତାଉଥିଲେ।

          ହଠାତ ସମ୍ବାରୀର ସ୍ବାମୀ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲା।ଆସ୍ତେ ଆସ୍ତେ ଶାଶୁ ସହିତ ବୋହୁର ପଟିଲା ନାହିଁ।ସବୁ ବେଳେ ସାପ ଭଳି ଗର ଗର ହୋଇ ବୋହୁ ଫଣା ଟେକିଲା । ପାଟିକଲା,ଗାଳି ଦେଲା, ମିଛରେ ହେଉ କି ସତରେ ରାତିରେ ସ୍ବାମୀ ଘରକୁ ଫେରି ଘରେ ନ ପସୁଣୁ

ଦୁଆର ଆଗରେ ଠିଆ ହୋଇ ନାକ ଶଣ ସଣ କରି ଶାଶୁ ନାଆଁରେ ଅଭିଯୋଗ କଲା।ପୁଅ ମନ ବୁଝିଲା ନାହିଁ।ମାଙ୍କୁ ଅଲଗାକୁ ଡାକି ବୁଝା ଶୁଝା କଲା।ତେଣେ ସ୍ତ୍ରୀକୁ ଅଲଗାକୁ ଡାକି ବୁଝା ସୁଝା କଲା।କେହି ଶୁଣିଲେ ନାହିଁ। ଉଭୟଙ୍କୁ ଏକା ସାଙ୍ଗରେ ଆମନା ସାମନା କରି ପାଖକୁ ଡାକି ବୁଝାଇଲେ।ହେଲେ କିଛି ଲାଭ ହେଲା ନାହିଁ।ଫଳ ଓଲଟା ହେଲା।ସ୍ତ୍ରୀ କହିଲା,ବେଶୀ ମାଆ ସୁଆଗ ଦେଖାଇ ହେଉଛି।ମାା କହିଲା , ପୁଅଟା ମୋର ଅଭାଳି ଥିଲା ଭଲ ଥିଲା।ସବୁ କଥାକୁ କେବେ ମନା କରୁନଥିଲା।ମାଛିକୁ ମ ବୋଲି କହୁନଥିଲା।ଏବେ ପୁଅକୁ ମାଇପ ମିଳିଗଲା।ମାଁ କଥାକୁ କିଏ ପଚାରେ ? ଇତ୍ୟାଦି ଇତ୍ୟାଦି।

               ପୁଅ, ମାଗୁଣୀ କରିବ କିସ ।ମୁଣ୍ଡକୁ ତାର କିଛି ଜୁଟିଲା ନାହିଁ।ଏଣେ ମାଇଲେ ଗୋ ହତ୍ୟା, ତେଣେ ମାଇଲେ ବ୍ରହ୍ମ ହତ୍ୟା । ସବୁ ଦିନେ ଚିନ୍ତାରେ ଅନ୍ୟମନସ୍କ ରହିଲା।ମଦ ପିଇଲା।ଦାଣ୍ଡରେ ଗଡିଲା।କାମ ଧନ୍ଦା କିଛି କଲା ନାହିଁ। ନିତି ପେଟେ ମଦ ପିଇ ଘରକୁ ଫେରି ମାଆ,ସ୍ତ୍ରୀ,ପିଲାଛୁଆଙ୍କୁ ମାରପିଟ କଲା।ଦିନକୁ ଦିନ ପରିବାରରେ ଦୁଃଖ ଓ ଅଶାନ୍ତ ଲାଗିରହିଲା।

             ମାଁ ଜାଣେ ବାପ ,ମନ ଜାଣେ ପାପ ଭଳି ସମ୍ବାରି କାହାକୁ କିଛି କହିଲା ନାହିଁ।ରାତିରେ ଶୋଇବା ଘରେ ଏକା ଏକା ସ୍ୱାମୀ ସୁକୁରୁ କଥାକୁ ମନେ ପକାଇ ପକାଇ ଆଖିକୁ ନିଦ ଆସିଲା ନାହିଁ।ବୟସ ବଢିବାରୁ ତା ' ଆଖିକୁ କିଛି ଦେଖା ଗଲା ନାହିଁ।କିନ୍ତୁ କରିବ ବା କଣ ?ପୁଅ ମନ ମା ଙ୍କୁ ଜଣା।ବାଧ୍ୟ ହୋଇ ପୁଅକୁ ଡାକି ବହୁତ ବୁଝାଇଲା। ଅରିକ୍ଷିତକୁ ଦଇବ ସାହା ଭଳି ମାଁ କଥା ଶୁଣି ପୁଅ ମଦ ଛାଡ଼ିଲା।ଭଲ ବାଟକୁ ଫେରି ଛୁଆ ପିଲାଙ୍କୁ ନେଇ ଅଲଗାରେ ଘର ଭଡ଼ା ଦେଇ ରହିଲା।ପିଲା ମାନଙ୍କୁ ସ୍କୁଲରେ ନାଆଁ ଲେଖାଇ ପାଠ ପଢାଇଲା।ସ୍ବାମୀ,ସ୍ତ୍ରୀ,ଦୁଇଟି ଛୁଆର ଯତ୍ନ ନେଇ ସୁଖ ଶାନ୍ତିରେ ଚଳିଲେ।ବୁଢ଼ୀ ବି ପର ଘରେ ହାତ ପତାଇ ନିଜ ଭାଗ୍ୟକୁ ଆଦରି ଅଲଗାରେ ନିଜ ଭଙ୍ଗା ଘରେ କାଳ କାଟିଲା।

 ରଖେ ହରି ମାରେ କିଏ, ମାରେ ହରି ରଖେ କିଏ ନ୍ୟାୟରେ ବୋଧେ ଭଗବାନ ଏମାନଙ୍କ ଉପରେ ଦାଉ ସାଜିଲା।ତେବେ ଜୀବନର ମୋଡ଼ ସେତେବେଳେ ବଦଳି ଗଲା।ଯେତେବେଳେ ମାଗୁଣୀ ମାନସିକ ରୋଗାକ୍ରାନ୍ତ ହୋଇ ପୀଡ଼ିତ ହେଲା।ଏହା ସହ ମାଗୁଣୀଙ୍କ ପୁରା ପରିବାର ସ୍ତ୍ରୀ,ପୁଅ ଓ ଝିଅ ସମସ୍ତେ ଏହି ମାନସିକ ରୋଗାକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟି ଗଲେ।

   ପୁଅ ସହ ତା ' ପରିବାରର ଏହି ଅବସ୍ଥା ଦେଖି ମାଁ ' ସମ୍ଵାରୀ ସମସ୍ତଙ୍କୁ ନିଜ ପାଖକୁ ଆଣି ରଖିଲେ।ଏ ବୟସରେ ଯେଉଁଠି ଆରାମ କରିବା କଥା।ସେହି ବୟସରେ ମୁଣ୍ଡରେ କାଠ ଆଣି,ପର ଘର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ ଚିନ୍ତା।ନିଜ ପେଟ ପାଇଁ ଯିଏ ଅସମର୍ଥ ସିଏ ଅନ୍ୟ ଚାରି ପ୍ରାଣୀ କୁଟୁମ୍ବ,ପୁଅ, ବୋହୁ,ନାତି,ନାତୁଣୀ ମାନସିକ ବିକାରଗ୍ରସ୍ତ ହୋଇଯିବା ପରେ ପରିବାର ଦାୟିତ୍ଵ ଚାରି କୋଡି ବୟସର ବୃଦ୍ଧାଙ୍କ କାନ୍ଧରେ।

    ବାସ ଏହିଠାରୁ ଆରମ୍ଭ ହୁଏ ସମ୍ବାରୀଙ୍କ ଜୀବନ ସଂଘର୍ଷର କାହାଣୀ।ନିଜର ବୋଲି ଘର ଖଣ୍ଡିଏ ନ ଥିବା ବେଳେ  ଇନ୍ଦିରା ଆବାସ ନାଆରେ ଆସିଥିବା ଘରଟି ପାଖରେ ଅର୍ଥର ଅଭାବରୁ ସେ ଘର ତିଆରି କରି ନ ପାରିବାରୁ ଜଣେ ଠିକାଦାର ଅଧାପନ୍ତରିଆ କରି ଛାଡି ଚାଲି ଗଲା।ଜଣେ ପଡେ଼ାଶୀଙ୍କ ଘର ପାଲଟିଛି ତାଙ୍କ ଠିକଣା।ଆଉ ରୋଷେଇ ଶାଳ ପାଲଟିଛି ପାଇଖାନା ଗୃହ।ପର ଘରେ ମୁଲ ଲାଗି ଯାହା ଆଣନ୍ତି ସେଥିରେ ପୁରା ପରିବାର ଭୋକ ମେଟାନ୍ତି ।

     ଦିନେ ବି କେବେ ସମ୍ବାରୀ ଜୀବନ ଯୋଦ୍ଧରେ ହାରି ଯାଇ ନାହିଁ କି ହାର ମାନି ନାହିଁ। "where there is life,there is hope and way" ରୀତିକୁ ଜୀବନ ଯାତ୍ରାର ପାଥେୟ ବୋଲି ବାଛି ଚାଲିଛି।ସେପଟେ ସମସ୍ତ ଦିବ୍ୟାଙ୍ଗକୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନର ସାମିଲ କରା ଯାଇ ନ ଥିବାରୁ ମିଳୁ ନାହିଁ ଦିବ୍ୟାଙ୍ଗ ଭତ୍ତା,ସରକାରୀ ଯୋଜନାରେ ସମ୍ବାରୀଙ୍କୁ ମିଳୁଛି କେବଳ ପାଞ୍ଚ ଶହ ଟଙ୍କା ଭତ୍ତା ଓ ଦଶ କିଲୋ ଚାଉଳ।ତେବେ ଯଦି ପରିବାରର ଦୁଃଖକୁ ବୁଝି ପ୍ରଶାସନ ତରଫରୁ କିଛି ସୁବିଧା ଯୋଗାଇ ଦିଆଯାଏ ତେବେ ସମ୍ବାରୀ ପରିବାରରେ ପୁଣି ଖୁସି ଫେରି ଆସି ପାରନ୍ତା।ଏଣୁ ସେ "Learn from yesterday,live for today,hope for tomorrow." କହି ଜୀବନରେ ଅଶାର ଆଲୋକ ପଥେ ""କେହି ଡାକ ନ ଶୁଣେ ତ ଏକଲା ଚାଳରେ"" ଜୀବନ ଯାତ୍ରାରେ ସଙ୍ଗୀତ ଗାଇ ଗାଇ ଆଗକୁ ଆଗକୁ ପାଦ ବଢାଇ ଚାଲିଛି।ଏବେ ବି ବଞ୍ଚିଛି ସଂଘର୍ଷ କରି ସେହି ଅଶାର ଆଲୋକରେ ଆଶାର ଆଲୋକ ଜଳାଇ ମରି ମରି ବଞ୍ଚି,ଜିଓ ଔର ଜିନେ ଦୋ କହି କହି, Don't look back with regret,Look forward with hope ନିଜ କାନ୍ଧର ଦାୟିତ୍ଵ ସମ୍ଭାଳି।



Rate this content
Log in

Similar oriya story from Tragedy