ଗଳ୍ପ - ଏ ଈଶ୍ୱର ତୁମେ କୁହ
ଗଳ୍ପ - ଏ ଈଶ୍ୱର ତୁମେ କୁହ
ଆଜିର ଏ ଅତ୍ୟାଧୁନିକ ଯୁଗର ମଣିଷ ପାଖରେ ସବୁ ଥାଇ ମଧ୍ୟ ଦୁନିଆ ଆଗରେ କାହିଁକି ଯେ ଅଣନିଃଶ୍ୱାସୀ ସାଜି ବୁଦ୍ଧି ଆଉ ଉପା ଶୂନ୍ୟ ହୋଇଯାଏ କାହାକୁ ଅଜଣା ନୁହଁ । ନିକଟରେ ଘଟିଥିବା ଏକ ଗର୍ଭଣା ହସ୍ତିର ଅପମୃତ୍ୟୁ ଏହାର ଜ୍ୱଳନ୍ତ ଉଦାହରଣ ମାତ୍ର । ଆମ ଠାରେ ବୁଦ୍ଧି ବିବେକ ଥିଲେ ମଧ୍ୟ କିଛି କ୍ଷଣ ପାଇଁ ପାଶବିକ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଅମାନୁଷିକ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେବାକୁ କୁଣ୍ଠା ପ୍ରକାଶ କରୁଛୁ । ହଁ ଆଜ୍ଞା ଆପଣମାନେ ଥରେ ଭାବନ୍ତୁ ତ ଯଦି ଆମରି କେହି ଜଣେ ମାଆ ଗର୍ଭବତୀ ଅଛନ୍ତି । ତାହାକୁ ଆମରି ସମାଜର ଜଣେ କେହି ବାପା ବିଷ ଦେଇ ମାରି ଦିଅନ୍ତି, ତାହାହେଲେ ସେହି ବ୍ୟକ୍ତିର ଅବସ୍ଥା କଣ ହୋଇଥାଆନ୍ତା ? ତାହା ଘର ପରିବାର ଲୋକେ ହେଉ କିମ୍ବା ଆମ ସମାଜ ବା ଆମ ସରକାରୀ ଆଇନ ସଙ୍ଗତ ନ୍ୟାୟକ ବ୍ୟବସ୍ଥା କି ପ୍ରକାର ଦଣ୍ଡ ମୁକ୍ତ କରି ଧୂପ ଦୀପ ଦେଇ ପୂଜା କରିଥାନ୍ତା ? ମାଆଙ୍କର ଭାଇମାନେ ହେଉ କି ବାପା, ମାଆ, ବନ୍ଧୁ ବାନ୍ଧବ, ମାଆଙ୍କ ଗର୍ଭରୁ ଜନ୍ମ ହୋଇଥିବା ଆମ ବଡ଼ ଭାଇ କି ଭଉଣୀ ପ୍ରତିଶୋଧ ପରାୟଣ ହୋଇ କେଉଁ ଭଳି ଗୁଳିର ଜବାବ ଫୁଲରେ କି ଗୁଳିରେ ଦେଇଥାନ୍ତା ।
ନିଶ୍ଚୟ ରୂପେ ଆମେ ଅନୁଭବ କରି ପାରୁଥିବା ନିଶ୍ଚିତ । ଏହି ଅଣନିଃଶ୍ୱାସୀ ମଣିଷ ନିଜର ଖୁସୀ ପାଇଁ ଅନ୍ୟର ଜୀବନ ନେବାକୁ ତିଳେ ହେଲେ ଲଜ୍ଜ୍ୟା ବୋଧ କରୁ ନାହିଁ । ସପୁରୀ ପଣସ ଦେହରେ ବାରୁଦ ଭରି ଲୋଭ କରଇ ବୁଦ୍ଧିହୀନ, ନିରୀହ, ନିଷ୍କପଟ ପଶୁକୁ ନିଜେ ସୈତାନ ଭଳି ହତ୍ୟା କରି ଜବତ କରି ନିଜର ବାହାଦୂରୀ ସମାଜ ଆଗରେ ଦେଖାଇ ନିଜକୁ ବୁଦ୍ଧିମାନ ଆଉ ଶ୍ରେଷ୍ଠ ଜୀବର ମୁକୁଟ ଧାରଣ କରି ପୃଥିବୀ ପୃଷ୍ଠରେ ଦିଗବିଜୟ ବିଶ୍ଵ ବିଜୟୀ ଆଲେକଜାଣ୍ଡାର ସମ୍ରାଟ ବୋଲାଇ ସହଚରା ଜୀବ ଜନ୍ତୁ ଆଗରେ ଗର୍ବ କରି ନିଜେ ନିଜର ପ୍ରଭୂତ୍ୱକୁ ଅନ୍ୟ ଉପରେ ସାବ୍ୟସ୍ତ କରୁଛି । ଛିଃ ଛିଃ ଛିଃ ଏହି ଆମ ମଣିଷ ଜୀବନ ପାଇ ଅମଣିଷ କାର୍ଯ୍ୟକଳାପକୁ ।
ଆମେ ଆଜି କାନ ଥାଇ ଶୁଣି ପାରୁ ନାହୁଁ । ପେଟ ଭିତରେ ବଢୁଥିବା ହସ୍ତୀ ଶାବକର ଆର୍ତ୍ତ ଚିତ୍କାର ମଆ...ମଆ..ମୁଁ କଣ ଭୁଲ କରିଛି ? ତୁମ ଗର୍ଭରେ ଭୃଣ ହୋଇ ? ମାଆ ମୁଁ କଣ ପାପ କରିଛି ଦୁନିଆକୁ ଆସିବା ଆଗରୁ ତୁମେ ପେଟ ଭରି ଖାଇଲେ ମୋ ପେଟ ଭରିଯିବ ବୋଲି, ତୁମକୁ ପେଟ ଭିତରେ ଥାଇ ଚାଲ ମାମା ଚାଲ କହି, ଲୋଭାତୁର ହୋଇ ସୁନ୍ଦର ଦେଖା ଯାଉଥିବା ହଳଦିଆ ପାଚିଲା ରଙ୍ଗର ମିଠା ଫଳ ସପୁରୀ ଖାଇବା ପାଇଁ ମନ କରି ଆଗେ ବଢ଼ି ବାକୁ ଉତ୍ସାହିତ କରି ଟାଣି ନେଇଥିବାରୁ ?
ମୁଁ କଣ ଜାଣିଥିଲି କି ମାଆ ଏ ଅଣନିଃଶ୍ୱାସୀ ମଣିଷ ଅଜଣା ରୋଗରେ ପୀଡିତ ହୋଇ ନିଜର ଭୋକକୁ ମେଣ୍ଟାଇବା ପାଇଁ ଆମ ଭଳି ପଶୁତ୍ୱର କାର୍ଯ୍ୟ କରି ହାତରେ ନ ହେଲେ ଲାତରେ, ନ ହେଲେ ଭାତରେ ମାରିଦେବେ ବୋଲି ।
କିଏ ଜାଣିଥିଲା ଆମ ମୃତ୍ୟୁରେ ସେମାନେ ଖୁସି ହୋଇ ହାତରେ ଆଣ୍ଡ୍ରଏଡ ସେଟ ମୋବାଇଲ ଧରି ଫୋଟୋ ଉଠାଇ ସେଲଫି ନେବେ । କିଏ ଜାଣିଥିଲା ଏହି ଫୋଟୋ ଦେଖାଇ ଗର୍ବ ଓ ଅହଂକାର କରି ସାଙ୍ଗ ସାଥି, ସମାଜ ଆଗରେ ଗଣମାଧ୍ୟମ, ସୋସିଆଲ ମିଡିଆରେ ବାଣ୍ଟିବେ । ହଁ ମାଆ ମୋ ପାଟିରୁ ଆଉ କିଛି କଥା ବାହାରୁନାହିଁ କହିବାକୁ ମାଆ।
ମୁଁ ହିଁ ତୁମ ମୃତ୍ୟୁର କାରଣ । ଖାଇବା ଲୋଭର ଫଳ । ଫଳ ଭିତରେ ଥିବା କାଳ ରୂପୀ ବାଣ । ମୋତେ କ୍ଷମା କରିବେମାଆ। ଯଦି ମୋର କିଛି ଭୁଲ ଥାଏ । ମୁଁ ତୁମ ପେଟରେ ବଢ଼ି ଦୁନିଆକୁ ଆସିବା ଆଗରୁ ହରି ନାମ ସତ୍ୟ ହେ, ରାମ ନାମ ସତ୍ୟ ଡାକରାରେ, ଏପାରିରୁ ସେପାରିକୁ ଛଅ ଖଣ୍ଡ କାଠରେ ଅନ୍ୟର କାନ୍ଧରେ ଶ୍ମଶାନ ଅଭିମୁଖେ ଯାତ୍ରା କରୁଥିବା ସନ୍ତାନ ।
ହେ ଅଣନିଃଶ୍ୱାସୀ ମଣିଷ ମୋ ସାଙ୍ଗରେ ଆଉ ମୋମାଆସାଙ୍ଗରେ କରିଥିବା କାର୍ଯ୍ୟ ଯେପରି ତୁମ ସହିତ ଆଉ ତୁମମାଆସହିତ ନ ହେଉ । ହେ ଭଗବାନ ଏହି ନର ରୂପୀ ରାକ୍ଷସମାନଙ୍କର ଅବସାନ ଘଟୁ । ସଂହାର ହେଉ । ହେ ଈଶ୍ୱର ଏମାଙ୍କ ବୁଦ୍ଧିର ବିନାଶ ହେଉ । ଜାଣିବେ ବୁଦ୍ଧି ନ ଥାଇ ବି କେମିତି ଆମେମାନେ ବିବେକ ପୂର୍ଣ୍ଣ କାମ କରିଥାଉ । ଅସମର୍ଥ ମାନବକୁ ପିଠିରେ ବୋହି ମହନ୍ତ ସଜାଇ ପେଟ ପୋଷିଥାଉ ।
ହଁ ଭଗବାନ ସର୍ଭେ ଭବନ୍ତୁ ସୁଖିନମ୍ଃ ସର୍ଭେ ସନ୍ତୁ ନିରାମୟ ରୀତିରେ ସମସ୍ତେ ଭଦ୍ର ହୁଅନ୍ତୁ କାହାରି ଭାଗ୍ୟରେ ଆମ ଭଳି ଦୁଃଖ ନ ଭୋଗନ୍ତୁ ।
ଦୁଃଖ ସିନା ବୁଝେ ଦୁଃଖି
ସୁଖୀ ଲୋକ କି ବୁଝେ ଦୁଃଖ ।
ଏ ମଣିଷ,ଏ ଈଶ୍ୱର ,ଏ ବିଶ୍ଵର ଅଣନିଃଶ୍ୱାସୀ ସୈତାନ,ତୁମେକୁହା । ହେ ଭଗବାନ ତୁମେ କୁହ । ଏଥିପାଇଁ ଦାୟୀ କିଏ ? ମୁଁ ନା ମୋ ମାଆ ? ନା ଏ ସଭ୍ୟ ସମାଜର ମାନବ । କି ତୁମେ ଚୁପ ଚାପ ରହି ଦେଖୁଥିବା ଈଶ୍ୱର ?