Amiya Bej

Abstract Inspirational Others

3  

Amiya Bej

Abstract Inspirational Others

ଗପଚୋର

ଗପଚୋର

2 mins
14K


{୧}

ନୀଳିମା ମୋର ସୁବନ୍ଧୁ । ଥରେ କେଉଁ ଏକ କଥାରେ ସେ କହିଲା - ତୁମେ ଭାରି ଡହରା !

- କେଉଁ ନୂଆକଥା କହିଲ ଯେ ?

ତାପର ଦିନ ସେ ଡହରା' ବିଷୟରେ ଗୋଟେ ଗପଟେ ଲେଖିଲାବି ।

{୨}

କଥା ହେଲା, ଆମେ ଯେବେ ଇଂଜିନିୟରିଂ ପରୀକ୍ଷା ଦେଉଥିଲୁ , ସେତେବେଳେ କପି କରିବାର ପର୍ଯ୍ୟାପ୍ତ ସୁଯୋଗ ମିଳୁଥିଲା । ଫଳତଃ ଆମେ ପାଠପଢା ସମ୍ପୂର୍ଣ୍ଣ ଛାଡିଦେଇଥିଲୁ । ପରୀକ୍ଷାରେ ମୋଟା ବହିକୁ ଫାଡି , ଅଯାଗାରେ ପୁରାଇ , ଶତ ପ୍ରତିଶତ ଉତ୍ତର ଦେବାରେ ସକ୍ଷମ ହେଉଥିଲୁ ।

ଏଥିରେ ଲାଭାନ୍ୱିତ ହେଉଥିଲା ମୂଲ୍ୟାୟନ ବିଭାଗ । ଏକ ସମଭାବାପନ୍ନ ମନୋବୃତ୍ତି ନେଇ ସମସ୍ତିଙ୍କୁ ପାଖାପାଖି ନମ୍ବର ଦେଇ ପରିଶ୍ରମମୁକ୍ତ ହୋଇଯାଉଥିଲା ।

ଆମେ କିନ୍ତୁ ଖୁସି ହେଉଥିଲୁ ସଭିଏଁ ସମାନ୍ କହି ।

( ଏଇଟା ଡହରାମି ନୁହଁ ତ ଆଉ କଣ )

ବହୁକଷ୍ଟରେ ଚାକିରୀ ମିଳିଗଲା ପରେ , ବେଳେବେଳେ ଦର୍କାର ପଡିଯାଏ ଯାନ୍ତ୍ରିକ ସୂତ୍ରସବୁ । ନା ମେମୋରିରେ ଥାଏ , ନା ସେ ବହୁ ମୂଲ୍ୟ ବହି ଆଉ ପାଖରେ ଥାଏ !!!!

{୩}

କଲେଜ୍ ରେ ମୋ ସାଙ୍ଗ ଜଣଙ୍କୁ ଭଲ ପାଉଥିଲା । ମୋତେ ବି ସେ ଝିଅ ଭାରି ଭଲ ଲାଗେ । ଅତଏବ ପୁଣି ସେଇ ଡହରାମି । ମୁଁ ଚେଷ୍ଟା କଲି । 

ବିଶ୍ବାସ କରନ୍ତୁ , ସରଂକ୍ଷିତ ହୃଦୟ ବି ଚୋରିହୋଇଯାଏ !!!

{୪}

ମୋ ନ' ବର୍ଷର ପୁଅ ଦିନେ କହିଲା -

- ପାପା ! ଏତେ ଖଟୁଛ କିଆଁ ?

- ନହେଲେ ତୋ' ଖେଳନା କିଣା ପଇସା ଆଣିବି କେଉଁଠୁ ?

- ଟଙ୍କା ତ କାଗଜରେ । ଗୋଟେ କଲର୍ ପ୍ରିଣ୍ଟର୍ ଆଣ , ଆଉ ଛପେଇ ଦିଅ । ବାସ୍ ।

ଏଇ କପି ପ୍ରବଣତା ଛୁଆଟିବେଳୁ ଆସିଯାଏ !

ଅବୋଧ ବିଚରା ।

{୫}

ମୁଁ ପଢୁଥିବା ପ୍ରତ୍ୟେକ ସୁଦୀର୍ଘ ଗପରେ , ଲାଗେ ଏଇପରି କେଉଁଠି ପଢିଛି ଆଗରୁ । ପ୍ରମାଣ ଖୋଜି ସମୟ ନଷ୍ଟ କରେନି ଅବଶ୍ୟ । ତେବେ , ମୋ' ଉଦ୍ଭଟ ମାନସିକତା ଏୟା ଭାବିବାକୁ ବାଧ୍ୟ କରେ ।

ଦୁନିଆରେ କୋଟିଏ ଲେଖକ ପ୍ରତ୍ୟହ ଲେଖୁଛନ୍ତି । କେଉଁଠି ନା କେଉଁଠି ସମାନତା ମିଳିଯିବା ସ୍ୱାଭାବିକ୍ । ସମାନ ଦେଖାଯାଉଥିବା ପିଲାଦୁଇଟିଙ୍କ ବାପା ଯେ ଗୋଟିଏ ହେବ , ଭାବିବା ଭୁଲ୍ !

{୬}

ଭୁଲ ହେଲା -

ସାହିତ୍ୟ ରେ ଅନୁକରଣ ପରମ୍ପରା ଅବଶ୍ୟ ରହିବ । କିନ୍ତୁ ହୁବହୁ ଛାପିଦେବାଟା , ପରବୀର୍ଯ୍ୟରେ ପିତୃତ୍ୱର ସୁଖ ସାଉଁଟିବା ପରି ।

ଏଇଟା ଅସଲ ଡହରାମି !!!

ବିଦ୍ର :

୧} ସେ ପିଲାଜଣଙ୍କ ଦୁର୍ଭାଗ୍ୟ ରୁ ଜଣେ ଇଂଜିନିୟର !

୨} ମୁଁ ଦୁଇଟି ଯାକ ଲେଖାକୁ ଏକତ୍ର ନପଢି ଏତେ ଗପିଦେଉଛି ।

୩} ଶୁଭଶ୍ରୀ , ସତ୍ୟ ସାର୍ , ରଶ୍ମୀ ମାମ୍ ଆଦି ଯାହାଙ୍କର ଚୋରି ହେଇଛି , ସମବେଦନା ଜଣାଉଛି ।

ଶେଷରେ , ଚୋର ସାବଧାନ । ପାର୍ବଣର ଋତୁ ଚାଲିଛି । ଦେବୀ ଏବେ ଖଣ୍ଡା ଖର୍ପର ଧରି ଦାଣ୍ଡରେ । ହୁସିଆର ।

@ ଅମିୟ


Rate this content
Log in

Similar oriya story from Abstract