Hemanta Kumar Nayak

Abstract Others

4  

Hemanta Kumar Nayak

Abstract Others

ଘରଭଙ୍ଗା ଦିଅଁ

ଘରଭଙ୍ଗା ଦିଅଁ

6 mins
373



ନିନ୍ଦୁକଙ୍କ କଥାକୁ ଶୁଣିଲେ ଯାଇ ନିଜ ଭିତରେ କିଛି ସକରାତ୍ମକ ପରିବର୍ତ୍ତନ କରି ହେବ। ଏଇ କଥାଟିକୁ ବୋଧହୁଏ ହୃଦୟଙ୍ଗମ କରି ଆଜିର ଗଣମାଧ୍ୟମ ପ୍ରତିନିଧି ମାନେ ସମାଜରେ ଯାହା ସବୁ ନିନ୍ଦା କରାଯାଉଛି ସେଇଭଳି ଖବର ପ୍ରସାରଣ କରିବାର ପ୍ରତିଯୋଗୀତା ବିଗତ କିଛି ବର୍ଷ ହେଲା ଚାଲୁ ରଖିଛନ୍ତି। ଯଥା - ପ୍ରକିୟା ପ୍ରୀତି ଅପରାଧ ନୁହେଁ ନ୍ୟାୟ ଘୋଷଣା ପରେ ଯେମିତି ଭାଉଜ ପ୍ରେମ ମିଠା ମିଠାରେ ମଣ୍ଡିତ ହୋଇଯାଇଛି। ପ୍ରିଣ୍ଟ ମିଡିଆ ଠାରୁ ଇଲେକ୍ଟ୍ରୋନିକ ମିଡିଆ ଦେଇ ହାତେ ହାତେ ଥିବା ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ। କିନ୍ତୁ ଏଇ ଲେଖିବାର ଅଭିପ୍ରାୟ ଟି ହେଲା ଭାଇ ଭାଇ ପ୍ରେମ କେମିତି ଘମରେ ଥିବା ଫିମ୍ପି ମରା ଆମ୍ବୁଲ ଖଟା ହେଇଗଲାଣି ସେସବୁ ଦର୍ଶାଇବା ନିମନ୍ତେ।

କଥାରେ ଅଛି କ୍ଷୀର ପିଇବାକୁ ମନ ଯଦି ଗୁହାଳେ ଥିବ ଗାଈ , ବିପଦ ଆପଦେ ଛିଡ଼ା ହୋଇବ ପାଖରେ ଥିଲେ ଭାଇ। ଆଜି କିନ୍ତୁ ବିଲୁପ୍ତ ପ୍ରାଣୀ ଭଳି ଏଇ ଭାଇ ଭାଇର ପ୍ରେମ ବିଲୁପ୍ତ ହେବାକୁ ବସିଛି। ଗାଈବି ବିଲୁପ୍ତ ପଥେ, ବଜାରରେ ପ୍ୟାକେଜ କ୍ଷୀର ମିଳିବା ଦିନରୁ। ଯନ୍ତ୍ର ମାଧ୍ୟମରେ ଚାଷ ହେବା ଦିନରୁ ବଳଦର ଆବଶ୍ୟକ ଆଉ ନାହିଁ।ସେଇ ବଜାର ମାନଙ୍କରେ ଦଳ ଦଳ ଷଣ୍ଢ ଏବେ ବୁଲୁଛନ୍ତି। ଏଠି ନିନ୍ଦା କରିବା କାହାକୁ? ଶୀର୍ଷକ ଅନୁଯାୟୀ ଏକ ନମୁନା ଦୃଷ୍ଟି ଆକର୍ଷଣ କରୁଛି, ଆଗକୁ ବଢିବା...।

ଗାଁ ର ଛକ ଉପରେ ଈଶ୍ୱର ଚନ୍ଦ୍ର ଏବଂ ସୂର୍ଯ୍ୟବଂଶୀ ଦୁଇ ଭାଇ ନିଜର ପିତୃକ ଘରେ ରହୁଛନ୍ତି। ଦୁଇ ଭାଇ ଆହାଃ.. ଆମ ପିଲାଦିନର କଥା ମନେ ପଡିଯାଉଛି। ଶୀତ ଦିନେ ଗୋଟିଏ ହେଂସ ଘୋଡେ଼ଇ ହୋଇ ଶୋଇବା।ଖରା ଦିନେ ଗୋଟିଏ କଂସାରେ ହାତ ବୁଡ଼େଇ ଖାଇବା।ଆଉ ବର୍ଷା ଦିନରେ ଜଣେ ଆଉ ଜଣଙ୍କ ପିଠିରେ ନାଉ ହୋଇ ଓଳି ପାର ହେବା ଘଟଣା ଇତ୍ୟାଦି ଇତ୍ୟାଦି... କିନ୍ତୁ ଏଇ ବେନି ଭାଇ ଙ୍କ ବିପରୀତ କଥା ବିଚଳିତ କରିବ। କାହାଣୀ ଟିକୁ ଡାହାଣୀ ନଭାବି ଧୀର ସ୍ଥିର ହୋଇ ପଢନ୍ତୁ।

ବଡ଼ ଭାଇ ଈଶ୍ୱର ଚନ୍ଦ୍ର ଶିକ୍ଷାଗତ ଯୋଗ୍ୟତା ଖୁବ୍ କମ୍। ପିତାଙ୍କ ଦେହାନ୍ତ ପରେ ଚାଷ କାମରେ ମନ ନିବେଶ କରି ପରିବାର ପ୍ରତିପୋଷଣରେ କରୁଛନ୍ତି। ସାନ ଭାଇ ସୂର୍ଯ୍ୟବଂଶୀ କୁ ଉଚ୍ଚ ଶିକ୍ଷା ଦେବାରେ ଟିକିଏ ବି ହେଳା କରୁନଥାନ୍ତି। ସୂର୍ଯ୍ୟବଂଶୀ ପାଠ ଶାଠ ପଢିଲେ ବି କୋଉଠି ଚାକିରୀ କରି ପାରିଲେ ନାହିଁ। କିଛି ଜମି ବିକ୍ରି କରି ଗାଁ ସରପଞ୍ଚ ହେବା କୁ ଜିଦ୍ କଲେ...।

ଜୀବନକୁ ମଧୁମୟ କରିବାକୁ ଛୋଟ ଛୋଟ ଖୁସି ହିଁ ଯଥେଷ୍ଟ। ବଡ଼ ସୁଖାନୁଭୂତି ପାଇବାର ଉଦ୍ୟମ ପ୍ରକାରାନ୍ତରେ କଷ୍ଟ ଦିଏ; ତଥାପି... ବାପ ଛେଉଣ୍ଡ ପିଲାଟିକୁ ପାଳିଥିବା ବଡ଼ ଭାଇ; ବଡ଼ ପଣରେ ରାଜି ହେଇଥିଲେ। କିଛି ଜମି ବିକା ହେଲା ଆଉ ସୂର୍ଯ୍ୟବଂଶୀ ନିର୍ବାଚିତ ହୋଇ ସରପଞ୍ଚ ହେଲେ। ତା ପରେ ଈଶ୍ୱର ଚନ୍ଦ୍ର ସ୍ତ୍ରୀ ପିଲା ମାନଙ୍କ ସହିତ ରୋଗଣୀ ମାଆଙ୍କୁ ନେଇ ଘରେ ସୁଖରେ ଦୁଃଖରେ ରହନ୍ତି। କିନ୍ତୁ ସୂର୍ଯ୍ୟବଂଶୀ ବାହାର ବେଶି ଘରେ କମ୍। ଘର ଭାସୁ କି ବୁଡୁ ତା ରାଜନୈତିକ ପତିଆରା ବେଶ୍ ଜମେଇବାରେ ଲାଗି ରୁହନ୍ତି।

ପ୍ରତିଯୋଗିତାର ସୋପାନ ଉପରେ ସୋପାନ ଚଢ଼ି ସବା ଉପରକୁ ଗଲେ ସେଠି ମିଳେ ଏକଲା ପଣ ; ଲାଗେ ଭାରି ନିଃସଙ୍ଗ। ବୋଧହୁଏ ରାଜନୈତିକ ପାଠରେ ଏସବୁ ନାହିଁ।

ସଂଭ୍ରାନ୍ତ ବଂଶ ର ଉଚ୍ଚ ଶିକ୍ଷିତା ଝିଅ ଟିଏ ସହିତ ସୂର୍ଯ୍ୟବଂଶୀଙ୍କର ବିବାହ ହେଲା। ଅଳ୍ପ ଦିନ ଭିତରେ ପରିବାରରେ ଫାଟ। ରାଜନୀତି ଧନରେ ସୂର୍ଯ୍ୟବଂଶୀ ଗଢିଥିବା ରାଜକୀୟ ପ୍ରାସାଦ ରେ ତା ସ୍ତ୍ରୀ ସହିତ ରହିଲେ ଆଉ ଈଶ୍ୱର ଚନ୍ଦ୍ର ବୃଦ୍ଧା ମା ଙ୍କୁ ନିଜ ସ୍ତ୍ରୀ ପିଲା ଛୁଆ ଙ୍କ ସହିତ ରହିଲେ ସେହି ପୈତୃକ ଘରେ।

ବିପଦ ସତର୍କ ରହିବାକୁ ଶିଖାଏ, ଦୁଃଖ ଟାଣ କରେ ଆଉ ପ୍ରତିକୂଳ ଅବସ୍ଥା ସାମର୍ଥ୍ୟ କରେ । ମୁଲ ଲାଗି ଈଶ୍ୱର ଚନ୍ଦ୍ର ପିଲା ଛୁଆଙ୍କ ସହିତ ରୋଗଣୀ ମାଆଙ୍କୁ ଶାନ୍ତିରେ ରଖିପାରୁଥିଲେ ତା ଠାରୁ ବଳିଷ୍ଠ ପ୍ରମାଣ ଆଉ କ'ଣ ବା !

ଭକ୍ତି ହେଉଛି ନିର୍ମଳ ଜଳ, ତା ଭିତରେ ଦେଇ ତଳ ଯାଏ ଦେଖି ହୁଏ, ତର୍କ ପାଣିକୁ ଗୋଳିଆ କରି ଦିଏ । ସିଏ ସିନା ବଡ଼ ଭାଇ ବୋଲି ମାନିଲା ନାହିଁ ଯେତେ ହେଲେବି ସାନ ଭାଇଟା ମୋ ପୁଅ ଭଳି। ମୁଁ କ'ଣ ତା ସହିତ ବାଦ କରିପାରିବି? ଯାହା ହେଲେ ଆମେ ଦୁଇ ଭାଇ ଗୋଟିଏ ପେଟରୁ ଜାତ କିନ୍ତୁ ସେ ଦୁଇ ଯାଆ ( ବୋହୂ) ଦୁଇଟି ପେଟରୁ ଜନମ। ସେମାନଙ୍କ ମନକୁ ଲଗାମ ଲଗେଇବା କାଠିକର ପାଠ। ଇୟେ ମୁର୍ଖ ସିଏ ଉଚ୍ଚ ଶିକ୍ଷିତା। ଈଶ୍ୱର ଚନ୍ଦ୍ର ଭାବୁଛନ୍ତି କେଉଁଠି ନା କେଉଁଠି ଉଭୟ ସମାନ ଗୋଟିଏ ଦଣ୍ଡ ଦୁଇ ବିପରୀତ ପାର୍ଶ୍ୱ ଭଳି।

ସୁଧାର ଗାଈର ବାଛୁରୀ ମରେ। ନା ଆଉ ନୁହେଁ; ଯାହା ବି ହେଉ ମୁଁ ଏଇ ଘର ଜମା ଛାଡିବି ନାହିଁ। କ'ଣ ଭାବୁଛି ନିଜକୁ। ତା ରାଜ ମହଲର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ମୋର ଏଇ ପୁରୁଣା କାଳିଆ ଘର । ଇୟେ ଘର ନୁହେଁ ତ ବାପାଙ୍କ ସ୍ବପ୍ନର ସାକାର ରୂପରେ ଦିଅଁଙ୍କ ମନ୍ଦିର। ମୁଁ ଦେଖିଛି ଏଇ ଘରର ନିର୍ମାଣ। ବାପାଙ୍କ ବାହୁର ଟାଣ ପଣ। ଏଇ ଘର ତିଆରି କରିବା ପାଇଁ ମୋହର ମହୋତ୍ସବ। ଏଇ ଘରେ ଲଗେଇ ଦେଇଛନ୍ତି ଜୀବନ ବ୍ୟାପୀ ଉପାର୍ଜିତ ଅର୍ଥ। କେମିତି ତା ହାତ! ବାପାଙ୍କ ସ୍ବପ୍ନର ମହଲକୁ ଭାଙ୍ଗିବା ପାଇଁ ଉଠି ଆସୁଛି। କେମିତି ତା ବୁଦ୍ଧି , ବିବେକ! କହୁଛି ବାପାଙ୍କ ସ୍ମୃତିକୁ ମାଟିରେ ମିଶେଇ ଦେବ। ସିଏ ଯଦି ପୂର୍ବ ପୁରୁଷଙ୍କର ସନ୍ତକକୁ ସାଇତି ନରଖିବ ତାହେଲେ ସନ୍ତକକୁ କିଏ ସାଇତି ରଖିବ । ଯାହା ବି ହେଇଯାଉ ; ଏ ପିଣ୍ଡରୁ ପ୍ରାଣ ଥିବା ଯାଏ ମୁଁ ଏ ଘରକୁ ଭାଙ୍ଗିବାକୁ ଦେବି ନାହିଁ।

ପାଞ୍ଚ/ ଛଅ ବର୍ଷ ତଳେ ସେଇ ବାଡ଼ କଡ଼ରେ ଉଠିଥିବା ବରଗଛ ଚାରି ପାଖରୁ ଅନାବନା ଗଛ ସବୁ ଓଳେଇ ସେଇଠି ଗୋଟିଏ ପିଣ୍ଡି ଟିଏ ତିଆରି କରିଛନ୍ତି ନିତି ସଞ୍ଜବେଳେ ଖଞ୍ଜଣି ବଜେଇବା ପାଇଁ ଈଶ୍ୱର ଚନ୍ଦ୍ର। ଧୀରେ ଧୀରେ ଗ୍ରାମ ବାସୀ ଙ୍କ ଭିଡ଼ ଜମେ। କେହି କହେ କଳ୍ପ ବୃକ୍ଷ କହି ମାନସିକ ରଖି ନାଲି ଛିଟରେ ହଳଦୀ,ଗୁଆ, କଉଡ଼ି,ରେଜା ପଇସା ବାନ୍ଧିଲେଣି । ସୂର୍ଯ୍ୟବଂଶୀ ସେ ପଟେ ରାଜନୈତିକ ଚାପ ପ୍ରୟୋଗ କଲେଣି କୋର୍ଟରେ ଉଛେଦ ପିଟିସନ ଦାୟର କରି । ଭାଇ -ଭାଇର ଏ ବିବାଦ ଯେତେ ଘନୋଉଛି , ସେତେ ସେତେ ବଟବୃକ୍ଷ ଟି ହୃଷ୍ଟପୁଷ୍ଟ ହୋଇ ଝଙ୍କାଳିଆ ହେବାକୁ ଲାଗୁଛି। ସତେ ଯେମିତି ବରଗଛଟି ପ୍ରତିଶୋଧ ପରାୟଣ ହୋଇ ବୀର ଦର୍ପରେ ବଢ଼ି ଚାଲିଛି। ସୂର୍ଯ୍ୟବଂଶୀ ବାଧ୍ୟ ହୋଇ ନିରବ ରହିଲେ। ନଚେତ୍ ଗ୍ରାମବାସୀ ମାନଙ୍କ ରୋଷର ସୀକାର ହେବାକୁ ପଡ଼ିବ ଆଉ ତାପରେ ରାଜନୈତିକ କ୍ୟାରିଅର ସ୍ପଏଲ। ଧୀରେ ଧୀରେ ବର ଗଛ ଚେର ଯାଇ ସୂର୍ଯ୍ୟବଂଶୀର ନବ ନିର୍ମିତ ଭବ୍ୟ ପ୍ରାସାଦକୁ ଭେଦି ଗଲାଣି। କ୍ରମଶଃ କାନ୍ଥରେ ଫାଟ ବି ବଢ଼ି ଚାଲିଛି।ସେଇ ବିଳାସିତ ମହଲ ଏବେ ବିପଦ ସଂକୁଳ ଅବସ୍ଥାରେ। ସୂର୍ଯ୍ୟବଂଶୀ ଘର ଛାଡ଼ି ଅନ୍ୟତ୍ର ଚାଲିଗଲେ ଅନ୍ୟାୟ ଉପାର୍ଜିତ ଧନରେ ନିର୍ମିତ ଘରଟି ଖଣ୍ଡେ ଖଣ୍ଡେ ଝଡ଼ି ମାଟିରେ ମିଶିବାକୁ ଲାଗିଛି। ହାଡ଼ ଥାଇ ମାଉଁସ ମିଳେଇ ଗଲା ପରି ।

ଏଇ କାହାଣୀ ମନ ଗଢ଼ା ହେଲେ ବି କଥାଟି ସତ୍ୟ ଯେ, ଯାହାର ରକ୍ଷା ଈଶ୍ୱର କରନ୍ତି ତା'ର କ୍ଷତି କିଏ କରିବ ? ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷା ଦେବ ତାକୁ କିଏ ଲିଭାଇବ । ଆଉ ଯିଏ ତାରି ପାରେ ସିଏ କ'ଣ ମାରି ପାରେନି ?

ବାସ୍ ଏଇ କଥାକୁ ହିଁ ବୁଝିବାକୁ ହେବ ଯେ ବିରିଆନୀରେ ଯେମିତି ବିରି ନଥାଏ ସେମିତି ହେତୁବାଦୀ ମାନଙ୍କର ହେତୁ ନଥାଏ। ଆମ ଗଣମାଧ୍ୟମ ପ୍ରତିନିଧି ମାନେ ଏଇ ଭଳିଆ ଖବର ହଁ ଖୋଜୁଥିଲେ ଯାହା ନିନ୍ଦା ଖାଲି ନିନ୍ଦା। ମଳୁ କାକର ପାଣି ଖୋଜିଲା ବେଳକୁ ଯେମିତି ବଇଦ ବାସୀ ତୋରାଣି ପିଇବାକୁ କହିଲେଣି। ଛିଃ... ଛିଃ... ଛିଃ ସୂର୍ଯ୍ୟ ପରାଗ ଆଉ ଚନ୍ଦ୍ର ଗ୍ରହଣ ସମୟରେ ସାମୂହିକ ବିରିଆନୀ ଭୋଜନ ବିବାଦ ଚାରିଆଡ଼େ ହୁଲ୍‌ସ୍ତୁଲ୍ ହେଉଛି। କିଏ କାହାକୁ ଠକ ଭଣ୍ଡ କହୁଛି ତ କିଏ କାହା ଉପରକୁ ଗୋବର ଫିଙ୍ଗି ଲାଣି । ସବୁଠାରୁ ବଡ଼ ଶତ୍ରୁ ହେଲା କ୍ରୋଧ; ତାକୁ ନିୟନ୍ତ୍ରଣ କଲେ ମନୁଷ୍ୟର ଅଧା ସମସ୍ଯାର ସମାଧାନ ଆପେ ଆପେ ହେଇ ଯିବ। କି କଥା ହୋ... ଆପେ ଆପେ ହେଇ ଯିବ ତ ଏ ମାନେ ଚ୍ୟାନେଲ ଚଳେଇବେ କେମିତି! ଆଉ ସୋସିଆଲ ମିଡ଼ିଆ; ମୋ ହାତରେ ତ ଅଛି, ମୁଁ କାହିଁ ଛାଡ଼ିବି ଯେ।ବିରିଆନୀରେ ବିରି ନଥାଏ କି ହେତୁବାଦିଙ୍କର ହେତୁ ନଥାଏ ଶୀର୍ଷକ ହେତୁ ପକେଇ ଦେଉଛି ଏବେ।

ପଦାର୍ଥ ବିଜ୍ଞାନର ଚାରି ଜଣ ବିଶିଷ୍ଟ ବୈଜ୍ଞାନିକଙ୍କ କଥା। ୧- ଅବ୍‌ଦୁଲ୍ କଲାମ ,୨-ଆଇଜାକ ନିୟୁଟନ୍,୩- ଚନ୍ଦ୍ରଶେଖର ଭେଙ୍କଟ ରମଣ, ୪- ଆଲବର୍ଟ ଆଇନଷ୍ଟାଇନ। ଅବ୍‌ଦୁଲ୍ କଲାମ ହେଲେ ମୁସଲମାନ ,ନିୟୁଟନ୍ ଖ୍ରୀଷ୍ଟିଆନ, ଭେଙ୍କଟ ରମଣ ହିନ୍ଦୁ, ଆଉ ଆଇନଷ୍ଟାଇନ ଜୀଉସ୍ । ଏହି ଚାରି ଜଣ ବିଜ୍ଞାନୀ ଥିଲେ ଚାରୋଟି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ କିନ୍ତୁ ସମସ୍ତେ ଥିଲେ ଶାକାହାରୀ। ଭିନ୍ନ ଭିନ୍ନ ଧର୍ମ କିନ୍ତୁ ଚିନ୍ତାଧାରା ଓ ଜୀବନଶୈଳୀରେ ଅନେକ ସମାନତା।

ଏଇ ବିରିଆନୀବାଦିଙ୍କୁ କିଏ ବୁଝେଇବ ମଣିଷର ମସ୍ତିଷ୍କରେ ଆମିଷ ପ୍ରତି ପ୍ରଚଣ୍ଡ ପ୍ରବୃତ୍ତିଗତ ଆକର୍ଷଣ ରହି ଥାଏ। ଆମିଷକୁ ପରିତ୍ୟାଗ କଲେ ସେହି ଆକର୍ଷଣ ଜ୍ଞାନ ଆଡ଼େ ମୁହାଁଇବ । ନୂଆ ନୂଆ ସୃଜନୀ, ଆବିଷ୍କାର ଓ ଉଦ୍ଭାବନରେ ମନୋନିବେଶ କରି ସେ ଯେଉଁ ଇନ୍ଦ୍ରିୟାତୀତ ଆନନ୍ଦ ପାଇବ ତାହା ହାଡ଼ ,ରକ୍ତ, ମାଂସ ଭୋଜନ ଠାରୁ ଢେର ଅଧିକ। ଆମିଷ ହୁଏତ କା'ର ଶରୀରକୁ ପୋଷଣ ଦେଇ ପାରେ କିନ୍ତୁ ସ୍ବାତ୍ତିକ ଆହାର ତା'ର ସତ୍ତ୍ୱକୁ ବିକଶିତ କରିଦେବ ।

ହେ ଚିକେନ ବିରିଆନୀବାଦି

ବୈଜ୍ଞାନିକ ଓ ଦାର୍ଶନିକ ଉଭୟଙ୍କ ଲକ୍ଷ୍ୟ ସତ୍ୟର ଅନୁସନ୍ଧାନ। ତେଣୁ କେହି କାହାର ବିରୋଧ ନୁହନ୍ତି। ନିୟୁଟନ୍ ଓ ଆଇନଷ୍ଟାଇନ ଲେଖିଛନ୍ତି ଯେ ଗବେଷଣା କରିବା ସମୟରେ ଗୋଟିଏ ନିର୍ଦ୍ଧିଷ୍ଟ ସୋପାନ ପରେ ସେମାନେ ଈଶ୍ୱରଙ୍କ ଅସ୍ତିତ୍ବକୁ ଅନୁଭବ କରୁଥିଲେ। ଚନ୍ଦ୍ର ଶେଖର ଭେଙ୍କଟ ରମଣ ଓ ଅବଦୁଲ କଲାମ କେବେ ନିଜକୁ ବିଜ୍ଞାନୀ ପ୍ରମାଣିତ କରିବାକୁ ଯାଇ ତାଙ୍କ ସମ୍ପ୍ରଦାୟର ଦୀର୍ଘ ମାସ ବ୍ୟାପୀ ଉପବାସକୁ ତିରସ୍କାର କରି ନଥିଲେ। କିମ୍ବା ରାସ୍ତା କଡ଼ରେ ଏମିତି ଚିକେନ ବିରିଆନୀ ଖାଉ ନଥିଲେ।

ଅଳ୍ପ ବିଦ୍ୟା ଭୟଙ୍କରୀ ; ବିବେକ ଓ ଆଧ୍ୟାତ୍ମିକ ଚେତନା ନରହିଲେ ଲୋକେ ଏମିତି ଗଧିଆ, ବିଲୁଆ କହିବେ। ଆଜି ଯୋଉ ସନାତନ ଧର୍ମକୁ ପରିହାସ କରି ଠାକୁରଙ୍କୁ ଠକ କହୁଛ, ଘର ଭଙ୍ଗା ଦିଅଁ ବୋଲି ଦାବି କରୁଛ। ମାନିଗଲି ତମ ଭାଇଚାରାକୁ ! ବେଳ ଥାଉ ବନ୍ଦ ବାନ୍ଧରେ ବାଇନ। ନଚେତ୍ ଈଶ୍ୱର ବରଚେର ମାଧ୍ୟମରେ ସୂର୍ଯ୍ୟବଂଶୀ ର ଘର ଭାଙ୍ଗିଲା ଭଳି ଗର୍ବ, ଅହଂକାର କୁ ଧୁଳିସାତ୍ କରିଦେବେ । ନିଜର ସ୍ଥିତି ତୁଳନାରେ ଅନ୍ୟର ସ୍ଥିତି ଆମର ସୁଖ ଆଉ ଦୁଃଖକୁ ଅଧିକ ପ୍ରଭାବିତ କରେ ଏ କଥାକୁ ଜମାରୁ ଭୁଲିବାର ନୁହେଁ।




Rate this content
Log in

Similar oriya story from Abstract