STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ଘୋଡ଼ା ଅଣ୍ଡା

ଘୋଡ଼ା ଅଣ୍ଡା

1 min
500

ଜଣେ ଲୋକକୁ ଆଉ ଜଣେ ଲୋକ ପକ୍ଷୀରାଜ ଘୋଡ଼ାର ଅଣ୍ଡାର ନାଆଁରେ ଠକିଦେଇଥିଲା  ସେ ଜଙ୍ଗଲ ବାଟେ ଗଲାବେଳେ ତା ହାତରୁ ସେଇ ଅଣ୍ଡାଟା ବୁଦା ଭିତରେ ପଡ଼ିଯାଇଥିଲା ବୁଦା ଭିତରେ ଗୋଟାଏ ସିଂହ ମଣିଷ ଶିକାରୀ ଭୟରେ ଲୁଚି ଥିଲା କିନ୍ତୁ ଏକଥା ଲୋକଟା ଜାଣିନଥିଲା ।


ଯେତେବେଳେ ଅଣ୍ଡାଟା ବୁଦା ଭିତରେ ପଡି଼ଲା ସିଂହଟି ଡରିକି ଏକ ଦୁଇ କରିପକେଇଲା । ଏବେ ମଣିଷ ମୂଲ୍ଯଵାନ ଅଣ୍ଡାଟି ଅଣ୍ଡାଳିଵାକୁ ଯାଇ ବୁଦା ଭିତରୁ ସିଂହକୁ ପାଇ ତାକୁ ପକ୍ଷୀରାଜ ଘୋଡ଼ା ମନେ କରି ତା’ ଉପରେ ସବାର ହେଇଗଲା ।


ସିଂହର ସେତେବେଳକୁ ପିଳେହିପାଣି, ସେ ଭୟରେ ଦୌଡିବାକୁ ଲାଗିଲା ଆଉ ଏକ ସ୍ଥାନରେ ଲୋକଟାକୁ ପକେଇ ଦେଇ ଜଙ୍ଗଲ ଭିତରେ କୁଆଡେ଼ ଅଦୃଶ୍ୟ ହୋଇଗଲା ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract