kamal kumar dash

Comedy Classics Thriller

3  

kamal kumar dash

Comedy Classics Thriller

ଗାର୍ଲ ଫ୍ରେନ୍ଡ

ଗାର୍ଲ ଫ୍ରେନ୍ଡ

1 min
170


ରିମି ଆଉ ସିମି ଭାରି ସାଙ୍ଗ | ପ୍ରାୟ ୧୫ ବର୍ଷ ପରେ ପୁଣି ଦେଖା ହେଲା ଏକ ସପିଙ୍ଗ ମଲରେ | ସେମାନେ ଏକାଠି ସ୍କୁଲ ଓ କଲେଜରେ ପଢିଥିଲେ | ଦିଜଣକ ଅନେକ ସ୍ମୃତି ,ପିଲା ଦିନର ଅନେକ ଅନୁଭୂତି ଅନେକ କଥା ହେବାର ଥିଲା | ରିମି ସିମି କୁ ତା ଘରକୁ ଡାକିଲା ସନ୍ଡେ ଦିନ | ସିମି କୁ ରିମି ଘରେ ଛାଡି ଅନ୍ୟ କାମ ରେ ଚାଲିଗଲେ ପିକେ ବାବୁ ସିମି ର ବର  | ରିମି ତା ବରକୁ ପଚାରିଲା ସିମି ତମର କଣ ହେବ କହିଲ , ତା ବର କହିଲା ତମର ଫ୍ରେନ୍ଡ ମୋର ଫ୍ରେନ୍ଡ , ହସିକି ରିମି କହିଲା ଫ୍ରେନ୍ଡ ନୁହେଁ ଗାଲଫ୍ରେନ୍ଡ , ଓ ସତରେ , ତାହେଲେ ବହୁତ ବଢିଆ ହେବ | 

     ସିମି ରସଗୋଲା ଆଣି ଆସିଥିଲା ଓ ରିମି କୁ ଖୁଆଇଲା ପରେ ପଚାରିଲା ତୋ ବରଂ କୁ ରସଗୋଲା ଦେବିଡେବିସେ କହିଲା ,ସେତ ତୋର ବୟଫ୍ରେଣ୍ଡ ତୁ ଦେଲେ ଦେ ନହେଲେ ନାହିଁ | ସିମି ରିମିର ବର ଡିକେ ଙ୍କୁ ୨ଟା ରସଗୋଲା ଖୁଆଇ ଦେଲା | ଡିକେ ବି ସିମି କୁ ରସଗୋଲା ଖୁଆଇ ଦେଲା | 

     ରିମି ଟିକେ ଦୂରରେ ଥିଲା ଓ କହିଲା ବେଶୀ ଗୁଡ଼େ ରସଗୋଲା ଗାର୍ଲ ଫ୍ରେନ୍ଡ ହାତରୁ ଖାଅନି ପେଟ ବଡ଼ ହେଲାଣି | 

 ତା ପରେ ସିମିର ବର ପିକେ ଆସି ପହଁଚିଲେ | ସେ କହିଲା ଜାଣିଲ ମତେ ଏଠି ଗୋଟେ ବା ଫ୍ରେଣ୍ଡ ମିଳିଗଲେ , ଓ ସତରେ ହେଲେ ତୁମକୁ ବୁଝେଇ ପାରିଲେ ହେଲା | ସମସ୍ତେ ହସିଲେ | ଲଂଚ ପରେ କିଛି ସମୟ ବସି ସିମି ଓ ତାର ବର ଚାଲି ଗଲେ | 

     ସେମାନେ ଗଲା ପରେ ରିମି କହିଲା ଜାଣିଛ ସିମିଟା ଟିକେ ପାଗଳୀ ତା ସାଥିରେ ବେଶୀ ଗପିବନି ଫୋନ୍ ରେ ତ ଜମା ନୁହେଁ ଡିକେ ପଚାରିଲେ କାହିଁକି ? ସେ ତମ ମୁଣ୍ଡ ଟା ପୁରା ଖାଇଦେବ | ଟିକେ ହସିକି ଡିକେ କହିଲେ ତମେ ଖାଇବା ପରେ ଆଉ କଣ ଅଛି ଯେ ସିଏ ଖାଇବ | 


Rate this content
Log in

Similar oriya story from Comedy