Madhabi Patel

Inspirational

3  

Madhabi Patel

Inspirational

ଏକ ଉଦାହରଣ

ଏକ ଉଦାହରଣ

2 mins
784



ଅମୃତା କଲେଜର ଛାତ୍ରୀମାନଙ୍କ ଭିତରେ ଥିଲା ଅନନ୍ୟା।ରୂପରେ ଯେମିତି ସୁନ୍ଦର ପାଠରେ ବି ସେମିତି ଅଗ୍ରଣୀ।ବାପା ଜଣେ କିରାଣି ହେଲେ ବି

ପୁଅଝିଅଙ୍କୁ ଉତ୍ତମ ସଂସ୍କାର ଓ ଉଚ୍ଚାଭିଳାଷ ଦେଇ

ବଡ କରିଛନ୍ତି।ଅମୃତା ଆଇ ଏ ଏସ୍ ପାଇବାର ଅଭିଳାଷ ରଖିଛି ତା ଜୀବନରେ।ଭାଇ ମନୋଜ ବି ଜଣେ ଭଲଛାତ୍ର।ସେ ଡାକ୍ତରଟିଏ ହେବାକୁ ଚେଷ୍ଟାରେ ଲାଗିଛି।ହେଲେ ଅମୃତାର ରୂପ ତା ପାଇଁ କାଳ ପାଲଟିଲା କୋଟିପତି ନେତା ବଡାବାପାର ପୁଅ ଧୃବର ନଜରରେ ପଡିଯାଇଥିଲା ସେ।ତା ବାପା ସେ କଲେଜର ଟ୍ରଷ୍ଟି।ସେଥିପାଇଁ ପୁଅର ଭାରି ଗର୍ବ।ସେ କଲେଜକୁ ତାର ଏକଚାଟିଆ ଅଧିକାର ବୋଲି ଭାବେ।ଝିଅମାନଙ୍କୁ ଡରାଇ ଧମକାଇ ତାସହ ପାର୍ଟିରେ ନିଏ।ଖୁଆଇ ପିଆଇ ମଜାକରେ।ଯେଉଁ ଝିଅ ନିଜ ମର୍ଜିରେ ନ ଗଲେ ତାକୁ କଳେବଳେ କୌଶଳେ ନିଜ ପାଖକୁ ଟାଣିଆଣେ।ଅମୃତାକୁ ବି ଏମିତି ଅନେକଥର ପାଇବାକୁ ଚେଷ୍ଟାକରିଛି।ହେଲେ ପ୍ରତିଥର ଅକୃତକାର୍ଯ୍ୟ ହେବା ଫଳରେ ପ୍ରତିଶୋଧର ଭାବନା ସୃଷ୍ଟି ହେଇଛି ତା ମନରେ।

ଅମୃତା ସେମିତି ଝିଅ ନଥିଲା ଯିଏ ଜୀବନକୁ ଉପଭୋଗର ସାମଗ୍ରୀ ଭାବନ୍ତି। ସେ ଜୀବନରେ ନିଜ ପାଇଁ ଓ ସମାଜ ପାଇଁ ବି କିଛି ଭଲ କରିବାକୁ ଚାହୁଁଥିଲା।ତେଣୁ ସେ ଧୃବର ଜାଲରୁ ବର୍ତ୍ତୀ ଯାଉଥିଲା।ଅମୃତାର ଅଣଦେଖା ଭାବ ଧୃବ ମନରେ ରାଗର ସଂଚାର କରିଥିଲା।ସେ ପ୍ରତିଶୋଧ ପରାୟଣ ହୋଇ ଅମୃତା କଲେଜରୁ ଫେରିବା ଗଳିରେ ଲୁଚି ରହିଥିଲା। ନିରୋଳା ଦେଖି ଅମୃତାର ମୁହଁକୁ ଲକ୍ଷ୍ୟକରି ଏସିଡ୍ ମାଡ କରିଥିଲା।

ସୌଭାଗକ୍ରମେ ସେତେବେଳକୁ ଅମୃତା ବେକକୁ ଅନ୍ୟପଟେ ମୋଡିଦେଲା ଯାହାଫଳରେ ଏସିଡ ସିଧା ମୁହଁରେ ନପଡି ତାର ଗୋଟିଏ ପଟ କାନଅଂଶରେ ବାଜିଲା। ଯଦିଓ ତାର ଆଖି ନାକ ଓ ଗୋଟିଏ ଗାଲ ସଂପୂର୍ଣ ବଞ୍ଚି ଯାଇଥିଲା ତଥାପି ଗୋଟିଏ ଗାଲର କାନପାଖ କିଛି ଅଂଶ ପୁରା ସିଝି ଯାଇଥିଲା।ସେତେବେଳେ ତାଙ୍କର ସେତିକି ସାମର୍ଥ୍ୟ ନଥିଲା କି ପ୍ଲାଷ୍ଟିକସର୍ଜରି କରାଇ ପାରିଥାନ୍ତେ।କିଛିଦିନ ହସ୍ପିଟାଲରେ ରହି ଚିକିତ୍ସାହେଲା। ଭୀଷଣ ଜ୍ୱଳନର ପୀଡା ଭୋଗିଲା କିଛି ଦିନ|ଘାଆତ ଶୁଖିଗଲା ହେଲେ ପୋଡାଦାଗ ରହିଗଲା।ଦାଗକୁ ଲୁଚାଇବାପାଇଁ ସେ ବାଳକୁ କାନ୍ଧ ପର୍ଯ୍ୟନ୍ତ କାଟି ଝୁମ୍ପୁରୁ କରି ଦାଗ ଅଂଶକୁ ଘୋଡାଇ ରଖିଲା।ହେଲେ ହିମ୍ମତ୍ ହାରିଲାନି। ପଢାପଢିରେ ପୂର୍ଣ୍ଣ ପ୍ରାଣରେ ଲାଗିଥାଏ।ସାଂଗ ସାଥି ପୋଡାଦାଗକୁ ନେଇ କେତେ କଥା କହୁଥାନ୍ତି। ତା ମାଆବି କହେ ଏବେ ତୋ ପାଇଁ ବରଟେ ମିଳିବନି।ହେଲେ ସେ କାହାରି କଥାରେ ଧ୍ୟାନ ନ ଦେଇ ପ୍ରତିକ୍ରିୟାଶୀଳ ନ ହୋଇ କେବଳ ତ କର୍ତ୍ତବ୍ୟ ପଥରେ ଅଗ୍ରସର ହେଉଥିଲା।ତାର ସାଧନା ଫଳପ୍ରଦ ହେଲା।ସେ ଆଇଏଏସ ଭଲ ରେଙ୍କରେ ପାଶ୍ କଲା।ସମସ୍ତଙ୍କ ପାଇଁ ସେ ପ୍ରେରଣା ବନିଗଲା।ନିଉଜ ରିପୋଟର୍ ମାନେ ଆସି ତାର ଇଣ୍ଟରଭିଉ ନେଲେ।ତାର ହିମ୍ମତ୍ ପାଇଁ ସମସ୍ତେ ପ୍ରସଂଶା କଲେ।ସେ ଆଇ ଏ ଏସ ହେବାପରେ ଭାଇର ଡାକ୍ତରି ପଢାରେ ଆର୍ଥିକ କ୍ଷେତ୍ରରେ ପୂର୍ଣ ସହଯୋଗ କଲା।ନୂଆଘର ଗାଡି ସବୁ କିଣି ମାଆ ବାପାଙ୍କ ଇଛା ପୂରଣ କଲା।ବାପାମାଆଙ୍କ ଅନ୍ୟ ଏକ ଇଛା ତୀର୍ଥଭ୍ରମଣ ଓ ବିଦେଶ ଭ୍ରମଣର ଥିଲା ସେସବୁ ବି ପୂରଣ କଲା।ତାପରେ ବିଦେଶକୁ ଯାଇ ନିଜ ଗାଲର ପ୍ଲାଷ୍ଟିକ ସର୍ଜରି କଲା।ଏବେ ସେ ଆକର୍ଷକ ଜଣେ ଆଇଏ ଏସ୍ ଅଫିସର।ତା ପାଖକୁ ଏବେ ବିବାହ ପ୍ରସ୍ଥାବର ଲାଇନ୍ ଲାଗିଛି।ଧୃବ ନିଜର ଭୂଲ୍ କାମ ପାଇଁ ଜେଲ ଖଟୁଛି।ସାରା ଓଡିଶାରେ ନିଜ ହିମ୍ମତ୍ ପାଇଁ ଆଜି ଅମୃତା ଏକ ଉଦାହରଣ ପାଲଟିଛି।



Rate this content
Log in

Similar oriya story from Inspirational