STORYMIRROR

Madhabi Patel

Abstract Inspirational

4  

Madhabi Patel

Abstract Inspirational

ଏକ ମଧୁର ଅନୁଭବ

ଏକ ମଧୁର ଅନୁଭବ

3 mins
240


କଣ ଏମିତି ସମସ୍ତଙ୍କ ସହ ହୁଏ? ତା ମାଆ ସହ ବି ହେଇଥିଲା? ତା ନାନୀ ସହ ବି ହେଇଥିବ? ଏବେ ତା ସହ ବି ହେଉଛି। କେମିତି କେଇଟା ଦିନରେ ନିଜଘର ପର ହେଇଯାଏ ଓ ପର ଆପଣାର ଲାଗେ। କେବେ ଦେଖିନଥିବା ଜାଣିନଥିବା ସଂପର୍କଟେ ଏତେ ଆପଣାର ହେଇଯାଏ ଯେ ତାକୁ ଛାଡି ରହିବା ଅସମ୍ଭବ ଲାଗେ। ଏଇ ଆଠଦିନ ତଳେ ତାର ବାହାଘର ହେଇଥିଲା। କେତେ ବର୍ଷରୁ ତାର ବାହାଘର ସ୍ବପ୍ନଦେଖୁଥିଲା ତା ମାଆ।ବାହାଘର ପାଇଁ ପ୍ରତିବର୍ଷ ଗୋଟେ ଗୋଟେ ଅଳଙ୍କାର ଯୋଗାଡୁ ଥିଲା। ରକମ ରକମ କାନଫୁଲ ଚୁଡି ହାର ଚେନ୍ ପାଉଁଜି ଏମିତି କେତେକଣ। ବାହାରକୁ ଯୁଆଡେ ବୁଲିବାକୁ ଗଲେ ସେଠୁ ଭଲ ଶାଢୀଖଣ୍ଡେ କିଣି ଆଣୁଥିଲା ତା ବାହାଘର ପାଇଁ।

ବନାରସୀ କାଞ୍ଜିବରମ୍ ସୋନ୍ପୁରି ସମ୍ବଲପୁରି ପ୍ରଭୃତି ପାଟରେ ଗୋଟିଏ ଆଲମିରା ଭର୍ତି। ରକମ ରକମ ଡ୍ରେସ୍ ବି ରଖିଛି ବାହାରକୁ ଗଲେ ପିନ୍ଧିବ ବୋଲି। ସୁମୀ ର ବାହାଘର ବି ବହୁତ ଜାକଜକମରେ ହେଇଥିଲା।

ଭୋଜିଭାତ ସବୁ ଭଲ ହେଇଥିଲା। ଏକ ଅଜଣା ଯୁବକ ସହ ତାର ବାହାଘର ହେଇଯାଇଥିଲା। ସେ ଗଲାବେଳେ କେତେ କାନ୍ଦୁଥିଲା। ତାସହ ମାଆ ନାନୀ ଓ ଭାଇବି କାନ୍ଦୁଥିଲେ। ବାପା ତ ପଥର ପାଲଟି ଯାଇଥିଲେ।ସୁମୀ ଛୋଟ ବୋଲି ବାପାଙ୍କର ବେଶି ଗେହ୍ଲୀ ଥିଲା।କେମିତି ଚଳିବ ପରଘରେ।ସେଇ ଚିନ୍ତାରେ ସମସ୍ତେ ଚିନ୍ତାଗ୍ରସ୍ତ ଥିଲେ।ସୀମା ନିଜେ ବି ଶଙ୍କିତ ରହୁଥିଲା।ତା ବର କେମିତି ହେଇଥିବେ?ବେଶି ଗମ୍ଭୀର ପ୍ରକୃତିର କି କ୍ଷଣକୋପି ହେଇଥିଲେ ସେ ଚଳିବ କିପରି?ସେ ତ ସବୁବେଳେ ଚୁଲବୁଲି। ଯାହା ମନରେ ଆସିବ ବକିଦବ।ଯାହା ମନ ଆସିବ ଖାଇବାକୁ ମାଗିବ।ଏଠି ସମସ୍ତେ ତା କଥା ରଖୁଥିଲେ।ସେଠି ସମସ୍ତଙ୍କ କଥା ତାକୁ ରଖିବାକୁ ପଡିବ।ହେଲେ ବାହାଘରର ପ୍ରଥମରାତି ହିଁ ସେ ମୁଁ ରୁ ଆମେକୁ ଉତୀର୍ଣ ହେଇଗଲା।କଣ ଥିଲା ସମୀରର କଥାରେ କେଜାଣି ସେ ତାର ସବୁକଥା ମାନିବାକୁ ଲାଗିଲା।ସେ ତାକୁ ଏମିତି ମହନି ଦେଇ ବୁଝେଇଦେଲା ଯେ ସେ ତାର ବାପା ମାଆ ଭାଇଭଉଣୀକୁ ନିଜର କରିନେଲା।ସେଦିନର ରାତିକଥା ଆଜି ତାର ପୂରା ମନେ ଅଛି।ସେ ଡରିଡରି ଶୋଇବାଘରେ ପାଦ ରଖିଥିଲା।ନଣନ୍ଦ ଦରଜା ପର୍ଯ୍ୟନ୍ତ ଆଣି ଛାଡି ଯାଇଥିଲେ।ସମୀର ତାକୁ ଭିତରକୁ ଆସିବାକୁ ନିମନ୍ତ୍ରିତ କରିଥିଲା।ଓଢଣା ଟାଣି ସେ ରୁଣୁଝୁଣୁ ପଦପାତକରି ଭିତରକୁ ପଶିଲା।ସମୀର ତାର ହାତଧରି ଖଟରେ ବସାଇଥିଲା।ସେ ସମୀରଙ୍କ ପାଦସ୍ପର୍ଶ କରିଥିଲା।ଆଉ ସମୀର ତାକୁ ଛାତିରେ ଆଉଜାଇ ନେଇଥିଲେ।ତାର ଓଢଣା ଖୋଲି କହିଥିଲେ ତୁମେ ଗୋଟିଏ ଗୋଲାପଠୁ କୋଉ ଗୁଣରେ କମ ଲାଗୁନ।ତୁମର କୋମଳ ଗୋଲାପି ଗାଲ ନାଲିନାଲି ଓଠ ପାଖରେ ଗୋଲାପବି ପଛରେ ପଡିଯିବ।ସେ ତାର ଚୁମ୍ବନ ନେଇଥିଲେ ଆଉ ସେ ଲାଜରେ ସଢି ଯାଇଥିଲା।ସେ ତାକୁ ପ୍ରେମକରିଥିଲେ ଆଉ ତା ସାଥିରେ ବୁଝେଇଥିଲେ ବି।ଏବେ ଏଇ ଘରର ସମସ୍ତେ ତାର ଯେମିତି ପୂଜ୍ୟ ଓ ଆଦରର।ତା,ଠୁ ବି ସେମିତି ମାନ୍ୟ ସମ୍ମାନ ଆଶାକରନ୍ତି।ସେ ବି ଏବେ ଏ ଘରର ଜଣେ ଆଦରଣୀୟା ସଦସ୍ୟା।ତାର ସୁଖ ଦୁଃଖର ପ୍ରଯନ୍ନ କରିବା ବି ଏବେ ଏ ଘରର ଦାୟିତ୍ବ।ସକାଳୁ ମାଆ ପରି ଶାଶୁ ତାପାଇଁ ଚା ତିଆରିକରି ଆଣିଦେଲେ।

ନଣନ୍ଦ ଗାଧୋଇବା ପାଇଁ ଗରମପାଣି ର ବ୍ୟବସ୍ଥା କରିଦେଇଥିଲେ।ତାକୁ ଲାଗୁନଥିଲା ସେ ଏକ ନୂଆଘରେ ଆସି ଯାଇଛି। ବରଂ ଏବେ ଲାଗୁଥିଲା ସେ ତାର ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇଛି।।ଜୀବନ ଥିବାଯାଏ ଏ ତାର ନିବାସସ୍ଥଳୀ।

ଦିନସାରା ନଣନ୍ଦ ଦିଅରଙ୍କ ହସ ମଜାରେ ସମୟ କଟି ଯାଉଥିଲା।ରୋଷେଇରେ ଶାଶୁ ତାକୁ ନୂତନଡିସ୍ ସବୁ ଶିଖାଉଥିଲେ ଓ ଅତିଥୀଙ୍କୁ ପରଶି ମୋ ବୋହୁ ସୁମୀ କରିଛି ବୋଲି ପ୍ରସଂଶା ବାଣ୍ଟୁଥିଲେ ସେ ବହୁତ ଖୁସୀ ହେଇଯାଉଥିଲା।ଶଶୁର ନିଜର ପଢାପଢି ଶାସ୍ତ୍ରଜ୍ଞାନ ସମୟ ସମୟରେ ଶୁଣାଉଥିଲେ। ସେ ଜଣେ ଜ୍ଞାନୀ ଓ ଲେଖକ ଥିଲେ। ଆଉ ରାତିଟା କେମିତି କଟୁଥିଲା କହିବା ବାହୁଲ୍ୟ।ସମୀର ତାକୁ ପ୍ରେମର ଏବିସିଡି

ସବୁ ଶିଖାଉଥିଲା ଯାହା ସେ ଏତେଦିନ ସଂପୂର୍ଣ ଅନଭିଜ୍ଞ ଥିଲା।ତାର ପ୍ରତିଟି ସ୍ପର୍ଶ ଏବେ ତାକୁ ବିହ୍ବଳକରି ତୋଳୁଥିଲା ଏକ ଅନନ୍ୟ ଆନନ୍ଦରେ।ସବୁବେଳେ ତାର ନିକଟତା ଖୋଜୁଥିଲା ତାର ଦେହ।ତାକୁ ଦେଖିବାକ୍ଷଣି ଦେହରେ ଉନ୍ମାଦନାଖେଳି ରୋମ ଟାଙ୍କୁରି ଉଠୁଥିଲା ଓ ସମୀର ସମୟ ଦେଖି ତାକୁ ଭିଡି ନେଉଥିଲା ନିଜ କୋଳକୁ।

ଆଠ ଦିନ ପରେ ସେ ଏବେ ନିଜ ଗାଆଁରେ ପାଦ ଦେଇଛି।ତା ପସନ୍ଦର କେତେଜିନିଷ ମାଆ ସଜାଇ ରଖିଛି।ହେଲେ ସେ ସବୁବେଳେ ଆନମନା ରହୁଛି।

ଏବେ ସମୀର କଣ ଖାଉଥିବେ।ତାଙ୍କର ଜିନିଷସବୁ ଡ୍ରେସପଟା ସେ ଯୋଉ ଯୋଉଠି ସଜାଡି ରଖିଛି ସେ ପାଉଥିବେ ତ?ଏମିତି ଅନେକ ଚିନ୍ତା ଘାରୁଛି |ରାତିହେଲେ ତାଙ୍କର ସବୁ ଦୁଷ୍ଟାମି ମନେ ପଡିଯାଉଛି।ମାଆ, ଝିଅର ଆନମନା ଭାବ ଦେଖି ନିଜର ବାହାଘରର ପ୍ରଥମ ଦିନ ଗୁଡିକ କଥା ମନେ ପକେଇ ହସୁଛନ୍ତି।ସବୁ ବିବାହିତ ଝିଅଙ୍କର ଏମିତି ହୁଏ।

ତାଙ୍କର ହେଇଥିଲା।ଏବେ ଝିଅର ହେଉଛି।ନହେଲେ ଗୋଟିଏ ଜାଗାର ଗଛ ମାଟିରୁ ଉପୁଡି ଅନ୍ୟ ଜାଗାରେ ବଞ୍ଚିପାରନ୍ତା ନାହିଁ।ଆଉ ଝିଅଟିଏ ନିଜ ପରିବାରକୁ ଛାଡି ଅନ୍ୟ ପରିବାରକୁ ଚିରଦିନ ପାଇଁ ଆଦରିନେଇ ପାରନ୍ତାନି।ଏବେ ତ ଫୋନ ଆସିବା ପରେ ପତିପତ୍ନୀ ଭିଡିଓ ଚାଟରେ ନିକଟତର ହେଇ ପାରୁଛନ୍ତି।ହେଲେ ସେତେବେଳେ ଏସବୁ ନଥିଲା।ହେଲେ ଟେଲିପାଥି ଜରିଆରେ ସେମାନେ ଜଣେ ଜଣକର ଅନୁଭବ ଠଉରାଇ ପାରୁଥିଲେ। ସଂସାର ଗଢ଼ିବା ପାଇଁ ଏ ସବୁ ଈଶ୍ୱରଙ୍କ ଭିଆଣ |


Rate this content
Log in

Similar oriya story from Abstract