Paramita Mishra

Abstract Fantasy Inspirational

3  

Paramita Mishra

Abstract Fantasy Inspirational

ଏକ ଲେଖକର ମୄତ୍ୟୁ ପରେ !!

ଏକ ଲେଖକର ମୄତ୍ୟୁ ପରେ !!

4 mins
159


କରତାଳି ର ଶୁଅ ରେ ଫାଟି ପଡୁଥିଲା ସଭା। ସାମ୍ବାଦିକ ତଥା ଅନ୍ୟାନ୍ୟ ମିଡିଆ ର ଲୋକମାନେ ଫୋଟ ନେବାରେ ବ୍ୟସ୍ତ। ସଭା ରେ ଉପସ୍ଥିତ ସମସ୍ତ ସଦସ୍ୟ ତଥା ଅତିଥି ଗଣ ଙ୍କର ପ୍ରଶଂସା ରେ ପାଟି ଥକୁ ନଥିଲା। ବହିଟି ଏ ବର୍ଷ ର ବେଷ୍ଟ ବୁକ୍ ଅଫ୍ ଦ ଇଅର ପାଇଛି।ଆଉ ଏସବୁ ଭିତରେ ପୁଣ୍ୟତୋୟା ଙ୍କ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ।ଯେମିତି ଯେମିତି ସଭା କାର୍ଯ୍ୟ ଆଗକୁ ବଢିଲା ସ୍ବର୍ଗତ ଅର୍ଦ୍ଧେନ୍ଦୁ ଓ ଚାରଲେଟ ଚୌଧୁରୀ ଙ୍କ ବହି ଉନ୍ମୋଚନ ତଥା ବଳିଷ୍ଠ ବ୍ୟକ୍ତିତ୍ବ ଓ ସ୍ମୃତି ଚାରଣର ବକ୍ତବ୍ୟ ଆରମ୍ଭ କଲେ ପୁଣ୍ୟତୋୟା।ଲୋକମାନେ ତାକୁ ଶୁଣି ବିଭୋରିତ ହେଉଥିଲେ ଆଉ ପୁଣ୍ୟତୋୟା ଧିରେ ଧିରେ ଫେରିଯାଉଥିଲେ ୩୦ବର୍ଷ ତଳକୁ।

    ନା ହାତ ରେ ଶଙ୍ଖା ମଥାରେ ନା ସିନ୍ଦୂର ତଥାପି ଅର୍ଦ୍ଧେନ୍ଦୁ ଙ୍କ ସହ ସଂସାର କରିବାକୁ ସୁଦୁର କାଲିଫର୍ଣ୍ଣିଆ ରୁ ଧାଇଁ ଆସିଥିଲେ ଚାରଲେଟ।ଅର୍ଦ୍ଧେନ୍ଦୁ କାଲିଫର୍ଣ୍ଣିଆ ରେ କିଛି ସମୟ ପାଇଁ ନିଜର ଏକ ଅଧ୍ୟୟନ ପାଇଁ ଯାଇଥିଲେ।ବହି ର ପୋକ ଅରୁ ଆଉ ଚାରଲେଟବି ଭାଷା ସଂସ୍କୃତି ର ଜ୍ଞାନ ର ଭୋକିଲା ।ପରସ୍ପର ର ସଂସ୍କୃତି ଆଉ ଭାଷା ଶିଖିବାର ଇଛା ସେମାନଙ୍କୁ ଏମିତି ବାନ୍ଧିଲା ଯେ ୧ ବର୍ଷ ଭିତରେ ଏତେ ବିଶ୍ୱାସ ଆସି ଯାଇଥିଲା ସେମାନଙ୍କର ପରସ୍ପର ପ୍ରତି ,ସେଥିପାଇଁ ତ ଚାରଲେଟ ନିଜର ସବୁକିଛି ପରିତ୍ୟାଗ କରି ଅର୍ଦ୍ଧେନ୍ଦୁ ସହ ସାତ ଦରିଆ ଅତିକ୍ରମ କରି ଚାଲିଆସିଲେ ଭାରତବର୍ଷକୁ।

ଅର୍ଦ୍ଧେନ୍ଦୁଙ୍କର ଦୁନିଆ ଥିଲା ବହୁତ ବଡ଼ କିନ୍ତୁ ଚାରଲେଟ ସେ ଦୁନିଆରେ ପାଦ ବି ରଖିପାରିଲେନି।ବିନା କୌଣସି ସଖା ସମ୍ବନ୍ଧିରେ ପୁରୀରେ ବୈଦିକ ରୀତି ବିବାହ ପରେ ଅର୍ଦ୍ଧେନ୍ଦୁ ଏକ ଛୋଟିଆ କଲେଜରେ ନିଜର ଅଧ୍ୟାପନା ଜାରି ରଖିଲେ ।ଅବଶ୍ୟ ଏବେ ଚଳିବା ଟିକେ କଷ୍ଟ ହୋଇଯାଉଥିଲା ।ତଥାପି ମୁଁ ଜାଣିଥିଲି ଅରୁ ପାଠରେ ଶାଠରେ କୋଉଥିରେ କମ୍ ନୁହେଁ।ଚାରଲେଟ ଆଉ ସେ ମିଶି ସୁଖର ସଂସାର ଟିଏ ଗଢିନେଲେ।

ଅରୁ ଏବଂ ଚାରଲେଟ ଦୁହିଁଙ୍କୁ ବହି ପଢିବାର ବହୁତ ସୌକ ।ଅଭାବ କିନ୍ତୁ ସବୁ ସୌକ ମିଟାଇ ଦିଏ। ଅରୁ ଆଉ କେବଳ ବହି ପଢୁ ନଥିଲା ସେ ନିଜର ସମସ୍ତ ଗବେଷଣା ,ଭାଷା ,ସଂସ୍କୃତି ଯାହା ସେ ଆହରଣ କରୁଥିଲା ତାକୁ ନଥିପତ୍ର ର ରୁପ ଦେବାରେ ଲାଗିପଡିଥିଲା। କେଜାଣି କ'ଣ ଲେଖୁଥିଲା ସେ ରାତିରାତି।ଆଉ ହଜିଯାଇଥିଲା ସେଥିରେ।ତା ପାଖରେ ଜ୍ଞାନର ଭଣ୍ଡାରଟେ ଥିଲା।ଆଉ ସେତେବେଳକୁ ସେ ସଦ୍ୟ ଜନ୍ମିତ ଦୁଇ ଯମଜ କନ୍ୟାର ପିତୄତ୍ବ ଲାଭ କରିଥାଏ ମଧ୍ୟ। ପ୍ରେମ ସିନା ଆଖି ଭରିଦିଏ,ମନ ଭରିଦିଏ କିନ୍ତୁ ଆଉ ପେଟ ତ ଭରେନି। କଅଁଳା ପିଲାର କ୍ଷୁଧା କୋଉ ମାଁ ବା ସହିପାରିବ।ଚାରଲେଟ ବି ବିବଶ ଥିଲା।ଏହି ବହି ହିଁ ଦୁହିଁଙ୍କୁ ପାଖକୁ ଟାଣି ଆଣିଥିଲା। କିନ୍ତୁ ଅବଶୋଷ୍ ବୋଧେ ଏହି ବହି ଧିରେ ଧିରେ ସେମାନଙ୍କ ଭିତରେ ଫାଟ ପକାଇବା କରିବା ଆରମ୍ଭ କରିଥିଲା।ଧୀରେ ଧୀରେ ବହୁଥିବା ମଳୟ ପବନ ଟି ଅକସ୍ମାତ ଘୂର୍ଣ୍ଣିଝଡ ର ରୁପ ନେବାକୁ ଲାଗିଲା।କୁହୁଳୁ ଥିବା ଧୁଆଁ ହଠାତ ଦିନେ ନିଆଁ ଧରିନେଲା।ଛାରଖାର ହୋଇଗଲା ଏକ ସୁନ୍ଦର ପରିବାର।

ହଠାତ୍ ଏମତି ଏକ ଝଡ ରାତିରେ ଚାରଲେଟ ତା ଦୁଇ ଝିଅ ସହ କୁଆଡେ ଚାଲିଯାଇଥିଲା।ଆଉ ସେ ଘରେ ଏକା ରହିଯାଇଥିଲେ କେବଳ ଅର୍ଦ୍ଧେନ୍ଦୁ ଚୌଧୁରୀ।ଚୌଧୁରୀ ବଂଶର ପୁତ୍ର।ଯାହାର ଖୋଜ ଖବର କେହି ରଖି ନଥିଲେ କାରଣ ଚୌଧୁରୀ ବଂଶରେ ୬ଜଣ ପୁତ୍ର ଭିତରୁ ଜଣେ ମରି ହଜି ଗଲେ କଣ ବା ଫରକ୍ ପଡିବ।ଆଉ ସେ ବି ଏକ ତେଜ୍ୟ ପୁତ୍ର ।ଆଉ ଦିନେ ସେ ଦିନ ବି ଆସିଲା ଚୌଧୁରୀ ବଂଗଳା ର ଟେଲିଫୋନ ଟି ରଡି କରି ଓଠିଲା ବିକଟାଳ ପରି ମୁଁ ଥରଥର ହାତରେ ଫୋନ ଓଠାଇଲି ଆଉ ସେଇ ପାହନ୍ତ ରେ ହିଁ ଗାଡି ଦୌଡାଇ ଯାଇଥିଲି ୨୫୦ କିଲୋମିଟର ଦୁର ଜଗତପଡା ଗାଁ ର ଏକ ମଫସଲିଆ ଡାକ୍ତରଖାନା କୁ। ନିଜର ଶେଷ ସମୟରେ ମୁଁ ଦେଖିଛି ଅର୍ଦ୍ଧେନ୍ଦୁ କୁ।କେମିତି ଏକ ପାଗଳପ୍ରାୟ ହୋଇଯାଇଥିଲା ସେ।ଶେଷ ବେଳକୁ କେବଳ ଏତିକି କହି ପାରିଲେ ସେ “ମୁଁ କେବଳ ବହି ଟିଏ ହେବାକୁ ହିଁ ତ ଚାହିଁ ଥିଲି ମାତ୍ର କିନ୍ତୁ “ଆଉ ମୋ ପାଇଁ କ୍ଷମା ମାଗିବା ମୁଦ୍ରା ରେ ହାତ ଯୋଡି ହିଁ ଜୀବନ ଛାଡିଯାଇଥିଲା ତାଙ୍କର।

ମୁଁ ତାପରେ ଯାଇଥିଲି ତାଙ୍କର ସେହି ଘର ।ଘର କହିବା ଭୁଲ ହେବ ।ମୁଁ ଦେଖି ହତଚକିତ ହୋଇଥିଲି ଯେ ଅରୁ ,କେମିତି ଏ ଘରେ ?ଧୀରେ ଧୀରେ ଗୋଡ ବଢ଼ାଇ ଭିତର କୁ ଗଲା ପରେ ମୁଁ ଆବିଷ୍କାର କରିଥିଲି ସେ ଘର ଏକ ବହି ଆଉ ତା ଭିତରେ ଆଉ ଏକ ବହି ,ଆଉ ବହି ଆଉ କେବଳ ବହି।ମୁଁ ମନେ ପକାଉ ଥିଲି ଅରୁ ର ଶେଷ କଥା ସେ ଏକ ବହି ।ହଁ ବିଶ୍ବାସ ହେଲା ସେ ନିଜକୁ ଏକ ବହି ସଜେଇ ଦେଇଥିଲା।ଟେବୁଲ ଉପରୁ ଚିଠି ଟି ରୁ ଜାଣିଲି ଚାରଲେଟ ର ଗାଡି ର ଦୁର୍ଘଟଣା ଘଟିଥିଲା ।ସେଥିରେ ମାଆ ଆଉ ଛୁଆ କେହି ବଞ୍ଚି ପାରିଲେନି।ଅରୁ କେଜାଣି କେତେ ବର୍ଷ ହେଲା ତାଙ୍କୁ ଖୋଜି ବୁଲୁଥିଲେ।ଆଉ ଶେଷରେ ଏଇ ଅବସ୍ଥାରେ କିଛି ଲୋକ ତାକୁ ଏଇ ହସ୍ପିଟାଲରେ ରେ ଭର୍ତ୍ତି କରେଇ ଥିଲେ।ଆଉ ମତେ ଫୋନ ଯୋଗେ ଜଣେଇଲେ।ଅରୁ ର ଡେସ୍କ ଉପରେ ଦେଖିଲି ମେଞ୍ଚେ ଚିଠି ମୋ ପାଇଁ ଯାହା କେବେବି ପୋଷ୍ଟ କରାଯାଇନି।ବୋଧେ ସାହାସ ପାଇନି।ମୁଁ ସେଇଠି ନିଶ୍ଚିତ କରିନେଇଥିଲି ଯେ ମୋ ଅରୁ ର ସ୍ବପ୍ନ ନିଶ୍ଚୟ ପୁରା ହେବ।ସେ ନିଜ ଜୀବନକୁ ଗୋଟେ କାହାଣୀ ଭଳି ଜିଇଁଥିଲା।ଆଉ ନିଜକୁ ବହି ଟିଏ କରିବାକୁ ଚାହିଁଥିଲା ଆଉ ଏବେ ସେୟା ମୋ ଜୀବନ ର ଲକ୍ଷ୍ୟ।ବିଗତ ୧୨ବର୍ଷ ହେଲା ମୁଁ ସଂଘର୍ଷ ଚଲେଇଛି।ଘର ଘର ବୁଲିଛି । ଅର୍ଦ୍ଧେନ୍ଦୁ ଙ୍କ ର ହାତ ଲେଖା ଢେର ଲେଖା ଅଛି ।ଲେଖାର ଗନ୍ତାଘର ଟିଏ।ଏ ୧୦ବର୍ଷରେ ମୁଁ କୋଡିଏ ଖଣ୍ଡ ବହି ଛପେଇ ସାରିଲିଣି ।ଆଜିର ବହିଟି ଥିଲା ଏକ ଲେଖକର ମୄତ୍ୟୁ ପରେ!!ଅର୍ଦ୍ଧେନ୍ଦୁ ଙ୍କ ସଂଘର୍ଷ ଆଉ ଜୀବନ ଉପରେ ଥିଲା ଯାହା ପାଠକ ମହଲ ରେ ବେଶ୍ ଆଦୄତ ହୋଇଛି।ସମସ୍ତଙ୍କ ଆଗରେ ନମସ୍କାର ମୁଦ୍ରାରେ ପୁଣ୍ୟତୋୟା ବକ୍ତବ୍ୟ ଶେଷ କଲେ।ସମସ୍ତେ ବହି ଟିର ସଫଳ କାମନା କରୁଥିଲେ।ପୁଣ୍ୟତୋୟା ବର୍ତ୍ତମାନ ନିଜ ସ୍ଥାନ ରେ ବସିବାକୁ ଉଦ୍ୟତ ହେଉଥିଲେ ଜଣେ ତରୁଣ ବୟସ ଯୁବା ଲେଖକ ତାଙ୍କ ଗୋଡ ତଳେ ସାଷ୍ଟାଙ୍ଗ ଦଣ୍ଡବତ ମୁଦ୍ରା ରେ ଲୋଟିଗଲେ।ପୁଣ୍ୟତୋୟା ତାଙ୍କୁ ହୄଦୟରେ ଲଗାଇ ନେଲେ।ଯୁବକ ଟି କହିଲେ ମାଁ ମୁଁ ଏ ଦୁନିଆରେ ସମ୍ପୁର୍ଣ୍ଣ ନୁଆଁ।କିଛି ଉପଦେଶ ଦେବେନି।ଆଉ ମା ଆପଣ କେମିତି ଏତେ ପାଖରୁ ଜାଣିଥିଲେ ଅର୍ଦ୍ଧେନ୍ଦୁ ଚୌଧୁରୀ ଙ୍କୁ।ତାଙ୍କରି ରଚନା ହିଁ ତ ମତେ ଲେଖିବାକୁ ଖୋରାକ୍ ଯୋଗାଉଛି।ମୁଁ ଏ ବହି ଟି ଏବେ କିଣିଛି ।ଆପଣଙ୍କ ର ଏକ ହସ୍ତାକ୍ଷର ଦିଅନ୍ତେ କି।ପୁଣ୍ୟତୋୟା ମୁହଁ ରେ ସ୍ବଳ୍ପ ହସ ରଖି ଯୁବକ ହାତରୁ ବହି ଟି ନେଲେ ବହି ର ଶେଷ ପୄଷ୍ଠା ବାହାର କରି ସେଥିରେ ହସ୍ତାକ୍ଷର କରୁକରୁ କହିଲେ ବାବା ରେ ଖୁବ୍ ଲେଖ ଖୁବ୍ ନାଁ କମାଓ ,କାହାଣୀ କୁ ତୁମ ହାତରେ ରଖ।କିନ୍ତୁ ମନେ ରଖ ତୁମେ କେବେ କାହାଣୀ ହେବାକୁ ଚେଷ୍ଟା କରନି।

ପୁଣ୍ୟତୋୟା ବହିଟି ଦେଇ ସଭା ବାହାରକୁ ଯାଉଥିଲେ ଧିରେ ଧିରେ ଆଉ ଯୁବକଟି ଧରିଥିବା ବହି ର ହସ୍ତାକ୍ଷର ଟି ଦେଖି ଚମକି ଉଠିଲେ ,,,ଲେଖାଥିଲା 

ଶ୍ରୀମତୀ ପୁଣ୍ୟତୋୟା ଅର୍ଦ୍ଧେନ୍ଦୁ ଚୌଧୁରୀ।।



Rate this content
Log in

Similar oriya story from Abstract