Pranati Mahapatra

Action Inspirational

4  

Pranati Mahapatra

Action Inspirational

ଏହି ଝିଅ ରଶ୍ମି

ଏହି ଝିଅ ରଶ୍ମି

3 mins
190



ଶାରୀରିକ ଯନ୍ତ୍ରଣା ଅନେକ ବଢି ଯିବା ଲକ୍ଷ୍ୟ କରି ଅଗତ୍ୟା ଚିକିତ୍ସକଙ୍କ ପାଖକୁ ବାହାରିଲେ ରଶ୍ମି ଦେବୀ।ଏପାଖରେ ଆର୍ଥିକ ଅବସ୍ଥା ବହୁତ ଖରାପ ,ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ମନସ୍ଥ କଲେ।


  ଆଜି କାଲି ଏମିତି ଏମିତି ଅନେକ ଡାକ୍ତର ଙ୍କୁ ଦେଖାଇ, ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ବୁଝିଲେ କି ପେଟରେ ମୁତ୍ରାଶୟରେ ପଥର ତ କିଏ କହିଛନ୍ତି ପିତ୍ତକୋଷରେ ପଥୁରୀ ।କଣ କରିବେ।ଘରେ ମାତ୍ର ଦୁଇ ତିନି ବର୍ଷର ପୁଅ ଓ ସ୍ଵାମୀ।ଦିନରାତି ଭୋକ ଭୂଗୋଳର ଘାଣ୍ଟି ହେଉଥିବା ସମୟରେ ଏତେ ଗୁଡାଏ ଅର୍ଥ ସହ ପିଲାର ଦାୟିତ୍ୱ।ମୁଣ୍ଡ ଗୋଳମାଳ ହୋଇ ଯାଉଥାଏ ।ଏମିତି ଚିନ୍ତା କରି କରି ସାନ୍ଧ୍ୟ ଭଜନ ଶୁଣିବା ପାଇଁ ପ୍ରତ୍ୟହ ପୁଅ ସହ ରଶ୍ମି ମନ୍ଦିରକୁ ଯିବା ରାସ୍ତାରେ ଅଚାନକ କେହି ଜଣେ ଦେଖା ହୋଇ ରଶ୍ମି ର ଭଲମନ୍ଦ ପଚାରି ଆଉ ଜଣେ ପରିଚିତ ମେଡିସିନ ସ୍ପେଶାଲିଷ୍ଟଙ୍କ ସହ ପରାମର୍ଶ ପାଇଁ କହିଲେ।ଏବଂ ତତକ୍ଷଣାତ ସେ ଚାଲିଗଲେ।କେଜାଣି କାହିଁକି ଗୋଟିଏ ବାଧ୍ୟ ଶିଶୁ ପରି ରଶ୍ମି ସେ ଡାକ୍ତରଙ୍କ ପାଖରେ ପହଞ୍ଚିଲା ଏବଂ ସେଠାରେ ପହଞ୍ଚି ସ୍ଵାମୀଙ୍କୁ ଫୋନ କରି ଡାକିଲା।


   ଯାହା ହେଉ, ସେ ଡାକ୍ତର ରୂପୀ ଭଗବାନ ଗୋଟିଏ ସପ୍ତାହ ପାଇଁ ଔଷଧ ଖାଇବାକୁ ଦେଲେ ।ଆଉ ଅନ୍ୟାନ୍ୟ ରିପୋର୍ଟ ସବୁ ଭୁଲ ବୋଲି ମଧ୍ୟ କହିଲେ।ସ୍ଵାମୀ ସ୍ତ୍ରୀ ଔଷଧ ନେଇ ଆସିଲେ ।ଏମିତି ଏମିତି ପାଞ୍ଚଦିନ ବେଳକୁ ରଶ୍ମି କିଛିଟା ସୁସ୍ଥ ଅନୁଭବ କଲା।ଏବଂ ମନ ଭିତରେ ରାଗ ରଖି ତାକୁ ପିତ୍ତକୋଷ ଅପରେସନ କରିବା ପାଇଁ ଠିକ୍ ହୋଇଥିବା ଡାକ୍ତରଙ୍କ ପାଖକୁ ଦେଖା କରିବାକୁ ଗଲା, ଅବଶ୍ୟ ସ୍ଵାମୀଙ୍କ ଅଗୋଚରରେ।

   ଘର ପାଖରୁ ଡାକ୍ତରଖାନା ପ୍ରାୟ ୪୦୦ ମିଟର ଦୂର।ତେଣୁ ପୁଅକୁ ସାଥିରେ ଧରି ଏକାଏକା ଚାଲିଲେ।ଯେଉଁ ଡାକ୍ତରଙ୍କ ସହ ଦେଖା କରିବେ ,ସେ ଜଣେ ସର୍ଜିକାଲ ଡାକ୍ତର।ତେଣୁ ତାଙ୍କ ଅପରେସନ ଥିଏଟର ପାଖକୁ ଚାଲିଲେ।


    କିନ୍ତୁ ଏ କଣ ; ଏଠାରେ ଏତେ ଭିଡ଼।କଥା କଣ ବୁଝିବାକୁ ଆଗେଇଲେ ରଶ୍ମି।ବାହାରେ ଗୋଟିଏ ବେଡ଼ରେ ମହିଳା ଜଣେ, ଆଉ ଜଣେ ସିଷ୍ଟର ସାଲାଇନ ବୋତଲ ହାତରେ ଧରି ତାଙ୍କୁ ବେଡ଼ ଛାଡି ତଳେ ଶୋଇବାକୁ ବାଧ୍ୟ କରୁଛନ୍ତି।


  ଅନେକ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ଏସବୁ ଦେଖୁଥାନ୍ତି।

ହେଲେ ନୀରବରେ।ପ୍ରତିବାଦର ସ୍ଵର କାହାରି ପାଖରେ ନାହିଁ,କେବଳ ଦର୍ଶକ।

ରଶ୍ମି ପାଖକୁ ଯାଇ ଘଟଣା କଣ ବୁଝିଲେ।ଅର୍ଥାତ ଡାକ୍ତରଖାନା ବେଡ୍ ରେ ଥିବା ମହିଳା ଜଣକ ଗର୍ଭବତୀ ।ଦୀର୍ଘ୧୨ଦିନ ଧରି ସେଠାରେ ଚିକିତ୍ସିତ ହେଉଥିଲେ।ଶେଷ ସମୟରେ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଲେ,ନ ହେଲେ ରୋଗୀ ପ୍ରତି ବିପଦ।ତେଣୁ ରୋଗୀକୁ ଛାଡ଼ି ସ୍ଵାମୀ ଯାଇଛନ୍ତି ଟଙ୍କା ଯୋଗାଡ କରି ଆଣିବା ପାଇଁ।ରୋଗୀ ପାଖରେ କେହି ନାହାଁନ୍ତି।ଏ ପାଖରେ ରୋଗୀ ଅଧିକ ସଂଖ୍ୟକ ହେବାରୁ ...।ସବିଶେଷ କଥା ରୋଗୀ ମୁହଁରୁ-ମୁଁ ଆଜିକୁ୧୨ଦିନ ହେବ ଏଠାରେ ଆଡମିସନ ହୋଇ ଚିକିତ୍ସିତ ହେଉଥିଲି,ମୋ ପାଖରେ ମୋ ସ୍ଵାମୀ ଥିଲେ ,ଶାଶୁ ଘରେ ଅଛନ୍ତି।ହେଲେ ଆଜି ସକାଳୁ ଡାକ୍ତର କହିଲେ ବର୍ତ୍ତମାନ ରୋଗୀର ଅବସ୍ଥା ବହୁତ ସାଂଘାତିକ ।ତେଣୁ ତାଙ୍କୁ କଟକ କିମ୍ବା ଅନ୍ୟ କେଉଁଠିକୁ ନେଇ ଯାଆନ୍ତୁ।କାମ କଲେ ଦିନକୁ ୨୦୦ ଟଙ୍କା ମଜୁରି ଆଣନ୍ତି।ଏକାଥରକେ ୨୦/୨୫ ହଜାର କେଉଁଠୁ ପାଇବୁ ।ଘର ଡିହ ବନ୍ଧା ପକେଇ ବା ବିକ୍ରି କରି ଟଙ୍କା ଆଣିବାକୁ ଯାଇଛନ୍ତି।ଏ ବେଳରେ ଏମାନେ ମୋ ହାତରେ ସାଲାଇନ ବୋତଲ ଧରେଇ କହୁଛନ୍ତି ବେଡ୍ ଛାଡ଼।ମୁଁ କଣ କରିବି ,ଏ ପାଖରେ ଯନ୍ତ୍ରଣା କୁ ସେପାଖରେ ଯନ୍ତ୍ରଣା ।ମୋତେ ସାହାଯ୍ୟ କରନ୍ତୁ ,ନ ହେଲେ ମରିଯିବି।ଏତକ କଥା ଶୁଣି ରାଗରେ ନିଆଁବାଣ ହୋଇ ଗଲେ ରଶ୍ମି।ସିଷ୍ଟର ହାତରୁ ସାଲାଇନ ନେଇ ବେଡ୍ ଷ୍ଟାଣ୍ଡ୍ ରେ ଝୁଲାଇ ଦେଲେ ।ଏଥର ସିଷ୍ଟର ସହ ବହୁତ ପାଟିଗୋଳ କଲେ ଆଉ ସେଇଠି ଜଗି ରହିଲେ ।ଧମକ ଦେଇ ରଶ୍ମି କହିଲେ ,ତୁମେ କଣ କରିବ କର ,ମୁଁ ଲାଇଭ କରୁଛି ।ଏସବୁ ଦେଖି ସମସ୍ତେ ଚାଲିଗଲେ ।ସେଇଠି ସେମିତି ଠିଆ ହୋଇ ରହିଲେ ରଶ୍ମି।ମହିଳାଙ୍କ ସ୍ଵାମୀ ଗୋଟିଏ ଅଟୋ ସହ ଆସି ପହଞ୍ଚିଲେ ଏବଂ ସ୍ତ୍ରୀ ପାଖରୁ ସବୁ ଶୁଣି ରଶ୍ମି ପାଦତଳେ ପଡିଗଲେ।


ରଶ୍ମି - ବ୍ୟସ୍ତ ହୁଅ ନାହିଁ, ମୋ କର୍ତ୍ତବ୍ୟ ମୁଁ କଲି,ତୁମେ ଯଥାଶୀଘ୍ର ଏଠାରେ ଥିବା ନର୍ସିଂହୋମ କୁ ନେଇଯାଅ।କୃତ୍ୟ କୃତ୍ୟ ହୋଇ ଲୋକଟି ନିଜ ସ୍ତ୍ରୀକୁ ଗାଡ଼ିରେ ବସେଇ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ।

ତା ପଛେ ପଛେ ରଶ୍ମି ବି ପୁଅକୁ ସାଥିରେ ନେଇ ଚାଲିଗଲେ।ଉପସ୍ଥିତ ସିଷ୍ଟର ଚାହିଁ ରହିଥିଲା ରଶ୍ମିକୁ ।


Rate this content
Log in

Similar oriya story from Action