ଦୃଢ଼ ସଂକଳ୍ପ
ଦୃଢ଼ ସଂକଳ୍ପ
ତିଥି ଦୀପକ ବାବୁଙ୍କ ଗୋଟିଏ ବୋଲି ସନ୍ତାନ । ଦୀପକ ବାବୁ ଜଣେ ବ୍ୟବସାୟୀ । ସେ ତାଙ୍କର ଝିଅଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କର ଇଚ୍ଛା ତିଥି ବଡ ହୋଇ ଡାକ୍ତର ହେଉନ୍ତି । କିନ୍ତୁ ତିଥିଙ୍କ ମନ ସବୁବେଳେ ପଢା ଅପେକ୍ଷା ଖେଳରେ ଥାଏ । ସେଥିପାଇଁ ବାପା ତାଙ୍କୁ ବେଳେ ବେଳେ ବିରକ୍ତ କହୁଥାନ୍ତି ତୁ ପାଠ ପଢୁ ନାହୁଁ । ମ୍ୟାଟ୍ରିକ ପରୀକ୍ଷାରେ ରେଜଲ୍ଟ ଖରାପ ହେଲେ ମୁଁ ତୋର ବିବାହ ଜଲଦି କରି ଦେବି ।
ମାଆ ମେଘା ସବୁବେଳେ କୁହନ୍ତି ତାକୁ ଖେଳିବାକୁ ଦିଅ । ଖେଳ ଦୁନିଆରେ ଗଲେ ଝିଅମାନେ କେତେ ଆଗକୁ ବଢନ୍ତି । ଆମ ଓଡ଼ିଶାର ଦୂତୀ ଚାନ୍ଦ ସେ ବି ତ ଦୌଡରେ ସାରା ଭାରତରେ ନିଜ ନାମ କରିପାରିଛନ୍ତି । ଆମ ଝିଅ ତିଥି ବି ଦିନେ ନା ଦିନେ କ୍ରୀଡ଼ା ଜଗତରେ ନାମ କରିବ ।
ତିଥିର ଜେଜେମା କମଳା ଦେବୀ ବହୁତ ପୁରୁଣା କାଳିଆ ଲୋକ । ଝିଅମାନଙ୍କ ପାଠ ପଢା ପାଇଁ ବି ଟଙ୍କା ଖର୍ଚ୍ଚ କରିବା ତାଙ୍କୁ ବେକାର ଖର୍ଚ୍ଚ ଲାଗୁ ଥାଏ । ସେ କୁହନ୍ତି ଏ ପରଘରୀଙ୍କ ପାଇଁ ପଇସା ଖର୍ଚ୍ଚ କରି କି ଲାଭ । ଝିଅକୁ ବେଶୀ ପାଠ ପଢାଇଲେ ଭଲ ବର ବି ମିଳିବନି । ହେଲେ ମୋ ଦୀପୁଟା ପରା ବୁଝୁ ନାହିଁ ଝିଅକୁ ବେଶୀ ପାଠ ପଢାଇବ କହୁଛି । ଆଉ ମୋ ବୋହୂ ମେଘା.....ତା କଥା କି କହିବି ଲୋ .....ଝିଅକୁ କ୍ରୀଡ଼ା ଜଗତରେ ପଠାଇବାକୁ ଚାହୁଁଛି । କି ହେବ ଲୋ ମୋ ନାତୁଣୀ ତିଥି ଅବସ୍ଥା ଲୋ.... ଭଗବାନଙ୍କୁ ହିଁ ଜଣା ଲୋ ।
ତିଥି ବି ଦୂତୀ ଚାନ୍ଦଙ୍କୁ ନିଜର ପ୍ରେରଣା ଭାବନ୍ତି । ସେ ଦୂତୀ ଚାନ୍ଦଙ୍କୁ ଅନୁସରଣ କରନ୍ତି ।
ବିଦ୍ୟାଳୟରେ ତିଥି ସବୁବେଳେ ଦୌଡ ପ୍ରତିଯୋଗିତାରେ ଭାଗ ନିଅନ୍ତି । ସେଥିରେ ସେ ପ୍ରଥମ ହେଉ ଥାଆନ୍ତି । ତାପରେ ବିଦ୍ୟାଳୟ ସ୍ତରରେ ଦୌଡ ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ସେ ପ୍ରଥମ ହେଲେ । ଏବେ ବାପା ଦୀପକ ଭି ତାଙ୍କୁ ଖେଳିବାକୁ ଉତ୍ସାହିତ କଲେ ।
ଏବେ ତିଥି ରାଜ୍ୟସ୍ତରରେ ଦୌଡ ପ୍ରତିଯୋଗିତାରେ ଭାଗ ନେଲେ । ସେଥିରେ ବି ତିଥି ପ୍ରଥମ ହେଲେ ।
ତାପରେ ତିଥିଙ୍କୁ ରାଜ୍ୟ ତରଫରୁ ରାଷ୍ଟ୍ରୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହେଲେ ।
ଏହି ପ୍ରତିଯୋଗିତାର ଆଉ ଛଅ ମାସ ଅଛି । ତିଥି ଏବେ ଗାଁରୁ ବାହାରିଲେ ସହରକୁ ଯାଇ ନିଜର ଅଭ୍ୟାସ ବଢାଇବା ପାଇଁ ଟ୍ରେନିଂ ନେବାକୁ । ହେଲେ ସମୟ ତିଥିଙ୍କ ସାଙ୍ଗରେ ନ ଥିଲା । ତାଙ୍କ ବସର ଦୁର୍ଘଟଣାଗ୍ରସ୍ତ ହେଲା । ଦୁର୍ଘଟଣାରେ ତାଙ୍କ ଗୋଡ ଭାଙ୍ଗିଗଲା । ତାଙ୍କର ଗୋଡ ଅପରେସନ ହେଲା । ଡାକ୍ତର ତିଥିଙ୍କୁ ସମ୍ପୂର୍ଣ୍ଣ ଛଅ ମାସ ଆରାମ କରିବାକୁ କହିଲେ । ଛଅ ମାସ ପରେ ତିଥି ଟିକେ ଟିକେ ବାଡି ଧରି ଚାଲିବେ ଏବଂ ଆଠ ମାସ ପରେ ବିନା ବାଡିରେ ଚାଲିବେ ବୋଲି କହିଲେ ।
କିନ୍ତୁ ତିଥି ଏହା ଶୁଣି କାନ୍ଦିବାକୁ ଲାଗିଲେ । କହିଲେ ମୁଁ ଜାତୀୟ ସ୍ତରରେ ଦୌଡରେ ଭାଗ ନେବି । କିନ୍ତୁ ଡାକ୍ତର ତାଙ୍କୁ ମନା କରି କହିଲେ ଯେ ଚାହିଁଲେ ବି ସେ ଏତେ ଜଲଦି ଦୌଡ଼ି ପାରିବେ ନାହିଁ ।
କିନ୍ତୁ ତିଥି ନିଜ ଜୀବନର ଲକ୍ଷ୍ୟ ପଥରେ ଅଟଲ । ସେ ଦୃଢ ସଂକଳ୍ପ କରି ଥିଲେ ଯେ ସେ ଏଇ ଥର ପ୍ରତିଯୋଗିତାରେ ଭାଗ ନେବେ ।
ତିଥି ନିଜ ଉପରେ ଦୃଢ ବିଶ୍ୱାସ ରଖି ତାଙ୍କ ମାଆଙ୍କୁ କହିଛନ୍ତି ମାଆ ତୁମ ଝିଅ (ଦୂତୀ ଚାନ୍ଦ) ହାରିନି । ମୁଁ ନିହାତି ଏଇ ଥର ରାଷ୍ଟ୍ରୀୟ ସ୍ତରରେ ଦୌଡରେ ଭାଗ ନେବି ।
ତିଥି ନିଜ ଫିଜିଓ ଥେରାପି ଡାକ୍ତରଙ୍କୁ କହିଲେ ଟିକେ ଜଲଦି ଜଳଦି ଏକ୍ସର୍ସାଇଜ ଶିଖିବାକୁ ଯେମିତି ସେ ତିନି ମାସରେ ଚାଲିବା ଆରମ୍ଭ କରିବେ । କାରଣ ଯଦି ସେ ଚାରି ମାସ ବେଳକୁ ନ ଦୌଡ଼ି ପାରିବେ ତେବେ ତାଙ୍କୁ ପ୍ରତିଯୋଗିତାରୁ ବାହାର କରି ଦିଆ ଯିବ । ତାଙ୍କ ଫିଜିଓଥେରାପି ଡକ୍ତର ମଧ୍ୟ କହିଲେ ଏତେ ଜଲଦି ଆପଣ ଚାଲିବା କଷ୍ଟ ।
ତିଥି କହିଲେ ମୁଁ ଦୃଢ଼ ସଂକଳ୍ପ କରି ସାରିଛି ଯେ ମୁଁ ଏ ପ୍ରତିଯୋଗିତାରେ ଭାଗ ନେବି । ଏବେ ତିଥି ଆସ୍ତେ ଫିଜିଓ ଥେରପି ଅନୁଯାୟୀ ବ୍ୟାୟାମ ଆରମ୍ଭ କରିଛନ୍ତି । ସେ ନିଜ ଉଦ୍ୟମ ଜାରି ରଖିଛନ୍ତି । ତାଙ୍କର ଚେଷ୍ଟା ଦେଖି ସମସ୍ତେ ତାଙ୍କ ଦୃଢ଼ ସଂକଳ୍ପର ପ୍ରଶଂସା କରିଛନ୍ତି ।
ତିଥି ଦୁଇ ମାସ ଭିତରେ ଟିକେ ଟିକେ ଚାଲିବାକୁ ଲାଗିଲେଣି । ସମସ୍ତେ କହୁଛନ୍ତି ମନରେ ଇଚ୍ଛା ଶକ୍ତି ଥିଲେ ନିଶ୍ଚୟ ସବୁ କାମ କରିହେବ ।
ଚରି ମାସ ଭିତରେ ତିଥି ଟିକେ ଟିକେ ଦୌଡିବାକୁ ଲାଗିଲେଣି । ତଥାପି ଚୟନ କର୍ତ୍ତା ତାଙ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।
କିନ୍ତୁ ତିଥିଙ୍କ ଡାକ୍ତର ଚୟନ କର୍ତ୍ତାଙ୍କୁ କହିଲେ ଅନ୍ୟ କେହି ହୋଇଥିଲେ ସନ୍ଦେହ ରହି ଥାଆନ୍ତା । କିନ୍ତୁ ତିଥିଙ୍କ ଦୃଢ ସଂକଳ୍ପ ଓ ଦୃଢ ଇଚ୍ଛା ପାଖରେ ତାଙ୍କୁ ନେଇ ସନ୍ଦେହ କରି ହେବ ନାହିଁ । ସେ ନିହାତି ଦୂତୀ ଚାନ୍ଦଙ୍କ ପରି ଆମ ରାଜ୍ୟର ନାମ କରିବେ । ତାପରେ ତିଥିଙ୍କ ପରୀକ୍ଷା କରା ଗଲା । ତିଥି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଲେ ।
ସବୁକିଛି ଠିକଠାକ ଚାଲିଥାଏ । ଆଉ ସପ୍ତାହେ ଥାଏ ପ୍ରତିଯୋଗିତାକୁ । ହଠାତ୍ ପୁଣି ତିଥି ଦୌଡ଼ିବା ଅଭ୍ୟାସ କରିବା ସମୟରେ ପଡିଗଲେ ଏବଂ ତାଙ୍କ ଅପରେସନ ଗୋଡ଼ରେ ଆଉ ଥରେ ଆଘାତ ଲାଗିଥିଲା । ସମସ୍ତେ ଭାବିଲେ ତିଥି ବୋଧେ ଏ ପ୍ରତିଯୋଗିତାରୁ ବାହାରି ଯିବେ ।
କିନ୍ତୁ ସବୁ ପରିସ୍ଥିତି ତିଥିଙ୍କ ଦୃଢ଼ ଇଚ୍ଛା ଓ ଦୃଢ଼ ସଂକଳ୍ପ ପାଖରେ ହାର ମାନିଛି । ତିଥି ପ୍ରତିଯୋଗିତାରେ ଭାଗ ନେଲେ । ଯନ୍ତ୍ରଣା ହେଉଥିଲେ ମଧ୍ୟ ତିଥି ଦୌଡ଼ି ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ପାଇଛନ୍ତି ଏବଂ ଦୂତୀ ଚାନ୍ଦ ପରି ନିଜ ରାଜ୍ୟର ନାମ ରଖିଛନ୍ତି । ଏବେ ତିଥି ଅନ୍ତରାଷ୍ଟ୍ରୀୟ ଦୌଡ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି ।
ଏବେ ତିଥିଙ୍କ ବାପା ଦୀପକ ବାବୁ, ମାଆ ମେଘା ଓ ଜେଜେମା କମଳା ଦେବୀ ତିଥିଙ୍କୁ ନେଇ ଗର୍ବ କରୁଛନ୍ତି । ଜେଜେମା କମଳା ଦେବୀଙ୍କ ପୁରୁଣାକାଳିଆ ଚିନ୍ତାଧାରା ପରିବର୍ତ୍ତନ ଘଟିଛି । ସେ ଏବେ କହୁଛନ୍ତି ଝିଅ ହେଲା ତ କଣ ହେଲା । ଝିଅମାନେ ବି ପୁଅମାନଙ୍କ ପରି ସବୁ କାମ କରି ପାରିବେ । ତିଥିଙ୍କ ପାଇଁ ବହୁତ ଭଲ ଭଲ ବିବାହ ପ୍ରସ୍ତାବ ଆସୁଛି । କିନ୍ତୁ ଜେଜେମା ନିଜେ କହୁଛନ୍ତି ଝିଅମାନଙ୍କ ଜନ୍ମ ବାହାଘର ପାଇଁ ନୁହଁ । ଝିଅମାନେ ମଧ୍ୟ ପୁଅମାନଙ୍କ ପରି ନିଜ ବଂଶର, ସମାଜର ଏବଂ ଦେଶର ନାମ ସମଗ୍ର ବିଶ୍ବରେ ଗୌରବ ଅକ୍ଷରରେ ଲେଖି ପାରିବେ । ତେଣୁ ମୋ ନାତୁଣୀ ତିଥି ବିଦେଶରୁ ଦୌଡ ପ୍ରତିଯୋଗିତାରେ ଜିତିଲା ପରେ ସେ ନିଜେ ଇଚ୍ଛା କଲେ ଯାଇ ତାର ବିବାହ ହେବ ।
ସତରେ ଦୃଢ଼ ଇଚ୍ଛାଶକ୍ତି ଏବଂ ଦୃଢ଼ ସଂକଳ୍ପ ପାଖରେ ସମୟ ଓ ପରିସ୍ଥିତି ହାର ମାନେ ତାହା ତିଥି ନିଜ ଜୀବନରେ ପ୍ରମାଣ କରିଛନ୍ତି ।
