STORYMIRROR

Sukanti Hotta

Tragedy

3.0  

Sukanti Hotta

Tragedy

ଧୋକା

ଧୋକା

2 mins
31.7K


ମୁଣ୍ଡକୁ ବାଡେଇ ବାଡେଇ ଭେଁ ଭେଁ.... ହୋଇ କାନ୍ଦୁଛି ରଘୁ ବୁଢା, ସତରେ କେତେ ମୁଁ ହୀନ କପାଳ !ପିଲାଟିବେଳୁ ଧୋକା ଖାଇଖାଇ ବଡ଼ ହେଇଛି lବାପା, ମାଆ ମୋତେ ଧୋକା ଦେଇ ଆରପାରିକୁ ଚାଲିଗଲେ, ମୋ ସାନଭଉଣୀକୁ ଔଷଧ ଦେଇପାରିଲିନି ସେ ରୋଗରେ ପଡିପଡି ଆରପାରିକୁ ଚାଲିଗଲା l ମୋ ସାଙ୍ଗ ସାଥି କିଏବି ସାହାଯ୍ୟ କଲେନି, ବଡ଼ଲୋକମାନେ କଣକେବେ ଦୁଃଖୀଙ୍କର ଦୁଃଖ ବୁଝନ୍ତି? ହଉ.......

ପଲିଥିନି ଗୋଟେଇ ଗୋଟେଇ ବିକି ବଡ଼ ହେଲି,ଦିପାଇସା ରୋଜଗାର କଲି lତାପରେ କାରଖାନାରୁ ପଲିଥିନି ଆଣି ସବୁ ଦୁକାନରେ ଦେଇ ଦୁଃଖେସୁଖେ ଚଳୁଥିଲି l କେତେ ଯତନରେ ବହୁତ ପଲିଥିନି ସାଇତି ରଖିଥିଲି, ଦୋକାନରେ ବିକି ଦି ପଇସା ଆଣିବି ବୋଲିl ହେ ଭଗବାନ! ମୋତେ ଧୋକା ଦେଇ ଦେଲ, ମୋ ପଲିଥିନ କୁ ବନ୍ଦ କରି ଦେଲ, ମୋ ଦିଣ୍ଡା ଝିଅ ଦିଟାକୁ କେମିତି ବାହା କରିବି l

ସବୁ ଦୋକାନ ଦୋକାନ ବୁଲିଲି ମୋ ପଲିଥିନ କିଏ ନେଉ ନାହାନ୍ତି ଆହୁରି ମୋତେ କହୁଛନ୍ତି ତୁ ପଲିଥିନ ଧରିଛୁ, ଫାଇନି ଦେ ନହଲେ ଜେଲ ଯିବୁl ମୋର ଫଟା କପାଳ କହି କାନ୍ଦି ଚାଲିଛି ରଘୁବୁଢା l

ଅପାଠୁଆ ରଘୁବୁଢ଼ା ବୁଝି ପାରୁନି ପଲିଥିନ କାହିଁକି ବନ୍ଦ ହେଲା, ତା ପରି ରାମୁ, ରାଜୁ, ନିରୁ, ରିତୁ........... ଗରିବମାନଙ୍କୁ ଧୋକା ଦିଆଗଲା ! ଆମପରି ଗରିବମାନଙ୍କୁ ଭଗବାନ ହିଁ ଭରସା..................

ପାଠୁଆମାନେ କହି ଚାଲିଛନ୍ତି ପଲିଥିନ ପୃଥିବୀକୁ ନଷ୍ଟ କରୁଛି , ଗାଈ ଗୋରୁ ମରୁଛନ୍ତି,

ପବନ, ପରିବେଶ ଦୂଷିତ ହେଉଛି lହଉ କୁହନ୍ତୁ......

ଆମେ ଗରିବ ମାନେ ମରୁଛୁ, ବରଷା କାକର ଖରା ଖାଇ, ଝୁପୁଡି କୁଡ଼ିଆରେ ରହି l

ଆମେ ମଲେ ବି ଆମ କଥା ବୁଝିବ କିଏ?

ମାଟିରେ ଜନମ ହେଲୁ, ମାଟିରେ ମରିଲୁ l

ଆମେ କଣ ନେତା ନା ମନ୍ତ୍ରୀ , ନା ବଡ଼ ଲୋକ !

ଆମର ଗୋଟେ ଓଳି ଖାଇଲେ ଆର ଓଳି ଉପାସ l ନା ଦି ଅକ୍ଷର ପଢ଼ିଲୁ, ନା ପିଲାଙ୍କୁ ପଢାଇଲୁ l ପିଲାବେଳୁ ପଲିଥିନି ବିକି ବିକି ଘର ଚଳାଇବା ଆମ ବାପା, ଦାଦା, ଅଜାଠୁଁ ଶିଖିଛୁ l ଆମେ ମଳିମୁଣ୍ଡିଆ ବୁଝି ପାରୁନୁ ସରକାରଙ୍କର ନିୟମ lସରକାର କହୁଛନ୍ତି ପଲିଥିନି ଆଉ ଚଳିବ ନାହିଁ lମୁଁ ମୁରୁଖ ବୁଝିପାରୁନି ପଲିଥିନି କାରଖାନା କାହିଁକି ତିଆରି କରିଥିଲେ? ପଲିଥିନି ନଥିଲେ ଆମେ କଣ ପଲିଥିନି ବିକୁଥାନ୍ତୁ l ବାପଅଜା ଅମଳରୁ ସରକାର ଜାଣିନଥିଲା ପଲିଥିନି ଖରାପ ବୋଲି........ଆମେ ସିନା ପାଠ ପଢିନୁ, ସରକାର ପାଠ ପଢିନାହାନ୍ତି, ହଉ........

ଆମ ଘର କେମିତି ଚଳିବ, ଝିଅ ବାହାଘର କେମିତି କରିବି, ମୋ ପଲିଥିନି ସବୁ କିଏ ନେବ?ଆମ ଗରିବ କଥା କିଏ ବୁଝିବ? ବହୁତ ଧୋକା ଖାଇଲୁ, ପିଲାମାନଙ୍କୁ ଧୋକା ଦେଲୁ........

ଦଇବକୁ ଖାଲି ନିନ୍ଦିଲୁ l

ମୁଁ ଶୁଣିଛି ଆମ ସରକାର ଭଲ ସରକାର, ଗରିବ କଥା ବୁଝୁଛନ୍ତି lଆମକୁ ସାହାଯ୍ୟ କରିବେ, ଧୋକା ଦେବେନି lଆମ ପିଲାମାନଙ୍କୁ ପାଠ ପଢ଼ାଇବେ l ପାଠ ପଢିଲେ ଆମ ପିଲାମାନେ ଶିକ୍ଷିତ ହେବେ,ଚାକିରୀ କରିବେ l

'ଶିକ୍ଷିତ ସମାଜହିଁ ସୁସ୍ଥ ଓ ସଭ୍ୟ ସମାଜ '

ଆମ ପରିବେଶ,ଗାଁ, ମାଟି, ପାଣିର ସଫା ପାଇଁ ଆମେ ପଲିଥିନ ବନ୍ଦ କରିବୁ lଆମେ ମୁରୁଖ ଲୋକ ନିଜେ ଧୋକା ଖାଇଲେବି କାହାକୁ ଧୋକାଦେବୁନି lଆମ ଗାଁ ପରା ଆମ ଭଗବାନ,ଭଗବାନଙ୍କୁ କିଏ କଣ ଧୋକା ଦିଏ? ଆମକୁ ଧୋକା ଦେବା ଆଗରୁ ଆମ ଗରିବଙ୍କ ପାଇଁ କିଛି କରିଥାନ୍ତ l ଥରୁଟିଏ ଭାବିଲନି ଧୋକାଯେ କେତେ କଷ୍ଟ , ଧୋକା ଖାଇଥିବା ଲୋକହିଁ ଅନୁଭବ କରିପାରିବ ।

*************

କାହାକୁ ଧୋକା ଦିଅନି ରଘୁବୁଢ଼ାର ଅନୁରୋଧ

ସୁକାନ୍ତି ହୋତା


Rate this content
Log in

Similar oriya story from Tragedy