STORYMIRROR

Titi Sarangi

Inspirational

2  

Titi Sarangi

Inspirational

ଡିସେମ୍ବରର ଗୋଟେ ରାତି

ଡିସେମ୍ବରର ଗୋଟେ ରାତି

1 min
14.4K


ଶୀତରେ ଜାଡେଇ ଯାଏ ଡିସେମ୍ବରର ରାତି ପ୍ରତିବର୍ଷ।ଗ୍ରୀଷ୍ମ ପ୍ରଧାନ ଆମ ଦେଶରେ ଡିସେମ୍ବର ଦେଇଯାଏ ଅନେକ ଅନୁଭବ । କେତେ ମିଠା କେତେ ଖଟା ତା ହିସାବ କିଏ ରଖେ । ଜୀବନ କେମିତି ହେବ ସେ କଥା ବା କିଏ ଜାଣିଥାଏ ?କେତୋଟି ମହାର୍ଘ ଅନୁଭବ କିନ୍ତୁ ସାଇତା ହୋଇ ରହିଥାନ୍ତି ସ୍ମୃତି ଫରୁଆରେ ମୁକ୍ତାଟି ମାନ ଭଳି ।ସେଥର ସେଇ ଭଳି ଏକ ଅନୁଭବ ଦେଇ ମୋ ଜୀବନକୁ ସେ ଆସିଥିଲା ପୌଷର ଗୋଟିଏ ଜାଡଭରା ରାତିରେ ଯାହାକୁ ଇଂରାଜୀରେ କୁହାଯାଏ ଡିସେମ୍ବର। ମୋର ନୂଆ ପୋଷ୍ଟିଙ୍ଗ୍ ଆଉ ତାର ଆସିବାର ସୂଚନା । ଜାଡ ରାତିରେ ତା କୁନି ଦେହର ନରମ ଉଷୁମ ଛୁଆଁ। ଦି ବର୍ଷ ବଡ ତା ବଡ ଭାଇ ମୋ ପାଖ ଛାଡୁ ନଥାଏ । ଦିଟି କୁନି ମଣିଷ ପୃଥିବୀକୁ ଆସିଛନ୍ତି ମୋ ଦେହର ମାଧ୍ୟମରେ !!ଜୀବନ ସତେ କି ଦେଇଛି ମୋତେ ସବୁଠୁ ଏକ ବଡ ପୁରସ୍କାର ଆଉ ସେମାନଙ୍କୁ ମଣିଷ କରି ଗଢିବାର ଗୁରୁ ଦାୟିତ୍ଵ ।

ସେ ଦିନ କେବେ ବି ଭାବି ନଥିଲି ସେ ନିଜେ ଜେରାଇ ଆଥ୍ଲେଟିକ୍ ମିଟ୍, ମୁମ୍ବାଇରେ ଭାଗ ନବ ଆଉ ତା ସାଧ୍ୟ ଅନୁସାରେ ସଫଳ ବି ହବ ଏକାଏକା ।ନିଜ ରାସ୍ତା ନିଜେ ଖୋଜିବାକୁ ଭଗବାନ ତାକୁ ଶକ୍ତି ଆଉ ସାହସ ଦିଅନ୍ତୁ ।ନୂଆ କିଛି କରିବାର ଆଗ୍ରହଟି ତା ଭିତରେ ଉଜ୍ଜୀବିତ ହେଉ ।ଆଜି ତା ସଫଳତାର କିଛି ପାଦ ସେ ଆଗକୁ ଯାଇଛି ।ଏକା ଏକା ବହୁତ କଷ୍ଟ ବି ପାଇଛି ।କିନ୍ତୁ ଛେଚାପିଟା ନିଦା ମଣିଷଟେ ବି ସେ ନିଶ୍ଚୟ ହେବ ବୋଲି ଭଗବାନ ତାକୁ ସେଇ ରାସ୍ତାରେ ନେଇଛନ୍ତି। ଅଠେଇଶ ଡିସେମ୍ବରରେ ତାର ଜନ୍ମ। ସେ କୁନି ପିଲାଟିକି ଆଶୀର୍ବାଦ କରନ୍ତୁ ।ମଣିଷ ପରି ମଣିଷଟିଏ ହେଉ ।


Rate this content
Log in

Similar oriya story from Inspirational