STORYMIRROR

Nihar Ranjan Acharya

Tragedy

4  

Nihar Ranjan Acharya

Tragedy

ଚୋରାବାଲି

ଚୋରାବାଲି

5 mins
340


     ଦୂର ଦିଗ୍ ବଳୟର ପଶ୍ଚିମ ଆକାଶଟା ଲାଲ୍ ରଙ୍ଗରେ ରଙ୍ଗେଇ ହୋଇ ହସି ହସି ଫାଟି ପଡୁଥାଏ ପୃଥିବୀ ଉପରେ, ସତେଯେମିତି ଫଗୁଣର ଫଗୁ ବୋଳିଦେବ ଧରଣୀ ମାତାକୁ । ହେଲେ ଆକାଶ ପୃଥିବୀର ଏହି ଫଗୁଖେଳ ଦେଖି କେତେ କବି, କେତେ ଲେଖକ କେତେ କଥା ଭାବି ଚାଲିଛନ୍ତି। କିନ୍ତୁ ନୀହାର ଭାଇ ନା ଏକ କବି, ନା ଏକ ଲେଖକ? ତଥାପି ସେ ଆକାଶର ଏମିତି ଦୃଶ୍ଯକୁ ଚାହିଁ ଏତେ ଗମ୍ଭୀର ଭାବରେ ଠିଆହୋଇ କଣ ଭାବୁଛନ୍ତି? ନିଜ ମନର ପ୍ରଶ୍ନ ଗୁଛକୁ ସମ୍ଭାଳି ନ ପାରି ପ୍ରଶ୍ନ ପରେ ପ୍ରଶ୍ନ ପଚ଼ାରି ଚାଲିଛି ବେବିନା! 

ବେବିନା: ନୀହାର ଭାଇ, ତମେ ଏଠି ଏମିତି ଠିଆହୋଇ କଣ ଭାବୁଛ? 

ନୀହାର : ବେବିନା, ତୁ ଦେଖି ପାରୁଛୁ ତ? 

ବେବିନା : କ'ଣ? 

ନୀହାର : ଆରେ ଏହି ଆକାଶର ରଙ୍ଗକୁ! 

ବେବିନା : ଆଛା, ତେବେ ତମେ ଏହା ଭିତରେ ଗୋଟେ କବି ନା ଲେଖକ ହୋଇ ଗଲଣି? 

ନୀହାର : ବେବିନା, ତୁ ପୁଣି ମୋତେ ଥଟ୍ଟା କରୁଛୁ? 

ବେବିନା : ଆରେ ନୀହାର ଭାଇ, ତମେ ରାଗିଗଲ ନା କ'ଣ ? 

ନୀହାର : ବେବିନା, ତୁ ବୁଝି ପାରିବୁନି ଆକାଶର ଏମିତି ରଙ୍ଗ କାହାକୁ କ'ଣ ଲାଗୁଥାଇ ପାରେ ହେଲେ ମୁଁ ଠିକ୍ ବୁଝି ପାରୁଛି ଆକାଶର ଏମିତି ରଙ୍ଗ ନିଶ୍ଚିତ ଭାବରେ କୌଣସି ବିପଦର ସଙ୍କେତ ଆଣି ଦେଉଛି। ଏଇ  ଯେମିତିକି ଅନ୍ୟକୁ ଖୁସି ଦେବା ଲୋକଟା ନିଜେ ଦୁଃଖର ସାଗରରେ ବୁଡ଼ିଯାଏ । ଅନ୍ୟକୁ ଆଲୋକ ଦେଖାଉଥିବା ଦୀପଟା ତା ନିଜକୁ ଅନ୍ଧକାରରେ  ଲୁଚ଼ାଇ ରଖିଥାଏ। ସେହିପରି ଅନ୍ଯର ଜୀବନ 

 ନୌକାକୁ କୂଳରେ ଲଗାଇବାକୁ ଯାଇ ନିଜେ ନାବିକଟା  ସମୟର ଚକ୍କା ଭଉଁରୀରେ ଡୁବି ମରେ। 

ବେବିନା: ତମେ ପାଗଳଙ୍କ ପରି ଏ କ'ଣ ସବୁ କହିଯାଉଛ ମୁଁ   କିଛି ବି ବୁଝି ପାରୁନି । କ'ଣ ହୋଇଛି ତମର ନୀହାର ଭାଇ ?

ନୀହାର: ଗୋଟେ ମରିଯାଇଥିବା ଜୀବନ୍ତ ଶବକୁ ଦେଖି ତୁ କ'ଣ  କିଛି ବୁଝିପାରୁନୁ ବେବିନା,ପୁଣି ମୋତେ ପଚ଼ାରୁଛୁ ?

ବେବିନା: ନୀହାର ଭାଇ, ତମେ ଏବେ କହିଲନା, ସମୟର  ଚକ୍କା ଭଉଁରୀ କଥା ! ତମେ କ'ଣ ଭାବୁଛ ସମୟଟା  ସବୁବେଳେ ଅସତ୍,ଅନ୍ଯାୟ,ଅଧର୍ମ ପଥରେ  ଚାଲୁଥିବା ଲୋକକୁ ସାଥ୍ ଦେବ ବୋଲି ? ସେହି   ସମୟ ଆସିବ ଦିନେନା ଦିନେ ସବୁ ଠିକ୍ ହୋଇଯିବ।   ତମେ ଖାଲି ଧର୍ଯ୍ଯର ସହ ଅପେକ୍ଷାକର । ଦିନେ

   ସମୟ ଆସିବ ଯେତେବେଳେ ତମେ ପଥରଟିଏ ପରି  ବସିଥିବ, ତମକୁ ଲୋକେ ଧନ୍ଯ ଧନ୍ଯ କହି ପୂଜା  କରୁଥିବେ, କିନ୍ତୁ ତମକୁ ଏତେ ବଡ଼ ଦୁଃଖ ଦେଇ ଯେ  ଆଜି ଖୁସି ଆନନ୍ଦରେ ଜିତି ଚାଲିଛି ତା'ର ଦିନେ  ଏମିତି ସମୟ ଆସିବ ସେ ଆପେ ଆପେ ଆସି ତମ ପାଦତଳେ ମଥା କଚ଼ାଡ଼ି ତା' ଭୁଲ୍ ପାଇଁ କ୍ଷମା ଭିକ୍ଷ। କରିବ। କାରଣ ଚୋର ଘର ସବୁଦିନ ଅନ୍ଧାର ନଥାଏ    କି ଅମାବାସ୍ଯା ସବୁଦିନ ରହିନାହିଁ କି ରହିବ ନାହିଁ ।  ଦିନେନା ଦିନେ ପୂର୍ଣ୍ଣମୀ ରାତି ଆସିବ। ତାଛଡା଼ 

 ମୁନୀ,ଋଷିମାନେ କହିଯାଇଛନ୍ତି ଅଧର୍ମ, ଅନ୍ଯାୟ, 

  ଅସତର ଆୟୁଷ ବେଶି ଦିନ ନୁହେଁ। ସେ 

   ଯେତେବେଳେ ଯାଏ ସେତେବେଳେ ଏକ ନୁଆ 

   ସକାଳର ସୁନେଲି କିରଣକୁ ଦେଇଯାଏ। ତେଣୁ 

  ମଣିଷ ଜୀବନରେ ଦୁଃଖ କଷ୍ଟ ଆସିବାଟା ଈଶ୍ବରଙ୍କ   ଆଶିର୍ବାଦ ବୋଲି ଧରିନେବା ଉଚ଼ିତ । ଏକଥା କ'ଣ ମୋତେ ତମକୁ ଶିଖେଇବାକୁ ପଡ଼ିବ ?

ନୀହାର : ନା ବେବିନା ନା ! ତୁ ହୁଏତ ଠିକ୍ କହୁଛୁ। କିନ୍ତୁ ସେ ସମୟ ଆସିଲା ବେଳକୁ ହୁଏତ ତୋ'ର ଏହି ନୀହାର ଭାଇଟା ଏ ଦୁନିଆଁରେ ଥାଇ ପାରେ କି ନଥାଇ ପାରେ, ସେ କଥା ମଧ୍ୟ ସେହି ସମୟ କହିବ ।

ବେବିନା : ନୀହାର ଭାଇ,ତମେ ଏମିତି କ'ଣ କହୁଛ ? ତମ   ଦେହ ଠିକ୍ ଅଛି ତ ?

ନୀହାର: ବେବିନା,ମୁଁ ଠିକ୍ କହୁଛି। ଦିନ ଆସିବ ତୁ ନିଜେ  ଜାଣିବୁ ମୁଁ ଠିକ୍ କହୁଥିଲି ବୋଲି !

ବେବିନା: ମୁଁ ଭାବୁଛି ତମେ ଭାଉଜଙ୍କୁ ନେଇ ବହୁତ୍ କିଛି ଭାବି ଗଲଣି। ତମର ଏବେ ଭାଉଜଙ୍କ ସହ କଥା ହୋଇଥିଲା କି ?

ନୀହାର: ନାଁ ବେବିନା,ତୁ ମୋ' ଆଗରେ ତୋ'ର ସେହି ଅଲକ୍ଷଣୀ ଭାଉଜର ନାଁ ଧରନା । ନଚ଼େତ ମୋତେ  ମୋ' ନିଜକୁ ଶେଷ କରିବାକୁ ଆଉ ବେଶି ଦିନ ଅପେକ୍ଷା   କରିବାକୁ ପଡ଼ିବନି ।

ବେବିନା : ତମେ ଏମିତି କ'ଣ ହେଉଛ ନୀହାର ଭାଇ ?

ନୀହାର: ହଁ ବେବିନା, ହଁ, ମୁଁ ଠିକ୍ କହୁଛି। ତୁ କହ ବେବିନା,ଗୋଟେ ଲୋକ ମଲାପରେ ସେ ସ୍ବର୍ଗକୁ ଯାଏ କି ନର୍କକୁ ଯାଏ, ସେ କଥା ତୁ କହିପାରିବୁ ନା ତୋ'ର ଏହି ଦୁନିଆଁବାଲା କେହି କହିପାରିବେ ? ବରଂ ଗୋଟେ   ଲୋକ ସତ୍ଯ,ନ୍ଯାୟ,ଧର୍ମ ପଥରେ ଚାଲିଲାବେଳେ ସେ 

 ଯେଉଁ ନର୍କକୁ ସମ୍ମୁଖିନ କରି ଥକିପଡ଼େ, 

ସେତିକିବେଳେ ତାକୁ ସମସ୍ତେ ଦେଖନ୍ତି। ଆଉ ଦେଖି  କ'ଣ କହନ୍ତି ଜାଣୁ, ନଦେଖିବାର ଅଭିନୟ କରି ତାକୁ ମୁହଁ ବୁଲାଇ ଚାଲିଯା'ନ୍ତି। କାରଣ ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରାକଲା ପରି, କାଳେ ସେ ସେମାନଙ୍କୁ  କିଛି ସାହାଯ୍ଯ ମାଗିବ ବୋଲି? ମୁଁ ଜାଣେ ତୁ ବି ଦିନେ ମୋତେ ମୁହଁ ବୁଲାଇ ପଳାଇଯିବୁ।ତେଣୁ ତୁ କେବେ 

  ଯିବୁ କିହିଁକି,ବରଂ ଆଜି ଏଇ ସଙ୍ଗେସଙ୍ଗେ ଛାଡି 

      ଚାଲିଯା'।ମୋତେ ଏକା ରହିବାକୁ ଦେ।ମୁଁ ଏକା ଏକା   କେମିତି ବଞ୍ଚିବି, ସେକଥା ମୋତେ ଭାବିବାକୁ ଦେ।

ବେବିନା: ମୁଁ ଜାଣେ,ତମେ ମୋତେ ଏମିତି କାହିଁକି କହୁଛ?  ସେଥିପାଇଁ ମଧ୍ୟ ମୁଁ ତମ ଉପରେ ରାଗ କରୁନାହିଁ। କାରଣ ଏ ଦୁନିଆଁଟା ସମ୍ପୂର୍ଣ୍ଣ ସ୍ବାର୍ଥପର। ନିଜ ନିଜର    ସ୍ବାର୍ଥ ହାସଲ କରିବାକୁ ଯାଇ ବାପା ପୁଅ ଠାରୁ, ଭାଇ   ଭାଇ ଠାରୁ, ସ୍ତ୍ରୀ ସ୍ବାମୀ ଠାରୁ ଦୂରେଇ ଯିବାର ଅନେକ  ଉଦାହରଣ ଅଛି। ହେଲେ ତମେ କେବେ ଶୁଣିଛ, କୌଣସି ସାଙ୍ଗ କି କେହି ବନ୍ଧୁ, ତାର ଅଉଗୋଟେ ସାଙ୍ଗ କି ବନ୍ଧୁକୁ ମରଣ ମୁହଁକୁ ଠେଲିଦେଇ ଚାଲିଯାଇ ପାରିଛି ? କାରଣ ଯିଏ ସୁଖ ଦୁଃଖ ଦୁଇ ପଟର ସାଥି   ସେ ହିଁ ପ୍ରକୁତ ବନ୍ଧୁ ପଦବାଚ଼୍ଯ। ତେଣୁ ମନେରଖ,ଏହି    ବେବିନା ତମର ସୁଖ ସମୟରେ ତମ ସୁଖର ସାଗରରୁ ବନ୍ଧୁତ୍ବର ମୁଠିଏ ସାମୁକାକୁ ଅଣ୍ଟିରେ ପୂରାଇ  ନିଜର କରି ତମ ସାଥିରେ ବାଲିଘର ତୋଳିଥିଲା ମାନେ ଆଜି ମଧ୍ୟ ତମର ଏହି ଦୁଃଖ ସମୟରେ ସେ  ତମ ପାଖରେ ଛିଡାହୋଇ ସେହି ସାମୁକା ଭିତରୁ ତମକୁ ମୁକ୍ତାର ପରିଚୟ ନ ଦେବା ଯାଏ, ତମ ପାଖ ଛାଡି ଚାଲିଯିବନି।

ନୀହାର: ତୁ କହ ବେବିନା, ଯଦି ସ୍ବାମୀ ଆଉ ସ୍ତ୍ରୀର ସମ୍ପର୍କ  ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ତେବେ ସେ ଦୁହିଁଙ୍କ ଭିତରେ ଏତେ ମତାନ୍ତର, ମନାନ୍ତର ଘଟେ କାହିଁକି?

ବେବିନା: ତମେ କଣ ଜାଣନା ନୀହାର ଭାଇ, ଯେଉଁଠି ସ୍ବର୍ଗ ଥାଏ ଠିକ ତା ତଳକୁ ନର୍କ ଥାଏ। ଯେଉଁଠି ଭଲ ପାଇବା ଥାଏ ଠିକ ତା'ର ପଛପଟେ ମାନ ଅଭିମାନ ଥାଏ ବୋଲି। ତେଣୁ ସ୍ବାମୀ ସ୍ତ୍ରୀର ଝଗଡ଼ା ଗୋଟେ   ବିସାଦ ରାତିର ଦୁଃସ୍ବପ୍ନ ପରି। କିନ୍ତୁ ଯେଉଁମାନେ  ସେହି ଦୁର୍ବଳ ମୂହୁର୍ତ୍ତର ଫାଇଦା ନେବାକୁ ଚେଷ୍ଟା  କରନ୍ତି ଶେଷରେ ସେହିମାନେ ହିଁ କେବଳ ନିଜ ମୁହଁରେ କଳା ବୋଳି ଦୂରେଇଯା'ନ୍ତି। ତେଣୁ ତମେ ଆଦୌ ବ୍ଯସ୍ତ ହୁଅନି। ଏହି ଆକାଶର ରଙ୍ଗିନ ସଙ୍କେତ ହୁଏତ ତମକୁ ଭଲ ଲାଗୁ ନଥାଇ ପାରେ,   କିନ୍ତୁ ମୁଁ କହିବି ଏହା ଏକ ନୂତନତ୍ବକୁ ଆବିଷ୍କାର କରିବା ପାଇଁ ଏମିତି ରୂପ ଧାରଣ କରିଛି। କାରଣ ଏ ବିଶ୍ବରେ ଯେଉଁ ଅନ୍ଯାୟ ଅନୀତି ଘଟି ଚାଲିଛି, ସେ ତାକୁ ଧ୍ବଂସ କରି ଏକ ନୂତନତ୍ବକୁ ଆବିଷ୍କାର କଲେ   ଯାଇ ସମସ୍ତେ ଶାନ୍ତିରେ ରହିପାରିବେ। ଠିକ ସେମିତି 

  ଭାଉଜ ଆଉ ତମ ଭିତରେ ଯେଉଁ ରାଗ ଅଭିମାନ ଘଟି ଚାଲିଛି ତା'ର ମଧ୍ୟ ସମାଧାନର ସମୟ ଆସି  ଯାଇଛି ନିଶ୍ଚୟ। ତମେ ଧୌର୍ଯ୍ଯର ସହ ଅପେକ୍ଷା କର, ଦେଖିବ ଯେଉଁମାନେ ଭାଉଜଙ୍କ ମୁଣ୍ଡରେ ଭୁଲ   ଧାରଣା ପୁରାଇ ତାଙ୍କୁ ଭୁଲ ବାଟରେ ନେଇଛନ୍ତି ସେମାନେ ଏମିତି କେତେଦିନ ବିନା ସ୍ବାର୍ଥରେ ସାଥି  ହେଉଥିବେ?

ନୀହାର: ତୁ ଭୁଲ କହୁଛୁ ବେବିନା, ଅନ୍ଯର ଦୋଷ ଦେବା   ମଣିଷର ଏକ କୁଭ୍ଯାସ। କାରଣ ତୋ' ଭାଉଜ ଗୋଟେ ଛୋଟ ପିଲା ନୁହଁ ଯେ କେହି ତା' ହାତଧରି ତାକୁ ଭୁଲ ବାଟରେ ନେଇଯିବ। ଯଦି ସେ ଚାଲି ଶିଖିନି ତେବେ ଯିଏ ଠିକ ରାସ୍ତା ଦେଖାଉଛି ସେ  ରାସ୍ତାରେ ଯାଇପାରୁନି କାହିଁକି? କାରଣ ଅସଲ କଥା ହେଲା ତୋ' ଭାଉଜ ଗୋଟେ ବୋକୀ, ମୂର୍ଖ! ଯାହାର ନିଜସ୍ବ ବୋଲି କିଛି ନାହିଁ। ସେ ପର ବୁଦ୍ଧିରେ ପ୍ରଳୟ  କରି ଚାଲିଛି। ଆଉ ତୁ ମନେରଖ, ସେହି ପରିକା ଲୋକ ଦୁନିଆରେ କାହାର ହୋଇ ପାରନ୍ତିନି। ବିଶେଷ 

କରି ଯେଉଁ ସ୍ତ୍ରୀ ତା' ନିଜ ସ୍ବାମୀର ମନ ଜାଣି ତାଙ୍କୁ ଆପଣେଇ ପାରେନା କି ସ୍ବାମୀଙ୍କ ବିନା ମଧ୍ୟ କେଉଁଠି ଛାଡି ରହି ପାରେନା, ଏହି ପ୍ରକାର ସ୍ତ୍ରୀ ଦୁନିଆରେ କାହାର ହୋଇପାରିବ ନାହିଁ। ନା ସେ ତା' ଜନ୍ମଦାତା ବାପା ମାଆଙ୍କର, ନା ତା' ରକ୍ତ ସମ୍ପର୍କ ଭାଇ ଭଉଣୀଙ୍କର, ଏପରିକି ତା' ଗର୍ଭରୁ ଜନ୍ମ ଦେଇଥିବା   ପିଲାମାନଙ୍କର ବି ହୋଇପାରେନା। ତେଣୁ ତା'ର  ଶେଷ ପରିଣତି କେବଳ ଦୁଃଖ ଆଉ ଦୁଃଖ। ହେଲେ 

 ସେ ଯାହାର ହାତ ଧରି ନିଜ ସୌନ୍ଦର୍ଯ୍ଯର ଶ୍ରୀ ବୃଦ୍ଧି  କରିଥାଏ, ତାକୁ ଗୋଟେ ମିଛ ଅପବାଦର ଚୋରାବାଲି   ଭିତରେ ଡୁବାଇ ମାରେ।

ବେବିନା: ତମେ ଠିକ୍ କହିଛ ନୀହାର ଭାଇ। ତମ କଥା ଶୁଣି   ସାରିବା ପରେ ମୋତେ ଲାଗୁଛି ଏ ସମାଜର ପ୍ରତ୍ଯେକ ନାରୀମାନେ ଶିକ୍ଷିତ ଏବଂ ସ୍ବାଭିମାନୀ   ହେବା ସଙ୍ଗେ ସଙ୍ଗେ ନିଜକୁ ଚିହ୍ନିବା ଆବଶ୍ଯକ।  ତାଙ୍କ ନାରୀ ଶକ୍ତିର ଅପମର୍ଯାଦା ନକରି ନାରୀର  ନାରୀତ୍ବକୁ ଧ୍ବଂସାଭିମୁଖି ନକରି ସୃଜନାତ୍ମକ ଚିନ୍ତାଧାରା   ରଖିବା ଉଚ଼ିତ। କାରଣ ନାରୀର ଅନ୍ଯ ନାମ ଦୁହିତା।  ସେ ତା'ର ଏହି ଚିନ୍ତାଧାରା ଦ୍ବାରା ଦୁଇ କୂଳକୁ ହୀତା    ହୋଇଥାଏ ନଚ଼େତ ପିତା ହୋଇଥାଏ। ଗୋଟେ ନାରୀ    ଯଦି ପ୍ରକୁତ ଦୁହିତା ନହୋଇ ପାରିଲା ତେବେ ଗୋଟେ 

   ସୁଗୃହିଣୀ ହେବା ନିହାତି ଆବଶ୍ଯକ। ନଚ଼େତ ଏହି ସଂସାର ରୂପକ ନାବଟା ଅସମୟରେ ସମୟର ଚକାଭଉଁରୀରେ ଡୁବିଯିବ। କାରଣ ନାରୀ ହିଁ ପୁରୁଷର   ପ୍ରେରଣାର ଉତ୍ସ। ସେଥିପାଇଁ କଥାରେ ଅଛି, "ଗୋଟିଏ  ସଫଳ ପୁରୁଷର ପଛପଟେ ଜଣେ ନାରୀର ଭୂମିକା  ଥାଏ ଏବଂ ଜଣେ ଅସଫଳ ପୁରୁଷର ପଛପଟେ ଜଣେ 

ନାରୀକୁ ଦାୟୀ କରାଯାଇଥାଏ।" 

ନୀହାର : ହଁ ତୁ ଠିକ କହିଛୁ ବେବିନା। ଆଉ ମଧ୍ୟ ଗୋଟେ କଥା  ବେବିନା, ଏସବୁ ପାଇଁ ପ୍ରକୁତ ଦାୟୀ ଝିଅର ମାଆ। 

      କାରଣ "ମାତୃ ଗୁଣେ ଦୁହିତା"। ଗୋଟେ ମାଆ ଯେପରି    ଝିଅ ଠିକ ତା'ର ପ୍ରତିଛବି ହୋଇଥାଏ। ମାଆ ହେଉଛି  ସ୍ବର୍ଗାଦପି ଗରିଅସୀ। କିନ୍ତୁ ଆଜିର ଦୁନିଆରେ ସେହି  ମାଆ ସାଜିଛି "ଚୋରାବାଲି"। ମୁଁ ଏଇଠି ଆଉ ଗୋଟେ 

  କଥା ତତେ କହିବାକୁ ଚାହେଁ, ହୁଏତ ମୋର ଏହି କଥାକୁ ସମାଜ ଗ୍ରହଣ କରି ନ ପାରେ।

ବେବିନା: ଏମିତି କି କଥା କି?


ନୀହାର: ମୁଁ ଭାବୁଛି ଆଜିର ସମାଜରେ ଯଦି ସମସ୍ତ ପୂରୁଣା ରୀତି ରିଵ୍ବାଜକୁ ବଦଳାଇ, ଗୋଟେ ଭାଇ ବୋହୂତା'ର ଦେଢ଼ସୁରଙ୍କୁ ଲାଜ ନ କରି ତା' ଦିଅରକୁ ଏବଂ ଗୋଟେ ଦେଠାଶାଶୁ ତା'ର ଭଉଣୀ ଜ୍ବାଇଁକୁ ଲାଜ ନ    କରି ତା'ର ଭିଣୋଇକୁ ଲାଜ କରେ, ତେବେ ଆଜିର ସମାଜରେ ବୋଧହୁଏ ବଡ଼ ଭାଉଜ ସାନ ଦିଅର କିମ୍ବା ଶାଳୀ ଭିଣୋଇଙ୍କ ପ୍ରେମ କାହାଣୀ ଲୋପ ପାଇବା  ସଙ୍ଗେ ସଙ୍ଗେ ଆଉ କୌଣସି ଶାଶୁମାନଙ୍କୁ ତାଙ୍କ  ଜ୍ବାଇଁଠାରୁ "ଚୋରାବାଲି"ର ଆଖ୍ଯା ମିଳନ୍ତା ନାହିଁ। 

 କାରଣ ଅଧିକାଂଶ ଗେହ୍ଲି ସାନ ଝିଅଙ୍କର ତାଙ୍କ ବଡ଼ ଭଉଣୀର ସ୍ବାମୀଙ୍କ ସହିତ ଗୁପ୍ତ ସମ୍ପର୍କ କଥା, ତାଙ୍କ ଗାନ୍ଧାରି ମାଆମାନଙ୍କୁ ଜ୍ଞାତ ଥାଏ ଏବଂ ଝିଅର ଅନିଛା  ସତ୍ତ୍ବେ ବାପା - ଭାଇ ଅନ୍ଯତ୍ର ବାହା କଲା ପରେ, ଯଦି କୌଣସି ବିଶୃଙ୍ଖଳା ଉପୁଜେ, ତେବେ ସେହି ଗାନ୍ଧାରି ମାଆମାନେ ନିଜ ଝିଅର ଭୁଲକୁ ଲୁଚ଼ାଇବାକୁ ଯାଇ ଜ୍ବାଇଁଙ୍କ ଜୀବନକୁ ଚ଼ୋରାବାଲିର ଗର୍ଭକୁ ଠେଲି ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। 

             


Rate this content
Log in

Similar oriya story from Tragedy