STORYMIRROR

Nihar Ranjan Acharya

Others

3.9  

Nihar Ranjan Acharya

Others

ବାପା

ବାପା

3 mins
199


     ଜୀବନର ଅନ୍ୟ ନାମ ଯଦି ଯନ୍ତ୍ରଣା ହୁଏ, ତେବେ କେବେ କେଉଁ ଘଡ଼ି ଓଠ ଧାରେ କାଣିଚ଼ାଏ ହସ ବି ଲେସି ହୋଇଯାଏ। ଜୀବନରେ ଯନ୍ତ୍ରଣାକୁ ସାଥିକରି ବାଟ ଚାଲୁଥିଲା ବେଳେ ସ୍ମୃତି, ଅନୁଭୂତି, ଅଙ୍ଗାଙ୍ଗୀ ଭାବେ ଜଡି଼ତ ଥାଏ। ସମୟର ଚକ୍ରବ୍ଯୁହ ଭିତରେ ସେହି ସ୍ମୂତି-ବିସ୍ମୃୃତି ସବୁ ବିଚ଼ରଣ କରୁ କରୁ ମଣିଷର ମନ ଖୁବ୍ ଭାରାକ୍ରାନ୍ତ, ବିଷାଦଗ୍ରସ୍ତ, ଆନ୍ଦୋଳିତ ଓ ଅଣନଶ୍ବାସିି ହୋଇଯାଏ। ସେତେବେଳେ ଜୀବନର ଚାରି ଛକରେ ମଣିଷ ଭେଟିଥାଏ ଦୁଃଖ, ଦାରିଦ୍ର୍ୟ ଓ ଦୁର୍ଦ୍ଦଶାକୁ। ତଥାପି ଜୀବନ ଏଇ କଥା ମନରେ ହେଜି ମଣିଷ ବିବେକର ବୋଲ ମାନି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଅଣ୍ଟା ସଳଖି ଠିଆ ହେବା ପାଇଁ ଅହରହ ଚେଷ୍ଟିତ ଥାଏ। ସମୟ, ସମାଜ, ପରିବେଶ ଓ ପରିସ୍ଥିତିର ଧାଁ-ଦୌଉଡ଼ ଜୀବନ ଭିତରେ କେବେ କେମିତି ଜିତି ଯାଏ ତ କେବେ କେବେ ନିରାଶ ହୋଇ ହାରିବାକୁ ମଧ୍ୟ ପଡ଼ିଥାଏ। ସତ କହିବାକୁ ଗଲେ ସଂକ୍ଷିପ୍ତ ଜୀବନ ଭିତରେ ବେଦନା ଯେ ବିସ୍ତୃତ ! "ବାପା" ଶବ୍ଦଟେ ଏସବୁ ପାଇଁ ଯଥେଷ୍ଟ ! ସ୍ରଷ୍ଟାଙ୍କ ସୃଷ୍ଟିରେ ଏ ଏକ ଦାମୀ ଦରବ ! "ବାପା" ଶବ୍ଦର ପରିଭାଷାରେ ମୁୁଁ ଏତିକି ଜାଣିଛି-

       ବା-ଶବଦେ ବାୟୁ, ପା-ଶବଦେ ପାଣି

           ଏହା ହିଁ ନିଛକ ସତ,

        ବାୟୁ ପାଣି ବିନା ବିସ୍ତୃତ ବେଦନା

           ଅଚ଼ଳ ଜୀବ ଜଗତ।

  ଆକାଶଠୁ ଉଚ୍ଚ ! ହୃଦୟରେ ସ୍ବଚ୍ଛ ! ମନ ମହାକାଶ ! ବିଶ୍ବାସରେ ବିଶ୍ବ ! ସେ ହିଁ କେବଳ "ବାପା"! ଅନନ୍ୟ ତାଙ୍କ ଅନୁକମ୍ପା ! ଯେତେ ବଖାଣୁ ଥିଲେବି ବାପାଙ୍କ ପାଇଁ ଶବ୍ଦ ପଡ଼ିବ ନିଅଣ୍ଟ ! ଅଙ୍କାବଙ୍କା ଏଇ ଜୀବନ ସଡ଼କ ପଥରେ ସେ ସଫଳତାର ମାଇଲ୍ ଖୁଣ୍ଟ ! ଠିକ୍ ଯେମିତି ଆମର ବାପା, ଜଣେ ସୁମଣିଷ ନୁହଁ କେବଳ, ଶାନ୍ତି ସନ୍ତୋଷର କଳିକା ବାଣ୍ଟୁଥିବା ଜଣେ ଦେବଙ୍କ ଦୂୂତ ! ଜଣେ ଆଦର୍ଶ ଶିକ୍ଷକ ! ସୁସାହିତ୍ଯିକ, ସତ୍ଯ, ନ୍ଯାୟ, ଧର୍ମପରାୟଣ ଓ ପରୋପକାରୀ ବ୍ଯକ୍ତି ବିଶେଷ ! ଜୀବନରେ କୌଣସି ରୋଗ ବୈରାଗ୍ୟରେ ପିଡ଼଼ିତ ନଥାଇ ମଧ୍ୟ, ସବୁଦିନ ପରି ସେଦିନ ରାତିରେ ଖାଇ ସାରିବା ପରେ ନିଜ ସମସ୍ତ ପୁଅ, ବୋହୂ, ନାତି ଓ ନାତୁଣୀଙ୍କ ସହିତ ବସି ଠାକୁୁୁରଙ୍କ ଠାରୁ ଆରମ୍ଭ କରି ଦେଶ-ବିଦେଶ ଓ ବିଭିନ୍ନ ପ୍ରକାରର ଆଲୋଚ଼ନା କରୁ କରୁ ବାରଟା ଟପି ସାରିଥିଲା ବୋଲି, ଦୈନଦିନ ପୂଜା ପାଠ କରିବା ପାଇଁ ରାତି ଚାରିଟାରୁ ଉଠିବାକୁ ହେବ ବୋଲି, ଶୋଇବା ପାଇଁ ଗଲେ। ବହଳ ଅନ୍ଧାର ରାତିର ଛାତି ଚିରି ପାହାନ୍ତି ପହର ପାଖେଇଲେ, ବଡି଼ ଭୋରରୁ ଉଠି ପୂଜା କରିବା ପାଇଁ ସବୁଦିନ ପରି ସେଦିନ ମଧ୍ୟ ଉଠିଥିଲେ କିନ୍ତୁ ସେଦିନ ସକାଳର ସୂର୍ଯ୍ୟୋଦୟ ଆମ ପରିବାରର ମହାସୂର୍ଯ୍ୟଙ୍କୁ ନିୟତିର ନିୟମ ଅନୁସାରେ ଅସ୍ତାଚ଼ଳ ଶିଖରରେ ଡୁବି ଯିବାକୁ ସଙ୍କେତ ଦେଇ ସାରିଛନ୍ତି ବୋଲି ଆମେ ଜାଣି ପାରି ନଥିଲୁ। ତା'ପରେ ଆରମ୍ଭ ହୋଇଯାଇଥିଲା ଦୀର୍ଘ ଦୁଇ ମାସ ଛ' ଦିନ ପାଇଁ ଡାକ୍ତର ଓ ନର୍ସମାନଙ୍କର ଅକ୍ଳାନ୍ତ ପରିଶ୍ରମ ସାଙ୍ଗକୁ ଆମ ପୁୁୁୁରା ପରିିିିବାରର ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କିିିନ୍ତୁ ସେଦିନର ରାହୁଗ୍ରସ୍ତ ସୂୂୂର୍ଯ୍ୟ ପରାଗ ପରେ ଆମ ପରି ଦୀନମାନଙ୍କ ପାଇଁ ଦିନ ରବି ଆଉ ଆମ ପରିବାରର ଭାଗ୍ଯାକାଶରେ ଦେଖାଦେଲେ ନାହିଁ। ଆମ ପରିି ହତଭାଗ୍ଯମାନଙ୍କ ଜୀବନାକାଶରେ ସବୁଦିନ ପାଇଁ ଅମାବାସ୍ୟାର କାଳରାତ୍ରୀକୁ ବିଛାଇ ଦେଇ ଆମମାନଙ୍କୁ ଅନାଥ କରି ଛାଡ଼ି ଚାଲିଗଲେ। ଡକ୍ଟରମାନଙ୍କ ପ୍ରଚ଼େଷ୍ଟା ପ୍ରତି ଆମର ଯେତିକି, ବିଶେଷ କରି ମୋର ବିଶ୍ୱାସ ନଥିଲା, ତା'ଠାରୁ ହଜାର ଗୁଣରେ ଅଧିକ ବିଶ୍ୱାସ ଥିଲା ଈଶ୍ୱରଙ୍କ ଉପରେ। ସଭିଙ୍କ ମନ ଅଭିଧାନେ ଏ କଥା,

      ଯାହାଙ୍କ ଇଙ୍ଗିତେ ଉଦାର ଉନ୍ମୁକ୍ତେ

         ନିର୍ବିଘ୍ନେ ମିଳେ ନିର୍ବାଣ,

      ଦଣ୍ଡେ କି ନିମିଷେ ପିଣ୍ଡେ ଥିଲେ ପ୍ରାଣ

          ନ ନିଅନ୍ତି ଜନ୍ତୁରାଣ।

 ଯେ ଆମ ବାପା ନିଶ୍ଚିତ ଭଲ ହୋଇଯିବେ ଆମ ସଭିଙ୍କ ଅନାବିଳ ଭଲ ପାଇବାରେ, ଅସୀମ, ଅମାପ ଥିବ ତାଙ୍କ ଆୟୁ, ଆପଣା ପଣିଆରେ ଆତ୍ମହରା ଆମ ମନ ଏକଥା ଭୁଲିଥିଲା ଯେ ଅନନ୍ୟ ହୃଦୟିଙ୍କୁ ଆଗୁଆ ଡକରା ହୋଇଥାଏ ବୋଲି। ଏହି ଧୃବ ସତ୍ୟକୁ ଟାଳିବାର ସତ୍ ସାହାସ କାହାର ନାହିଁ କିନ୍ତୁ ଆମମାନଙ୍କ ମନରେ ଥିଲା ଅସରନ୍ତି ଆଶା ଯେ ଆମ ବାପା ସୁସ୍ଥ ହୋଇ ଆଗପରି ସେ ଯେମିତି ଠାକୁରଙ୍କ ପାଇଁ ପାଗଳ ହୋଇ ତାଙ୍କ ସେବା କରୁଛନ୍ତି, ଠିକ୍ ସେମିତି କରିବେ। କିନ୍ତୁ ନା ! ମଣିଷର ଭାବନା ଆଉ ନିୟତିଙ୍କ ପରିକଳ୍ପନା କେବେ ସମାନ ହୋଇ ପାରେନା। ତାହା ସବୁ ଆଶାର ମରୁଭୂମିର ମରୀଚି଼କା ଭିତରେ କେଉଁଠି ହଜିଗଲା। ଆମେ ଆମ ବାପାଙ୍କୁ ଆଉ ଖୋଜି ପାଉଛୁ ନା ଆଉ ତାଙ୍କୁ ଦେଖି ତାଙ୍କ ସହ କଥା ହୋଇ ପାରୁଛୁ ? 

    ତେଣୁ, ହେ ମୋର ଜ୍ଞାନୀ ଗୁଣି ମଣ୍ଡଳି, ବାପା-ମାଆ ହେଉଛନ୍ତି ଆମ ଜୀବନର ଚଳନ୍ତି ପ୍ରତିମା। ଥରେ ତାଙ୍କ ଆଶିର୍ବାଦର ହାତ ଆମ ମୁଣ୍ଡ ଉପରୁ ହଜିଗଲେ, ଆଉ ସେହି ଅଭୟ ଆଶିର୍ବାଦ ଆମକୁ ଲକ୍ଷେ ଖୋଜିଲେ ବି ମିଳିବ ନାହିଁ। ବାପା-ମାଆ ବଞ୍ଚିଥିବା ଅବସ୍ଥାରେ ଆମେ ଯଦି ତାଙ୍କୁ ଅଣଦେଖା କରିବା, ତେବେ ତାଙ୍କ ଅବର୍ତ୍ତମାନରେ ଆମେ ଯେତେ ଭୋଜିଭାତ କରି ହଜାର ହଜାର ଲୋକଙ୍କ ମୁହଁରେ ଦେଲେ କୌଣସି ସୁଫଳ ମିଳିବ ନାହିଁ। ଥରେ ବାପା-ମାଆଙ୍କ ଜୀବିତଥିବା ଅବସ୍ଥାରେ ତାଙ୍କୁ ଚିହ୍ନି, ତାଙ୍କ ମନ କଥା ବୁଝି, ତାଙ୍କ ପ୍ରତି ଆମ କର୍ତ୍ତବ୍ୟକୁ ସୁଚାରୁ ରୂପେ ବହନ କରି ପାରିଲେ, ଆମ ପୁତ୍ର କନ୍ୟା ଜନ୍ମର ସାର୍ଥକତା ହେବ। 


Rate this content
Log in