Satyaprakash Sethy, M. A(UGC NET)

Tragedy

5.0  

Satyaprakash Sethy, M. A(UGC NET)

Tragedy

ଚନ୍ଦକାରେ ଗୋଟେ ରାତି ଭାଗ 9

ଚନ୍ଦକାରେ ଗୋଟେ ରାତି ଭାଗ 9

5 mins
388


ପୂର୍ବ ଉତ୍ତାରୁ ଭାଗ 9(ଖାନତଲାସି )


ରାତିସାରା ଅନିଦ୍ରା ଓ ଶ୍ରମ ଯୋଗୁଁ ସମସ୍ତେ ପ୍ରାୟ କ୍ଳାନ୍ତ ହୋଇଯାଇଥାନ୍ତି। ସେଇ ଚେୟାର ଉପରେ ବସି ବସି ସମସ୍ତେ ଢୁଳାଇ ପଡିଥାନ୍ତି। ସେତେବେଳକୁ ଦିନ ନଅଟା ବାଜିଲାଣି। ସମସ୍ତେ ଡକାଡକି ହୋଇ ଉଠାଉଠି ହେଲେ। ଚା ବାଲା ପିଲାଟିଏ ମଧ୍ଯ ଚା ଆଣି ଦେଲା, ହାତରେ ଗୋଟେ ବିସ୍କୁଟ ଆଗ ଧରାଇ ଦେଇ କହିଲା - "ବାବୁ! ଚା" । ଚା ପିଉ ପିଉ ରାମହରି ବାବୁ କହିଲେ - "ଆମକୁ ଟିକିଏ ଛାଡ଼ି ଦିଅନ୍ତୁ, ଆମେ ଘରେ ପହଞ୍ଚି ଫ୍ରେସ୍ ହେବୁ। ଆଉ ଅଟକାନ୍ତୁ ନାହିଁ, ପ୍ଲିଜ୍। ଦେହରୁ ଝାଳ ବୋହି ବଡ଼ ଅଣଧୁତୁରୀ ଲାଗିଲାଣି"। ପୋଲିସ୍ ବାବୁ ଡ୍ରାଇଭର଼କୁ ଡାକି କହିଲେ - "ବାବୁ ମାନଙ୍କୁ ନେଇ ଶୀଘ୍ର କଟକରେ ଛାଡ଼ି ଦେଇ ଆସ, ଆସିଲେ ପୁଣି ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ ଚଢାଉରେ ଯିବା। ମୁଁ ଫୋର୍ସ ମଗାଇଛି। ଆଦୌ ଡେରି କରିବ ନାହିଁ"।ରାମହରି ବାବୁ ବିଦାୟ ନେବା ପାଇଁ ଚେୟାରରୁ ଉଠିଲେ, ପୋଲିସ୍ ଅଧିକାରୀ କହିଲେ -" ବାପରେ ବାପ! କାଲି କି ଭୟଙ୍କର ସ୍ଥିତି। ଏକଦମ୍ ଡରାନକ ପରିସ୍ଥିତି। ଖାଲି ଆପଣ ସାଙ୍ଗରେ ଥିଲେ ବୋଲି, ନହେଲେ ଭୂତ ଆମକୁ ଗୋଡାଇ ଖାଇଥାନ୍ତା। ରାମହରି ବାବୁ କହିଲେ - "ନା ସେମିତି କାହିଁକି ଭାବୁଛନ୍ତି। ଭୂତ କାହାରି ଖାଲିଟାରେ କିଛି ବି କ୍ଷତି କରେ ନାହିଁ। ବରଂ ମଣିଷ ମନର ଭୟ ହିଁ ତାକୁ ଅଧିକ ଗୋଡାଇ ଖାଏ। ସାହସ ଓ ଧୈର୍ଯ୍ୟ, ସବୁ କଥାର ସହଜ ଓ ସରଳ ସମାଧାନ ପରା, ଯାହା ଆପଣ ଦେଖେଇଛନ୍ତି ।ତେଣୁ ଶ୍ରେୟ ଆପଣଙ୍କୁ ତ ନିଶ୍ଚୟ ଯିବା କଥା ତ ଯିବ। ତେବେ ସତକଥାଟା ହେଲା, ଧୈର୍ଯ୍ୟ ନ ଧରିଲେ କୌଣସି କାମ ସହଜେ ହେବ ନାହିଁ। ପରନ୍ତୁ ସବୁ କଥାରେ ଅସଫଳ ହେବା ସୁନିଶ୍ଚିତ। ଆପଣଙ୍କ ପାଖରେ ଦୁଇଟାଯାକ ତ ଅଛି, ତେଣୁ ଅସଫଳ କାହିଁକି ହେବେ? ତେବେ ଯାହା ହେଉ କାଲିର ମିଶନ ବହୁତ ସଫଳ ରହିଲା"। ଏହିଭଳି ଉଭୟ ଉଭୟଙ୍କୁ complements ଦେଉ ଦେଉ ବଡ଼ ସହାସ୍ୟ ବଦନରେ ବିଦାୟ ନେଲେ। ପୋଲିସ୍ ଅଧିକାରୀ ଧନ୍ୟବାଦ ଦେଲେ। କହିଲେ - "ଏଥର ଆପଣ ମାନେ ଆସନ୍ତୁ। ହେଲେ ପୁଣି ଆବଶ୍ୟକ ପଡିଲେ ଡାକିବୁ। ଓକେ.. ନମସ୍କାର" ।ଏଥର ଯାଇ ଦୁଇ ବନ୍ଧୁ ଗାଡିରେ ବସିଲେ। ବାଟରେ ରାମହରି ବାବୁ କହିଲେ-ଦେଖ ନିଶାନ୍ତ! ଏ ଡରାନକ ସ୍ଥିତି ସମ୍ପର୍କରେ ସୁରେଖାକୁ କିଛି କହିବ ନାହିଁ,ସେ ଅଯଥାରେ ବ୍ୟସ୍ତ ହେବେ"। ନିଶାନ୍ତ କହିଲେ -" ଭାଇ! ମୋଟେ କହିବି ନାହିଁ, promise" ।ରାମହରି babu କହିଲେ -" ରଖ ହେ! ତୁମ promise. ତୁମେ ପରା ସୀତା ମୟା କା ପରମ ଭକ୍ତ। ତୁମ ପେଟରେ ଯାହା ଥିବ ସବୁ ଗାଳୁଗାଳୁ କରି ଗାଳିଦେବ, ତୁମ ପେଟରେ କି କିଛି କଥା ରହେ "? ହୋ ହୋ ହୋଇ ସମସ୍ତେ ହସି ଉଠିଲେ। ଗାଡି ଯାଇ ପହଞ୍ଚିଲା କଟକ। ଫାଟକ ଖୋଲି ସଦର ଦରଜା ଦେଇ ଘର ଭିତରକୁ ପଶିଗଲେ।ସୁରେଖା ଘର ଭିତରୁ ଚାହିଁ ରହିଥାନ୍ତି ଅନିସା କରି ।


ସେପଟେ.... 


ଏଣିକି ଖାନତଲାସି ଚାଲିଲା ।ଧୀରେ ଧୀରେ ପ୍ରମାଣ ଗୁଡିକ ସବୁ ହାତରେ ଲାଗୁଥାଏ। ତଦନ୍ତ ପ୍ରକ୍ରିୟା ଆହୁରି କ୍ରିୟାଶିଳ ହେବାକୁ ଲାଗିଲା । ଘଟଣାଟି ଟିକିଏ ଜଟିଳ ଥିବାରୁ ବଡ଼ ସତର୍କତା ଅବଲମ୍ବନ କରାଯାଉଥିଲା।ପୋଲିସ୍ ଅଧିକାରୀ ଗତ ରାତିରେ ଉଦ୍ଧାର କରାଯାଇଥିବା ଅସ୍ଥି ଓ ଶରୀରର ଧ୍ୱଂସାବଶେଷ ଗୁଡିକ ଆଗ ଠିକଣା ଜାଗାକୁ ପଠାଇଦେଲେ। ଏଥର ଆରମ୍ଭ ହେବ ଅପରେସନ ବ୍ଲାକ୍ ବଣ୍ଡ (କଳା ଦସ୍ତାବିଜ୍)। ପୁରା ଗୋଟେ ପ୍ଲାଟୁନ୍ ଫୋର୍ସ ମଗା ଗଲା। ସମସ୍ତେ ପ୍ରସ୍ତୁତ। ପୋଲିସ୍ ଅଧିକାରୀ ଯାଇ ପହଁଞ୍ଚିଲେ, ପୂର୍ବ ସୂଚନା ମୁତାବକ ଠିକଣା ଘରଠିଁ। ସେଦିନ ରବିବାର ହୋଇଥିବାରୁ ସମସ୍ତେ ନିଶ୍ଚୟ ଘରେ ଥିବେ ବୋଲି ଭାବି ଯୋଜନା ହୋଇଥିଲା। ଆଗ ଫୋର୍ସ ପୂରା ଘରଟାକୁ ଘେରିଗଲେ। ଯେପରି କେହି ଖସି ଯାଇ ନପାରନ୍ତି। ଆଉ କେଇ ଜଣ ଘର ଭିତରକୁ ପ୍ରବେଶ କଲେ। ହାତରେ ଗିରଫ ପରୱାନା ଥାଏ। ପୋଲିସକୁ ଦେଖି ସ୍ତ୍ରୀ ଲୋକଟିଏ ମୁଣ୍ଡରେ ଓଢ଼ଣା ପକାଇ ଖସି ଯିବାକୁ ଚେଷ୍ଟା କରୁଥିଲା। ତାକୁ ଜଣେ ଲେଡିଜ କନେଷ୍ଟବଲ ଝାମ୍ପି ନେଇ ଟାଣି ଓଟାରି ପକାଇଲା । ସେ ଧରା ପଡିଗଲା। ଏବେ ବାକି ରହିଲା ସୁକୁଟା ପ୍ରଧାନ। ସେ ବି ଏ ଗୋହଳ ଚହଳ ଭିତରେ ଝରକା ଡେଇଁ ପଳେଇ ଯିବାକୁ ବସିଥିଲା। ତାକୁ ଜଣେ ଖାପ୍ କିନା ମାଡ଼ି ବସିବାରୁ ଆଉ ଦି ତିନି ଜଣ ତା ଉପରେ କୁଢେଇ ହୋଇ ପଡ଼ିଗଲେ। ସିଏ ବିଚରା ଆଉ ଅଳିଚଳି ପାରିଲାନି। ଏକାଥରକେ କବଜାରେ ରହିଲା। ଏମାନେ କୌଣସି ସୂତ୍ରରୁ ପୂର୍ବରୁ ବୋଧେ ଟିକିଏ ସୂଚନା ପାଇଯାଇଥିଲେ, ନହେଲେ ଏତେ ସତର୍କ କାହିଁକି ରହିଥାନ୍ତେ। ଯାହାବି ହେଉ ଦୋଷୀ ଧରା ଦେଲାଠୁ ପ୍ରମାଣ ପତ୍ର ଖୋଜାଗଲା।ଘର ଭିତରେ ପଶି ପୋଲିସ୍ ପୁରା ଛାନଭିନ୍ କଲା। ଖିନଭିନ୍ କରି ସବୁ ଅଣ୍ଡାଳିଲା। ଗୋଟେ ଅଳିଆ ଗଦାର ପେଟି ଭିତରୁ ଗୋଟେ ନୂଆ ଫାଇଲ ମିଳିଲା, ଯେଉଁଥିରେ କି ଅନେକ ତଥ୍ଯ ମିଳିବାର ସ୍ପଷ୍ଟ ସୂଚନା ମିଳୁଥିଲା ।ସେ ସମ୍ପର୍କରେ ଅଧିକ ତଦନ୍ତ ହେଲେ ନୂତନ ତଥ୍ଯମାନ ପଦାକୁ ଆସିପାରେ। ସେଇଟିକୁ ନିଜେ ଥାନା ଅଧିକାରୀ ନିଜ ପାଖରେ ସମ୍ଭାଳିକି ରଖିଲେ। ଆଉ ସବୁ ଅପରାଧି ବୋଧେ କେଉଁଠି ଲୁଚାଇ ରଖିଥାଏ।ସନ୍ଦେହ ହେଉଥିଲା କେଉଁଠୁ ଟିକେ ହୁଏତ ସୁରାକ ତାକୁ ମିଳିଯାଇଥାଇପାରେ।ପୋଲିସ୍ ବିଭାଗରେ ବି ପରା କିଛି ଗର୍ଦାର ଅଛନ୍ତି, ସେମାନେ ପଇସା ପାଇଁ ସବୁ କରି ପାରିବେ। ଦରକାର ହେଲେ, ଆପଣା ସ୍ୱାର୍ଥ ପାଇଁ ଦେଶଟାକୁ ବି ବିକି ଦେଇ ପାରନ୍ତି।ଛାଡନ୍ତୁ ସେସବୁ କଥା, ଅଧିକ ଆଲୋଚନା କରି ଲାଭ ନାହିଁ। ତଦନ୍ତ ବେଳେ ତ ଘରୁ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜାତ ସବୁ ମିଳିଛି ।ଗୋଟିଏ କୋଣରେ ତାଜା ଉପରକୁ ଟେକା ହୋଇ ରହିଥିଲା କିଛି ଗଞ୍ଜା ଓ ଚରସ। ଏଇଟା ତାହେଲେ ନିଶା ବେପାରୀଟା। ଦେଖା ଯାଉ ଆଗକୁ ଆଗକୁ ଆହୁରି କଣ ଘଟୁଛି। 


ବର୍ତ୍ତମାନ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ସାକ୍ଷୀ ଯୋଗାଡ଼ କରିବା। କାରଣ କୋର୍ଟ ଏ ସବୁ କଥା କିଛି ବୁଝିବ ନାହିଁ। ତାକୁ ଦରକାର ଉପଯୁକ୍ତ ପ୍ରମାଣ ଓ କିଛି ସାକ୍ଷ୍ୟ। ନହେଲେ ଯେଡେ ବଡ଼ ଅପରାଧିକ ମାମଲା ହୋଉଥାଉନା କାହିଁକି, ଦୋଷୀ ପରା ଖସି ଯିବା କିଛି ବିଚିତ୍ର କଥା ନୂହେଁ।


 ପ୍ରମାଣ ଅବଶ୍ଯ ଗୋଟେ ଅଧେ ହାତରେ ଲାଗିଲାଣି। ହେଲେ ସାକ୍ଷୀ? ସାକ୍ଷୀ କାହିଁ? ପୋଲିସ୍ ମୁଣ୍ଡକୁ ବିଛା କାମୁଡୁ ଥିଲା । ବାହାରେ ଅବଶ୍ଯ ପୋର୍ଟିକୋରେ ସେଇ ବ୍ୟବହୃତ ସନ୍ଦେହର ଅନୁରୂପ ନାଲି କାରଟା ଛିଡା ହୋଇଥାଏ। ରଡ଼ ଖଣ୍ଡକ ବି ବାଡ଼ି ପଛପଟେ ନର୍ଦ୍ଦମା ପାଖରେ ଅଧା ଉପରକୁ ଓ ଆଉ ଅଧା ମାଟି ତଳକୁ ହୋଇ ମିଳିଗଲା। ପରୀକ୍ଷା କଲେ ଜଣା ପଡିବ, ଏଇଟା ସେଇ ରଡ଼ ଖଣ୍ଡକ କି ନୂହେଁ । କାରଣ ଟିକିଏ ଲମ୍ବା ଓ ଅଧିକ ମୋଟା ତଥା ଶକ୍ତିଶାଳୀ, ଠିକ୍ ଯେପରି ରାମହରି ବାବୁ ସେଦିନ ବୟାନ ରଖୁଥିଲେ ଯୁବକଠୁ ଶୁଣି ।


କିଛି ସମୟ ପୋଲିସ୍ ଅଧିକାରୀ ଛିଡା ହୋଇ ନୀରବରେ କ'ଣ ଭାବୁଥାନ୍ତି। ଠିକ୍ ଏତିକି ବେଳକୁ ଗୋଟେ ବେଦନାକ୍ତ ଜନ୍ତ୍ରଣା ଜର୍ଜରିତ ଖୁଁଖୁଁ କାଶ ଶବ୍ଦ ସହ ମଣିଷର କ୍ଷୀଣ ଆର୍ତ୍ତ ସ୍ଵର ଭାସି ଆସିଲା - "ଆରେ କିଏ ଅଛରେ! ପାଣି ମୁନ୍ଦେ..." ।ପୋଲିସ୍ ଅଧିକାରୀ ଆହୁରି ଧ୍ୟାନ ପୂର୍ବକ ଶୁଣିବାକୁ ଚେଷ୍ଟା କରି କଥାଟାକୁ ତର୍ଜ୍ଜମା କରୁଥାନ୍ତି। ସ୍ଵରଟା ଗେରେଜ ଘର ଭିତର ଆଡ଼ୁ ଆସୁ ନଥିଲା ତ ? ମୁଣ୍ଡକୁ ଜୋହର୍ ଦେଇ ଭାବିବାକୁ ଲାଗିଲେ। ହେଲେ ସେଠି କିଏ କାହିଁକି ବା ରହିବ? ପୁଣି ଗେରେଜରେ ବାହାରୁ ତ ତାଲା ପଡ଼ିଛି। କିନ୍ତୁ ଦ୍ଵିତୀୟ ଥର ପାଇଁ ସେଇ ଏକା ପ୍ରକାର ଶୁଣିଲା ପରେ, ତାଙ୍କର ମନ ଦୃଢ଼ମୂଳ ହେଲା। ସେ ତତ୍କ୍ଷଣାତ୍ ଆଦେଶ ଦେଲେ-" ଏ ଗେରେଜ ତାଲା ଭାଙ୍ଗି ଖାନତଲାସି କର"।


କର୍ମଚାରୀମାନେ ଆଦେଶ ପାଳନ କଲେ। ତାଲା ଭାଙ୍ଗି ଦେଖିଲା ବେଳକୁ, ଜଣେ ରୁଢଦାଢିଯୁକ୍ତ ଜଟାଜୁଟ ନୁଖୁରା ମୁଣ୍ଡିଆ ବଣ ମଣିଷର ଭ୍ରମ ସୃଷ୍ଟି କରୁଥିବା ଠୋକର ବୁଢ଼ାଟିଏ।ନଖ ଗୁଡ଼ାକ ମଧ୍ଯ ବାଘ ନଖି ହୋଇଥାଏ ବୟସାଧିକ୍ୟ ହେତୁ ଚମଗୁଡ଼ାକ ଧୁଡୁଧୁଡୁ ହୋଇଯାଇଥାଏ, କିନ୍ତୁ ଅନ୍ନ କଷ୍ଟିଆ ମଣିଷଟା ଖାଦ୍ୟାଭାବରୁ ବଡ଼ ଶ୍ରୀହୀନ ଦିଶୁଥାଏ । ଯେକୌଣସି ଲୋକ ଦେଖିଲେ ତା' ହୃଦୟ ବିଗଳିତ ହୋଇଯିବ, ନୟନରୁ ଅଶ୍ରୁ ଗଡ଼ିବା କଥା ତ ନିଶ୍ଚୟ ଗଡିବ। ବୁଢ଼ାଟି ବଡ଼ କରୁଣ ଦୃଷ୍ଟିରେ ଚାହିଁରହିଥିଲା। ସମସ୍ତେ ଭାବୁଥାନ୍ତି ବୋଧେ ପାଗଳା ହୋଇଯାଇଛନ୍ତି ନା କ'ଣ, ତେଣୁ ତାଙ୍କୁ ସେଠି ଶିକୁଳିରେ ବନ୍ଧା ଯାଇଥିଲା। ମାତ୍ର ଯେତେବେଳେ ସେ ପାଣି ଢୋକେ ପିଇ ଦେଲେ,ତା'ପରେ କହିଲେ-" ପୋଲିସ୍ ବାବୁ! ଏମାନଙ୍କୁ ନେଇ ଯାଆନ୍ତୁ, ଜେଲର ଅନ୍ଧାରୀ କୋଠରୀକୁ। ସେଇଠି ଏମାନେ ସଢ଼ନ୍ତୁ, ସେଇ ତାଙ୍କ ପାଇଁ ବଡ଼ ସଜା। କାରଣ ମୁଁ ଜାଣିଛି ଏମାନେ ମୋ ସାନ ପୁଅକୁ ତଣ୍ଟିରେ ରଡ଼ ପକାଇ ମାରି ଦେଇଛନ୍ତି"। ଏତିକି ଥରଥର ଓଠରେ କହିଲା ବେଳକୁ ବୃଦ୍ଧ ମୂର୍ଚ୍ଛା ଚାଲିଯାଇଥାନ୍ତି। ତାଙ୍କୁ ଆଉ ଅଧିକ କେହି କିଛି ପଚାରି ନାହିଁ। ଥାନା ଅଧିକାରୀ କହିଲେ -" ବୃଦ୍ଧଙ୍କୁ ଶ୍ରାଷ୍ଟମ କରିକି ନେଇ ଯତ୍ନ ସହକାରେ ଗାଡ଼ିରେ ବସାଅ"। ଏଥର ଅଧିକାରୀ ଜଣଙ୍କ ବେଶ୍ ଖୁସି ଜଣାପଡୁଥିଲେ। କାହିଁକିନା ପ୍ରମାଣ ସହିତ ବୃଦ୍ଧଙ୍କର ସାକ୍ଷ୍ୟ ନିଶ୍ଚିତ ଭାବେ କେସଟିକୁ ସୁଦୃଢ ସ୍ଥିତିରେ ଆଣି ଥୋଇ ପାରିବ। ତେଣିକି ବିଚାର ବିଭାଗୀୟ ତଦନ୍ତ ଯାହା ହେଉନା କାହିଁକି।ଗାଡି ପାଖରେ ଥିବା ଜଣେ କନେଷ୍ଟେବଲ ଆଉ ଜଣେ ଲେଡି କନେଷ୍ଟେବଲକୁ କହୁଥାଏ -" ସବୁତ କି ଦୋର ପର ଲାଲ ଗୁଲାବ ଗାଡି କୋ ସିଜ୍ କିୟା ଯାଏ"। ସମସ୍ତେ ଫେରି ଆସିଥିଲେ ଥାନାକୁ। ଦୋଷୀ ଦୁଇ ଜଣଙ୍କୁ ଲକ୍ ଅପ୍ ରେ ବନ୍ଦ ରଖି, ବୃଦ୍ଧ ଜଣଙ୍କର ଖାଦ୍ୟପେୟ ଓ ବିଶ୍ରାମ ନେବା ପ୍ରତି ଖୁବ୍ ଧ୍ୟାନ ଦେବାକୁ ଆଦେଶ ଦେଇ, ଅଧିକାରୀ ଚାଲିଯାଇଥିଲେ ଲଞ୍ଚ ପାଇଁ ନିଜ କ୍ୱାଟରକୁ।

କ୍ରମଶଃ.. 10 .. ବୃଦ୍ଧଙ୍କଠୁଁ ନେବା ସାକ୍ଷ୍ୟ....ବୟାନ ଦରଜ.

ମନରେ ଉତ୍ସୁକତା ନେଇ ପଢିବେ,

 କାନ୍ଦିବାକୁ ହେଲେ ବୃଦ୍ଧଙ୍କୁ ଶୁଣିବେ........


Rate this content
Log in

Similar oriya story from Tragedy