ଚକ୍ରବ୍ୟୁହ
ଚକ୍ରବ୍ୟୁହ
କଟକ ର ଆଠଗଡ ସହର l ସତ୍ୟନାରାୟଣ ମହାପାତ୍ର ଆଉ ବାସନ୍ତୀ ଦେବୀ ଙ୍କ ସୁଖ ର ପରିବାର l ପରିବାର ତ ନୁହଁ ସତେ ଏକ ମନ୍ଦିର l ଦୁଇପୁଅ ଆଉ ଦୁଇ ଝିଅ କୁ ନେଇ ତାଙ୍କ ଖୁସି ର ନଅର l ବଡ ଝିଅ ସୁନିତା କଟକ ର ରେଭେନ୍ସା କଲେଜ ର ଲେକଚର, ସ୍ୱାମୀ ତାଙ୍କର କଟକ ବଡ ମେଡିକାଲ ର ମେଡ଼ିସିନ ବିଭାଗ ରେ Asst Professor, ସାନ ଝିଅ ରିୟା ରେଭେନ୍ସା ଜୁନିଅର କଲେଜ ର +୨ ବିଜ୍ଞାନ ର ଛାତ୍ରୀ l ଦୁଇ ପୁଅ ପ୍ରଶାନ୍ତ ଆଉ ସୁଶାନ୍ତ l ପ୍ରଶାନ୍ତ ସାନ ପୁଅ, ଭୁବନେଶ୍ୱର OUAT କଲେଜ ରେ ଅଧ୍ୟ୍ୟୟନରତ, ସବା ବଡ ପୁଅ ସୁଶାନ୍ତ ମୁମ୍ବାଇ ରେ ସଫ୍ଟୱାର ଇଞ୍ଜିନିଅର l ବୋହୁ ସେଇ ମୁମ୍ବାଇ ର ଗୋଟେ ନାମୀ ରେସିଡେଣ୍ଟ ସ୍କୁଲ ରେ ଶିକ୍ଷୟିତ୍ରୀ l
ସୁଶାନ୍ତ ର ପରିବାର କହିଲେ ସ୍ତ୍ରୀ ସୁଜାତା, ପାଞ୍ଚ ବର୍ଷ ର ଝିଅ ସ୍ତୁତି ଆଉ ଜଣେ ଆଗନ୍ତୁକ, ମାନେ ସୁଜାତା ଗର୍ଭ ରେ ଥିବା ସନ୍ତାନ l ଖୁସି ର ପରିଵାର କଳ କଳ ନଈ ହେଇ ବୋହି ଯାଉଥିଲା l ମୁମ୍ବାଇ ରେ ଗୋଟେ ଅପlଟମେଣ୍ଟ ରେ ରହୁଥିଲେ ସେମାନେ l
ସେଦିନ ଅଫିସ ରୁ ଫେରି ବେଶ ଖୁସି ଥାଏ ସୁଶାନ୍ତ l
" କଣ ବାବୁ ଆଜି ଖୁସି ମୁଡ଼ ରେ, ଲଟେରୀ ଲାଗିଗଲା କି ? "
"ଆରେ ସୁଜାତା ଆଜି ବାବା ଫୋନ କରିଥିଲେ l ଆମ ଘର ପାଖରେ ଯେଉଁ ରାସ୍ତା କଡ଼ିଆ ଏକ ଏକର ର ଡ଼ିସପୁଟ ଜମି ଟା ଥିଲା, ସେଇଟା ଆଜି ସମାଧାନ ହେଇଗଲା l ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ ଏକ କୋଟି ରେ ରେଟ କରିଛି l ବାବା କହିଲେ କି ତୁ ଦୁଇଦିନ ପାଇଁ ଆସ, ରେଜିଷ୍ଟ୍ରସନ ପାଇଁ ସିଂଗନେଚର ଦରକାର, ଆଉ ତୁ କଣ ମୁମ୍ବାଇ ରେ ଫ୍ଲାଟ କିଣିବୁ କହୁଥିଲୁ, 50 60 ଲକ୍ଷ ଯାହା ଦରକାର ନେଇଯିବୁ l "
ସୁଜାତା ଉତ୍ଫୁଳିତ ହେଇ ଉଠିଲେ, ଖୁସି ରେ ଆତ୍ମହରା ହେଇଗଲେ l ସୁଶାନ୍ତ ମନ ବି କୁଣ୍ଢେ ମୋଟା ହେଇ ଯାଇଥିଲା l
"କେତେ ଦିନ ଆଉ ଏ ଭଡାଟିଆ ଆପାର୍ଟମେଣ୍ଟ ରେ ମଣିଷ ରହିବ, ଅଣନିଶ୍ୱାସୀ ଲାଗିଲାନି, ମାସକୁ କୋଡିଏ ହଜାର ଭଡା, ଯାହାହେଉ ଭଗବାନ ଏତେ ଦିନ ପରେ ଆମ ଡାକ ଶୁଣିଲେ l" "ହେଇଟି ଶୁଣୁଛ ତମେ ଶୀଘ୍ର ଯାଅ ଟଙ୍କା ନେଇଆସିବ ଆମ ବେବୀ ଆସିବା ପୂର୍ବରୁ ଆମେ ଆମ ଫ୍ଲାଟ କିଣି ଦେଇଥିବା, ଆଉ ସେଇଠି ଆମ ପରୀ ଜନ୍ମ ନେବ l ଆମ ଘର ଆମ ସ୍ୱର୍ଗ ପାଲଟିଯିବ l"
ସେଦିନ March 20, ଦିନ ଅଫିସ ରୁ ଛୁଟି ନେଇ, ଗାଁ ଅଭିମୁଖେ ବାହାରିଲେ ସୁଶାନ୍ତ l
" ସୃତି ବେଟା ଦୁଷ୍ଟ ହବନି, ମାମା କୁ ହଇରାଣ କରିବନି, ଠିକଟାଇମ ରେ ଖାଇବ, ତମେ ବ୍ୟସ୍ତ ହୁଅନି ସୁଜାତା ମୁଁ ଯେତେଶୀଘ୍ର ହେବ ଫେରିଆସିବି l ବାୟ ବେଟା, ବାୟ ସୁଜାତା l"
ମା ଆଉ ଝିଅ ଗୋଟେ ସ୍ନେହ ର ଚୁମ୍ବନ ଆଙ୍କି ଦେଲେ ସୁଶାନ୍ତ ହୃଦୟ ବୁକୁରେ , ସୁଶାନ୍ତ ବିଦାୟ ନେଇ ଯାଉଥିଲା ବେଳେ କାହିଁକି ଶିଥିଳ ଲାଗୁଥିଲା ତାକୁ, ସତେ ସେ କିଛି ହଜେଇ ଦେଉଛି...
ଅପଲକ ନୟନ ରେ ଅନେଇ ହାତ ହଲାଉଥାନ୍ତି ସ୍ତୁତି ସୁଜାତା, ସୁଶାନ୍ତ ର ଦୃଷ୍ଟି କ୍ରମେ କ୍ରମେ ଝାପ୍ସା ହେଇଯାଉଥାଏ l
ଏ ଭିତରେ ସୁଶାନ୍ତ ଗାଁ ରେ ପହଂଚି ସାରିଥିଲା l ବାପା ଭାଇ ଭଉଣୀ ସମସ୍ତେ ଆସିଥାନ୍ତି l ଓଃ ଘରଟା ପୁରିଲା ପୁରିଲା ଲାଗୁଛି, ସବୁ ଖୁସିରେ ମଜଗୁଲ, ସମସ୍ତେ ନିଜ ନିଜ ର କଥା କହି ଆନନ୍ଦିତ l କ୍ଷୀରି ପିଠା ରେ ଭାସୁଛି ଘର l କେତେ ବର୍ଷ ପରେ ସଭେଁ ଏକାଠି ହେଇଛନ୍ତି, ବାବା ମା ବି ବେଶ ଖୁସି ଥାନ୍ତି l 23 ତାରିଖ ରେ ଜମି ରେଜିଷ୍ଟ୍ରସନ ହେବ, ଶନିବାର ରବିବାର ଛୁଟି ବି ଅଛି ତେଣୁ ମଉଜ ମଜଲିସ ରେ ଘର ଟା ଫାଟି ପଡୁଥାଏ l
ସୁଶାନ୍ତ ମନ କିନ୍ତୁ ଏତେ ଲାଗୁ ନଥାଏ, ତା ଆଗରେ ତା ସ୍ତ୍ରୀ ଆଉ ତା ପରୀ ର ମୁହଁ ନାଚି ଉଠୁଥାଏ l ଦିନକୁ 5 ଥର ଫୋନ l
" କେମିତି ଅଛ, କଣ ଖାଇଛ, ଆମ ପରୀ କଣ କରୁଛି, ନିଜର ଯତ୍ନ ନେଉଥିବ, ଠିକ ଟାଇମ ରେ ମେଡ଼ିସିନ ନେବ l "
"ମାମା ନଟି ହେବୁନି, ମୁଁ ଗଲେ ତୋ ପାଇଁ ଢେର ଚକଲେଟ ନେଇଯିବି, ପୋକମାନ ଷ୍ଟିକର ନେଇଯିବି l ଆଉ ଗଲେ ତୋର ଛୋଟ ସାଇକେଲ ଟେ ଆସିବ, ଆଉ ମୋ ମାମା ତା କୁନି କୁନି ପାଦରେ ଗୀତ ଗାଇ ଗାଇ ଚଲେଇବ.......
" ସାଇକେଲ ରେ ସାଇକେଲ "
ଆଉ ମୁଁ ତୋ ପଛେ ପଛେ ଧାଇଁବି..... ହା ହା ହା l"
"ବଢିଆ ହେବ ପାପା ବଢିଆ ହେବ.. ଇ ଇ ଇ ଇ ... ହେ ହେ ହେ "
"ଆରେ କାହିଁକି ବ୍ୟସ୍ତ ହେଉଛ, ମୁଁ କଣ ଛୋଟ ପିଲା ହେଇଛି ଯେ ମେନେଜ କରିପାରିବିନି l ତମେ ଭଲରେ ଭଲରେ କାମ ସାରି ଆସ l ଆଉ ହଁ ଆସିଲା ବେଳେ ମା କୁ କହି ବରକୋଳି ଆଚାର ଆଉ ବଡି ନେଇ ଆସିଥିବ l"
ଅତି ସଯତ୍ନଶୀଳ ସ୍ୱର ରେ ସୁଜାତା ବୁଝେଇଦେଲେ l
ପରଦିନ ସକାଳୁ ଜଳଖିଆ ଖାଇବାର ମଜା ନେଉଥାନ୍ତି ସମସ୍ତେ l ହଟାତ ସତ୍ୟ ବାବୁ ଙ୍କ ମୋବାଇଲ ରିଙ୍ଗ ହେଇଉଠିଲା
" ସତ୍ୟନାରାୟଣ ବାବୁ ଜନତା କରଫୁ ପାଇଁ କାଲି ଆଉ ଜମି କାମ ହେଇପାରିବନି l"
ଓହୋ ସମସ୍ତ ଙ୍କ ମନ ଟା ପୁରା ଖରାପ ହେଇ ଗଲା l ସୁଶାନ୍ତ ବି ଟିକେ ବ୍ୟସ୍ତ ହେଇଉଠିଲା l ଶୀଘ୍ର କାମ ସରିଲେ ସେ ଫେରିବ ତା ସଂସାର କୁ l ସବୁ ବେକାର ହେଇଗଲା l
ବୋଝ ଉପରେ ନଳିତା ବିଡ଼ା l ସରକାର ଙ୍କ ପୁଣି ଘୋଷଣା ହେଇଗଲା " ମାର୍ଚ୍ଚ 31 ଯାଏଁ ଲକଡାଉନ" l ମନ ରେ ବିଷାଦ ଖେଳିଗଲା ସୁଶାନ୍ତ ର l ବ୍ୟସ୍ତ ବିବ୍ରତ ର ଛାପ ବେଶ ବାରିହେଉ ପଡୁଥିଲା l ବିଦେଶ ରେ କରୋନା ର ଭୟାଭୟ ଶୁଣି ମନ ଟାକୁ କାହିଁକି ପାପ ଛୁଁଥିଲା ସୁଶାନ୍ତ ର l
" ବ୍ୟସ୍ତ ହେନି ବାବୁ, 7 ଦିନ ର କଥା, ଏପ୍ରିଲ ଏକ ରେ ସବୁ କାମ ସରିଗଲା ପରେ flight ରେ ପଳେଇବୁ l" ବାପା ସମ୍ବେଦନଶୀଳ ସ୍ୱର ରେ ବୁଝେଇଦେଲେ l
ହେଲେ ସୁଶାନ୍ତ ର ମନ ବୁଝୁ ନଥାଏ l ଫୋନ କଲେ
"ବ୍ୟସ୍ତ ହୁଅନି ମୁଁ ସବୁ ମ୍ୟାନେଜ କରିନେବି, ସ୍କୁଲ ତ ବନ୍ଦ ହେଇଗଲା, ଘରେ ସବୁ ଗ୍ରୋସରୀ ଅଛି, ତମେ କାମସାରି ଆସ l"
ଚାହୁଁ ଚାହୁଁ ମାର୍ଚ୍ଚ 31 ହେଇଗଲା, ଘାଣ୍ଟ କରତାଳି ରେ ଦେଶ କୋଭିଡ ୱାରିଅର କୁ ସ୍ୱାଗତ କରୁଥାନ୍ତି l ସୁଶାନ୍ତ ମନ ଚଳଚଞ୍ଚଳ ହେଇ ଉଠୁଥାଏ, ଯାହାହେଉ ଲକଡାଉନ ବୋଧେ କାଲିଠୁ ଉଠିଯିବ, ଓହୋ କେମିତି କାମ ସାରି ମୁମ୍ବାଇ ଫ୍ଲାଇଟ ରେ ବସିବି l
କିନ୍ତୁ ନିୟତି ର ନିର୍ଦେଶ ଥିଲା କିଛି ଅଲଗା ପ୍ରକାର l ରାତିରେ ସରକାର ଲକଡାଉନ କୁ ପୁଣି ଏପ୍ରିଲ ଚଉଦ କୁ ବଢିଗଲା l ସୁଶାନ୍ତ ର ହୃଦସ୍ପନ୍ଦନ ଆହୁରି ବଢିଗଲା l କଣ କରିବି, କେମିତି ଯିବି, ବସ ଟ୍ରେନ ଫ୍ଲାଇଟ ସବୁ ବନ୍ଦ, ଏପଟେ କରୋନା କେସ ଭାରତରେ ବଢ଼ିବାରେ ଲାଗିଲାନି l ପୁଣି ମୁମ୍ବାଇ ରେ ପ୍ରତିଦିନ 100 ପାଖାପାଖି କେସ, ସିଏ ପୁଣି ବଢ଼ିବାରେ ଲାଗିଲାନି l ସୁଶାନ୍ତ ସବୁଦିନ କଥା ହୁଏ ସୁଜାତା, ସ୍ତୁତି ସହ l
" ଶୁଣ ବାହାରକୁ ଟୋଟାଲି ବାହାରନି l ଯାହା ଏମରଜେନସି ଅନଲାଇନ ମଗେଇଦିଅ l ମାସ୍କ ସବୁବେଳେ ପିନ୍ଧିବ, handwash କରୁଥିବ l ସ୍ତୁତି କୁ ଜଗିବ, ବାହାରକୁ ଛାଡିବନି l ଆପାର୍ଟମେଣ୍ଟ ର ଅନ୍ୟ କାହା ଘରକୁ ଯିବନି କି ନିଜ ଘରକୁ ଆସିବାକୁ ନା କହିବ l ମୁଁ ଚଉଦ ଲକଡାଉନ ଖୋଲିବା ମାତ୍ରକେ ସେ କାମ ହଉ ବା ନହଉ ପନ୍ଦର ରେ ପହଂଚିବି l"
" ହଉ ବାବା ତମେ ବି ସଚେତନଶୀଳ ହେଇ ରୁହ l ମୁଁ ସ୍ତୁତି ସହ ସବୁ ସମ୍ଭାଳି ନେବି l ଏଠି ପାଖରେ ସବନମ ଘର, ମହାପାତ୍ର ବାବୁ ଫ୍ୟାମିଲି, ପଣ୍ଡା ବାବୁ ଫ୍ୟାମିଲି ସବୁ ଅଛନ୍ତି, ତମେ ଖାଲି ଅଯଥା ରେ ବାୟା ହେଉଛ, ତମେ ଅରାମସେ ଆସ ଆମ ପାଇଁ ଆଦୌ ବ୍ୟସ୍ତ ହୁଅନି l ମୁଁ କୁଆଡେ ଯାଉନି ବା, ତମକୁ ନ ନେଇ କଣ କୁଆଡେ ଯାଇପାରିବି l"
ଟିକେ ବ୍ୟଙ୍ଗ ଭଙ୍ଗୀରେ ସୁଜାତା କହି ପକେଇଲେ l
" ପାପା ମୋ ଜନ୍ମ ଦିନ ଏପ୍ରିଲ 30 ମନେ ଅଛିତ, ତମେ ପଳେଇଆସିବ, କେକ କାଟିବା, ବେଲୁନ ଫଟେଇବା ଖୁବ ମଜା ହେବ l "
ଦିନ ପରେ ଦିନ ଗଣୁଥାଏ ସୁଶାନ୍ତ, କେଉଁଠି ବି ମନ ଲାଗୁନଥାଏ l ବାପା ବୋଉ ପରିବାର କେଉଁଠି ବି ନୁହଁ l ସତେ ଜେଲ ର ଚାରି କାନ୍ଥ ଭିତରେ ସେ ଅଣନିଶ୍ୱାସୀ ହେଇଯାଉଛି l ସତେ ଯେମିତି ସେ ଫସିଯାଇଛି ଚକ୍ରବ୍ୟୁହ ର ଫାନ୍ଦ ରେ........
ଏ ଭିତରେ ଲକଡାଉନ 2.0 ନସରୁଣୁ ଲକଡାଉନ 3.0 ପାଇଁ ସରକାର ଘୋଷଣା କରିସାରିଲେଣି l ଆଉ ସେ ପୁଣି ମେ ମାସ 03 ତାରିଖ ଯାଏ ବଢିଗଲା l
ସତେ ସବୁ ଆଶା ଅସୁମାରୀ ଭାଙ୍ଗି ଚୁରମାର ହେଇଯାଉଥାଏ l ଚକ୍ରବ୍ୟୁହ ର ନାଗ ଫାସ ବନ୍ଧନ ରୁ ମୁକୁଳିବା ଯେମିତି ଅସମ୍ଭବ ହେଇପଡୁଥାଏ ସୁଶାନ୍ତ ପାଇଁ l ମୁମ୍ବାଇ ରେ ଦିନକୁ ଦିନ କରୋନା କେସ ବଢ଼ି ବଢ଼ି ହଜାରେ ଧରିଲାଣି l କଣ କରିବି, କିଂକର୍ତ୍ତମୂଢ଼ ହେଇ ଉଠୁଥାଏ ସୁଶାନ୍ତ l
ବାବା ବି ଆଉ କିଛି କହୁ ନଥାନ୍ତି, ସେ ବି ନିରବ l ସତେ ମନେ ମନେ ସେ ଅନୁତାପ କରୁଥାନ୍ତି ପୁଅ କୁ ଡକେଇ ଥିବାରୁ l
ସେଦିନ ସୁଜାତା ଫୋନ ରେ ବହୁତ ଭୟଭୀତ ଭାବରେ କହୁଥିଲେ
" ଶୁଣ ମୋତେ ବହୁତ ଡର ଲାଗୁଛି, ଏଠି ପ୍ରତିଦିନ ହଜାରେ ଦେଢ଼ ହଜାର କେସ, ଆମ ଆପାର୍ଟମେଣ୍ଟ ରୁ କାଲି ଚାରିଟା ବାହାରିଛି, ଗୋଏଲ ବାବୁ ଙ୍କ ଟୋଟାଲ ଫାଂମିଲି କୁ ଆଜି ହସ୍ପିଟାଲ ଷ୍ଟାଫ ଆସି ନେଇ ଗଲେ l ଆପାର୍ଟମେଣ୍ଟ ପୁରା 5 ଦିନ ପାଇଁ ସଟ ଡାଉନ
ତମେ ଏବେ କୋୖଣସି ପ୍ରକାର ରେ ବି ଆସନି l ଆମେ ମା ଝିଅ ଚଳେଇନେବୁ, ମୁଁ ଝିଅ ଜନ୍ମ ଦିନରେ କିଛି ଅନଲାଇନ ଅର୍ଡର କରିଦେବି, ଆଉ ଖାଲି ମହାପାତ୍ର ବାବୁ, ପଣ୍ଡା ବାବୁ ଫେମିଲି କୁ ଡକେଇ ମନେଇ ଦେବୁ l "
"'ନା ନା କାହାକୁ ଡାକିବା ଦରକାର ନାହିଁ, ଯେମିତି ହେଲେ ବି ମୁଁ ପହଂଚିବି ସ୍ତୁତି ର ଜନ୍ମ ଦିନ ପୂର୍ବରୁ l"
ବାବା ଙ୍କୁ କହି କାର ଟେ ବି ଯୋଗାଡ଼ କରାହେଇଗଲା l କିନ୍ତୁ ଵିଧି ର ବିଧାନ, କପାଳ ଲିଖନ l ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ ସାଥିରେ ଆସେ l ଏପ୍ରିଲ 27 ତାରିଖ ରେ ସବୁ ପ୍ରତୀକ୍ଷା ଅନ୍ତ ଘଟେଇ କାର ଦ୍ୱାରା ମୁମ୍ବାଇ ଯିବା ପାଇଁ ରେଡି ହେଉଥାଏ, ହଟାତ ଘରୁ ଚିତ୍କାର ଶୁଭିଲା ବାବା ଙ୍କର l ବାବା ଙ୍କ ହାଟ ଆଟାକ, ପରିବାର ଲୋକ ଇତଃସ୍ତତ୍ର l ସାଙ୍ଗେ ସାଙ୍ଗେ କଟକ ବଡ ମେଡିକାଲ କୁ ନେଇଗଲେ ସେଇ କାର ରେ l କିନ୍ତୁ ନିୟତି ର ତାଡନା ସେଦିନ ଅସହ୍ୟ ଥିଲା ସୁଶାନ୍ତ ପାଇଁ, ସେଇ ଏପ୍ରିଲ 30 ରେ ହିଁ ବାବା ଆର ପାରିକୁ ଚାଲିଗଲେ l"
ଛାତି କୁ ପଥର କରି ବାବା ର ଅନ୍ତେଷ୍ଟକ୍ରିୟା ସାରି ଫେରିଲା ବେଳକୁ ସନ୍ଧ୍ୟା ହେଇଯାଇଥାଏ l ସୁଜାତା ତେଣେ ବ୍ୟସ୍ତ ହେଇ ଫୋନ ଲଗେଇଲେ " ଆରେ କଣ ହେଇଛି, ତମ ନାକ କାନ୍ଦୁରି ଝିଅ ସକାଳୁ ଠୁଁ ମୁହଁ ଫୁଲେଇ ବସିଛି, ପାପା କାହିଁକି ଫୋନ କରୁନାହାନ୍ତି ମୁଁ ସବୁ ଆରେଞ୍ଜ କରିଦେଇଛି କିଛି ଅନଲାଇନ ରେ ଅର୍ଡର କରିଦେଇଛି ଆଉ କିଛି ତଳୁ ଯାଇ ନେଇ ଆସିଲି, ପଣ୍ଡା ବାବୁ ଆଉ ମହାପାତ୍ର ବାବୁ ଘରକୁ ଡାକିଛି, ଭାବୁଥିଲି କାହାକୁ ଡାକିଵିନୀ ହେଲେ ଝିଅ ଜିଦି କଲା l"
ସବୁ ଦୁଃଖ କୋହ କୁ ଛାତିରେ ଚାପି ଧରି ରୁଦ୍ଧଭରା କଣ୍ଠ ରେ କହିଲେ ସୁଶାନ୍ତ " Happy birthday beta, ଭଗବାନ ତୋତେ ଘଣ୍ଟ ଘୋଡେଇ ରଖନ୍ତୁ l "
"ମୁଁ ତମ ସହ କଥା ହେବିନି , ନଟି ପାପା, ତମେ ଭଲ ନୁହଁ, ଆସିବ କହି ଆସିଲନି, ମୁଁ ଆଉ ତମ ସହ କଥା ହେବିନି l"
ଭୋ ଭୋ ହେଇ କାନ୍ଦି ଉଠୁଛି, ଦୁଃଖ ର ଅମାନିଆ ଢେଉ କୁଳ ଲଙ୍ଘି ଯାଉଥିଲା l ଏହା ଭିତରେ ପୁଣି ଲକଡାଉନ 4.0 May 14 କୁ ଘୁଞ୍ଚି ଯାଇଥିଲା, ସୁଶାନ୍ତ ଜାଣି ସାରିଥିଲା ଯେ ଏ ଲାକଡାଉନ ଆଉ ଉଠିବନି l କରୋନା ର କାଳ ଛାୟା ରେ ସତେ ସେ ପେଶୀ ହେଇ ଯାଉଥାଏ l ସତେ ତା ସଂସାର ତା ଅପହଞ୍ଚ ଦୁରତା କୁ ଚାଲି ଯାଉଛି l
" ମୋତେ ବହୁତ ଡର ଲାଗୁଛି l କାହିଁକି ମନକୁ ପାପ ଛୁଉଁଛି, ତମ ସହ ଆଉ ଦେଖା ହେବ କି ନାହିଁ କେଜାଣି l କାଲି ଗୋଏଲ ବାବୁ ମରିଗଲେ, ତାଙ୍କ ସ୍ତ୍ରୀ ବି ସିରିଏସ l" ପ୍ରଥମ ଥର ପାଇଁ ବୋଧେ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର ଙ୍କ ସ୍ୱର ରେ ଆଭାସ ଆସୁଥିଲା ଏମିତି ହତାଶ ର ଆହ୍ୱାନ l
ସୁଶାନ୍ତ ଆଉ ଧର୍ଯ୍ୟ ଧରି ପାରୁନଥାଏ l ସତେ ଦୁଃଖ ବ୍ୟତିବ୍ୟସ୍ତ ର କଷଟି ତା ହୃଦୟ ର ପ୍ରତି ରକ୍ତ ବୁନ୍ଦା କୁ ଧିକାର କରୁଥାଏ l ସେଦିନ ରାତିରେ ଆଉ ନିଦ ହେଉ ନଥାଏ, ବିଳମ୍ବିତ ରାତିରେ ଟିକେ ଆଖି ଧରିଯାଇଥାଏ, ଏକ କାଳ ସ୍ବପ୍ନ ସୁଶାନ୍ତ କୁ ଅତିଷ୍ଠ କରିଦେଲା
ଏକ ଭୟଙ୍କର ପିଶାଚ ତାକୁ ଟାଣି ଟାଣି ନେଉଥାଏ ଏକ ଦୂର ଦିଗବଳୟ କୁ, ସେଠି ଖାଲି ବିକଟାଳ ସ୍ୱର ଶୁଭୁଥାଏ, ଅନେକ ଅଶରୀର, ତାଭିତରେ କିଏ ଜଣେ ଆକୁଳ ଆବେଦନ କରୁଛି ମୋତେ ରକ୍ଷ୍ୟା କର, ବଞ୍ଚାଓ ପାପା ମୋତେ ବଞ୍ଚାଓ !!!
ସୁଶାନ୍ତ ର ନିଦ ହଟାତ ଭାଙ୍ଗିଗଲା, ସାରା ଶରୀର ତାର ଅବଶ ହେଇ ପଡିଥାଏ, ସତେ ଏକ ଜିଅନ୍ତା ଶବ ପାଲଟି ଯାଇଥିଲା l
ହଟାତ ସୁଜାତା ର ଫୋନ ଆସିଲା
" ମୋତେ ଜର କାଶ ହେଉଛି, ଝିଅ ବି କାଶୁଛି......ଶୁଣୁଛ ଡର ଲାଗୁଛି, ପଣ୍ଡା ବାବୁ ଡାକ୍ତର appointment କରିଦେଇଛନ୍ତି l"
ସୁଶାନ୍ତ କୁ ଅଳ୍ପ ବହୁତ କରୋନା ର ଲକ୍ଷଣ ଜଣାଥିଲା l
" ଶୁଣ ତମେ ଶୀଘ୍ର ଯାଇ ହସ୍ପିଟାଲ ରେ ଡାକ୍ତର ଦେଖାଓ, ଶୀଘ୍ର ମେଡ଼ିସିନ ଖାଓ l"
ହେ ଜଗନ୍ନାଥ ପ୍ରଭୁ ମୋ ସଂସାର କୁ ଉଦ୍ଧାର କର l ଦୁଃଖ ପରେ ଦୁଃଖ, ବାପା ଙ୍କ ଦୁଃଖ ର ବୋଝ ନ କମୁନୁ ପୁଣି ଆଉ ଏକ ଦୁଃଖ l ଦୁଃଖ ଜର୍ଜରିତ ସୁଶାନ୍ତ ସତେ ପାଲଟି ଯାଇଥିଲା ମୁକ l
ସନ୍ଧ୍ୟା ବେଳେ ସୁଜାତା ମୋବlଇଲ ରୁ କଲ ଆସିଲା
କେହି ଜଣେ କହିଲା " Mr Sushant, your wife and daughter are serious, they are in MGM COVID hospital, Mumbai... come soon..... "
ଧର୍ଯ୍ୟ ର ବନ୍ଧ ଭାଙ୍ଗିଯାଇଥିଲା ସୁଶାନ୍ତ ର, ପତିତ୍ବ ଆଉ ପିତୃତ୍ୱ ର ଆହ୍ୱାନ ଆଉ ତାକୁ ଅଟକାଇ ପାରିନଥିଲା l ପରିବାର ର କାହା କଥା ନ ଶୁଣି ଲକ୍ଷ୍ମଣ ରେଖା ଡେଇଁ ବାହାରିପଡିଥିଲେ ମୁମ୍ବାଇ l ଡ୍ରାଇଭର ଅରାଜି ହେବାରୁ ନିଜେ କାର ଧରି କର୍ତ୍ତବ୍ୟ ର ଦୁର୍ଦଶ ପଥ ରେ ଆଗେଇ ଯାଉଥାଏ l
ହୃଦୟ ଭିତରେ ପିତୃତ୍ୱ, ପତିତ୍ବ ର କର୍ତବ୍ୟ, ଆଉ ଛାତିଏ କୋହ କୁ ଚାପି ରଖି ରାସ୍ତା ଚାଲୁଥାଏ, ଭୋକ ନାହିଁ ଶୋଷ ନାହିଁ, ସବୁକିଛି କୁ ଶୂନଶାନ କରି ଗନ୍ତବ୍ୟ ସ୍ଥଳ ପଥରେ ଆଗେଇ ଚାଲୁଥାନ୍ତି ସୁଶାନ୍ତ l ବାଟ ରେ କେତେବେଳେ ପୋଲିସ ଅଟକାଉଛି ତ କେତେବେଳେ କାଳବୈଶାଖୀ, ଆଉ କେତେବେଳେ ଇଞ୍ଜିନ ଖରାପ ହେଉଥାଏ l କୌଣସି ଶକ୍ତି ସୁଶାନ୍ତ ର ସମ୍ପର୍କ ର ଡାକ କୁ ଅଟକେଇ ପାରୁନଥିଲା
ଏହାଭିତରେ ଗୋଟେ ଦିନ ପlରିଗଲାଣି , ସୁଜାତା ର ମୋବାଇଲ ସୁଇଚ ଅଫ, ମହାପାତ୍ର ବାବୁ କି ପଣ୍ଡା ବାବୁ କିଛି ଖବର ଦେଇ ପାରୁନାହାନ୍ତି l
ସୁଶାନ୍ତ ର ହୃଦୟ ତନ୍ତ୍ରୀ ଥରି ଉଠୁଥାଏ l ସ୍ନେହ ର ଡୋରୀ ଆକୁଳ ନିବେଦନ କରୁଥାଏ ହାତଠାରି l ପିତୃତ୍ୱ ର ବନ୍ଧନ କୁଳ ଲଙ୍ଘିଯାଉଥାଏ, ହୃଦୟ ର ମମତା ବିଦାରୀତ କରିଦେଉଥାଏ l କାର ସ୍ପିଡ଼ ବଢ଼ିବାରେ ଲାଗିଲା l ଏହା ଭିତରେ ସୁଶାନ୍ତ ମୁମ୍ବାଇ ପହଂଚି ଯାଇଥିଲା, ମନ ତାର ଚଳଚଞ୍ଚଳ ହେଇ ଉଠୁଥାଏ, ତା ସଂସାର ଡାକୁଛି, ତା ପିତୃତ୍ୱ ଡାକୁଛି, ତା ହୃଦୟ ଡାକୁଛି l କିନ୍ତୁ ଏ କଣ, ହଟାତ ମୁମ୍ବାଇ ପୋଲିସ ଅଟକେଇ ତାକୁ କ୍ୱାରାଣ୍ଟlଇନ ସେଣ୍ଟର ନେଇଗଲେ l ଯେତେ କାକୁତି ମିନତୀ ଗୁହାରି କଲେ ବି ସବୁ ବୃଥା ହେଲା l
"ନେହି ସୁଶାନ୍ତ ବାବୁ ହମ କାଲ କରୋନା ଟେଷ୍ଟ ହୋନେ କି ବାଦ ହମ ଆପକୁ ଅପକା ଫାମିଲି କେ ପାସ ଛୋଡ ସକତା ହୁଁ l"
ଏହା ଭିତରେ 3 ଦିନ ଯାଇସାରିଲାଣି l ଟେଷ୍ଟ ରିପୋର୍ଟ ନେଗେଟିଭ ଶୁଣିବା ମାତ୍ରକେ ସୁଶାନ୍ତ ବିଳମ୍ବ ନ କରି ବିଦ୍ୟୁତ ବେଗରେ ଛୁଟି ଯାଇଛି MGM ହସ୍ପିଟାଲ l
ରିସେପସନ କାଉଣ୍ଟର ପଖକୁ ଯାଇ ଅତି ବ୍ୟାକୁଳ ଓ ବ୍ୟବ୍ରତ ହେଇ ପଚାରି ଉଠିଲେ
" ମାଡାମ ପ୍ଲିଜ଼ kuhantu Mrs Sujata Mohapatra ଙ୍କ ହେଲଥ କଣ୍ଡିସନ କେମିତି ଅଛି l''
ରେକର୍ଡ ଉଲଟାଇ କିଛି ସମୟ ପରେ ଗୋଟେ ସ୍ୱର ଆସି ସୁଶାନ୍ତ ର କାନ ରେ ବାଜିଲା
" Sorry She is no more, She is dead... We cant provide you body as she is Covid positive. ଆପ ବହୁତ ଲେଟ କରଦିୟା, ଉସକୀ ଶରୀର୍ କ୍ରିମିସନ କେଲିଏ ଭେଜ ଦିଆ ହୈ, Proof କେଲିଏ ୟେ ତସଵୀର ଦେଖ୍ ସକତେ ହୁଁ l ଉସକୀ ଏକ ପାଞ୍ଚ ଉମର କା ବେଟି ହେଁ, ଓ ଅଭି କ୍ୟାବିନ 314 ମେଁ ବହୋତ କ୍ରିଟିକାଲ କଣ୍ଡିସନ ପର ହେଁ l"
ଆଉ ଶୁଣିବାର ଧର୍ଯ୍ୟ ନଥିଲା ସୁଶାନ୍ତ ର l ପାଗଳ ପ୍ରାୟ ହେଇ ଉଠିଛି ସେ , ତାର ପିତୃତ୍ୱ ଆଉ ପତିତ୍ବ ଶରୀର ର ପ୍ରତ୍ୟେକ ତନ୍ତ୍ରୀ କୁ ଖିନ୍ନଭିନ୍ନ କରିଦେଉଥାଏ l ସତେ ଆକାଶ ଛିଣ୍ଡି ପଡୁଥାଏ, ପାଦ ତଳୁ ମାଟି ଖସିଯାଉଥାଏ l ଜ୍ୱଳନ୍ତ ଅଗ୍ନି ପିଣ୍ଡୁଳା ଯେମିତି ଦଗ୍ଧୀଭୂତ କରି ଚାଲିଥିଲା ତାର ଶରୀର ର ପ୍ରତ୍ୟେକ ରକ୍ତ ବିନ୍ଦୁ କୁ l
ସମସ୍ତ ସୁରକ୍ଷା ବଳୟ କୁ ଭେଦ କରି ଛୁଟି ଯାଇଛି କେବିନ 314 କୁ l ଭିତରେ ବେଡ଼ ଉପରେ ପଡିରହିଥିଲା ତା ଟୁକୁମୂଷି ସ୍ତୁତି ର ଶରୀର ନିଷ୍ପ୍ରଭ ହେଇ l "ସ୍ତୁତି ସ୍ତୁତି ଉଠ ମା ଉଠ"
କିନ୍ତୁ ନିଷ୍ପାପ ଶିଶୁ ଟି ବି ଚିର ନିଦ୍ରା ରେ ଶୋଇ ଯାଇଥିଲା l ସୁଶାନ୍ତ ଟିକି ଶିଶୁ ପରି ସ୍ତୁତି କୁ ଛାତି ରେ ଜାବୁଡି ଧରି ଭୋ ଭୋ ହେଇ କାନ୍ଦି ଉଠିଛି, ପାଗଳ ପ୍ରାୟ ବିଳାପ ରେ ସାରା ହସ୍ପିଟାଲ ପ୍ରକମ୍ପିତ ହେଇ ଉଠିଛି l ତାର ଛାତି ଫଟା ଚିତ୍କାର ରେ ଗଗନ ପବନ କମ୍ପି ଉଠିଛି l ମାନସିକ ଭାରସାମ୍ୟ ହରେଇ ସୁଶାନ୍ତ ଡେଇଁ ପଡିଛି ବାଲକୋନୀ ରୁ l
ତାପରେ ସବୁ ଶେଷ l ରକ୍ତ ଜୁଡୁବୁଡୁ ସୁଶାନ୍ତ ଲୋଟି ପଡିଥିଲା ଭୂମି ରେ, ବକ୍ଷ ରେ ଜାବୁଡି ଧରିଥିଲା ତା ଜୀବନ ଧନ ସ୍ତୁତି କୁ l ଗୋଧୂଳି ର ଦୁଲକାଏ ପବନ ବହିଯାଉଥାଏ , ଲେଲିହାନ ସୂର୍ଯ୍ୟ ପଶ୍ଚିମ ଆକାଶ ରେ ଅଦୃଶ୍ୟ ହେଇଯାଉଥାଏ l ତାସହ ଚକ୍ରବ୍ୟୁହ ର ନାଗଫାସ ରେ ଅଦୃଶ୍ୟ ହେଇଯାଉଥାଏ ଗୋଟେ ସଂସାର llll
ହରେ କୃଷ୍ଣ ହରେ ରାମ ର ସ୍ୱରଭାସି ଆସୁଥିଲା
ଦୂର ଦିଗବଳୟ ରୁ lll
