Titi Sarangi

Inspirational

2  

Titi Sarangi

Inspirational

ଚିଠି

ଚିଠି

2 mins
7.4K


କେତେ ସୁଖ ଖୋଜେ ମଣିଷ ନିଜ ପାଇଁ।ସେଇ ସୁଖଟିକକ ପାଇବାକୁ କେତେ କଷ୍ଟ ବି ସହେ ।ଦେହକୁ କି ମନକୁ ବାଧେନି ସେ କଷ୍ଟ ।ହେଲେ ଛୁଆଟିଏ ପାଇ ତାକୁ ପାଳିବାର ଆନନ୍ଦ କେବଳ ମଣିଷ ନୁହଁ ଜନ୍ତୁଜଗତ ବି ସମାନ ଭାବେ ନିଅନ୍ତି ।ବାପା କି ମାଆ ହେବା ଆଉ ପିଲାଟିକି ଉପଯୁକ୍ତ ଭାବେ ପାଳିବା ବେଳେ ନିଜର ବ୍ୟକ୍ତିଗତ ସୁଖ ମନେ ପଡେନି ।ପ୍ରଖ୍ୟାତ ଶିକାରୀ ଜିମ୍ ଜଣେ ସୁସାହିତ୍ୟିକ ।ନିଜେ ଅବିବାହିତ ଥିଲେ ବି ଛୁଆ ପାଳୁଥିବା ପ୍ରକୃତିର କେତେ ସୁନ୍ଦର ବର୍ଣ୍ଣନା କରିଛନ୍ତି ।ଗୁଳି ଖାଇଥିବା ମଣିଷ ଖିଆ ବାଘ ଆଉ ଶିକାର ପାଖକୁ ଫେରେନି ।କିନ୍ତୁ ବ୍ୟତିକ୍ରମ ଭାବେ ବାଘୁଣୀଟିଏ ଫେରିଥିଲା ସେଥର।ପରେ ଜଣାପଡିଲା ସେ ସନ୍ତାନ ପାଳୁଥିବା ମାଆଟିଏ ଥିଲା ।ଏମିତିକି ଗଛ ପତ୍ର ବି ଏଇ ମାୟା ମୋହରେ ବନ୍ଧା । ଆଉ ଆମେ ତ ମଣିଷ।ବୁଦ୍ଧି ବିବେକ ଥିବା ପ୍ରାଣୀ ।ଛଳନା ସବୁଠି କରିହୁଏ କିନ୍ତୁ ନିଜ ଛୁଆ ପାଖରେ ନୁହଁ।ଏତେ କଥା ଆଜି ଲେଖି ପକେଇଲି ନେହେରୁଙ୍କ ପାଇଁ । ଦେଶ ପାଇଁ ଜେଲ୍ ଯିବାକୁ ପଡିବ । ଏପଟେ ଘରେ ଝିଅ । ତାଙ୍କ ଭଳି ଧନୀ ପରିବାରରେ ଝିଅର ଅଭାବ କଣ ଥିଲା ?କିନ୍ତୁ ଝିଅକୁ ପାଠ ପଢେଇ ଭଲ ମଣିଷ କରିବା ଦାୟିତ୍ଵ ବାପାଙ୍କୁ ବାଧ୍ୟ କରିଛି ଲେଖି ପକେଇବାକୁ ବିଶ୍ଵ ଇତିହାସ । ଗେଲ ଆଦରର କାହାଣୀ ଭିତରେ ସେ ଲେଖିଥିବା ଚିଠିଗୁଡିକ ଦିନେ ପାଲଟିଗଲା ଏତେ ବଡ ବଡ ଚାରିଟା ବହି । ପଢିଲେ ବୁଝିହୁଏ କେତେ ବାଗରେ ଝିଅକୁ ସେ ଦେଇଥିଲେ ଇତିହାସ ଶିକ୍ଷା । ଇତିହାସରେ ଥିବା ମଣିଷମାନଙ୍କୁ କେତେ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି ଦେଖିଲେ କେବଳ ଅଭିଭୂତ ହେଇ ହୁଏ ।

ମୋ ପୁଅକୁ ଛୋଟବେଳେ ବାପା ଅକ୍ଷର ଶିଖେଇଥିଲେ ଏଇ ଚିଠି ମାଧ୍ୟମରେ । ସେମିତି ପଢି ବସେନି । କିନ୍ତୁ ଅଜାଙ୍କ ଚିଠି ବୋଲି ଭାରୀ ଆଗ୍ରହରେ ପଢେ ।'ଅ'ବନାର ସେଇ ଛୋଟ ଗପଗୁଡାକ ଲେଖିବାକୁ ତାଙ୍କୁ ଏତେ ସହଜ ହେଇ ନଥିବ ନିଶ୍ଚୟ। ଜନ୍ତୁ ଜଗତ ଛଳନା ଜାଣନ୍ତିନି ।ସ୍ଵାଭାବିକ ଧର୍ମ ପାଳନ ହିଁ ତାଙ୍କର ଶ୍ରେଷ୍ଠତା ।କିନ୍ତୁ ମଣିଷ ଭିତରେ ଅନେକ ବ୍ୟତିକ୍ରମ ।କାରଣ ସେ ପରା ଶ୍ରେଷ୍ଠ ପ୍ରାଣୀ !!ବାପ ମାଆ ହେଇ ବି ଭିନ୍ନ ସୁଖରେ ମାତି ପାରେ କେବଳ ମଣିଷ।ଏଭଳି ଉଦାହରଣର ଅଭାବ ନାହିଁ ।ସେଇଥି ପାଇଁ ବୋଧେ ନିଜ ଜନ୍ମ ଦିନଟି ଶିଶୁ ଦିବସ ଭାବେ ପାଳବାକୁ ନେହେରୁ ଅନୁରୋଧ କରିଥିଲେ ।ନିଜର ଜନ୍ମକଲା ଛୁଆଟିକି ଉପଯୁକ୍ତ ମଣିଷ କରି ନେହେରୁ ଆମ ଆଗରେ ଉଜ୍ଜଳ ଉଦାହରଣଟିଏ ହୋଇ ଚିରକାଳ ରହିବେ । ଜନ୍ମ କଲା ନହେଲେ ବି ଛୁଆଟିଏ ଦେଖିଲେ ପେଟ ପୁରିଯାଏ । କୁନି ମଣିଷଟି ଭିତରେ କେତେ ସମ୍ଭାବନା !ଫୁଲ ଭଳି ତା ହସରେ ଛଳନା ନଥାଏ । ଜୀବନର ଅନେକ ଦୁଃଖ ଭୁଲି ହେଇଯାଏ ତା କଅଁଳ କଥା ପଦେ ଶୁଣିଲେ । କେବଳ ବାପା ମାଆ ନୁହଁ ଅନେକ ସମ୍ପର୍କ ଭିତରେ ସ୍ନେହ ଆଦରର ଝର ଫିଟିପଡେ । ସେଇଥି ପାଇଁ ଦେବତା ବି ନର ରୂପ ନେବାକୁ କାଳେ ପ୍ରସ୍ତୁତ । ପ୍ରଣାମ ନେହେରୁ । ଆଜି ତୁମ ଜନ୍ମଦିନଟି ଶିଶୁ ଦିବସ ଭାବେ ପାଳିବାକୁ ଦେଇଛ ।ତୁମ ସ୍ନେହପୂର୍ଣ୍ଣ ଅନ୍ତରକୁ କୋଟି ନମସ୍କାର ।


Rate this content
Log in

Similar oriya story from Inspirational