STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଛୁରୀ

ଛୁରୀ

2 mins
305


ପୋଲିସକୁ ବହୁଦିନପରେ ହଜିଯାଇଥିବା ଛୁରୀଟି ହସ୍ତଗତ ହେଇଥିଲା।ଏବେ ବୋଧହୁଏ ହତ୍ୟାକାରୀ ଧରାପଡିଯବ?ଛୁରୀରେ ହତ୍ୟାକାରୀର ଟିପଚିହ୍ଲ ନିଶ୍ଚୟଥିବ?ହରିପୁର ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଥିଲା।ଆଗଦିନ ରାତିରେ ମକର ଯାତରା ହେଇଥିଲା ଗାଁରେ।ବହୁତ ଭିଡ ଲାଗିଥିଲା ଗାଁଦାଣ୍ଡରେ।କେତେ ଦୋକାନପାତି ନିଜ ନିଜର ଭଲ ବ୍ୟବସାୟ ଜମେଇ ଦେଇଥିଲେ।ଖୁଡୁଖୁଡିପଟି ତା ବାଟରେ ଲୋକଙ୍କୁପ୍ରଲୋଭିତ କରି ଏକତ୍ର ଭିଡ କରିଥାଏ।ଲୋକେ ନିଜ ନିଜର ଜମାପୁଞ୍ଜି ଲଗାଇଦେଉଥାନ୍ତି ସେୱଖେଳରେ ଯିଏ ଜିତୁଥିଲା ହସହସ ବଦନରେ ଫେରୁଥିଲା।ଆଉ ଯିଏ ହାରୁଥିଲା ମନମାରି ଫେରୁଥିଲା।ଯାତ୍ରାପାର୍ଟି ନାଚ ତାମସା ସବୁ ବିଭିନ୍ନ ଜାଗାରେ ଚାଲିଥାଏ।ଏମିତି ବି ହରିପୁର ଏକ ବଡ ଗାଁ।ସ୍କୁଲକଲେଜ ଥାନା ସବୁଅଛି ସେଠି।ଘର ମାନଙ୍କରେ ସମସ୍ତଙ୍କର କୁଣିଆ ମାନଙ୍କର ଆଗମନ ହେଇଥାଏ ଯାତ୍ରାପାଇଁ।ଗହଳ ଚହଳ ଭିତରେ ଖୁସିଖୁସି ସେ ରାତିଟି କଟିଗଲା।ସକାଳ ପହପହ ହେଲାବେଳକୁ,ଯେବେ ସୂର୍ଯ୍ୟ ମାଆକୋଳ ଛାଡି ପୃଥିବୀ କୋଳକୁ ଆସିବାର ପ୍ରସ୍ତୁତିପର୍ବ ଆରମ୍ଭ କରିଦେଲେ ଅନ୍ଧାର ଆପେ ଧିରେ ଧିରେ ହଟିବାକୁ ଲାଗିଲା।ପୂର୍ବଦିଶା ଅରୁଣ ରଙ୍ଗରେ ସଜାଇହେଲା ନବ ତପନଙ୍କ ଅଭ୍ୟର୍ଥନା ପାଇଁ।ବିହଙ୍ଗମ ଗଣ କିଚିରିମିଚିରି ଗୀତଗାଇ ସ୍ବାଗତ କଲେ ଆଗମନି ସୂର୍ଯ୍ୟଙ୍କୁ।ଫୁଲମାନଙ୍କର ଭିନିଭିନି ଅତର ଚାରିଆଡେ ପସାରିତ କରିଦେଲା ଗନ୍ଧବହ। ଲୋକେ ସ୍ନାନଶୌଚ ପାଇଁ ପୋଖରି ମୁହାଁ ହେବାକୁ ବସିଲେ।ପୋଖରିକୂଳେ ଗାଁ ମୁଣ୍ଡରେ ଏକ ବିଧବା ବୁଢୀ ରହୁଥିଲା ଏକାକୀ।ସେଦିନ ତାକୁ କିଏ ହତ୍ୟାକରି ରାସ୍ତାରେ ଫିଙ୍ଗି ଦେଇଥିଲା।ତାର ରକ୍ତାକ୍ତ ବିଭତ୍ସ ଶବ ଦେଖିବାକୁ ଲୋକେ ଭିଡ ଜମାଇଥାନ୍ତି।


ଗଲାରାତିର ସବୁୁ ଖୁସି ଲୋକଙ୍କ ମନରୁ ଏଘଟଣାରେ ଉଭେଇ ସାରିଥିଲା।ସମସ୍ତଙ୍କ ମନରେ ଭୟର ଲହର ଟିଏ ଦଉଡିବାକୁ ଲାଗିଥାଏ।ଏବେ ପୋଲିସ ଆସିବ ଗାଆଁକୁ।ଗାଆଁରେ ପୋଲିସକୁ ବଡ ଡର।ପୋଲିସକୁ କେହି ବନ୍ଧୁ ବା ଶତ୍ରୁ କରିବାକୁ ଡରନ୍ତି।ଯିଏ ବିନା ଟଙ୍କାଦେଇ ଲୋକଙ୍କୁ ଡରାଇ ଧମକାଇ ନିଜ ଚଳନୀୟ ଜିନିଷ ପରିବାପତ୍ର କିଣିନିଏ।ଗାଉଁଲି ଲୋକେ ଭୟରେ କମ୍ ଦରରେ ନହେଲେ ସେମିତି ମାହାଳିଆ ଦେଇଦିଅନ୍ତି ତାଙ୍କୁ।ତାଙ୍କର ଡର କାଳେ ବିନାଦୋଷରେ କିଛି ଖେମ କାଢି ହାଜତରେ ପୁରାଇ ଦେବ?

ଏ ଘଟଣା ପରେବି ସେମିତି ହେଇଥିଲା।ଗାଁ ସାରା ସବୁ ପୁରୁଷଙ୍କୁ ଥାନାରେ ଡାକି ଭର୍ତ୍ତି କରାହେଲା।ତାପରେ ଜେରା ଆରମ୍ଭ ହେଲା।ସେଦିନ ରାତିରେ କୋଉଠି ଥିଲ ପ୍ରମାଣ ଦିଅ ପଚରା ଯଉଥିଲା 

ସମସ୍ତଙ୍କୁ |ଯିଏ ବିଶ୍ବାସ ଯୋଗ୍ୟ ପ୍ରମାଣ ଦେଇପାରୁନଥିଲେ ତାଙ୍କୁ ଅଲଗା ରଖି ବାକି ମାନଙ୍କୁ ଛାଡି ଦେଉଥିଲେ।ସେମାନଙ୍କୁ ବାଡି ପଡିବାପରେ ଯିଏ ଯାହା ଜାଣିଥିଲେ ବକୁୁଥିଲେ।ହେଲେ କେହି ହତ୍ୟା ବିଷୟରେ ସଠିକ ତଥ୍ୟ ଦେଇ ପାରୁନଥିଲେ।

ଜଣେ ଦୁଇଜଣ କିଶୋର ବୋଲି ଯୁବକକୁ ଛୁରୀ ଧାର କରିବାର ଦେଖିଥିଲେ ବୋଲି ବୟାନ ଦେଲେ।ତାପରେ କିଶୋର ଉପରେ ଜେରା ଚାଲିଲା। ଛୁରୀରେ ଭୁଷି ବୁଢୀକୁ ହତ୍ୟା କରା ହେଇଥିଲା।କିଶୋର ଉପରେ ବାଡି ପଡିବା ପରେ ସେ ଏ ଘଟଣା ନିଜେ ଘଟାଇଛି ବୋଲି ମାନିଗଲା।ସବୁ ରହସ୍ୟ ପଦାକୁ ଆସିଲା।କିଶୋର ଓ ବୁଢୀର ଭାଇବୋହୁଙ୍କ ଭିତରେ ଅବୈଧ ପ୍ରେମ ସଂପର୍କ ଥିଲା।ଯାହା ବୁଢୀ ଦିନେ ଦେଖି ନେଇଥିଲା।ତା ଭାଇ ବାହାରେ ଚାକିରି କରୁଥିବାରୁ ନିଜ ପରିବାରକୁ ବୁଢୀ ଜିମା ଛାଡି ଯାଇଥିଲା।ଅନ୍ୟ ଏକ ଘର କିଣି ନିିଜ ପରିବାରକୁ ସେଠି ରଖାଇ ସବୁ ସୁବିଧାକରି ସେ ଚାକିରି କ୍ଷେତ୍ରକୁ ଚାଲି ଯାଇଥିଲା।ସେ ଜଣେ ସୈନିକ ଥିବାରୁ ବେଶି ଛୁଟି ମିଳୁନଥିଲା।ଯୁବତୀ ସ୍ତ୍ରୀ ଛୋଟ ଦୁଇ ପୁଅକୁ ଧରି ବିରହ ଦୁଃଖ ଭୋଗୁଥିଲା।

କିଶୋର ସେଇ ଲାଭ ଉଠେଇ ସେ ସ୍ତ୍ରୀ କୁ ମିଠାମିଠା କଥାରେ ଫୁସୁଲାଇ ତା ସହ ପ୍ରେମ ସଂପର୍କ ସ୍ଥାପିତ କରିଥିଲା।ଚୋର ଘର ସବୁଦିନ ଅନ୍ଧାର ରହେନି।ଦିନେ ସେକଥା ବୁଢୀ ନଜରକୁ ଆସିଗଲା।ବୁଢୀ ଏକଥ ତା ଭାଇକୁ କହିଦେବ ବୋଲି ସେମାନେ ତାକୁ ମାରିବାର ଯୋଜନା କଲେ।ସେତେବେଳେ ଫୋନ ନଥିଲା।ବୁଢୀ ଚିଠିଲେଖି ଜାଣିନଥିଲା।ତେଣୁ ତା ଭାଇସହ ଭେଟ ହେବା ଆଗରୁ ଏ କାମ କରିବାର ଥିଲା।ଯାତ୍ରାଦିନ ଲୋକଭିଡ ଥିବାରୁ ନିଜ ଆଡକୁ କେହି ସନ୍ଦେହ କରିବେନି ଭାବି ଏଘଟଣା ଘଟାଇଥିଲା ସେ ।ହେଲେ ପୋଲିସ କୁକୁର ଏକ ବୁଦାମୂଳରୁ ଛୁରିକୁ ଠାବ କରିବା ପରେ କିଶୋର ସତକଥା ମାନିଯାଇଥିଲା।କାରଣ ସେ ଯେମିତି ହେଲେ ଧରାପଡିଥାନ୍ତା ଯେତେବେଳେ ଛୁରୀ ଦେହରେ ତାର ଟିପଚିହ୍ନ ମିଳିଥାନ୍ତା।ଏପରି ଭାବରେ ଛୁରୀକୁ ନେଇ ହତ୍ୟାମାମଲା ସାମନାକୁ ଆସିଲା।



Rate this content
Log in

Similar oriya story from Inspirational