STORYMIRROR

Bastab Sahu

Romance

3  

Bastab Sahu

Romance

💐🤗ଛୋଟ ଏକ ପ୍ରେମ🤗💐

💐🤗ଛୋଟ ଏକ ପ୍ରେମ🤗💐

2 mins
399


ବହୁ ପୁରୁଣା କଥା ଟିଏ. 


ହଁ ହଁ ସେଇ ସିଡ଼ି ଆଉ ପେ-ଫୋନ ଯମାନାର କଥା.


ମିଲି ଦୋକାନରେ ବସିଲେ ମହାପାତ୍ରେ ସବୁବେଳେ ଚିଡନ୍ତି. ବଢ଼ିଲା ଝିଅଟା କଣପାଇଁ ଏମିତି ଦାଣ୍ଡରେ ବସିବ. ମୁଁ ନାହିଁ ମାନେ ଦୋକାନ ବନ୍ଦ ରହିବ. ଦରକାର ନାହିଁ ମୋ ବେପାର. କଣ ପାଇଁ ବଢ଼ିଲା ଝିଅଟିକୁ ଦାଣ୍ଡରେ ବସେଇ ଆଖିସେକା କରିବି ଲୋକଙ୍କର. ରାଗି ଯାଇ ମିଲି ବୋଉକୁ ଗାଳି କରନ୍ତି. 

ହେଲେ ମିଲି କିନ୍ତୁ ଯମା ମାନେନା. ଯୌବନର ସେଇ ନୀଳ ଆକାଶରେ ଉଡିବାକୁ ପ୍ରସ୍ତୁତ ହେଉଥାଏ.ଦେଖିବାକୁ ଶାବେନି ହେଲେ ଗଠନଟା ସୁନ୍ଦର ଯେ. ଆଜିକାଲି ତ ଗୋରା ଚମଡ଼ାର ବେଶି ଚାହିଦା.ସାବେନି ଝିଅଙ୍କୁ କିଏ ପଚାରେ ? କଲେଜରେ ତାର ସବୁ ସାଙ୍ଗମାନଙ୍କର ବୟଫ୍ରେଣ୍ଡ . ହେଲେ ମିଲିକୁ କେବେ ହେଲେ କେହି ଆଖି ଉଠେଇ ଅନେଇନାହାନ୍ତି. ବଢ଼ିଲା ଯୌବନରେ ୟାଠୁ ବା ଅଧିକା କଷ୍ଟ କଣ ହେଇ ପାରେ. 


ଦିନେ ଖରାବେଳେ ଦୋକାନ ବନ୍ଦଥାଏ. କେହି ଜଣେ ସାଇକେଲ ବେଲ ମାରୁଥିଲା ଆଉ କହୁଥିଲା... ଦୋକାନ ଖୋଲା ଅଛି କି


ମିଲିବୋଉ ମନା କରୁ କରୁ ମିଲି ଘର ଭିତର ଆଡୁ ଡାକ ଛାଡିଲା ହଁ.... ଅଛି କଣ ଦରକାର କେସେଟ ନେବ କି ଫୋନ କରିବ


ଉତ୍ତର ନପାଇ ଭିତର ପଟୁ ଦୋକାନର କବାଟ ଖୋଲିଲା, ସେପଟେ ବୋଉ ହୁରି ଛାଡୁଥାଏ ବାପା ରାଗୁଛନ୍ତି ତୁ କାଇଁ କଥା ମାନୁନୁ କହିଲୁ ସେ ତ ନାହାନ୍ତି ଯିଏ ଆସିଛି ତାକୁ ଫେରେଇ ଦେଲେ ହେବନି


ଭାଇନା କଣ ଏମିତି ଅନେଇଛ କଣ ଦରକାର କହୁନ


ସାଇକେଲରୁ ଓଲହେଇପଡି ପିଲାଟି ବ୍ୟସ୍ତ ହୋଇ କହିଲା ନାଇଁ ଏମିତି ରାଗିକି କାଇଁ ପଚାରୁଛ ମୁଁ ତ ସିଡ଼ି କେସେଟ ନେବାକୁ ଆସିଥିଲି

ମୁଣ୍ଡରେ ଲାଲି କେପ, ଆଉ ହିରୋ କଂପାନୀର ଗୋଟିଏ ଷ୍ଟାଇଲିଷ୍ଟ ସାଇକେଲ. ସିଧା ସାଧା ଲାଗୁଥିଲା ପିଲାଟି , ମିଲିର 

ଧମକରେ ଡରିଯାଇ ତା ମୁହଁରୁ ବାହାରିପଡ଼ିଲା


ଆଇ ଲୋଭ ଉ


ମିଲି ରାଗି ଯାଇ ଦାନ୍ତ କଡମଡ କରି କହିଲା ହେ ଅଭଦ୍ର, କଣ କହିଲ


ପିଲାଟି ଉତ୍ତରରେ କହିଲା କହିଲି ପା ଆଇ ଲୋଭ ଉ


ମିଲି ଦୁଇ ସେକେଣ୍ଡ ପାଇଁ ନିରବ ରହିଲା. ଆଉ ସେଇ ପିଲାଟିର ଆଖିରେ ଆଖି ମିଶେଇ ଭାବିବାକୁ ଲାଗିଲା ସତରେ ତା ସୌନ୍ଦର୍ଯ୍ୟ କଣ ଆଜି ସାର୍ଥକ ହେଲା, ନା ତା ସୌନ୍ଦର୍ଯ୍ୟର ପୂଜାରୀ ଆଜି ଯାଏ ତାକୁ ମିଳି ନଥିଲା, କଣ ସେ ସତରେ ଏତେ ସୁନ୍ଦର ତାକୁ ଦେଖୁ ଦେଖୁ ସେଇ ପିଲାଟି ତା ପ୍ରେମରେ ପଡିଗଲା.. ବୁଡିବାକୁ ବସିଥିଲା ସେ ଭାବନାରେ.


ଭାବନାର ଢେଉକୁ ଭାଙ୍ଗି ପିଲାଟି କହିଲା ଆରେ ତମେ ଏମିତି କଣ ଅନେଇଛ


କହିଲି ପା ଅନୁଭବର ନୂଆ ଫିଲ୍ମ ଆଇ ଲଭ ଉ ଦେବାକୁ


 ମିଲି ଫେରିଆସିଥିଲା, ପୁଣିଥରେ ତା ସଜୀବ ଦୁନିଆକୁ. ରାଗତମତମ ହୋଇ କହିଲା ହେଇ ଧର ତମ କେସେଟ ଆଉ ପଚାଶ ଟଙ୍କା ଦିଅ.

 

ଅରେ ଏତେ ରାଗୁଛ କଣ ପାଇଁ ତମେ ବି କହୁନ ହେଇ ନିଅ "ଆଇ ଲୋଭ ଉ " ବୋଲି ପିଲାଟି ହସରେ ଭରିରହିଥିଲା ଦୁଷ୍ଟାମି ଅନ୍ଦାଜ. ସତେ ଯେମିତି ପ୍ରଥମ ଦେଖାରେ ମିଲିକୁ ସେ ସତସତିକା "ଆଇ ଲୋଭ ଉ" କହୁଥିଲା,ଆଉ କେସେଟ ଥିଲା ଖାଲି ବାହାନା. 


ମିଲି ହାତକୁ ପଚାଶ ଟଙ୍କା ବଢ଼େଇ ଦେଉ ଦେଉ ପିଲାଟି କହିଲା .. ଜାଣିଛ ତମେ ରାଗିଲେ କିନ୍ତୁ ବହୁତ ସୁନ୍ଦର ଲାଗୁଛ. 

ତମେ କଲେଜ ଯିବା ଦିନଠୁ ମୁଁ ତମକୁ ଦେଖୁଛି ହେଲେ ତମେ ଏତେ ରାଗି ... ବାପ ରେ ବାଆଆପ. 


ମିଲିର ମୁହଁ ରେ ରାଗ ମିଶା ଲାଜ . ପୁଣି ଥରେ ଦାନ୍ତ କଡମଡ କରି କହିଲା.. ତମର ବହୁତ ସାହସ ବୁଝିଲ. କୋଉଠି ତମ ଘର କହିଲ.. ରୁହ ମୁଁ ବାପାଙ୍କୁ କହିବି. 


ଜୋରରେ ସାଇକେଲ ମୋଡିଦେଇ ପିଲାଟି ବାହାରି ଗଲା. ମିଲି ଦୋକାନର କବାଟ ଦେଉଥିଲା..!!!


ଅଧା ବାଟରେ ଅଟକି ଯାଇ ,ଫେରିଆସିଲା ଦୋକାନ ଆଡେ ଆଉ ମିଲି ଆଖିରେ ଆଖି ମିଶେଇ କହିଲା "କହୋ ନା ପ୍ୟାର ହେ " 

ମିଲି ଆଶ୍ଚର୍ଯ୍ୟ ହେଇ ଛାହିଁ ରହିଥିଲା ତା ଆଡେ.


କଣ ?


ଅରେ ସେଇ ହ୍ରତିକ ରୋସନର ଫିଲ୍ମଟା ମୋ ... ଆସିଛି


 ଅଛି କି


ନେବି ଆରଥରକୁ


ଜୋରରେ ସାଇକେଲ ମୋଡ଼ ବାହାରିଗଲା


ମିଲି ଫେଁ କରି ହସିଦେଇ ଘର ଆଡ଼େ ଦୌଡ଼ିଲା.




Rate this content
Log in

Similar oriya story from Romance