The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bastab Sahu

Others Classics Inspirational Romance

4.5  

Bastab Sahu

Others Classics Inspirational Romance

💐ରିକ୍ସାବାଲା💐

💐ରିକ୍ସାବାଲା💐

2 mins
72


💐 😊 ରିକ୍ସାବାଲା 😊💐 



ତା ମା ରଖିଦେଇ ଯାଇଥିବା ଦୁଇପଟ  ସୁନା ଚୁଡ଼ିକୁ ବନ୍ଧା ପକେଇ, ସେଦିନ ସାହୁକାର ଠାରୁ ଆଣିଥିଲା କିଛି ପଇସା.କେମିତି ହେଲେ ଅପରେସନ କରି ଭଲ କରିବ. ସେଇ ଶେଷ ସମ୍ଭଳକୁ ସେ ବାଧ୍ୟ ହୋଇ ଟେକି ଦେଇଥିଲା ନିଜ ସ୍ତ୍ରୀ ପାଇଁ. କିନ୍ତୁ ତା ସ୍ତ୍ରୀ ସେଦିନ ରାଗି ପଞ୍ଚମ. 

ସୁନା ବନ୍ଧା  ରଖିବା କଣ ଦରକାର ଯେ .?? 

ସେ ପଡିଆ ବିଲଗୁଡାକୁ ରଖିଥିଲେ ହେଇନଥାନ୍ତା..?? 


ଲୋ ତୁ କିଛି ବୁଝି ପାରୁନୁ, ସେ ପଡିଆ ବିଲର ମୂଲ୍ୟ କମ. ତୋ ପାଇଁ ପରା ପଚାଶ ହଜାର ଟଙ୍କା ଦରକାର. ଆଉ ଡେରି କରି ଲାଭ ନାହିଁ.ମୁଁ କଷ୍ଟେ ମଷ୍ଟେ ସେଇ ପଡିଆ ବିଲରେ ଧାନ ୨ ପଉଟି କରିଦେଲେ ଗଲା.ଆମେ ଦୁଇପ୍ରଣୀ ତ. 

ଗୋଟେ ରିକ୍ସା ଵାଲାର ବି ସହାରା କିଏ..?? 

ସବୁ କଷ୍ଟ ୟାକୁ ହି କରିବାକୁ ପଡିବ.କେମିତି ବି ନକରିବ ?? 

ଆଉ କିଏ ବା ଅଛି ତାଙ୍କର. ସେ ପରା ଦିନେ ୟା ପାଇଁ ନିଜ ସୁଉଚ୍ଚ ଅଟ୍ଟାଳିକାର ଚଉବନ୍ଧ ଡେଇଁ ବାହାରି ଆସିଥିଲା.

କେହିକଣ ଏତେ ବଡ଼ ଦ୍ଦ୍ୱାହି ଦେଇ ପରେ...??

ସେ ପୁଣି ଧର୍ମର. 

ସବୁକିଛି ଛାଡିଛି ବହୁ ଦୂରରେ.

ବୁର୍ଖା ଛାଡି ସେ ଆଜି ଶାଢ଼ୀ ପିନ୍ଧୁଛି. 

ମସଜିଦ ନ ନଯାଇ ୟା ଘରଅଗଣା ତୁଳସୀରେ ପାଣି ଦେଉଛୁ. 

ସବୁକିଛି ସେଇ ଅନ୍ଧ ପ୍ରେମଟା ପାଇଁ. 

କିନ୍ତୁ ସର୍ତ୍ତ ବି ରଖିଛି ଗୋଟେ. ମଲାପରେ ଯେମିତି ସେ ମଶାଣୀ ଯିବନି..!! ଯଦି ଯିବ ,ତ କେବଳ କବରସ୍ତାନ..!! 

ମୁଣ୍ଡ ଛୁଇଁ କଥା ବି ନେଇଛି ତା ସ୍ବାମୀଠୁ. ତାର ସେଇ ଗରିବ ଆଉ ଏକଘରିଆ ସ୍ୱାମୀ ଉପର ତାର ଅଗାଧ ବିଶ୍ୱାସ. 

ହସିହସି ଯାଇଥିଲା ସେଦିନ ରିକ୍ସାରେ ସ୍ୱାମୀ ସହ ବସି.

କିନ୍ତୁ ଡାକ୍ତର ବାବୁ , ଏ କଣ ସେ ଉଠୁନି କାଇଁ କି..?? 

ଏକ ଚିରାଚରିତ ଢଙ୍ଗରେ ସେଦିନ ବି ଗୋଟେ ଡାକ୍ତର କହୁଥିଲେ, "କ୍ଷମା କରିବେ ଆପଣ ବହୁତ ଡେରିକରିଦେଲ". ଡେଡ଼ ବୋଡି ନେଇଯାଅନ୍ତୁ. 


ମୁଣ୍ତରୁ ହାତ କାଢି ଛିଡା ହେଲେ ସେ କିଛି ସମୟ ପାଇଁ. ସବୁ ଦୁଃଖ ଭଳି ଏ ବି ଗୋଟେ ଦୁଃଖ.କିନ୍ତୁ ଏ କଣ ? ସେ ଦୁଃଖର ଭାଗିଦାର ସେ ଆଜି ଏକା. ତା ଅର୍ଦ୍ଧାଙ୍ଗିନୀ ଆଜି ତାକୁ ଅଧା ବାଟରେ ହି ଛାଡିଛି.

" ଛାତିର କୋହକୁ ଚାପିଧରି ବାହାରିଥିଲା ବୋଧେ ଦେଇଥିବା କଥାକୁ ରଖିବାକୁ" 


ଦିନ ସାରା ସେ ସହରର ଥିବା ସେ ତିନୋଟି କବରସ୍ତାନ ଆଗରେ ଶବ ନେଇ ଘୁରିବୁଲିବାର ଲୋକ ଦେଖିଲେ. କେତେ ଛି ଛାକର କଲେ.ବହୁତ ନେହୁରା ହେଲା ସେ, ଗୋଡ଼ ହାତ ଧରିଲା. 

ଉତ୍ତରର ରେ ତାକୁ ସବୁ କହିଲେ " ଆବେ ପାଗଳଟା କି , ହିନ୍ଦୁ ହେଇ ଆସିଛୁ କବରସ୍ତାନ". ବିଚରାକୁ ବହୁତ ହୀନିମାନ କଲେ. 

ମନେ ହେଉଥିଲା ଯେମିତି ,ଗୋଟେ ରିକ୍ସା ଵାଲାର ଏ ଦୁନିଆର ବଞ୍ଚିବାର ଅଧିକାର କଣ..??

ଆଉ ସେ ମୁକ୍ତିଦ୍ୱାର ଆଡେ ତ ପ୍ରଶ୍ନ ଉଠୁନି. 

ଶେଷ କଥା ବି ଯଦି ରଖିପାରିଲିନି  କି ସ୍ୱାମୀ ମୁଁ ?? ଏପଟ ରୁ ସେପଟ ହେଇ ସଞ୍ଜ ହେଇଗଲା. ସେ ବାସି ମଡ଼ାକୁ ନେଇ ଆଉ କେତେ ଗୁହାରି କରିବ...?? 

 ବିଡ଼ିପେକଟରୁ ବିଡ଼ିଟି କାଢି ଲଗେଇଲା.ଆଉ ପଛ କଥା ଗୁଡିକୁ ଭାବି ଜୋରରେ ଏକ କବରସ୍ତାନ ପାଖେ ପାଗଳ ଭଳି ଚିତ୍କାର କଲା. 

ଆଲ୍ହା....ଧେତ...!!

ରାମ.....ପଳା ବେ...!! 

ଶଳା ଯଦି ମାରିବାର ଥିଲା ବାହାଘର କାଇଁ କରୁଥିଲୁ ବେ.?? 

ଶଳା ବାହାଘର ୨ ବର୍ଷରେ ମାରିଦେଲ. କେତେ କଣ ଦୋ ଆଖିରୀ କହି ଶୋଧିଲା.!! 


ଆଉ ବାହାରି ଗଲା ନିଜ ପଡିଆ ବିଲ ଆଡ଼େ. 

ସକାଳେ ଲୋକ ଝାଡା ଗଲାବେଳେ ଦେଖିଲେ କଣ ଗୋଟେ ପୁତା ହେଇଛି ସେ ବିଲରେ. 


ସ୍ତ୍ରୀଲୋକ ଫୁସୁରୁ ଫାସର ହେଲେ " ସେ ପଡିଆ ଜମିର କାମ କଣ ..?? ଯାହା ପାଇଁ ଥିଲା ସେ ତ ମରିଗଲା. ଚାଷ ନା ଫାସ."

ରିକ୍ସାବାଲାଟା ଆଉ କଣ କରିବ ଯେ ସେ..!! 


@ବାସ୍ତବ@


Rate this content
Log in