Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rasmi Rekha Tripathy

Inspirational

1.8  

Rasmi Rekha Tripathy

Inspirational

ଚେହେରା

ଚେହେରା

1 min
340



       ଲୋକଟା ଏଡେ ମାରାତ୍ମକ ହୋଇପାରେ ପ୍ରଥମ ଥର ପାଇଁ ଅନୁଭବ କରୁଥିଲି ମୁଁ l କଣ ନା ଗୁରୁ l ଗୁରୁ ନା ଗୋରୁ? ଏମାନେ ସବୁ ଗୁରୁ ନାମରେ କଳଙ୍କ l ନାଚ ଶିଖେଇବା ବେଳେ କେତେ ଉପଦେଶ ଦେଉଥିଲେ l କେତେ ସ୍ୱପ୍ନ ଦେଖାଉଥିଲେ l ନାଚରେ ମୋତେ ପ୍ଲାଟଫର୍ମ୍ ଦେବେ l ଦେଶ ବିଦେଶରେ ମୋତେ ପରିଚୟ ଦେବେ, ଇତ୍ୟାଦି ଇତ୍ୟାଦି l ରଜ ପାଇଁ ରବିନ୍ଦ୍ର ମଣ୍ଡପରେ ରାଜଧାନୀ ନୃତ୍ୟ ମଣ୍ଡଳୀ ତରଫରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେଥିରେ ମୋର ମୁଖ୍ୟ ଚରିତ୍ର ରହିବ ବୋଲି ମଧ୍ୟ ଗୁରୁଜୀ ଘୋଷଣା କରିଦେଲେ l ମୁଁ ବହୁତ ଖୁସି ଥିଲି l


       ସେ ଦିନ ରାତିରେ ଗୁରୁଜୀ ଫୋନ୍ କରି କହିଲେ (ଆଦେଶ ଦେଲେ) ମାମାକୁ କହି ପାଞ୍ଚଟା ଖଣ୍ଡେ ବିଜ୍ଞାପନ ଯୋଗାଡ କରିଦେବା ପାଇଁ l ମୁଁ ମୋ ମାମାକୁ ଜାଣେ l ମାମା କେବେ ବି ଶୁଣିବନି l ତେଣୁ ମୁଁ ରୋକଠୋକ ମନା କରି ଦେଲି l


       ବାସ୍ ତା ପରଦିନ ମୋ ଠାରୁ ମୁଖ୍ୟ ଚରିତ୍ର କାଢି ନିଆଗଲା, ଭାବ ଠିକ୍ ସେ ଦେଇପାରୁନି ବୋଲି l ସେ ଦିନ ଠାରୁ ତାଙ୍କର ବ୍ୟବହାରରେ ବହୁତ ପରିବର୍ତ୍ତନ l ମୋ ବିରୁଦ୍ଧରେ କୁତ୍ସାରଟନା l ଆଉ କିଛି ଅଧିକା ଘଟଣା ଘଟିବା ଆଗରୁ ମୁଁ ସେ ସଂସ୍ଥା ଛାଡିବା ନିଷ୍ପତ୍ତି ନେଇ ସାରିଥିଲି l



Rate this content
Log in

More oriya story from Rasmi Rekha Tripathy

Similar oriya story from Inspirational