STORYMIRROR

SILURANJAN SAMAL

Abstract Tragedy Classics

3  

SILURANJAN SAMAL

Abstract Tragedy Classics

ବୟସର ଅପରାହ୍ନ

ବୟସର ଅପରାହ୍ନ

2 mins
298

 ବୟସ ବଢିବା ସହିତ ମଣିଷ ର ପିଲା ଦିନ ପୁଣି ଫେରି ଆସେ । ଛୋଟ ଥିଲା ବେଳେ କେବେ ବଡ଼ ହେବି ଆଉ ବଡ ହେଲେ ମାଷ୍ଟର୍ ସାରେ ମାରି ବୟସବେନି । ହେ ଭଗଵାନ ମୋତେ ଜଲ୍ଦୀ ବଡ଼ କରେଇ ଦିଅ ଆଉ ଜଲ୍ଦୀ ଦଶମ ଶ୍ରେଣୀ କୁ ପାର କରେଇ ଦିଅ ।ଛୋଟ ଥିଲି ଦୁନିଆ ଟା ବି ଛୋଟ ଲାଗୁଥିଲା।ଲାଗୁଥିଲା ଯେମିତି ମୋ ବାପା ବୋଉ ଆଉ ମୋ ପରିବାର ସାହି ପଡିଶା ଯେମିତି କେବଳ ମୋ ଦୁନିଆ ଥିଲା।କିନ୍ତୁ କେମିତି କଣ ଏ ବୟସ ସବୁ ଛଡେଇ ନେଲା ।ଦୁନିଆ ଟା ଏତେ ବଡ଼ ଯେ କେବେ କଳ୍ପନା କରିନଥିଲି । ଏ ବୟସ ସବୁ ଦେଖେଇ ଦେଲା ଯେ ଦୁନିଆ କେତେ ବଡ଼।କୁଆଡେ ଗଲା ସେ ବାଲି ଖେଳ ଆଉ ଗଲା ପୁଣି ସେ ବାଗୁଡ଼ି ଖେଳ। ଏ ବୟସ ସବୁ ଛଡେଇ ନେଲା।ଆଉ ନେଇ ଆସିଲା ଏ ସ୍ୱାର୍ଥପର ଦୁନିଆକୁ ।ସକାଳେ ସାଙ୍ଗ ସହ ଝଗଡା ହେଉଥିଲା ଆଉ ଦୁଇ ପ୍ରହର ରେ ମନରୁ ପାସୋରି ହେଇ ଯାଇଥିବ ଆଉ ପୁଣି ହେଇ ଯାଇଥିବା ଜୀବନ ଦିଆ ନିଆ ସାଙ୍ଗ।କୁଆଡେ ଗଲା ସେ ସାଙ୍ଗ ଆଉ ସାଥୀ ।ଏମିତି ବି ସମୟ ଥିଲା ବଲ୍ ଗୋଟେ କିଣିବା ପାଇଁ ଏକ ଟଙ୍କା ଦୁଇ ଟଙ୍କା ସାଙ୍ଗ ମାନେ ଯୋଗାଡ଼ କରି କିଣୁଥିଲେ । କିନ୍ତୁ ଆଜି ହଜାରେ ବଲ କିଣିବା ପାଇଁ ପଇସା ଅଛି କିନ୍ତୁ ଖେଳିବା ପାଇଁ ସାଙ୍ଗ ନାହାନ୍ତି।ସମୟ ଗୋଟେ ଏମିତି ଦୁନିଆ କୁ ନେଇ ଆସିଲା ଯୋଉଟି କି ପ୍ରେମ ଆଉ ଭଲ ପାଇବା ନାହିଁ।ଖାଲି ଦୁଃଖ ଆଉ ପ୍ରତାରଣା ।ସ୍ୱାର୍ଥପର ଦୁନିଆଁରେ କିଏ ନିଜର ବା କିଏ ପର ଜାଣିବା ବହୁତ କଷ୍ଟ ହେଇ ପଡ଼ୁଚି।ଯାହାକୁ ନିଜର ଭାବି ପ୍ରେମ ବାଣ୍ଟୁ ଥିଲି ଆଜି ସେମାନେ ମୋତେ କଷ୍ଟ ଦେଇ ଚାଲି ଯାଉଛନ୍ତି। ଏ ବୟସ ବି ଏମିତି ନିଜେ ବଢିବା ସହିତ ନିଜର ଦ୍ୱାୟିତ୍ଵ କଣ ଜଣେଇ ଦଉଚି ଆଉ ଛଡେଇ ନଉଚି ପିଲା ଦିନ।ବେଳେ ବେଳେ ଏମିତି ଲାଗୁଛି ଯେମିତି ଏ ଜୀବନ ଯୁଦ୍ଧ ରେ ମୁଁ ହାରି ଯିବି କିନ୍ତୁ ସମୟ ଆଉ ବୟସ ପୁଣି ପଛ ପଟୁ ଆଗକୁ ଠେଲି ଦଉଚି ଆଉ ଜଣେଇ ଦଉଚି ଆଉ କିଛି ଦିନ ରହିଯା ଏ ଦୁନିଆ ରେ । ଏ ବୟସ ଆଉ ସମୟ ର ସମ୍ପର୍କ ଯେମିତି ଅନୂପୁରକ ବୟସ ବଢୁଛି ଆଉ ସମୟ କମୁଚି।ଆଉ ଆମ ସହ ବି ସେମିତି ହଉଚି ବୟସ ବଢୁଛି ଆଉ ବଞ୍ଚିଥିବା ସମୟ କମୁଛି କିନ୍ତୁ ଦେଇ ଦଉଚି କିଛି ମିଠା ସ୍ମୃତି ଆଉ ପୁଣି କିଛି ଦୁଃଖଦ ଅନୁଭୂତି ।।ବେଳେ ବେଳେ ଏମିତି ବି ଲାଗେ ଏ ସମୟ ଆଗରେ ହାରି ଯିବି ।କିନ୍ତୁ ଛୋଟ ବେଳ ସ୍ମୃତି ମନେ ପକେଇ ଦଉଚି ଯେ ହାର ମାନିବା ଅପେକ୍ଷା ଯୁଦ୍ଧ କରିବା ଟା ଭଲ କିନ୍ତୁ ଏ ବୟସ ସାଥ ଦଉନି।ଭାଙ୍ଗି ଦେଇଛି ମୋ ଇଚ୍ଛା ଆଉ ବିଶ୍ୱାସର ମେରୁଦଣ୍ଡ କୁ କିନ୍ତୁ ମୁଁ ହାରିଯାଇନି । ଏବେବି ମନରେ ଛୋଟ ଆଶା ଅଛି ସତରେ କିଏ ପିଲା ଦିନ ଫେରି ଆସିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract