STORYMIRROR

SILURANJAN SAMAL

Abstract Others

3  

SILURANJAN SAMAL

Abstract Others

ବିଚ୍ଛେଦ

ବିଚ୍ଛେଦ

2 mins
214

      ମୁଁ ଏବେ ବି ଜାଣି ପାରୁନି ଦୋଷ ମୋର କଣ,ଆଉ କୋଉଟୁ ଆସିଲା । ବୁଝିବି ପାରୁନି ତୁମ ମନରେ କଣ ଅଛି ମୋ ପାଇଁ । ମୁଁ ଭଲ ଭାବରେ ଜାଣିଛି ଯେ ତୁମ ମନ ଭିତରୁ ମୋ ପ୍ରତି ଭଲ ପାଇବା ନାହିଁ ବୋଲି, "ଥିଲା ତ ଯାହା ଆକର୍ଷଣ" । ପ୍ରତି ଥର ମୋତେ ତୁମେ କନ୍ଦେଇ ଚାଲିଛ କିନ୍ତୁ ମୁଁ ଯଦି ତାର ଜବାବ ରଖିବି ତା ହେଲେ ମୁଁ ଖରାପ । ଆଜିକା ଯୁଗରେ ଯାହା ଅଛି ସେୟା ହିଁ ଘଟୁଛି । ଯାହାକୁ ତୁମେ ନିଜ ଜୀବନ ଠାରୁ ଅଧିକା ଭଲ ପାଇବ ସେ ହିଁ ତୁମକୁ ଅଧିକା ଦୁଃଖ ଦେବ । ଏଇଟା ହିଁ ନିରାଟ ସତ । ମଣିଷ ବୁଝି ପାରିଲା ନାହିଁ କି ମରିଚିକା ବି ପାଣିର ଦୋନ୍ଦ ସୃଷ୍ଟି କରେ । ଆଉ ମୁଁ ସେଇ ମରିଚିକା ପଛରେ ପଡ଼ିଥିଲି, ଯୋଉଟାକୁ ପାଇବା ସମ୍ଭବ ନୁହେଁ । ଭୁଲ ହେଇଗଲା, ବହୁତ ବଡ଼ ଭୁଲ ହେଇଗଲା, ଯୋଉଟାକୁ ଜୀବନରେ କେବେ ଭାବିନଥିଲି । ଏବେ ବି ମୋର ଟିକେ ମାତ୍ର ସନ୍ଦେହ ହଉନି କି ତୁମେ ମୋ ସହ ଭଲ ପାଇବାର ଅଭିନୟ କରୁଥିଲ ବୋଲି । ଆଉ ସୁଯୋଗ ଖୋଜୁଥିଲ କେମିତି ମୋ ଠାରୁ ଦୂରେଇ ଯିବା ପାଇଁ । ଆଉ ଆଜି ମୁଁ ଏମିତି କଣ କହିଲି ଯେ ତୁମେ ମୋ ଠାରୁ ସବୁ ସମ୍ପର୍କ କରିଦେଇ ଚାଲିଗଲ । ସତ କଥା ଏହାକି ଯେ ତୁମେ ମୋ ଠାରୁ ଦୂରେଇ ଯିବାକୁ ଚାହୁଁଥିଲ କିନ୍ତୁ କେମିତି ଯିବ ଜାଣି ପାରୁନଥିଲ । ଆଉ ତୁମକୁ ଆଜି ସୁଯୋଗ ମିଳିଗଲା । ଯଦି ସତରେ ତୁମେ ମୋତେ ଭଲ ପାଇଥାନ୍ତ, ତା ହେଲେ ସବୁ ଦିନ ଏମିତି କହି ନଥାନ୍ତ କି ଆଉ ଏମିତି ଖରାପ ବ୍ୟବହାର ମୋ ସହ କରିନଥାନ୍ତ । ଯାହା ସବୁ ତୁମେ କହିଥିଲ ସବୁ ମିଛ ଥିଲା ଆଉ ମିଛ ଥିଲା ତୁମର ଭଲ ପାଇବା ,ତୁମ ହସ ଆଉ ତୁମ କଥା ସବୁ କିଛି । ତଥାପି ଏବେବି ମୁଁ ତୁମକୁ କହୁଚି ସବୁ କିଛି ଭୁଲି ଯାଇ ଫେରିଆସ ମୋ ପାଖକୁ ଆଉ ଏବେ ବି ମୋ ହୃଦୟରେ ତୁମେ ସେମିତି ଅଛ ଯେମିତି ଆଗରୁ ଥିଲ । ସତରେ ତୁମ ଅନୁପସ୍ଥିତି ମୋତେ ଏମିତି ବିଚଳିତ କରିଛି ଯେମିତି ମୋ ଶ୍ୱାସ ରୁଦ୍ଧ ହେଇଯାଉଚି । ଆଉ ମୋ ବଂଚିବା କଷ୍ଟ ହେଇଯାଉଚି ତୁମ ବିନା । ଏବେବି ଚାହିଁ ରହିଛି ତୁମ ବାଟକୁ ଯେମିତି ଚାତକ ଚାହିଁ ରହିଥାଏ ମେଘ ବୃନ୍ଦା କୁ । ତଥାପି ମୋର ଆଶା ଅଛି ଦିନ ଆସିବା ଆଉ ତୁମେ ଫେରିବ ରୂପା ଶଗଡ଼ ରେ ବସି ମୋ ହୃଦୟର କୁଡିଆ ଭିତରକୁ କିନ୍ତୁ ମୁଁ ଜାଣିଚି ଏଇଟା କେବେ ପୂରଣ ହେବନି ତଥାପି ଛୋଟ ଆଶା ମନରେ ଅଛି ତୁମେ ଫେରିବ । ସତରେ ଏ ବିଚ୍ଛେଦ ବହୁତ କଷ୍ଟଦାୟକ, ବଂଚିବା କଷ୍ଟ ହେଇ ଯାଉଛି ।


•••••କ୍ରମଶଃ


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya story from Abstract