STORYMIRROR

Dr Jharana Satapathy

Comedy Classics Inspirational

3  

Dr Jharana Satapathy

Comedy Classics Inspirational

ବୁଦ୍ଧି ପରିକ୍ଷା

ବୁଦ୍ଧି ପରିକ୍ଷା

2 mins
212


ମିନତି ତୁମକୁ କେତେଦିନ ହେଲାଣି ଦେଖୁଛି ସେ ଇତିହାସ ବହିଟାକୁ ହାତରେ ଧରି ଖ୍ରୀଷ୍ଟାବ୍ଦ ଗୁଡାକ ଖାଲି ମୁଖସ୍ତ କରିଚାଲିଛ। କଣ ଇତିହାସ ଦିଦି ରୂପେ କେଉଁ ସ୍କୁଲରେ ପାଠ ପଢାଇବାକୁ ଯିବକି ! ବାବରର ପୁଅ ହ୍ୟୁମାୟୁନ । ହ୍ୟୁମାୟୁନଙ୍କ ପୁଅ ଆକବର। ଆକବର ଏତେ ଖ୍ରୀଷ୍ଟାବ୍ଦରେ ସିିଂହାସନ ଆରୋହଣ କରିଥିଲେ। ପ୍ରଥମ ପାନିପଥ ଯୁଦ୍ଧ ଏହି ଖ୍ରୀଷ୍ଟାବ୍ଦରେ ହୋଇଥିଲା।


-----ଯଦି ମୁଁ ଏହାକୁ ମୁଖସ୍ତ ନ କରିବି ତୁମେ କରିବ ! ପୁଅକୁ ଯୋ ପାଠ ପଢାଉଛ ଛାଡ। ଦିନେହେଲେ ଜାଣିନି ତୁମେ ପଢାଇବାର। କେଡେ ସୁନ୍ଦର ସମସ୍ତଙ୍କର ବାପାମାନେ ପାଠ ପଢାନ୍ତି। ଛି ତୁମ ଵିଷୟରେ ଆଉ କହିବି କ'ଣ !

 ମୁଁ ନିଜେ ପାଠ ପଢିବି। ଯାହା ପଢୁଛି ତାକୁ ପଢାଇବି ପୁଣି ଘର କାମ କରିବି। ତୁମେ କରୁଛ କଣ ଖାଲି ଅଫିସ ଯାଇ ଚାଲି ଆସିଲେ ହେଲା। ହଁ ତା ସହ ବଜାର ବାଡି ମଧ୍ୟ ମୁଁ କରିବି। ଗୋଟେ କାମ କରୁନ ତୁମେ ତାକୁ ପଢାଅ। ତୁମେ ତ ବଡ ଜ୍ଞାନୀଲୋକ। ଇତିହାସ ସମ୍ବନ୍ଧିୟ ଜ୍ଞାନ ତୁମକୁ ବହୁତ ଜଣା। ମତେ ଆଉ କଷ୍ଟ କରିବାକୁ ପଡିବନି।

 ତୁମର ତ ପାଟିରେ ସବୁ ମୁଖସ୍ତ ଅଛି ପରା ପୁଅ ପଚାରୁ ପଚାରୁ ଧଡଧଡ କହିଦେବ।


-----ଓଃ ହ ମମି ଆଉ ବାବା ତୁମେ ଦୁଇଜଣ ପରସ୍ପର ମଧ୍ୟରେ କାହିଁକି ଏତେ ଝଗଡା କରୁଛ ! 


ମତେ କେତୋଟି ପ୍ରଶ୍ନ ବୁଝିବାର ଅଛି ମମି ବିରବଲ କିଏ ? ତୁମେ ତ ମତେ ଖାଲି ଆକବର ବିଷୟରେ କହିଥିଲ। ହଁ ଶୁଣେ ଆକବରଙ୍କ ରାଜସଭାରେ ଥିବା ନବରତ୍ନଙ୍କ ମଧ୍ୟରୁ ବିରବଲ ଜଣେ ପଣ୍ଡିତ ଏବଂ ମହାଜ୍ଞାନୀ ଥିଲେ । 


----ତୋ ମାଆର କେମିତି ପାଠପଢା ଦେଖିଲୁ। ତତେ ପରା ପାଠ ପଢାଉଛି ସିଏ। ଖାଲି ଆକବର କିଏ ପଢେଇଦେଇ, ଵିରବଲ ଵିଷୟରେ ନ କହି କେମିତି ଛାଡିଦେଇଥିଲା ? ଵହି ଭିତରୁ ଵାହାରୁ ଟିକିନିଖି ପଢେଇବା ଦରକାର।


--ଆହାଃ ଓହଃ ତୁମେ ତ ବଡ ଜ୍ଞାନୀ !


ଆରେ ସିକୁନ୍ ଆଜିଠୁ ତୁ ତୋ ବାବାଙ୍କଠାରୁ ସଵୁ ବୁଝିନେବୁ। ଏଥର ତୋ ବାବା ତତେ ନିଜେ ଇତିହାସ ପଢେଇବେ। 


----ହେଲେ ମାମା ତୁମଠୁ କଣ ଅଧିକ ଜାଣନ୍ତି ବାବା !


--- ହଁ ପରା ସେ ବଡ ଜ୍ଞାନୀ !


---- ହେଲେ ମାମା ମୋ ବାବା ଵି ଜଣେ ସେ ଵିରବଲଙ୍କ ଭଳି କ'ଣ ମହାଜ୍ଞାନୀ !


ହେଲେ ବାବା ତୁମେ କହିଲ ଦେଖି ଆକବରଙ୍କ ଶେଷ ଜୀବନ ଦୁଃଖରେ କଟିଥିଲା ନା ସୁଖରେ ?


ଯାଦବ ବାବୁଙ୍କୁ ତ ଏ ବିଷୟରେ କିଛି ଧାରଣା ହିଁ ନାହିଁ। ସେ ଇତିହାସ ପାଠକୁ ଭାରି ଡରନ୍ତି। ସେ ଭଲଭାବରେ ଜାଣନ୍ତି ଯାହାର ଇତି ନାହିଁ ସେ ଇତିହାସ। ପୁରା ମୁଣ୍ଡବଥା ପାଠ। ଆ ପୁଅ ଇଏ ତା ପୁଅ ସିଏ। ଇଏ ତା ଵାପାକୁ ମାରିଲା। ସିଏ ତା ପୁଅକୁ। 


----- ତଥାପି ପୁଅ ପ୍ରଶ୍ନଟି ପଚାରିଛି ମାନେ ଯାହାହେଲେ ବି ଉତ୍ତର ଦେବାକୁ ପଡିବ ମନେମନେ ଚିନ୍ତା କଲେ ସବୁ ରାଜାମାନଙ୍କ ଶେଷ ସମୟ ତ ଦୁଃଖରେ କଟେ କାରଣ ତାଙ୍କ ଉତ୍ତରାଧିକାରୀମାନେ ସିଂହାସନ ଅଧିକାର କରିବାପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି। ଏ ରାଜା କିପରି ବର୍ତ୍ତିଥିବେ ? 

ପୁଅକୁ କହିଲେ ରାଜାଙ୍କ ଶେଷ ସମୟ ଭାରି କଷ୍ଟମୟ ଥିଲା। 


--- ଦେଖିଲ ମମି ବାବାଙ୍କୁ ପଚାରୁ ପଚାରୁ ସଙ୍ଗେ ସଙ୍ଗେ ଉତ୍ତର ଦେଇଦେଉଛନ୍ତି। ତୁମକୁ ପଚାରିଲେ ତୁମେ କହିଥାନ୍ତ ରୁହ ମୁଁ ତତେ ଏ ପ୍ରଶ୍ନର ଉତ୍ତର କହୁଛି କହି ମୋ ବହି ଓଲଟାଇଥାନ୍ତ। 


ଏଠୁ ମୁଁ ଅନୁମାନ କରିସାରିଲି ତୁମ ଦୁହିଁଙ୍କ ଚତୁରତାକୁ ଦେଖି ମୋ ବାବା ହେଉଛନ୍ତି ବିରବଲ ଆଉ ତୁମେ ହେଉଛ ଆକବର ।



Rate this content
Log in

Similar oriya story from Comedy