STORYMIRROR

Arabinda Rath

Thriller

2  

Arabinda Rath

Thriller

ବ୍ରହ୍ମଜ୍ଞାନ

ବ୍ରହ୍ମଜ୍ଞାନ

1 min
588

"ଧର ଧର" ବୋଲି ଚିତ୍କାର କରି ଝିଅଟିଏ ଏକ ମୋଟର ସାଇକେଲ ପଛରେ ଦୌଡୁଥିଲା। ଆଗରେ ପୋଲିସ ମାନେ ହେଲମେଟ୍ ଚେକିଙ୍ଗ ରେ ବ୍ଯସ୍ତ ଥିଲେ। ମୋଟର ସାଇକେଲରେ ବସିଥିବା ହେଲମେଟ୍ ପିନ୍ଧା ଦୁଇ ଯୁବକ ଛାତି ଫୁଲାଇ ପୋଲିସ୍ ମାନଙ୍କ ଆଗରେ ଅତିକ୍ରମ କଲେ। ଝିଅଟି କାନ୍ଦିକାନ୍ଦି ପୋଲିସ୍ ମାନଙ୍କୁ କହିଲା ଯେ ସେ ଯୁବକ ମାନେ ତା ବେକରୁ ସୁନା ଚେନ୍ ଛିଡାଇ ନେଲେ। ଜଣେ ଦରବୁଢା ପୋଲିସ୍ ପାନଖିଆ ମଳିଛିଆ ଦାନ୍ତ ନିକୁଟାଇ କହିଲା- - ଆଲୋ ଝିଅ ସେ ଦୁଇଜଣ ପରା ହେଲମେଟ୍ ପିନ୍ଧିଛନ୍ତି, ତାଙ୍କୁ କଣ ଧରିହେବ? ଆମେ ଏଠି ହେଲମେଟ୍ ଚେକିଙ୍ଗ ରେ ଅଛୁ ,ଚୋରି ଚମାରି କଥା କଣ ବୁଝିପାରିବୁ । ସେ କଥା ସିନା ଥାନାରେ ବୁଝାବୁଝି ହେବ, ତୁ ଆଗ ଥାନାକୁ ଯାଇ ରିପୋର୍ଟ କର । କ'ଣ ହେଉଛି ଦେଖିବା । ସବୁ କଥା ସିନା ନିୟମ ରେ ହେଲେ ସୁନ୍ଦର ଲାଗିବ, ଏମିତି ହାଟ ମଝିରେ ବ୍ରହ୍ମଜ୍ଞାନ ଦେବା ଟା ପରା ଆଇନ ରେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller