Aparajita Sarangi

Abstract Action Inspirational

4  

Aparajita Sarangi

Abstract Action Inspirational

ବୋଉ

ବୋଉ

4 mins
355


ମାଆ ସମସ୍ତଙ୍କ ର ଅତି ପ୍ରିୟ l ଏହି ଶବ୍ଦ ଟି ସତେ ଯେପରି ହୃଦୟ ର ସମସ୍ତ କଷ୍ଟ ଦୂର କରିଦିଏ l କିନ୍ତୁ ସନ୍ତାନ ଅନେକ ସମୟରେ ଏପରି କିଛି କାମ କରେ ଯାହା ତା ମନରେ କଷ୍ଟ ଦିଏ କିନ୍ତୁ ସନ୍ତାନ ପ୍ରତି ମୁହୂର୍ତ୍ତ ରେ ମାଆ ର ପ୍ରତ୍ୟେକ କଥା କୁ ନିଜ ହୃଦୟ ଦେଶରେ ଧରି ରଖିଥାଏ ଏବଂ ତାକୁ ଆଧାର କରି ଚାରା ଗଛଟିଏ ବଢ଼ିବା ଭଳି ବାଧିଥାଏ l

ଓହୋ ବୋଉ, ସବୁ କଥାରେ ତୋର ଖାଲି ସେଇ ଗୋଟେ କଥା l କlମ ଶିଖିବୁନି ତ ଶାଶୂ ଘରେ କରିବୁ କଣ... କହି ଦେଉଛି ସବୁବେଳେ ଶାଶୂ ଘର ଶାଶୂ ଘର ହେଉଛୁ, ଯୋଉ ଦିନ ଯିବି ନା ଏ ଘର ଆଉ ମାଡ଼ିବିନି, କହି ଦେଇ ହେମା ମୁହଁ ଫୁଲେଇ ଖଟ ଉପରେ ଯାଇ ବସିଲା l


ହେମା, ମାଆ ବାପାଙ୍କର ଗୋଟିଏ ବୋଲି ଗେଲ ବସରର ଝିଅ l ବାପା ହରେନ୍ଦ୍ର ସବୁବେଳେ ବିଜନେସ କାମରେ ବ୍ୟସ୍ତ ରହନ୍ତି l ସେଥିପାଇଁ ଘର ଉପରେ ତାଙ୍କର ଧ୍ୟାନ କେବେ ହେଲେବି ନଥାଏ l କିନ୍ତୁ ମାଆ ହୀରା ଜଣେ ଗୃହିଣୀ l ତାଙ୍କର କେବଳ ଦୁଇଟି କlମ, ଘର କାମ କରିବା ଓ ଝିଅ ହେମା କୁ ଭଲ ଶିକ୍ଷା ଦେବା l ଏଇ ବର୍ଷ ଝିଅର ଏମ. ଏ ସରିବ l ତେଣୁ ହୀରାଙ୍କ ମୁଣ୍ଡ ଖରାପ l ଝିଅକୁ କଣ ଆଉ ବାଡ଼ୁଅ କରି ଘରେ ବସେଇବେ l ତା ହାତକୁ ଦିହlତ କରିଦେଲେ ସେ ଜଞ୍ଜାଳ ରୁ ମୁକ୍ତ ହେବେ l କିନ୍ତୁ ସ୍ୱାମୀ ହରେନ୍ଦ୍ର ଏହାର ଘୋର ବିରୋଧ କରନ୍ତି l ଝିଅର ଏତେ ଶୀଘ୍ର ବାହାଘର କରିବା ସପକ୍ଷରେ ସେ ନାହାନ୍ତି l ଝିଅ ଚାକିରୀ କରି ଆଗ ନିଜ ଗୋଡ଼ରେ ନିଜେ ଠିଆ ହେଉ, ଏହି ଇଚ୍ଛା ରଖିଥିବାରୁ ସେ ବାହାଘର ବିଷୟରେ ମୁଣ୍ଡ ମଧ୍ୟ ଖେଳାନ୍ତିନି l


ଆଉ ଚାରିଟା ଦିନରେ ରଜ ପର୍ବ ହେବ l ସେଥିପାଇଁ ଘର ସଫା, ଲିପା ପୋଛା ଚାଲିଛି l ତାଲିକା ମଧ୍ୟ ପ୍ରସ୍ତୁତ ସରିଲାଣି ରଜ ପାଇଁ କଣ କିଣାହେବ l ଦୁଇଟା ବଡ଼ ଅଖା ବ୍ୟାଗ ହୀରା ତିଆରି କରିଛନ୍ତି, ଜିନିଷ ବୋହି ଆଣିବାକୁ l ଆଜି ଯାହା ହେଲେ ଵି ବଜାର ଯିବାକୁ ପଡ଼ିବ l ମୌସୁମୀ ବର୍ଷା ଆସିଯାଇଥିବାରୁ ଦୁଇ ଦିନ ହେବ ଝିପି ଝିପି ବର୍ଷା ଲାଗି ରହିଛି l ଏକୁଟିଆ ତ ହୀରା ଯାଇ ଜିନିଷ ବୋହି ଆଣି ପାରିବେନି l ସେଥିପାଇଁ ସେ ଝିଅ ହେମା ସହ ଲଗେଇଛନ୍ତି ବଜାର ଯିବାକୁ l ବର୍ଷା ଦିନରେ ପୁଣି ହାଟ, ଏକଥା ଭାବିଲା ବେଳକୁ ଚିଡି ଯାଉଛି ହେମା l କିନ୍ତୁ କଣ କରିବ, ବୋଉ ତ ଶୁଣିବାକୁ ନାରାଜ l ସେଥିପାଇଁ ଫିକର କାଢ଼ିଛି ଗୋଡ଼ ଟା ବିନ୍ଧୁଛି ବୋଲି l କାଲି କୁଆଡ଼େ ଗାଁ ଦାଣ୍ଡରେ ଯାଉଥିଲା, ହଠାତ ପଥର ରେ ଗୋଡ଼ ଟା ବାଜି ଯିବାରୁ ଝୁଣ୍ଟି ପଡିଲା l ତେଣୁ ଗୋଡ଼ ମୋଡ଼ି ହୋଇଯାଇଛି, ସେ ଆଉ ହାଟକୁ ଯାଇ ପାରିବନି l ହୀରା ଆଉ କଣ ଵା କହିବେ, ହରେନ୍ଦ୍ର ଵି ଆଜି ଘରେ ଅଛନ୍ତି l କଣ ଟିକେ କହିଲେ ବାପ ଝିଅ ମିଶିକି ତାଙ୍କ ଚଉଦ ପୁରୁଷ ଉଦ୍ଧାର କରିବେ l ତେଣୁ ସେ ସକାଳୁ ସକାଳୁ ବ୍ୟାଗ ପତ୍ର ଧରି ହାଟକୁ ବାହାରିଛନ୍ତି l ଦୁଆର ଫିଟେଇଲା ଯାଏଁ ଝିଅ ହେମାକୁ ଚାହୁଁଛନ୍ତି, କାଳେ ସେ ଯିବାକୁ ବାହାରି ପଡ଼ିବ l କିନ୍ତୁ ନା, ସେ ତାର ଟିଭି ଦେଖିବାରେ ବ୍ୟସ୍ତ l ଯେତେବେଳେ ହୀରା ପାଖକୁ ଆସୁଛନ୍ତି, ସେ ଗୋଡ଼ ଆଉଁସିଵା ଆରମ୍ଭ କରି ଦେଉଛି l ଆଡେ ନିଜର ଅଥରାଇଟିସ ଯୋଗୁଁ ଆଣ୍ଠୁ ଗଣ୍ଠି ବ୍ୟଥା ହେଉଥାଏ l ତଥାପି ହୀରା ଆଉ କିଛି ନକହି ହାଟ ଚାଲିଗଲେ l


ବାପ ଝିଅ ଏଣେ ଘରେ ବସିଛନ୍ତି l ହଠାତ କଳା ହାଣ୍ଡିଆ ମେଘ ଆସି ଜୋରେ ପବନ ବହିବା ଆରମ୍ଭ କରିଦେଲା l ଏତେ ଜୋରେ ପବନ ହେଉଥାଏ ସତେ ଯେପରି ମଣିଷଙ୍କୁ ଉଡାଇ ନେବ l ପବନ ସାଙ୍ଗକୁ ବର୍ଷାର ଗତି ମଧ୍ୟ ବଢିଲା l ହୀରା ସକାଳୁ ଯାଇଛନ୍ତି ଆସି ଦିନ ଦ୍ବିପହର ହେଲାଣି l ବର୍ଷା କମିବାର ନାଁ ନେଉନି l ହରେନ୍ଦ୍ର କୌଣସି କାମରେ ଗଲେଣି ଭାରି l ହେମା ମନରେ ଛନକା ପଶିଲାଣି, ବୋଉ ଏଯାଏଁ ଆସି ନାହାନ୍ତି l ସେ ଖାଲି ଝରକା ବାଟେ ଚାହୁଁ ଥାଏ ଓ ଦlଣ୍ଡରୁ ଘର ହେଉଥାଏ l ବେଳ ବୁଡ଼ିଵା ସମୟ ପାଖା ପାଖି ହେଇ ଗଲାଣି l ତଥାପି ବୋଉ ଆସିନାହାନ୍ତି l ବର୍ଷାର ବେଗ ମଧ୍ୟ କମି ଗଲାଣି l ହେମା ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ l ସିଧା ହାଟ ଆଡ଼କୁ ଧାଇଁଲା l ହେମା ହାଟ କୁ ବହୁତ ଘୃଣା କରେ l କିନ୍ତୁ ଆଜି କେବଳ ବୋଉ ପାଇଁ ହାଟକୁ ଧାଇଁକି ଆସିଛି l ହାଟ ସାରା ପାଣି ପଚ ପଚ ହେଉଥାଏ l ପରିବା ଚୋପା ଏମିତି ଖେଳେଇ ହେଇ ପଡ଼ିଥାଏ ଯେ ଗୋଡ଼ ଖସିବାର ସମ୍ଭାବନା ମଧ୍ୟ ଥାଏ l ଚାରିଆଡ଼ କେମିତି ଗୋଟେ ସଢ଼ା ଗନ୍ଧ ହେଉଥାଏ l ହେମା ଚାରୀ ଆଡ଼କୁ ଆଖି ପକେଇଲା l କେଉଁଠି ହେଲେ ବୋଉ ଦିଶୁନି l କେତୁଟା ଦୋକାନରେ ଵି ଯାଇ ପଚାରିଲା, ଜଣେ ମଧ୍ୟ ବୟସ୍କା ସ୍ତ୍ରୀ ଲୋକଙ୍କୁ ଦେଖିଛକି? କେହି କିଛି ସଠିକ ଉତ୍ତର ଦେଇ ପାରୁନଥିଲେ l ହଠାତ ଗୋଟେ ଜାଗାରେ ଜନ ଗହଳି ଦେଖିଲା l

 ବୁଝୁ ବୁଝୁ ଜଣେ ସ୍ତ୍ରୀ ଲୋକର ଗୋଡ଼ ଖସିଗଲା ଓ ତାର ଅବସ୍ଥା ସାଙ୍ଘାତିକ, ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି, ବର୍ତ୍ତମାନ ତା ବିଷୟରେ କିଛି କହି ହେବନି l ହେମା ର ମୁଣ୍ଡ ବୁଲାଇ ଦେଲା l ସେ ନିଶ୍ଚିତ ରୂପରେ ତା ବୋଉ l ଆଜି ଯଦି ସେ ଅlସିଥାନ୍ତା ତାହେଲେ ତା ବୋଉର ଅବସ୍ଥା ଏପରି ହେଇ ନଥାନ୍ତା l ସେ ଆଉ କିଛି ନଭାବି ପାଖ ଡାକ୍ତରଖାନାକୁ ଦଉଡିଲା l ସେଠି ମଧ୍ୟ କେହି ସଠିକ ଉତ୍ତର ଦେଇ ପାରିଲେ ନାହିଁ l ସେତେବେଳକୁ ରାତ୍ରି ଆଗତ ପ୍ରାୟ l ହାଟ ସାରା, ତିନି ଚାରୋଟି ଡାକ୍ତରଖାନା ଖୋଜି ସlରି ନିରାଶ ହୋଇ ହେମା ଘରକୁ ଫେରୁଥାଏ l ଗୋଡ଼ ତାର ଆଗକୁ ବଢୁ ନଥାଏ l ଆଖିରୁ ଲୁହ ଝରି ଝରି ଆଖି ଶେତା ପଡ଼ି ଯାଇଥାଏ l ଘରେ ଆସି ପହଞ୍ଚିଲା ବେଳକୁ ଘର ଠିଆ ମେଲା l ଆରେ ସେ ତ ତର ତରରେ ଖାଲି କବାଟ ଆଉଜେଇ ଦେଇ ପଳେଉ ଥିଲା l ଚୋର ପଶି ଗଲେକି ଆଉ l ତlର କିନ୍ତୁ ଚୋରି ଚକlରିକି ଖାତିର ନଥାଏ l ସେ ଖାଲି ବୋଉ ବିନା କେମିତି ବଂଚିବ ଭାବୁଥାଏ l ଘରେ ପଶି ଦେଖିଲା ତା ବୋଉ ବସିଛି ଓ ବାପାଙ୍କ ସଙ୍ଗେ କଥା ହେଉଛି l ବାପା କହିଲେ, ତାଙ୍କର କାମ ଥିଲା l ବର୍ଷା ହେବାରୁ ସେ ହାଟ ରୁ ବୋଉକୁ ନେଇ ପଳେଇଥିଲେ l ହେମା ଚିତ୍କାର କରି ବୋଉକୁ କୁଣ୍ଢେଇ ଭେଁ ଭେଁ ହେଇ କାନ୍ଦି ଉଠିଲା l ବୋଉ ତୋ ବିନା ମୁଁ ବଞ୍ଚି ପାରିବିନି, ଆଉଦିନେ ଏମିତି କରିବିନି, କହୁଥାଏ ଆଉ କାନ୍ଦୁଥାଏ l ବୋଉ ଏଇଟା ଶେଷ ଥର ତତେ କଷ୍ଟ ଦେଇଛି l ଆଉ ଦିନେ ନୁହେଁ l ଆଜି ତୋର ମହତ୍ତ୍ୱ ବୁଝିଗଲି l ହୀରା ମଧ୍ୟ ଭାବ ବିହ୍ଵଳ ହୋଇ ହେମାକୁ କୁଣ୍ଢେଇ ପକେଇଲେ l ମାଆ ଝିଅ ଙ୍କ ମଧ୍ୟରେ ସେ ଅନାବିଳ ସ୍ନେହ ର ବନ୍ଧନକୁ ଦେଖି ହରେନ୍ଦ୍ର ମଧ୍ୟ ଭାବ ବିହ୍ଵଳ ହୋଇ ଉଠିଲେ ।


Rate this content
Log in

Similar oriya story from Abstract