STORYMIRROR

Chinmayee Barik

Inspirational

3  

Chinmayee Barik

Inspirational

ବୋକି ଝିଅ

ବୋକି ଝିଅ

1 min
14.9K


 ପିଲାଟି ମୋ ଚପଲ ଚୋରି କଲାବେଲେ ମୁଁ ଦେଖୁଥିଲି ମଟମଟ ହୋଇ ତା ପାଦରେ ଚାରିଟି ଫୋଟକା କୁ ।ଅଧା ଲଙ୍ଗଳା ପାଗିଳୀ ଯେତେବେଳେ ବୋଉର ପାଟ ଶାଢୀ ଟିକୁ ତାରରୁ ଟାଣି ନେଉଥିଲା ମୁଁ ମୁହଁ ପୋତିବସିଥିଲି ଦାଣ୍ଡ ପିଣ୍ଡାରେ ।ମୋ ଝୁଲାରୁ ପ୍ରାୟ ଟିଫିନ୍ ଚୋରିକରି ଖାଉଥିବା ରୁମୁଲି ଥିଲା ମୋ ପ୍ରିୟ ସାଙ୍ଗ ।ବୋଉ ପିଲା ଜନ୍ମ କରିଛି ବୋଲି ଘରେ ରହି କାମ କରିବାକୁ ପଡୁଛି ବୋଲି ଲେଖିଥିଲି ମୋର ପ୍ରଥମ ଦରଖାସ୍ତ । କାନ୍ଥରେ ଖରାପ କଥା ଲେଖିଛି ବୋଲି ମାନି ନେଇଥିଲି ମୁରୁକି ହସା ଦେଇ । ମୋତେ ଛେପ ପକାଇ ଯାଉଥିବା ପିଲାଟିକୁ ଦେଖିବାକୁ ଠିଆ ହେଉଥିଲି ଘଣ୍ଟା ଘଣ୍ଟା ଧରି । ତରକାରୀ ଚୋରି କରି ଖାଉଥିବା ଚାକର ଆଗରେ ମୁଁ ଖେଳୁଥିଲି ମୁଁ ଅନ୍ଧ ପୁଟୁଳି ...

ବୋଉ କହୁ ଥିଲା ଭାରୀ ବୋକିଟା ଇଏ.....

ବାବା କହୁଥିଲେ ଭୀରୁ ନୁହେଁ ସେ....

ଏବେ ଭାବୁଛି କୋଉ ଚାଲାକ୍ ହେଇ ପାରିଲି ମୁଁ ଏ ଯାଏଁ??????


Rate this content
Log in

Similar oriya story from Inspirational